Unknown

 

 

 

 

 

 

 

 

 

 

 

ଦେଶ ବିଦେଶର ଲୋକକଥା ସଂଗ୍ରହ

ଓ ଓଡ଼ିଆ ଅନୁବାଦ

କନକ ମଞ୍ଜରୀ ସାହୁ

 

 

ଅଗ୍ରଲେଖ

 

ଶ୍ରୀମତୀ କନକ ମଞ୍ଜରୀ ସାହୁ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ନାମ । ସେ ପ୍ରାୟ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ସାହିତ୍ୟ କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି । ସେ ପ୍ରାୟ ସବୁ ବିଭାଗରେ ଲେଖନୀ ଚାଳନା କରିଛନ୍ତି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲେଖାସବୁ ପ୍ରକାଶିତ ହୋଇଆସୁଛି । ସେଥିପାଇଁ ସେ ଅନେକ ଅନୁଷ୍ଠାନରୁ ସମ୍ମାନ ଏବଂ ସ୍ୱୀକୃତି ଲାଭ କରିଛନ୍ତି ।

 

ଶ୍ରୀମତୀ ସାହୁଙ୍କର ଅନ୍ୟ ଏକ ରୁଚି ହେଉଛି ଅନୁବାଦ କରିବା । ବିଭିନ୍ନ ଭାରତୀୟ ଭାଷାର ପ୍ରତିଷ୍ଠିତ ଲେଖକ ଲେଖିକାମାନଙ୍କ ଗଳ୍ପ, ଉପନ୍ୟାସକୁ ଓଡ଼ିଆରେ ଅନୁବାଦ କରି ଆମ ଭାଷାକୁ ସମୃଦ୍ଧ କରିଛନ୍ତି । ତାଙ୍କ ଅନୁବାଦ ଶୈଳୀ ସ୍ୱତନ୍ତ୍ର । ତାଙ୍କର ଦୁଇଟି ପୁସ୍ତକ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ହୋଇଛି । ନିଜର ଗୋଟିଏ ଗଳ୍ପ ସଂକଳନ, ‘ମଲାଲା’ର ଜୀବନୀ ଏବଂ ଚାରୋଟି ଅନୁବାଦ ଉପନ୍ୟାସ, ଛଅଟି ହିନ୍ଦୀରୁ ଅନୁବାଦ ଗଳ୍ପ ସଂକଳନ ଏବଂ ଗୋଟିଏ ବଙ୍ଗଳାରୁ ଅନୁବାଦ ଗଳ୍ପ ସଂକଳନ ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଆ ଭାଷାରେ ରଚିତ ସାହିତ୍ୟ ସୃଷ୍ଟିକୁ ଅନ୍ୟ ଭାରତୀୟ ଭାଷାରେ ଓ ଅନ୍ୟ ଭାରତୀୟ ଭାଷାରେ ରଚିତ ସଫଳ ସାହିତ୍ୟସୃଷ୍ଟିକୁ ଓଡ଼ିଆ ଭାଷାରେ ଅନୁବାଦ କରି ପାଠକଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଏହି ପ୍ରୟାସ କରିଅଛି । ‘ଦେଶ ବିଦେଶର ଲୋକକଥା’ ପୁସ୍ତକଟି ସବୁବର୍ଗର ପାଠକମାନଙ୍କର ଶ୍ରଦ୍ଧାଲାଭ କରିବ ବୋଲି ଆଶା କରାଯାଏ ।

 

ଜୟନ୍ତୀ ରଥ

ସଚିବ

ଓଡ଼ିଶା ସାହିତ୍ୟଏକାଡେମୀ

 

ନିଜ କଥା

 

ପ୍ରଥମେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ ସ୍ମରଣିକାରେ ଲେଖାରୁ ମୋ ଲେଖିକା ଜୀବନ ଆରମ୍ଭ ହୋଇଥିଲା । ତା’ପରେ ଗଳ୍ପ, କବିତା , ପ୍ରବନ୍ଧ, ଭ୍ରମଣ କାହାଣୀ, ଅନୁଭୂତି କଥା ବିଭିନ୍ନ ପତ୍ର ପତ୍ରିକା ଏବଂ ଆକାଶବାଣୀରେ ପ୍ରସାରିତ ହୋଇଥିଲା । ଏହିସବୁ ଲେଖା ଲେଖୁ ଲେଖୁ ପରବର୍ତ୍ତୀ ସମୟରେ ଅନୁବାଦ ସାହିତ୍ୟରେ ପାଦ ଦେଲି । ହିନ୍ଦୀ ଓ ବଙ୍ଗଳା ଭାଷାର ବିଭିନ୍ନ ଲେଖକଙ୍କର ନୂତନ ଚିନ୍ତାଧାରା ଥିବା ଏବଂ ସମାଜକୁ ଦିଗଦର୍ଶନ ଦେଉଥିବା ଗଳ୍ପଗୁଡ଼ିକୁ ଓଡ଼ିଆରେ ଅନୁବାଦ କରି ପାଠକମାନଙ୍କ ପାଖରେ ପହଞ୍ଚେଇବାକୁ ଇଚ୍ଛା କଲି । ଅନୁବାଦ ସାହିତ୍ୟ ଆମ ଦୃଷ୍ଟିକୋଣକୁ ପ୍ରସାରିତ କରିଥାଏ । ଅନ୍ୟ ଭାଷାଭାଷୀ ସମାଜ ଓ ସଂସ୍କୃତି ସହିତ ଆମକୁ ପରିଚିତ କରାଇଥାଏ । ତେଣୁ ମୁଁ ଅନୁବାଦ ସାହିତ୍ୟକୁ ଗୁରୁତ୍ୱ ଦେଇଥାଏ । ଅନୁବାଦ ସାହିତ୍ୟରେ ରହି ଅନେକ ପାଠକୀୟ ସ୍ୱୀକୃତି ଲାଭ କରିଛି ।

 

ଏହି ପୁସ୍ତକଟିରେ ସ୍ଥାନିତ ବିଭିନ୍ନ ଦେଶର ଏବଂ ବିଭିନ୍ନ ଭାଷାର ଲୋକକଥାଗୁଡ଼ିକ ସବୁବର୍ଗର ପାଠକମାନଙ୍କ ଦ୍ୱାରା ଆଦୃତ ହେବବୋଲି ଆଶା କରୁଛି । ଏଥିରେ କିଛି ଶିକ୍ଷଣୀୟ କଥା ମଧ୍ୟ ରହିଛି । ଏହି ପୁସ୍ତକଟିକୁ ପାଠକରି ପାଠକମାନେ ଆନନ୍ଦିତ ହେଲେ ମୋ ଶ୍ରମ ସାର୍ଥକ ହେବ ବୋଲି ଭାବିବି । ଲୋକକଥାର ପାଣ୍ଡୁଲିପିଟିକୁ ପୁସ୍ତକଭାବେ ପ୍ରକାଶ କରିଥିବାରୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଏବଂ ଏହାର କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣୋଉଛି ।

 

ଅନୁବାଦିକା

 

ସୂଚୀପତ୍ର

 

ବିଷୟ

 

 

ବୁଝି ବିଚାରି ଅନୁମତି ଦିଅ

(ସୁଇଜରଲ୍ୟାଣ୍ଡ ଲୋକକଥା)

 

ଜଣେ କୃଷକ ଗୋଟିଏ ଜଗରେ କ୍ଷୀର ଭର୍ତ୍ତି କରି ତା’ ପଡ଼ୋଶୀକୁ ସାବଧାନରେ ରଖିବାକୁ ଦେଇଥିଲା । ଯେତେବେଳେ ସେ ତା’ କ୍ଷୀର ମଗ ପଡ଼ୋଶୀକୁ ମାଗିଲା, ପଡ଼ୋଶୀ କହିଲେ, ସବୁତକ କ୍ଷୀର ମାଛି ପିଇଗଲା ।

ଏଇ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଲା । କଥା ବହୁତ ଆଗକୁ ବଢ଼ି ଯିବାରୁ ଦୁହେଁ ଅଦାଲତକୁ ଗଲେ । ସେଠାରେ ନ୍ୟାୟାଧୀଶ ଦୁହିଁଙ୍କ କଥା ଶୁଣିଲେ ଏବଂ ଫଇସଲା ଶୁଣେଇଲେ । ପଡ଼ୋଶୀକୁ କୃଷକର କ୍ଷୀର ପାଇଁ ଜୋରିମାନା ଦେବାକୁ ପଡ଼ିବ ।

 

କିନ୍ତୁ ପଡ଼ୋଶୀ କହିଲା, ‘ମୁଁ ତା’ କ୍ଷୀର ପିଇନି, ସବୁତକ କ୍ଷୀର ମାଛି ପିଇଦେଲା ?’’

 

ନ୍ୟାୟଧୀଶ କହିଲେ, ‘ତୁମେ ମାଛିକୁ ମାରି ଦେବାର ଥିଲା ?’’

 

ପଡ଼ୋଶୀ କହିଲା, ‘ଆଚ୍ଛା, ତା’ହେଲେ ମାଛିକୁ ମାରିବା ପାଇଁ ମତେ ଆପଣ ଅନୁମତି ଦେଉଛନ୍ତି ?’’

 

‘ହଁ, ମୁଁ ତୁମକୁ ଅନୁମତି ଦେଉଛି, ତାକୁ ଯେତେବେଳେ ଦେଖିବ ମାରିଦେବ ?’’

 

ସେଇ ସମୟରେ ଗୋଟିଏ ମାଛି ଉଡ଼ି ଆସିଲା ଏବଂ ନ୍ୟାୟାଧୀଶଙ୍କ ଗାଲ ଉପରେ ବସିଗଲା । ଏହା ଦେଖି ପଡ଼ୋଶୀ ଆଖି ପିଛୁଳାକେ ନ୍ୟାୟଧୀଶଙ୍କ ଗାଲକୁ ଜୋରରେ ଚାପୁଡ଼ାଟେ ମାରିଲା । ମାଛିଟି ମରି ତଳେ ପଡ଼ିଗଲା ଏବଂ ନ୍ୟାୟଧୀଶଙ୍କ ଗାଲ ଲାଲ ହୋଇଗଲା ।

 

ନ୍ୟାୟଧୀଶ କ’ଣ କହିବା ପୂର୍ବରୁ ପଡ଼ୋଶୀ ଚିତ୍କାର କରି କହିଲା, ‘ମୁଁ ଚିହ୍ନିଗଲି, ଏହି ମାଛିଟା କ୍ଷୀର ପିଇଦେଇଥିଲା ?’’

 

କିଛି ସମୟ ପୂର୍ବରୁ ନ୍ୟାୟଧୀଶ ସେଇ ପଡ଼ୋଶୀକୁ ମାଛି ମାରିବାକୁ କହିଥିଲେ, ତେଣୁ ଏବେ ଆଉ କିଛି କରିବାର ନ ଥିଲା, ତେଣୁ ସେ ଚୁପ ରହିଲେ ।

 

ରାଜା ଓ ମହାତ୍ମା

(ଭାରତର ଲୋକକଥା)

 

ଚନ୍ଦନପୁରର ରାଜା ବଡ଼ ଦାନୀ ଏବଂ ପ୍ରତାପୀ ଥିଲେ । ତାଙ୍କ ରାଜ୍ୟରେ ସମସ୍ତେ ସୁଖ ଶାନ୍ତିରେ ଥିଲେ । କିନ୍ତୁ ରାଜା ଗୋଟିଏ କଥାକୁ ନେଇ ବହୁତ ଚିନ୍ତିତ ଥିଲେକି ଧର୍ମ ଏବଂ ଦର୍ଶନ ମଧ୍ୟରେ ସମାନ ବିଚାର ଲୋକଙ୍କ ଭିତରେ ରହୁନି କାହିଁକି ?

 

ଦିନେ ରାଜା ବିଭିନ୍ନ ଧର୍ମର ଧର୍ମ ଗୁରୁଙ୍କୁ ଆମନ୍ତ୍ରିତ କଲେ ଏବଂ ଏକ ବିରାଟ କୋଠରୀରେ ସମସ୍ତଙ୍କୁ ଏକା ସାଙ୍ଗରେ ରହିବାର ବ୍ୟବସ୍ଥା କଲେ । ତା’ପରେ ରାଜା ସମସ୍ତଙ୍କ ଉଦ୍ଦେଶ୍ୟରେ କହିଲେ, ‘ଏବେ ଆପଣମାନେ କିଛିଦିନ ପାଇଁ ଏକା ସାଙ୍ଗରେ ରହିବେ ଏବଂ ନିଜ ନିଜ ଭିତରେ ବିଭିନ୍ନ ଧର୍ମ ଏବଂ ଦର୍ଶନ ଉପରେ ଆଲୋଚନା କରିବେ । ଯେତେବେଳେ ସମସ୍ତଙ୍କ ବିଚାରରେ ଗୋଟିଏ ମତ ହେବ, ତା’ହେଲେ ମୁଁ ଆପଣମାନଙ୍କୁ ଅନେକ ଉପହାର ଦେଇ ଏଠାରୁ ବିଦା କରିବି’ ଏହା କହି ରାଜା ସେଠାରୁ ଚାଲିଗଲେ ।

 

କୋଠରୀରେ ପ୍ରବଳ ଆଲୋଚନା ଚାଲିଲା । ସମସ୍ତେ ନିଜ ନିଜ ଭାବନାକୁ ବୁଝେଇବାକୁ ଚେଷ୍ଟା କଲେ । କିନ୍ତୁ କିଛି ଦିନ ବିତିଗଲା ପରେ ମଧ୍ୟ ଗୋଟିଏ ମତ ହେଇ ପାରିଲା ନାହିଁ ।

 

ପଡ଼ୋଶୀ ରାଜ୍ୟରେ ରହୁଥିବା ଜଣେ ମହାତ୍ମା ଏହି ବିଷୟରେ ଜାଣିବାରୁ ସେ ରାଜାଙ୍କୁ ସାକ୍ଷାତ୍‍ କରିବାକୁ ଆସି ପହଞ୍ଚିଲେ । ରାଜାଙ୍କୁ ସାକ୍ଷାତ୍ କରି କହିଲେ, ‘ହେ ରାଜନ ! ମୁଁ ଶୁଣିଲି, ତୁମେ ବଡ଼ ଦାନୀ, ତୁମେ ମତେବି କ’ଣ ଦାନ ଦେବ’ ?

 

ରାଜା କହିଲେ, ‘ଅବଶ୍ୟ ! କୁହନ୍ତୁ ଆପଣଙ୍କୁ କ’ଣ ଦରକାର’ ?

 

ମହାତ୍ମା କହିଲେ, ‘ତୁମ ଶସ୍ୟ ଗୋଦାମରୁ ମୁଁ କିଛି ଶସ୍ୟ ଚାହୁଁଛି ?’’

 

ରାଜା କହିଲେ, ‘ଠିକ୍ ଅଛି, ଆପଣ ମୋ ସାଙ୍ଗରେ ଆସନ୍ତୁ’ କହି ତାଙ୍କୁ ଗୋଦାମ ପାଖକୁ ନେଇଗଲେ ।

 

ସେଠାରେ ପହଞ୍ଚି ମହାତ୍ମା କହିଲେ, ‘ଇଏ କ’ଣ ରାଜନ ! ତୁମେ କ’ଣ ଗୋଦାମରେ ବିଭିନ୍ନପ୍ରକାର ଶସ୍ୟ ରଖିଛ, ତୁମେ ଏହି ସ୍ଥାନରେ ଗୋଟିଏ ପ୍ରକାର ଶସ୍ୟ ରଖୁନ କାହିଁକି ?’’

 

ରାଜା ଏକଥା ଶୁଣି ଟିକେ ଅପ୍ରସ୍ତୁତ ହୋଇ କହିଲେ, ‘ଏହା କେମିତି ସମ୍ଭବ ! ଯଦି ମୁଁ ଗହମ, ଚାଉଳ, ଡାଲି ଇତ୍ୟାଦି ସ୍ଥାନରେ ଗୋଟିଏ ପ୍ରକାର ଶସ୍ୟ ରଖିବି, ତା’ହେଲେ ଆମେ ଅଲଗା ଅଲଗା ସ୍ୱାଦ ଏବଂ ପୋଷଣର ଖାଦ୍ୟ କେମିତି ପାଇବା ! ଯଦି ପ୍ରକୃତି ଆମକୁ ଏତେ ପ୍ରକାର ଶସ୍ୟ ଦେଉଛି, ତା’ହେଲେ କୌଣସି ଗୋଟିଏ ପ୍ରକାର ଶସ୍ୟକୁ ପ୍ରୟୋଗ କରିବା କୋଉ ବୁଦ୍ଧିମାନର କାମ ?

 

ମହାତ୍ମା କହିଲେ, ‘ବିଲକୁଲ ସତକଥା ରାଜନ, ଯେତେବେଳେ ତୁମେ ବିଭିନ୍ନ ଶସ୍ୟର ଉପକାରିତାକୁ ଗୋଟିଏରେ ବଦଳେଇ ପାରିବନି, ତା’ହେଲେ ବିଭିନ୍ନ ଧର୍ମର ବିଚାର ଏବଂ ଧର୍ମକୁ ଏକ କରିପାରିବ କେମିତି ? ସମସ୍ତଙ୍କର ଉପକାରିତା ଭିନ୍ନ ଭିନ୍ନ ଏବଂ ତାହା ସମୟ ସମୟରେ ମନୁଷ୍ୟର ମାର୍ଗ ଦର୍ଶନ କରେ । ଏହା କହି ମହାତ୍ମା ବିଦାୟ ନେଇ ଚାଲିଗଲେ ।

 

ରାଜା ତାଙ୍କ ଭୁଲ ବୁଝିପାରିଲେ । ତା’ପରେ ସେ ଗୋଟିଏ କୋଠରୀରେ ବନ୍ଦ ଥିବା ସମସ୍ତ ଧର୍ମଗୁରୁ ମାନଙ୍କୁ କ୍ଷମା ମାଗି ସେମାନଙ୍କୁ ମୁକ୍ତ କରିଦେଲେ ।

 

ଭିକାରିର ପୁରସ୍କାର

(ଇସ୍ରାଏଲର ଲୋକକଥା)

 

ଦିନେ ଜଣେ ଭିକାରିକୁ ବଜାରରେ ଏକ ଚମଡ଼ା ବ୍ୟାଗ ମିଳିଲା । ସେ ବ୍ୟାଗଟିକୁ ଖୋଲି ଦେଖିଲା, ବ୍ୟାଗରେ ଶହେଟି ସ୍ୱର୍ଣ୍ଣ ମୁଦ୍ରା ଅଛି । ସେତେବେଳେ ଜଣେ ସୌଦାଗର ପାଟି କରୁଥିବାର ସେ ଶୁଣିଲା, ‘ମୋ ଚମଡ଼ା ବ୍ୟାଗ କୋଉଠି ହଜିଗଲା ! ଯିଏ ଖୋଜିଆଣି ମତେ ଦେବ, ମୁଁ ତାକୁ ପୁରସ୍କାର ଦେବି’ ।

 

ଭିକାରି ଜଣେ ସଚ୍ଚୋଟ ମଣିଷ ଥିଲା । ସେ ବ୍ୟାଗଟିକୁ ସୌଦାଗରକୁ ସମର୍ପି ଦେଇ କହିଲା ‘ଏଇ ନିଅନ୍ତୁ ଆପଣଙ୍କ ବ୍ୟାଗ, ଆପଣ ମତେ କି ପୁରସ୍କାର ଦେବେ’ ?

 

ସୌଦାଗର ବ୍ୟାଗରେ ଥିବା ମୁଦ୍ରାଗୁଡ଼ିକୁ ଗଣିସାରି କହିଲା, ‘ପୁରସ୍କାର ! ଏହି ବ୍ୟାଗରେ ମୋର ଦୁଇଶହ ସ୍ୱର୍ଣ୍ଣ ମୁଦ୍ରା ଥିଲା, ତୁମେ ଅଧେ ମୁଦ୍ରା ଚୋରେଇ ନେଇ ପୁଣି ପୁରସ୍କାର ମାଗୁଛ ? ଚାଲିଯା ଏଠାରୁ ନ ହେଲେ ପୋଲିସକୁ ଡାକିବି ?’’

 

ଏତେ ସଚ୍ଚୋଟ ପଣିଆ ଦେଖେଇକି ମଧ୍ୟ ବେକାରଟାରେ ଆହୁରି ଦୋଷ ଦେଉଥିବାରୁ, ଏକଥା ଭିକାରି ସହି ପାରିଲାନି, ତେଣୁ ସେ କହିଲା, ‘ମୁଁ କିଛି ବି ଚୋରେଇନି ! ମୁଁ ଅଦାଲତ ଯିବାକୁ ପ୍ରସ୍ତୁତ ଅଛି !’

 

ଅଦାଲତରେ କାଜି ଦୁହିଁଙ୍କ କଥା ମନ ଧ୍ୟାନ ଦେଇ ଶୁଣିଲେ ଏବଂ କହିଲେ, ‘ମୁଁ ତୁମ ଦୁହିଁଙ୍କ କଥାକୁ ବିଶ୍ୱାସ କରୁଛି, ମୁଁ ନିଶ୍ଚୟ ଉଚିତ ନ୍ୟାୟ କରିବି । ସୌଦାଗର ତୁମେ କହୁଛ କି ତୁମ ବ୍ୟାଗରେ ଦୁଇ ଶହ ସ୍ୱର୍ଣ୍ଣ ମୁଦ୍ରା ଥିଲା । ତା’ମାନେ ଏହି ବ୍ୟାଗଟି ତୁମର ନୁହେଁ, କାରଣ ଭିକାରିକୁ ମିଳିଥିବା ବ୍ୟାଗର କେହି ଦାବିଦାର ନାହାଁନ୍ତି । ତେଣୁ ଏଥିରୁ ଅଧେ ସହରର ଭଣ୍ଡାରରେ ଜମା କରିବାକୁ ଏବଂ ବାକି ଅଧେ ଭିକାରୀକୁ ପୁରସ୍କାର ଦେବାକୁ ମୁଁ ହୁକୁମ ଦେଉଛି ।

 

ଧୋକାବାଜ ସୌଦାଗର ବିଚରା ମୁଣ୍ଡ ଆଉଁସି ରହିଲା । ଏବେ ସେ ଚାହିଁଲେ ବି ତା’ ନିଜ ବ୍ୟାଗକୁ ନିଜର ବୋଲି କହିପାରୁନଥିଲା । କାରଣ ଏମିତି କହିଲେ ତାକୁ କଠୋର ଦଣ୍ଡ ହେଇ ଯାଇପାରେ । ଠିକ୍ ନ୍ୟାୟ ଦେଇଥିବାରୁ ଭିକାରି କାଜିଙ୍କୁ କୃତଜ୍ଞତା ଜଣେଇଲା । ନିଜର ସଚ୍ଚୋଟତା ଯୋଗୁ ତାକୁ ଭଲ ପୁରସ୍କାର ମିଳିଲା ।

 

ମୂଷାର ସାହାଯ୍ୟ

(ଚୀନର ଲୋକକଥା)

 

ଚୀନର ହାନଚୁଙ୍ଗ ସହରରେ ଏକ ଧନୀ ପରିବାର ରହୁଥିଲେ । ଯିଏ ତାଙ୍କର ଅମାପ ଧନ ସମ୍ପଦ ଯୋଗୁ ପ୍ରସିଦ୍ଧ ଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ବ୍ୟବସାୟରେ କ୍ଷତି ହେବାରୁ ପରିବାରର ସବୁ ଧନ ହାତଛଡ଼ା ହୋଇଗଲା । କରଜ ସୁଝିବା ପାଇଁ ନିଜର ଅମାପ ସମ୍ପତ୍ତି ବିକ୍ରି କରିବାକୁ ପଡ଼ିଲା । ସମ୍ପତ୍ତି ଭାବେ ଏବେ ତାଙ୍କ ପାଖରେ ଚାନ୍ଦିର କୁଣ୍ଡଳ କେବଳ ରହିଲା ।

 

ସେହି ପରିବାରର ସମସ୍ତେ କୁଣ୍ଡଳକୁ ବିକ୍ରି କରି ସେହି ଧନରେ ନିଜର ବ୍ୟବସାୟ ପୁଣି ଆରମ୍ଭ କରିବାକୁ ଚାହୁଁଥିଲେ । କିନ୍ତୁ ପରିବାରର ସବୁଠୁ ଛୋଟ ସଦସ୍ୟ ସୁଇ ପୁଣିଥରେ ବ୍ୟବସାୟ ଆରମ୍ଭ କରିବାର ପ୍ରସ୍ତାବକୁ ବିରୋଧ କଲା । କାରଣ ତାକୁ ଡର ଥିଲାକି ଶେଷକୁ ସେଇ କୁଣ୍ଡଳ ହାତଛଡ଼ା ନ ହେଇଯାଉ । ଯେବେ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଗଲା ଘରଖର୍ଚ୍ଚ ପାଇଁ ସହଯୋଗ କରିବାକୁ ସେ କପଡ଼ା ସିଲେଇ କାମ ଆରମ୍ଭ କଲା । ତା’ ବାପା ମା’ ତାକୁ କୌଣସି ଭଲ ପରିବାରରେ ବାହାଘର କରିବାକୁ ଚାହୁଁଥିଲେ, କିନ୍ତୁ କୌଣସି ଧନୀ ପରିବାର ଏମିତି ନିର୍ଦ୍ଧନ ପରିବାରର ଝିଅକୁ ଘରକୁ ଆଣିବାକୁ ଚାହୁଁ ନ ଥିଲେ । ଯାହା ପାଖେ ଯୌତୁକଭାବେ ମାତ୍ର ହଳେ କୁଣ୍ଡଳ ଅଛି । କିଛିଦିନ ପରେ ଯେତେବେଳେ ତା’ ବାପା ମା’ଙ୍କର ମୃତ୍ୟୁ ହେଇଗଲା ସେ ତା’ କକାଙ୍କ ପାଖରେ ରହିବାକୁ ଲାଗିଲା । ତା’ କକା ବି ବହୁତ ଗରିବ ଥିଲେ । ଯେବେ ସୁଇକୁ ଲାଗିଲା ତା’ କକା ଏକୁଟିଆ ତା’ ବୋଝ ଉଠେଇ ପାରିବେନି ସେ କପଡ଼ା ସିଲେଇ କାମ ପୁଣିଥରେ ଆରମ୍ଭ କଲା । କିନ୍ତୁ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କଲାପରେବି ବିଶେଷ କିଛି ରୋଜଗାର କରି ପାରୁନଥିଲା ।

 

ଦିନେ ତା’ କକା ଝିଅ ଭଉଣୀ କହିଲା, ତୁମେ ସେ କୁଣ୍ଡଳ ବିକ୍ରିକରି ଦେଉନ କାହିଁକି ? ତାକୁ ପାଖରେ ରଖିକି କି ଲାଭ ?

 

ସୁଇ କହିଲା, ‘‘ବାପା ମା’ଙ୍କ ସ୍ମୃତିଭାବେ ସେଇ କୁଣ୍ଡଳଟି ଅଛି ?’’’ ଆଉ ଜଣେ କକା ଝିଅ କହିଲା, ‘‘ଖାଇବାକୁ ପଇସା ନାହିଁ, କିନ୍ତୁ କୁଣ୍ଡଳ ଛାଡ଼ିବାକୁ ରାଜି ନୁହେଁ ?’’’

 

ଦିନେ ତା’ କକାଙ୍କ ସବୁଠୁ ଛୋଟ ଝିଅ କୁଆଡ଼ୁ ଗୋଟେ ଧଳା ମୂଷାଟିଏ ନେଇକି ଆସିଲା, ମୂଷାର ଗୋଡ଼ରେ ଆଘାତ ଲାଗିଥିଲା । ସେ ବହୁତ ଖୁସି ହୋଇ କହିଲା, ‘‘ଆରେ ଦେଖ ! ଏଇ ଧଳା ମୂଷାକୁ ଧରିକି ଆଣିଛି ?’’’

 

ସୁଇ କହିଲା, ‘ଧଳା ମୂଷା ମୁଁ ପ୍ରଥମ ଥର ଦେଖୁଛି । ତୁ କୋଉଠୁ ପାଇଲୁ ? ତା’ ଭଉଣୀ ଉତ୍ତର ଦେଲା ‘ଘର ବାହାରେ ବୁଲୁଥିଲା’ । ସେତେବେଳେ ସୁଇ ମୁଣ୍ଡରେ ସେଇ ମୂଷାକୁ ପାଳିବା କଥା ପଶିଲା । ସେ ବହୁତ ଏକୁଟିଆ ଅନୁଭବ କରୁଥିଲା, କାରଣ କିଏ ବି ତା’ ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରୁନଥିଲେ । ସେ କହିଲା, ଏଇ ମୂଷାକୁ ମତେ ଦେଇଦେ, ମୁଁ ତାକୁ ସମ୍ଭାଳି ନେବି । ତା ଭଉଣୀ ଖୁସିରେ ତାକୁ ସେଇ ମୂଷାକୁ ଦେଇ କହିଲା, ନେ କିନ୍ତୁ ଘରଠାରୁ ବେଶୀ ଦୂରରେ ତାକୁ ଛାଡ଼ିଦେବୁ ଯେମିତି ସେ ଘରକୁ ଆଉ ଫେରିପାରିବନି ।

 

ତା’ପରେ ସୁଇ ସେ ମୂଷାକୁ ନିଜ ଘରକୁ ନେଇଗଲା ଏବଂ ତା’ ଗୋଡ଼ରେ ମଲମ ଆଉ ପଟି ବାନ୍ଧିଦେଲା । ତା’ପରେ ଗୋଟେ ଡବା ଆଣିଲା । ସେଇ ଡବା ଭିତରେ ଆରାମଦାୟକ କପଡ଼ା ବିଛେଇ ଦେଲା, ମୂଷାଟିକୁ ସେଇ ଡବା ଭିତରେ ଛାଡ଼ି ଦେଲା । ସେଇଦିନଠାରୁ ମୂଷା ସେଇ ଡବା ଭିତରେ ରହିବାକୁ ଲାଗିଲା । ଯେତେବେଳେ କେହି ନ ଥାନ୍ତି ସେତେବେଳେ ସୁଇ ଡବାରୁ ତାକୁ ବାହର କରିଦିଏ । ତା’ପରେ ମୂଷା ରୁମରେ ଡିଆଁ ଡେଇଁ କରେ । ସୁଇ ତାକୁ ଦେଖି ଭାବେ, ‘‘ଶେଷରେ ମତେ ଜଣେ ସାଙ୍ଗ ମିଳିଗଲା, ଯାହା ସହିତ ମୁଁ କିଛି ସମୟ ବିତେଇ ପାରିବି ?’’’

 

ସୁଇ ମୂଷାକୁ ଖୁସିରେ ରଖିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲା । ମୂଷାକୁ ଅଧିକ ଖାଇବାକୁ ଦେବା ପାଇଁ ସେ ବେଳେବେଳେ ଭୋକରେ ମଧ୍ୟ ରହିଯାଏ । ମୂଷାର ଯତ୍ନ ନେବାରୁ ତା’ ଗୋଡ଼ କିଛି ଦିନ ଭିତରେ ଠିକ୍ ହୋଇଗଲା ।

 

ଦିନେ ତା’ କକା ଝିଅ ଭଉଣୀ ତାକୁ ମୂଷା ସହିତ ଖେଳୁଥିବାର ଦେଖିଦେଲା । ଏହା ଦେଖି ସେ ରାଗରେ ଚିତ୍କାର କଲା, ‘‘ମିଛେଇ ! ମୂଷା ଏବେବି ତୋ ପାଖରେ ଅଛି । ମୁଁ ତତେ କହିଥିଲିନା ତାକୁ ଦୂରରେ ଛାଡ଼ିଦେବୁ । ସେ ଚିତ୍କାର କରି ଘରର ସମସ୍ତ ସଦସ୍ୟଙ୍କୁ ଏକାଠି କଲା, ସମସ୍ତେ ତା’ କକା ଝିଅ ଭଉଣୀର ପକ୍ଷ ନେଇ କହିଲେ । କିଏ ବି ସୁଇର କଥା ଶୁଣିଲେନି । ସୁଇ ଡବାକୁ ଜୋରରେ ଜାବୁଡ଼ି ଧରି ସମସ୍ତଙ୍କୁ ଚାହିଁଲା, ତା’ ପ୍ରତି କାହାର ଦୟା ନ ଥିଲା । ସେ ଧିର ସ୍ୱରରେ କହିଲା, ‘‘ମୁଁ ଏଠାରୁ ଚାଲି ଯିବି ?’’’

 

ତା’ର ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇ କହିଲେ ‘‘ ତୁ ତ କେବେ ବି ଏ ଗାଁର ବାହାରକୁ ଯାଇନୁ, ତତେ ଦୁନିଆ ବିଷୟରେ କିଛିବି ତ ଜଣା ନାହିଁ ?’’’

 

ସୁଇ କହିଲା ‘‘ସବୁ ଜାଣିଯିବି’’ । ତା’ପରେ ଜଲଦି ଜଲଦି ସେ ତା’ର ଜିନିଷ ପତ୍ର ଗୋଟେ ବାକ୍ସରେ ରଖି ସେଠାରୁ ଚାଲି ଆସିଲା । ସେ ଧଳା ମୂଷା ପାଇଁ ଘର ଛାଡ଼ିଦେଲା , ଯେଉଁଠି ସେ ଏତେବର୍ଷ କଟେଇ ଥିଲା । ରାତି ହେବାରୁ ସୁଇ ଗୋଟିଏ ଗଛ ତଳେ ଆଶ୍ରୟ ନେଲା ସେଇ ରାତିରେ ବହୁତ ଥଣ୍ଡା ଥିଲା । ମୂଷାକୁ ଥଣ୍ଡାରୁ ବଞ୍ଚାଇବା ପାଇଁ ସେ ଡବାକୁ ରାତିସାରା କୋଳରେ ଜାବୁଡ଼ି ଧରି ବସିଲା । ଥଣ୍ଡାରେ ସୁଇ ଓ ମୂଷା ଦୁହିଁଙ୍କର ଅବସ୍ଥା ଖରାପ ହୋଇଗଲା । ପରଦିନ ଖାଦ୍ୟ ଖୋଜିବା ପାଇଁ ସେ ଜଙ୍ଗଲରେ ଏପଟ ସେପଟ ହୋଇ ଘୂରିଲା କିନ୍ତୁ କିଛିବି ଖାଦ୍ୟ ମିଳିଲା ନାହିଁ । ଖାଦ୍ୟ ପାଇଁ ବୁଲି ବୁଲି ଥକ୍କା ହୋଇ ଯାଇଥିବାରୁ ଗଛକୁ ଆଉଜି ବସିରହିଲା ଏବଂ ସେଇ ଡବାକୁ ନିଜ କୋଳରେ ରଖିଲା । ତା’ପରେ ସେ ବାକ୍ସରୁ କୁଣ୍ଡଳ ହଳକ ବାହାର କରି ତାକୁ ଦେଖିବାକୁ ଲାଗିଲା, କୁଣ୍ଡଳଟିକୁ ଦେଖି ତା’ ଆଖିରୁ ଲୁହ ବହିବାକୁ ଲାଗିଲା । ତା’ପରେ ଗୋଟିଏ କୁଣ୍ଡଳି ହଠାତ୍ ତା’ ହାତରୁ ଯାଇ ଏକ ବୁଦାରେ ପଡ଼ିଲା । ସେ କୁଣ୍ଡଳକୁ ଆଣିବାପାଇଁ ଯେମିତି ଝୁଙ୍କି ପଡ଼ିଚି, ଧଳାମୂଷା ତା’ କୋଳରୁ ଡେଇଁ ପଡ଼ି କୁଣ୍ଡଳକୁ ତା’ ଦାନ୍ତରେ କାମୁଡ଼ି ଗୋଟେ ପାଚେରୀ ଆଡ଼କୁ ଧାଇଁଗଲା । ଆଖି ପିଛୁଳାକେ ସେ ପାଚେରୀର ଗୋଟେ ଫାଙ୍କ ଦେଇ ବାହାରିଯାଇ କୁଆଡ଼େ ଅଦୃଶ୍ୟ ହେଇଗଲା । ସୁଇ ଚିତ୍କାର କଲା ‘‘କୃତଘ୍ନ, ଚୋର, ! ମୁଁ ତୋ’ ପାଇଁ ସବୁ କିଛି ଛାଡ଼ି ଦେଲି, ତା’ ବଦଳରେ ତୁ ଏମିତି ଭାବେ ସୁଝେଇଲୁ ।

 

ତା’ପରେ ସେ ଧିରେ ଧିରେ ପାଚେରୀର ଇଟାକୁ ବାହାର କଲା, ଅନେକ ସମୟ ପରେ ସେ ମୂଷାକୁ ଦେଖିପାରିଲା । ଯେତେବେଳେ ସେ ଶେଷ ଇଟା ଉଠେଇଲା ତା’ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ, ସେଠାରେ ସୁନାର ଏକ ବଡ଼ ପାତ୍ରଟିଏ ଥିଲା, ଯେଉଁଥିରେ ବହୁମୂଲ୍ୟ ରତ୍ନ ଏବଂ ସୁନାର ମୋହରରେ ପରିପୂର୍ଣ୍ଣ ଥିଲା । ଏମିତି ଭାବେ ଧଳାମୂଷା ଚାନ୍ଦିର କୁଣ୍ଡଳକୁ ସୁନାର ପାତ୍ର ଉପରେ ରଖି ତା’ ପ୍ରତି କରିଥିବା ଦୟାର ଋଣ ସୁଝିଲା । ଏହା ଦେଖି ସୁଇ ମୂଷା ବିଶ୍ୱାସର ଭାବନାକୁ ବୁଝିପାରିଲା । ଆଜିବି ଚୀନର କେତେକ ପ୍ରଦେଶରେ ଧଳା ମୂଷାକୁ ଶୁଭ ବୋଲି ଭାବନ୍ତି ।

 

ପିଅରର ଚାଲାଖି

(ଫ୍ରାନସ୍‌ର ଲୋକ କଥା)

 

ବହୁ ବର୍ଷ ପୂର୍ବେ ପ୍ରାଚୀନ ଫ୍ରାନ୍‍ସରେ ପିୟରେ ନାମରେ ଜଣେ ବ୍ୟକ୍ତି ରହୁଥିଲେ । ଯିଏ ଅନ୍ୟମାନଙ୍କୁ ଠକି ନିଜର ଖର୍ଚ୍ଚ ତୁଲୋଉ ଥିଲେ । ସେ ଅନ୍ୟମାନଙ୍କୁ ବୋକା ବନେଇବା କଳାରେ ନିପୁଣ ଥିଲେ । ଦିନେ ସେ ଯାଦୁ ସରବତ୍ ଆବିଷ୍କାର କରିଥିବା ପ୍ରଚାର କରିବା ଆରମ୍ଭ କରିଦେଲା । ତା’ କହିବା ଅନୁସାରେ ସେହି ସରବତ୍ କାହାର ବି ବୁଦ୍ଧିକୁ କିଛି ଗୁଣ ବଢ଼େଇ ଦେବ । ସେ ଦାବି କରୁଥିଲାଯେ ତା’ର ସେଇ ସରବତ୍ ଗୋଟେ ଗଧକୁ ବି ଡାକ୍ତର କରିଦେବ । ଅନେକ ଲୋକ ପିୟରେ କଥାକୁ ବିଶ୍ୱାସ କରି ତା’ଠାରୁ ସେଇ ସରବତ୍ କିଣି ନେଲେ । ଅତିଶୀଘ୍ର ଏହି ଖବର ସେଠାକାର ରାଜାଙ୍କ ପାଖରେ ପହଞ୍ଚିଲା । ତା’ପରେ ସେ ତାଙ୍କ ସୈନିକଙ୍କୁ ପିଅରେକୁ ଦରବାରକୁ ଆଣିବା ପାଇଁ ଆଦେଶ ଦେଲେ ।

 

ପିୟରେ ଦରବାରକୁ ଆସିବାପରେ ରାଜା ତାକୁ ପଚାରିଲେ, ‘ତୁମ ସରବତ୍ ପ୍ରକୃତରେ ଗୋଟିଏ ଗଧକୁ ଡାକ୍ତର କରିଦେଇ ପାରିବ ?’

 

ପିୟରେ ଉତ୍ତର ଦେଲା, ‘ଏଥିରେ କୌଣସି ସନ୍ଦେହ ନାହିଁ, ମହାରାଜ ! ଯଦି ଆପଣ ମତେ ଯଥେଷ୍ଟ ସମୟ ଏବଂ ଧନ ଦେବେ ତା’ହେଲେ ମୁଁ ଗଧକୁ ବି ଡାକ୍ତର ବନେଇ ଦେଇପାରିବି ?’’ ଏକଥା ଶୁଣି ରାଜା କହିଲେ, ତୁମେ ଏଥିପାଇଁ କେତେ ସମୟ ଏବଂ କେତେ ଟଙ୍କା ଚାହୁଁଛ ?

 

ପିୟରେ କିଛି କମ୍ ଚାଲାକ ନ ଥିଲା ? ସେ ପୂର୍ବରୁ ସବୁକିଛି ଭାବିଚିନ୍ତି ଆସିଥିଲା । ସେ କହିଲା, ‘ମହାରାଜ, ମତେ ଏ କାମ କରିବାପାଇଁ ଦଶ ବର୍ଷ ସମୟ ଏବଂ କୋଡ଼ିଏ ହଜାର ଟଙ୍କାର ଆବଶ୍ୟକତା ଅଛି । ଏହା ବ୍ୟତୀତ ଏହି କାର୍ଯ୍ୟ ଗଧ ବିନା ତ ହୋଇ ପାରିବ ନାହିଁ । ଏଥିପାଇଁ ମତେ ଏକ ସୁସ୍ଥ ସବଳ ଗଧ ବି ଦିଅନ୍ତୁ ?’’

 

ତା’ପରେ ରାଜା ପିୟରେକୁ କହିଲେ ଯଦି ତୁମେ ଦଶ ବର୍ଷ ପରେ ଏହି କାମ କରିପାରିବନି ତା’ହେଲେ ମୃତ୍ୟୁଦଣ୍ଡ ପାଇଁ ପ୍ରସ୍ତୁତ ରୁହ । ଏବେ ଅତିଶୀଘ୍ର ନିଜ କାମରେ ଲାଗିପଡ଼ । ତା’ପରେ ରାଜାଙ୍କୁ ନମସ୍କାର କରି ପିୟରେ ଦରବାରରୁ ଚାଲିଗଲା ।

 

ପରଦିନ ଜଣେ ଦରବାରୀ, ଯିଏ ପିୟରେର ସାଙ୍ଗ ଥିଲା, ତା’ ଘରକୁ ଆସିଲା । ସେ ତାକୁ ପଚାରିଲା, ‘‘ତୁମେ ଏମିତି ଅଜବ କାମ କରିବା କଥା କହିବାର କଣ ଆବଶ୍ୟତକା ଥିଲା ? ଗୋଟେ ଗଧକୁ ଭଲା ତୁମେ ଡାକ୍ତର କେମିତି କରିପାରିବ ? ଏହା ତ ଅସମ୍ଭବ କଥା ?’’

 

ପିୟରେ ତା’ କଥା ଶୁଣି ଜୋରରେ ହସି କହିଲା, ମୁଁ ବହୁତ ଖୁସି ହେଉଛି କି ତୁମେ ମୋ ପାଇଁ ଏତେ ଚିନ୍ତା କରୁଛ । ବନ୍ଧୁ ତୁମେ ଚିନ୍ତା କରନା, ରାଜା ଏହି କାମ କରିବାପାଇଁ ଦଶବର୍ଷ ସମୟ ଦେଇଛନ୍ତି । ଦଶବର୍ଷ ତ ବହୁତ ଲମ୍ବା ସମୟ । ମୋର ବିଶ୍ୱାସ ଅଛି ରାଜା, ଗଧ ଏବଂ ମୁଁ, ଆମ ମଧ୍ୟରୁ କାହାର ନା କାହାର ଏହି ସମୟ ଭିତରେ ମୃତ୍ୟୁ ହେଇଯିବ । ଯଦି ଏମିତିବି ନ ହୁଏ, ତଥାପି ମୋ ପାଖରେ ଦଶ ବର୍ଷ ପର୍ଯ୍ୟନ୍ତ ଆରାମରେ ରହିବା ପାଇଁ ପର୍ଯ୍ୟାପ୍ତ ଧନ ଅଛି ।

 

ପିୟରେ କଥା ଶୁଣି ଦରବାରୀ ଆଶ୍ଚର୍ଯ୍ୟ ହୋଇ ତା’ ମୁହଁକୁ ଚାହିଁ ରହିଲା । ତା’ପରେ ସେ କହିଲା ମାନି ଗଲି ସାଙ୍ଗ, ବୁଦ୍ଧିରେ ତୁମକୁ ପାରିବା କାହା ପାଖେ ସମ୍ଭବ ନୁହେଁ ।

 

ମା’ର ଅଶ୍ରୁ

(ଜର୍ମାନୀର ଲୋକକଥା)

 

ହନୋବର ନିକଟରେ ଗୋଟିଏ ଗାଁରେ ଜଣେ ମହିଳା ତା’ ଛୋଟ ପୁଅ ସହିତ ରହୁଥିଲା । ସେଇ ପିଲାଟିର ସରଳ ଏବଂ ମଧୁର ସ୍ୱଭାବ ଯୋଗୁ ସମସ୍ତ ଗାଁ ଲୋକ ତାକୁ ବହୁତ ଭଲ ପାଉଥିଲେ । ତା’ ମା’ର ବି ସେ ବହୁତ ପ୍ରିୟ ଥିଲା । ଦୁର୍ଭାଗ୍ୟବଶତଃ ସେ ପିଲାଟି ହଠାତ୍ ରୋଗରେ ପଡ଼ିଲା ଏବଂ ତା’ର ମୃତ୍ୟୁ ହେଇଗଲା । ପୁତ୍ରର ମୃତ୍ୟୁରେ ଭାଙ୍ଗିପଡ଼ି ତା’ ମା’ର ଅବସ୍ଥା ପାଗଳ ଭଳି ହୋଇଗଲା । ଦିନରାତି କେବଳ କାନ୍ଦିବାକୁ ଲାଗିଲା । ଲୋକମାନେ ତାକୁ ବହୁତ ବୁଝେଇବାକୁ ଚେଷ୍ଟା କଲେ କିନ୍ତୁ କୌଣସି ଲାଭ ହେଲାନି ।

 

ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା । ମୃତ ପିଲାଟି ପ୍ରତିଦିନ କବରରୁ ବାହାରି ତାଙ୍କ ଘରକୁ ଆସିବାକୁ ଲାଗିଲା । ଯେତେବେଳେ ତା’ ମା’ ତାକୁ ଦେଖି କାନ୍ଦୁଥିଲା ସେ ମଧ୍ୟ କାନ୍ଦିବାକୁ ଲାଗୁଥିଲା । ସେ ସାରା ରାତି ସେଇଠି ବସି କାନ୍ଦେ କିନ୍ତୁ ସକାଳ ହେବାକ୍ଷଣି ଅଦୃଶ୍ୟ ହେଇ ଯାଉଥିଲା ।

 

ଦିନେ ରାତିରେ ପିଲାଟି ଧଳା ପୋଷାକ ପିନ୍ଧି ଘରକୁ ଆସିଲା, ଯେଉଁ ପୋଷାକଟିକୁ ପିନ୍ଧେଇ କବରରେ ଶୁଆଇ ଦିଆଯାଇଥିଲା । ତା’ପରେ ବିଛଣା ଉପରେ ମା’ ପାଦ ପାଖରେ ବସି କହିଲା ‘‘ମା’, ଏବେ ତ କାନ୍ଦ ବନ୍ଦ କର, ନ ହେଲେ ମୁଁ କବରରେ ଶାନ୍ତିରେ ଶୋଇ ପାରିବିନି ?’’’ ମୋ ପେଷାକ ସବୁବେଳେ ଓଦା ରହୁଛି, କାରଣ ତୁମ ଲୁହ ସବୁବେଳେ ତା’ ଉପରେ ପଡ଼ୁଛି । ଏକଥା ଶୁଣି ତା’ ମା’ ବହୁତ ଦୁଃଖ କଲା ଏବଂ କାନ୍ଦ ବନ୍ଦ କରିଦେଲା । ତା’ପରେ ପୁଅକୁ ସେ କହିଲା ପୁଅ, ଜାଣିନଥିଲି ମୁଁ କାନ୍ଦିବାରୁ ତତେ ଏତେ କଷ୍ଟ ହେଉଛି, ଏବେଠାରୁ ମୁଁ ଆଉ କେବେ କାନ୍ଦିବିନି । ତା’ପରେ ପିଲାଟି ସେଠାରୁ ଚାଲିଗଲା ।

 

ପରଦିନ ସେଇ ପିଲାଟି ଗୋଟିଏ ମହମବତୀ ଧରି ଘରକୁ ଆସିଲା ଏବଂ ତା’ ମା’କୁ କହିଲା, ‘‘ମା’ ମୋ ପୋଷାକ ଏବେ ଶୁଖିଗଲାଣି, ଏବେ ମୁଁ ମୋ କବରରେ ଆରାମରେ ଶୋଇପାରିବି ?’’’

 

ମା’ ତା’ ପିଲା ପାଇଁ ନିଜର ଅଶ୍ରୁକୁ ଇଶ୍ୱରଙ୍କୁ ସମର୍ପିତ କରିଦେଇଥିଲା । ସେ ପିଲାଟି ଆଉ କେବେ ବି ଦେଖା ଦେଇନଥିଲା ସେ ଆରାମରେ ତା’ କବରରେ ଶୋଇ ରହୁଥିଲା ।

 

ସାହସୀ କୃଷକ

(ଜାପାନର ଲୋକକଥା)

 

ସିନୋହିତୋ ନାମରେ ଜଣେ ଯୋଦ୍ଧା ଜାପାନର କୁମାକୋତୋ ସହରରେ ରହୁଥିଲା । ଥରେ କୌଣସି କାରଣବଶତଃ ଅନ୍ୟ ଏକ ସହରକୁ ତାକୁ ଯିବାକୁ ପଡ଼ିଲା । ସେ ତା’ ଜିନିଷପତ୍ର ଏବଂ ଖଣ୍ଡା ଧରି ଯାତ୍ରାରେ ବାହାରି ପଡ଼ିଲା । ଯାତ୍ରାସମୟରେ ତାକୁ ଏକ ଘନ ଜଙ୍ଗଲ ଦେଇ ଯିବାକୁ ପଡ଼ିଲା । ଜଙ୍ଗଲରେ ସିନୋହିତୋକୁ ଜଙ୍ଗଲୀ ଜୀବଜନ୍ତୁଙ୍କର ସ୍ୱର ଶୁଣା ଯାଉଥିଲା, ଯାହା ଶୁଣି ସେ ଭୟଭୀତ ହୋଇଗଲା । ସେ ସହରରେ ପହଞ୍ଚି ତା’ ସାଙ୍ଗମାନଙ୍କ ସାମ୍ନାରେ ନିଜର ବାହାଦୁରୀ ଦେଖେଇଲା । ବାସ୍ତବରେ ସେ ବହୁତ ଭୟାଳୁ ଥିଲା ।

 

ଭୟଙ୍କର ଜଙ୍ଗଲୀ ପଶୁମାନଙ୍କର ସ୍ୱର ଶୁଣି ସେ କେତେଥର ଫେରି ଆସିବାକୁ ଚାହୁଁଥିଲା, କିନ୍ତୁ କୌଣସିମତେ ସାହସ ବାନ୍ଧି ଆଗକୁ ବଢ଼ିଲା । ସେ ଭାବୁଥିଲା, ଏଇ ଭୟଙ୍କର ଜଙ୍ଗଲ ମଧ୍ୟରେ ଯାତ୍ରା ସମୟରେ କୌଣସି ସାଥୀଟିଏ ଯଦି ମିଳିଯାଆନ୍ତା କେତେ ଭଲ ହୁଅନ୍ତା ।

 

ସେଇ ସମୟରେ ସିୟୋମୋରୀ ନାମକ ଅନ୍ୟଜଣେ ଯୋଦ୍ଧାବି ସେଇ ଜଙ୍ଗଲରେ ଯାତ୍ରା କରୁଥିଲା, ତା’ ପାଖରେ ବହୁତ ଜିନିଷ ଥିଲା । ସିନୋହିତୋ ପରି ସିଏବି ବାହାଦୁରୀ ଦେଖେଇବାରେ ବୀର ଥିଲା । ସେ ମଧ୍ୟ ମନ ଭିତରେ ଜଙ୍ଗଲ ମଧ୍ୟରେ ସାଥୀଟିଏ ମିଳି ଯିବାପାଇଁ ଆଶା କରୁଥିଲା । ରାସ୍ତାରେ ଦୁଇ ଯୋଦ୍ଧାଙ୍କର ସାକ୍ଷାତ୍‍ ହେଲା । ତା’ପରେ ଦୁହେଁ ଏକାସାଙ୍ଗରେ ଯାତ୍ରା କରିବା ପାଇଁ ସିଦ୍ଧାନ୍ତ କଲେ । ଆଗକୁ କିଛିଦୂର ଚାଲିଲା ପରେ ରାସ୍ତାରେ ଜଣେ କୃଷକ ଯାଉଥିବାର ଦେଖିଲେ । ତାକୁ ଦେଖି ଦୁଇ ଯୋଦ୍ଧାଙ୍କ ମୁଣ୍ଡରେ ଏକ ବୁଦ୍ଧି ଆସିଲା । ଦୁହେଁ ଜୋରରେ ଚାଲି କୃଷକ ପାଖରେ ପହଞ୍ଚି ଗଲେ । ସିନୋହିତୋ ସେଇ କୃଷକକୁ କହିଲା ‘‘ସାଙ୍ଗ, ଏଇ ଜଙ୍ଗଲରେ ଏକୁଟିଆ ବୁଲିବାକୁ ତୁମକୁ ଭୟ ଲାଗୁନି । ଯଦି ତମକୁ କୌଣସି ଜଙ୍ଗଲୀ ପଶୁ ମାରିଦେବ, ତା’ହେଲେ ତୁମ ପରିବାରର ଅବସ୍ଥା କ’ଣ ହବ ?’’

 

ଏକଥା ଶୁଣି ଭୟରେ କୃଷକର ମୁହଁର ରଙ୍ଗ ବଦଳିଗଲା ଏବଂ ସେ କହିଲା, ସାହସୀ ଯୋଦ୍ଧାମାନେ, ମୋର ଏକ ଛୋଟ ପିଲା ଅଛି । ଯଦି ଏଇ ଜଙ୍ଗଲରେ ମୋର କିଛି ହେଇଯାଏ ମୋ ପିଲା ଅନାଥ ହେଇଯିବ । ଯଦି ଆପଣମାନେ ମତେ ଘର ପାଖରେ ଛାଡ଼ିଦେବେ, ତା’ହେଲେ ମୁଁ ବହୁତ କୃତଜ୍ଞ ହେବି । ସେତେବେଳେ ସିୟୋମୋରୀ ନିଜର ବୋଝକୁ ହାଲକା କରିବା ପାଇଁ କହିଲା, ‘ସାଙ୍ଗ, ଚିନ୍ତା କରନି । ଏଇ ଖଣ୍ଡା ସାହାଯ୍ୟରେ ତୁମକୁ ଆମେ ରକ୍ଷା କରିବୁ । କିନ୍ତୁ ତୁମକୁ ଗୋଟେ ଛୋଟ କାମ କରିବାକୁ ପଡ଼ିବ ?’’

 

ଏକଥା ଶୁଣି କୃଷକ କହିଲା, ‘‘ଆପଣ କାମକଥା କୁହନ୍ତୁ, ମୁଁ ଆପଣଙ୍କର ସବୁକାମ କରିବାକୁ ପ୍ରସ୍ତୁତ ଅଛି । ସିନୋହିତୋ କହିଲା, ଆମେ ବହୁତ ଦୂରରୁ ଏଇ ଭାରୀ ଜିନିଷ ଧରି ଯାତ୍ରା କରୁଛୁ । ସେଥିପାଇଁ ବହୁତ ଥକ୍କି ଗଲୁଣି ତୁମେ ଟିକେ ଆମର ଜିନିଷ ପତ୍ର ଉଠେଇ ଚାଲି ପାରିବ ?’’

 

କୃଷକକୁ ପରିଶ୍ରମ କରିବାର ଅଭ୍ୟାସ ଅଛି । ତେଣୁ ସେ ତାଙ୍କର ଜିନିଷପତ୍ର ଧରିଲା । ତା’ପରେ ସେମାନେ ଆଗକୁ ବଢ଼ିଲେ । କିଛି ଦୂର ଯିବାପରେ ଦୁଇ ଯୋଦ୍ଧା କୃଷକର ଦୁର୍ବଳତାକୁ ଆଲୋଚନା କରିବା ଆରମ୍ଭ କରିଦେଲେ । ସିନୋହିତୋ କହିଲା, ଇଏ ସମ୍ପୂର୍ଣ୍ଣ ବୋକା ଲୋକଟିଏ, ୟାକୁ ଜଣା ବି ନାହିଁ ଆମ ଭଳି ଯୋଦ୍ଧାଙ୍କ ସାଙ୍ଗରେ କେମିତି ବ୍ୟବହାର କରିବା ଉଚିତ ।

 

ସିୟୋମୋରୀ ବି ତାକୁ ସମର୍ଥନ କରି କହିଲା, ତୁମେ ବିଲକୁଲ ସତ କଥା କହୁଛ ସାଙ୍ଗ, ଇଏ ଗୋଟେ ମୂର୍ଖ ବଳଦିଆ ପରି ଜଣାପଡ଼ୁଛି । ତା’ ହାବ ଭାବରୁ ଶତ୍ରୁ ଭଳି ଲାଗୁଛି । ସେ ଜିନିଷ ଉଠେଇ ଠିକସେ ଚାଲିବା ବି ଜାଣିନି । ସେମାନଙ୍କ କଥା ଶୁଣି କୃଷକକୁ ବହୁତ ରାଗ ଲାଗୁଥିଲା, କିନ୍ତୁ ସେଇ ସମୟରେ ସେ ନିରବ ରହିବାକୁ ଉଚିତ ମନେକଲା । ସେ ଦୁହିଁଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ମନ ଭିତରେ ସ୍ଥିର କଲା ।

 

କିଛି ସମୟ ମଧ୍ୟରେ ଦୁଇ ଯୋଦ୍ଧା ନିଜ ଭିତରେ କଥାବାର୍ତ୍ତାରେ ମଗ୍ନ ହେଇଗଲେ ଏବଂ ସେମାନଙ୍କ ଧ୍ୟାନ କୃଷକ ଉପରୁ ଚାଲିଗଲା । ହଠାତ୍ କୃଷକ ସିୟୋମୋରୀର ଖଣ୍ଡା କୋଷରୁ ଝିଙ୍କି ନେଇ ତା’ ବେକରେ ଲଗେଇଲା । ତା’ପରେ ଗର୍ଜିଉଠି ତାଙ୍କୁ କହିଲା, ପ୍ରାଣ ବଞ୍ଚେଇବାକୁ ଚାହୁଁଛ ତ ତୁମର ସବୁ ଟଙ୍କା ପଇସା ମତେ ଦେଇଦିଅ । ବାହାଦୁର ଯୋଦ୍ଧା ଦୁହିଁଙ୍କର ଭୟରେ ତାଙ୍କ ନିଶ୍ୱାସ ବନ୍ଦ ହୋଇଗଲା । ସିନୋହିତୋ ଭୟରେ ଖଣ୍ଡା ବାହାର କରିବାକୁ ମଧ୍ୟ ସାହସ କଲାନାହିଁ । ନିଜର ଜୀବନ ପ୍ରତି ବିପଦ ଦେଖି ଦୁଇ ଯୋଦ୍ଧା ଅତିଶିଘ୍ର ନିଜର ସବୁ ଧନ କୃଷକକୁ ସମର୍ପି ଦେଲେ । ତା’ପରେ କୃଷକ କେବଳ ତାଙ୍କ ଜିନିଷ ନୁହେଁ ତା’ ନିଜ ଜିନିଷ ତାଙ୍କ ମୁଣ୍ଡରେ ଲଦି ଦେଇ ଆଗକୁ ଚାଲିବାକୁ କହିଲା । ଦୁଇ ଯୋଦ୍ଧା କୃଷକର ଆଦେଶକୁ ପାଳନ କଲେ । କିଛି ସମୟପରେ ଭୟଙ୍କର ଜଙ୍ଗଲରୁ ବାହାରି ସେମାନେ ଗୋଟେ ଗାଁ’ରେ ପହଞ୍ଚିଗଲେ । ଏମିତି ଭାବେ ଦୁଇ ଯୋଦ୍ଧାଙ୍କୁ ଜିନିଷ ମୁଣ୍ଡେଇ ଆସିବା ଏବଂ କୃଷକକୁ ତାଙ୍କ ପଛରେ ଆସିବା ଦେଖି ଗାଁ ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି ।

 

ହାତରେ ଖଣ୍ଡାଧରି କୃଷକ ଗାଁ ଲୋକଙ୍କୁ ପଚାରିଲା, ତୁମେମାନେ କେବେ ସାହସୀ ଯୋଦ୍ଧାଙ୍କୁ ଏମିତି ଭାବେ ଜିନିଷ ମୁଣ୍ଡେଇ ଖଣ୍ଡା ଆଗରେ ଚାଲିବାର ଦେଖିଛ କି ? ଗାଁ ଲୋକଙ୍କ ସାମ୍ନାରେ ନିଜକୁ ଏହି ପ୍ରକାର ଦୟନୀୟ ଅବସ୍ଥାରେ ଦେଖି ଦୁଇ ଯୋଦ୍ଧା ଲାଜରେ ମୁଣ୍ଡ ତଳକୁ କରିଦେଲେ । ଏହିଭାବେ କୃଷକ ସେଇ ସାହସୀ ଯୋଦ୍ଧାଙ୍କୁ ଉଚିତ ଶିକ୍ଷା ଦେଲା ।

 

ବୁଦ୍ଧିମତୀ ରାଜକୁମାରୀ

(ଋଷର ଲୋକ କଥା)

 

ଅନେକ ବର୍ଷ ପୂର୍ବର କଥା, ଋଷରେ ଜଣେ ରାଜକୁମାରୀ ରହୁଥିଲେ, ନିଜକୁ ସଂସାରର ସବୁଠୁ ବୁଦ୍ଧିମତୀ ମହିଳା ବୋଲି ଭାବୁଥିଲେ । ଦିନେ ସେ ଘୋଷଣା କଲେକି, ସେ ସେଇ ବ୍ୟକ୍ତିଙ୍କୁ ବିବାହ କରିବେ, ଯିଏ ତାଙ୍କୁ ତିନୋଟି ଏମିତି ପ୍ରଶ୍ନ ପଚାରିବ ଯାହାର ଉତ୍ତର ସେ ଦେଇପାରିବେନି । ଏମିତି କୌଣସି ବ୍ୟକ୍ତି ନ ଥିଲେ ଯିଏ ରାଜକୁମାରୀଙ୍କୁ ବିବାହ କରିବାକୁ ଇଚ୍ଛୁକ ନ ଥିଲେ । ଅନେକ ବ୍ୟକ୍ତି ରାଜକୁମାରୀଙ୍କୁ ବିବାହ କରିବାର ସ୍ୱପ୍ନ ନେଇ ତାଙ୍କ ଦରବାରକୁ ଆସିଲେ । ସେମାନେ ରାଜକୁମାରୀଙ୍କୁ କଠିନରୁ କଠିନତର ପ୍ରଶ୍ନ ପଚାରିଲେ । କିନ୍ତୁ ସେ ସମସ୍ତ ପ୍ରଶ୍ନର ଉତ୍ତର ବଡ଼ ସହଜରେ ଦେଇଦେଲେ । ତା’ପରେ ସେମାନେ ନିରାଶ ହୋଇ ଘରକୁ ଫେରିଗଲେ ।

 

ଲୋକଙ୍କୁ ଏମିତି ଭାବେ ଅସଫଳ ହେବା ଦେଖି ରାଜକୁମାରୀ ଭାବିଲେ, ହୁଏତ ତାଙ୍କ ରାଜ୍ୟରେ କୌଣସି ବ୍ୟକ୍ତି ତାଙ୍କୁ ବିବାହ କରିବାର ଯୋଗ୍ୟ ନୁହେଁ । ତା’ହେଲେ କ’ଣ ମୋର ବିବାହ ହୋଇ ପାରିବନି ? ଯଦି ମୁଁ ଜାଣିଥାନ୍ତି ମୋ ରାଜ୍ୟର ଲୋକ ଏତେ ମୂର୍ଖ ତା’ହେଲେ ମୁଁ କେବେ ବି ଏମିତି ସର୍ତ୍ତ ରଖିନଥାନ୍ତି ।

 

ଦିନେ ଇବାନ ନାମକ ଜଣେ ଯୁବ କୃଷକ ତାଙ୍କୁ ପ୍ରଶ୍ନ ପଚାରିବାକୁ ରାଜଦରବାରକୁ ଆସିଲା । ଯେତେବେଳେ ରାଜକୁମାରୀ ଜାଣିଲେକି ଜଣେ କୃଷକ ତାଙ୍କୁ ପ୍ରଶ୍ନ ପଚାରିବାକୁ ଆସିଛି ସେ ବହୁତ ହସିଲେ । ତଥାପି ସେଇ କୃଷକକୁ ଏକ ମଉକା ଦବାକୁ ଚିନ୍ତା କଲେ ।

 

ଇବାନ ରାଜକୁମାରୀଙ୍କୁ ପ୍ରଥମ ପ୍ରଶ୍ନ ପଚାରିଲା, ଗୋଟିଏ ଭଲ ଜିନିଷରେ ଆଉ ଗୋଟିଏ ଭଲ ଜିନିଷ ପଶି ଯାଇଥିଲା । ମୁଁ ପ୍ରଥମ ଭଲ ଜିନିଷର ଭଲ ପାଇଁ ଦ୍ୱିତୀୟ ଭଲ ଜିନିଷକୁ ବାହାରକୁ ବାହାର କରିଦେଲି, କୁହନ୍ତୁ ମୁଁ ପ୍ରକୃତରେ କ’ଣ କରିଥିଲି ?

 

ଏମିତି କଠିନ ପ୍ରଶ୍ନ ଜଣେ କୃଷକଠାରୁ ଶୁଣି ରାଜକୁମାରୀ ଆଶ୍ଚର୍ଯ୍ୟହେଇ ରହିଗଲେ । ସେ ଇବାନକୁ କହିଲେକି ଏହି ପ୍ରଶ୍ନର ଉତ୍ତର ପରଦିନ ଦେବେ । ଇବାନ୍ ଏଥିରେ ତୁରନ୍ତ ରାଜି ହେଇଗଲା । ସେଦିନ ରାତିରେ ରାଜକୁମାରୀ ତାଙ୍କ ଚାକରାଣୀକୁ କହିଲେ କୌଣସି ମତେ ଇବାନଠାରୁ ଏଇ ପ୍ରଶ୍ନର ଉତ୍ତର ପଚାରି ଆସିବୁ । ଚାକରାଣୀ ଇବାନକୁ ସେଇ ପ୍ରଶ୍ନର ଉତ୍ତର ପଚାରିବାକୁ ଅନିଛା ପ୍ରକାଶ କରୁଥିଲା । କାରଣ ସେ ଭାବୁଥିଲା ଏଇ ପ୍ରଶ୍ନର ଉତ୍ତର ପାଇଁ ଇବାନକୁ ରାଜି କରିବାଟା ସହଜ ନୁହେଁ । କିନ୍ତୁ ଇବାନ ତାକୁ ପ୍ରଥମ ପ୍ରଶ୍ନର ଉତ୍ତର ତୁରନ୍ତ ଦେଲା ।

 

ଚାକରାଣୀ ବୁଝି ପାରିଲାନି ଏତେ ସହଜରେ ଉତ୍ତର କେମିତି ସେ କହିଦେଲା ।

 

ପରଦିନ ରାଜକୁମାରୀ ପ୍ରଥମ ପ୍ରଶ୍ନର ଉତ୍ତର ଦେଇ କହିଲେ , ତୁମେ ଗହମ କ୍ଷେତରୁ ଗୋଟିଏ ଗାଈକୁ ତଡ଼ି ଦେଇଥିଲ ।

 

ଇବାନ ରାଜକୁମାରୀର ଉତ୍ତରରେ ସନ୍ତୁଷ୍ଟ ହେଇଗଲା ।

 

ତା’ପରେ ସେ ଦ୍ୱିତୀୟ ପ୍ରଶ୍ନ ପଚାରିଲା ‘‘ଦିନେ ମୁଁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲି, ସେତେବେଳେ ମୁଁ ଏକ ଖରାପ ଜିନିଷ ଦେଖିଲି । ତା’ପରେ ମୁଁ ଅତିଶୀଘ୍ର ଗୋଟିଏ ଖରାପ ଜିନିଷ ଉଠେଇ ପ୍ରଥମ ଖରାପ ଜିନିଷକୁ ମାରିଦେଲି, କୁହନ୍ତୁ ମୁଁ କଣ କରିଥିଲି ?’’

 

ରାଜକୁମାରୀ ପୁଣି ଥରେ ଦ୍ୱନ୍ଦ୍ୱରେ ପଡ଼ିଗଲେ । ସେ ଚିନ୍ତା କରି ସେଇ ପ୍ରଶ୍ନର କେତୋଟି ଉତ୍ତର ଦେଲେ କିନ୍ତୁ ଇବାନ୍ ସେଇ ଉତ୍ତରରେ ସନ୍ତୁଷ୍ଟ ହେଲାନି ତେଣୁ ରାଜକୁମାରୀ ପରଦିନ ସେଇ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଲେ ।

 

ରାଜକୁମାରୀ ପୁଣିଥରେ ପ୍ରଶ୍ନର ଉତ୍ତର ପାଇବା ପାଇଁ ତାଙ୍କ ଚାକରାଣୀର ସାହାଯ୍ୟ ନେଲେ । ଏଥର ମଧ୍ୟ ଇବାନ କିଛି ନ ଭାବି ଚିନ୍ତି ପ୍ରଶ୍ନର ଉତ୍ତର ଦେଇଦେଲା । ପରଦିନ ରାଜକୁମାରୀ ଇବାନକୁ କହିଲେ, ‘‘ତୁମେ ଯେତେବେଳେ ଜଙ୍ଗଲ ଦେଇ ଯାଉଥିଲ, ସେତେବେଳେ ତୁମେ ଏକ ସାପ ଦେଖିଲ । ତା’ପରେ ତୁମେ ସେଇ ସାପକୁ ଗୋଟିଏ ବାଡ଼ିରେ ପିଟି ମାରିଦେଲ ?’’’

 

ଏବେ ତୃତୀୟ ପ୍ରଶ୍ନର ପାଳି ଥିଲା । ଇବାନ ହସି ତା’ର ତୃତୀୟ ପ୍ରଶ୍ନ ପଚାରିଲା, ରାଜକୁମାରୀ, ମାତ୍ର ଆପଣ ଏତିକି କୁହନ୍ତୁ ଯେ, ଆପଣ ମୋର ପ୍ରଥମ ଦୁଇଟି ପ୍ରଶ୍ନର ଉତ୍ତର କେମିତି ପ୍ରାପ୍ତ କରିଥିଲେ ?

 

ରାଜକୁମାରୀ ତୃତୀୟ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇ ରହିଗଲେ । ସେ ବହୁତ ଗମ୍ଭୀର ପରିସ୍ଥିତିରେ ପଡ଼ିଗଲେ । ସେ ଭାବିଲେ, ଯଦି ମୁଁ ଏଇ ପ୍ରଶ୍ନର ଉତ୍ତର ଦେଇଦେବି ତା’ହେଲେ ସମସ୍ତେ ଜାଣିଯିବେ ମୁଁ ମୋ ଚାକରାଣୀର ସହାୟତାରେ ଦୁଇଟି ଯାକର ପ୍ରଶ୍ନର ଉତ୍ତର ପାଇଛି । ଯଦି ମୁଁ ଏଇ ପ୍ରଶ୍ନର ଉତ୍ତର ନ ଦେବି ତା’ହେଲେ ମତେ ପରାଜୟ ସ୍ୱୀକାର କରି ଏଇ କୃଷକକୁ ବିବାହ କରିବାକୁ ପଡ଼ିବ । ତା’ପରେ କିଛି ସମୟ ଚିନ୍ତା କରି ନିଜର ପରାଜୟ ସ୍ୱୀକାର କରିଦେଲେ । ତାଙ୍କର ଇବାନ ସହିତ ବିବାହ ହୋଇଗଲା ଏବଂ ଦୁହେଁ ଆନନ୍ଦର ସହ ଜୀବନ ଅତିବାହିତ କଲେ ।

 

କୁକୁର ସହିତ ବାହାଘର

ସାନ୍ତାଳି ଲୋକକଥା (ଝାଡ଼ଖଣ୍ଡ)

 

କୌଣସି ଏକ ଗାଁ’ରେ ଜଣେ ଯୁବକ ରହୁଥିଲା, ସେ ମେଣ୍ଢା ଚରୋଉ ଥିଲା । ଯେଉଁ ପଡ଼ିଆରେ ସେ ମେଣ୍ଢା ଚରୋଉ ଥିଲା, ସେଠାରେ ସେ ଦେଖିଲା, ପ୍ରତିଦିନ ଦ୍ୱିପହରରେ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ କୁକୁର ପଡ଼ିଆ ଦେଇ ଯାଉଛି । ତା’ପରେ ସେ ଗହଳ ଗଛପତ୍ର ମଧ୍ୟରେ ଥିବା ଏକ ଛୋଟ ଜଳାଶୟ ପର୍ଯ୍ୟନ୍ତ ଯାଉଥିଲା । ସେ ଆଶ୍ଚର୍ଯ୍ୟ ହେଲା, କୁକୁରଟି କାହାର ! ଏମିତି ଭାବେ ପ୍ରତିଦିନ ଗୋଟିଏ ସମୟରେ ଧିର ପାଦରେ ଜଳାଶୟ ପର୍ଯ୍ୟନ୍ତ କାହିଁକି ଯାଉଛି ? ସେ ଚିନ୍ତା କଲା, ପରଦିନ ଲୁଚି ଏହି କଥାର ପତ୍ତା ଲଗେଇବ ।

 

ପରଦିନ ଯେତେବେଳେ କୁକୁର ପଡ଼ିଆ ଦେଇ ଗଲା, ସେତେବେଳେ ସେ ଧିରେ ଧିରେ ତାକୁ ଅନୁସରଣ କଲା ଏବଂ ଗୋଟିଏ ବୁଦା ଆଢ଼ୁଆଳରେ ଲୁଚି ବସି ତାକୁ ଦେଖିଲା । ସେ ଦେଖି ଆଶ୍ଚର୍ଯ୍ୟ ହେଲା, ଜଳାଶୟରେ ପଶିବା ପୂର୍ବରୁ କୁକୁର ତା’ର ଆବରଣ ବାହାର କରିଦେଲା ଏବଂ ଏକ ଅପୂର୍ବ ସୁନ୍ଦରୀ ଝିଅରେ ପରିବର୍ତ୍ତନ ହେଲା । ଗାଧୋଇବା ପରେ ସେ ପାଣିରୁ ବାହାରକୁ ଆସିଲା ଏବଂ କୁକୁରର ଆବରଣ ପିନ୍ଧି ଗାଁ ଆଡ଼କୁ ଫେରିଲା । ଯୁବକଟି ଭାବିଲା, ଦେଖିବା ସେ କାହା ଘରକୁ ଯାଉଛି, ତା’ପରେ ସେ ତା’ ପିଛା କଲା । ସେ ସେଇ ଘରର ପତ୍ତା ଲଗେଇ ତା’ କାମରେ ଫେରି ଆସିଲା ।

 

ଯୁବକଟିର ବାପା ମା’ ବାହାଘର ପାଇଁ ଚିନ୍ତା କରୁଥିଲେ ଏବଂ ତା’ ପାଇଁ ଝିଅ ଖୋଜୁଥିଲେ । ଯୁବକ ଜଣକ ତା’ ବାପା ମା’ଙ୍କୁ କହିଲା, ଯଦି ବାହାହେବ ତା’ହେଲେ ସେ ଗୋଟିଏ କୁକୁରକୁ ବାହାହେବ । କୁକୁର ସାଙ୍ଗରେ ବାହାଘର ! ଘରେ ଭାଳେଣି ପଡ଼ିଗଲା । ଆଖପାଖ ପଡ଼ୋଶୀ ଏକଥା ଶୁଣି ତାକୁ ବହୁତ ଥଟ୍ଟା କଲେ । କିନ୍ତୁ ଯୁବକ ପିଲାକୁ କିଏ ଜୋର ଜବରଦସ୍ତ କରିପାରିବ ? ଧିରେ ଧିରେ ଏକଥା ସମସ୍ତେ ଜାଣିଲେ ଏବଂ କହିଲେ,ଏହି ପିଲା ଭିତରେ କୁକୁରର ଆତ୍ମା ଅଛି, ତେଣୁ ତା’ ପାଇଁ କୁକୁର ହିଁ ଠିକ୍ ହେବ ।

 

ତା’ ବାପା ମା’ ପୁଅକୁ ପଚାରିଲେ, ତୋ ନଜରରେ କୌଣସି ଭଲ କୁକୁର ଅଛି ଯଦି କହ, ଯିଏକି ତୋ ପାଇଁ ଉପଯୁକ୍ତ ହେବ । ପିଲାଟି ସେଇ ଲୋକର ନାଁ କହିଲା, ଯାହା ଘରେ କୁକୁରଟି ଅଛି । ଯୁବକର ବାପା ମା’ ସେଇ ଲୋକ ଘରକୁ ପ୍ରସ୍ତାବ ନେଇକି ଗଲେ । କୁକୁରର ମାଲିକ ଏକଥା ଶୁଣି ବହୁତ ଥଟ୍ଟା କଲେ ଯେ କିଏ ଜଣେ ମଣିଷ ତା’ କୁକୁରକୁ ବାହାହେବାକୁ ଚାହୁଁଛି । କିନ୍ତୁ କୁକୁର ବଦଳରେ କିଛି ଟଙ୍କା ସ୍ଥିର କରି କୁକୁରକୁ ଦେବାକୁ ରାଜି ହେଇଗଲା ।

 

ବାହାଘର ଦିନ ଲୋକେ ନାଚି ଗାଇ ବାହାଘରରେ ଯୋଗଦେବାକୁ ଆସିଲେ । ବାହାଘର ପାଇଁ ଆକର୍ଷଣୀୟ ପେଣ୍ଡାଲ ହେଇଥିଲା ଏବଂ ସ୍ୱାଗତ ପାଇଁ କିଛି କୁକୁରଙ୍କୁ ମଧ୍ୟ ଦ୍ୱାର ପାଖରେ ଜଗେଇ ଦିଆ ଯାଇଥିଲା । ଅନ୍ୟ ଗାଁ’ମାନଙ୍କରୁ ମଧ୍ୟ ଲୋକମାନେ ଉତ୍ସାହର ସହ ଭୋଜି ଖାଇବା ପାଇଁ ଚାଲି ଆସିଲେ । ପୁରା ବିଧି ବିଧାନରେ ବିବାହ ସମ୍ପନ୍ନ ହେଲା । କୁକୁରର ବିଦାୟ ମଧ୍ୟ ଯଥାରିତି ଭାବେ ହେଲା ।

 

କିଛିଦିନ ପର୍ଯ୍ୟନ୍ତ ଯୁବକଟି ତା’ ନବ ବିବାହିତା ଉପରେ ନଜର ରଖିଲା । ଦିନେ କୁକୁରଟି ଧିର ପାଦରେ ଉଠି ନିଜର ଖୋଳ ଉତ୍ତାରି ଦେଲା ଏବଂ ଘରୁ ବାହାରିଗଲା । ଯୁବକ ଜଣଙ୍କ ଶୋଇଯିବା ଅଭିନୟ କରି ସବୁ ଦେଖୁଥିଲା । ଯେମିତି ସେ କୋଠରୀରୁ ବାହାରକୁ ଯିବାକୁ ଲାଗିଲା, ସେ ତତକ୍ଷଣାତ୍ ଉଠି ଝିଅଟିକୁ ଧରିଦେଲା ଏବଂ ଖୋଳଟା ଉଠେଇ ନେଇ ନିଆଁରେ ପକେଇ ଦେଲା । ସୁନ୍ଦରୀ ଝିଅଟି ଆଉ କୁକୁର ହେଇ ରହିଲାନି, ତେଣୁ ସେ ଯୁବକଟିର ପତ୍ନୀ ହେଇ ରହିବାକୁ ରାଜି ହୋଇଗଲା ।

 

କୁକୁର ସୁନ୍ଦରୀ ଝିଅରେ ପରିଣତ ହେବା କଥା ଅନେକ ଦୂର ପର୍ଯ୍ୟନ୍ତ ବ୍ୟାପିଗଲା । ଯୁବକଟି କୁକୁରକୁ ବିବାହ କରିଥିବାରୁ ଲୋକେ ତା’ ଦୂରଦୃଷ୍ଟିକୁ ପ୍ରଶଂସା କଲେ । ଯୁବକଟିର ଜିତୁ ବୋଲି ସାଙ୍ଗଟିଏ ଥିଲା । ଯେତେବେଳେ ଜିତୁ ସାଙ୍ଗର ପତ୍ନୀ ଅର୍ଥାତ୍ ଭୂତପୂର୍ବ କୁକୁରକୁ ଦେଖିଲା, ସିଏବି ଚାହିଁଲା, ଗୋଟିଏ କୁକୁରକୁ ବାହାହେବ । ଏକଥା ଶୁଣି ଗାଁର ଲୋକମାନେ କେହି ଆଶ୍ଚର୍ଯ୍ୟ ହେଲେନି ଏବଂ ଆଉ ଏକ ସେମିତି ବାହାଘରରେ ଯିବାକୁ ପ୍ରସ୍ତୁତ ହେଲେ । ଜିତୁ ନିଜ ପାଇଁ ଗୋଟିଏ କୁକୁରକୁ ବି ପସନ୍ଦ କଲା ଏବଂ ବାହାଘର ଦିନ ସ୍ଥିର ହେଇଗଲା ।

 

ବାହାଘର ଦିନ ଯେତେବେଳେ କୁକୁରକୁ ହଳଦୀ ଚନ୍ଦନ ଲଗାଗଲା, ସେତେବେଳେ ସେ ଭୁକିବାକୁ ଲାଗିଲା । ମଣ୍ଡପରେ ଜିତୁ କୁକୁର ମୁଣ୍ଡରେ ସିନ୍ଦୁର ଲଗେଇବାକୁ ଗଲାରୁ ତା’ ହାତକୁ କାମୁଡ଼ିବାକୁ ଗଲା । ବିଦାୟ ସମୟରେ ଜିତୁର ନୂଆବୋହୂ ବନ୍ଧନ ଛିଣ୍ଡେଇ ଦୌଡ଼ିବାକୁ ଲାଗିଲା । ସମସ୍ତେ ଜିତୁକୁ କହିଲେ, ତୁମ ପତ୍ନୀକୁ ଧରିକି ଆଣ । ଜିତୁ କୁକୁର ପଛରେ ଧାଇଁ ଧାଇଁ ଥକ୍କିଗଲା ପଛେ ତା’ ହାତରେ ଧରା ଦେଲାନି । ଜିତୁ ଥକ୍କିଯାଇ ଫୁଲମାଳକୁ ତଳକୁ ଫିଙ୍ଗିଦେଇ ନିଜ ଘରକୁ ଫେରି ଆସିଲା ।

 

ରାଜାଙ୍କ ସର୍ତ୍ତ

(ଫ୍ରାନ୍‍ସର ଲୋକକଥା)

 

ଆଲବାନିଆ ରାଜା ଏଲିନାସ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ । ଦିନେ ତାଙ୍କ ପତ୍ନୀ ହଠାତ୍ ରୋଗରେ ପଡ଼ିଲେ ଏବଂ ତାଙ୍କର ମୃତ୍ୟୁ ହେଇଗଲା । ପତ୍ନୀଙ୍କ ମୃତ୍ୟୁରେ ରାଜା ବହୁତ ଦୁଃଖି ଥିଲେ । ଏହି ଦୁଃଖରୁ ଧ୍ୟାନ ହଟେଇବା ପାଇଁ ସେ ଶୀକାର କରିବାରେ ସମୟ ଅତିବାହିତ କଲେ ।

 

ଦିନେ ଏକ ଘନ ଜଙ୍ଗଲ ଦେଇ ଯାଉଥିବା ସମୟରେ ତାଙ୍କୁ ବହୁତ ଶୋଷ ଲାଗିଲା । ତେଣୁ ପାଣି ପିଇବା ପାଇଁ ସେ ଏକ ଝରଣା ପାଖକୁ ଚାଲିଗଲେ । ସେଠାରେ ସେ ପ୍ରେସିନା ନାମକ ଜଣେ ସୁନ୍ଦରୀ ପରୀକୁ ଦେଖିଲେ । ସେଇ ପରୀର ସୈାନ୍ଦର୍ଯ୍ୟରେ ମୋହିତ ହୋଇ ରାଜା ତାକୁ ବିବାହ ପ୍ରସ୍ତାବ ଦେଲେ । ପରୀ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କଲା, କିନ୍ତୁ ତାଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଲା ଯେ, ତାଙ୍କ କୋଠରୀକୁ ଯିବାକୁ ହେଲେ ଖବର ନ ଦେଇ ପଶିବେନି । ରାଜ ତା’ ସର୍ତ୍ତ ମାନିନେଲେ ଏବଂ ଅତିଶୀଘ୍ର ଦୁହିଁଙ୍କ ବିବାହ ହୋଇଗଲା । କିଛିବର୍ଷ ମଧ୍ୟରେ ପ୍ରେସିନା ତିନି କନ୍ୟାଙ୍କୁ ଜନ୍ମ ଦେଲା, ସେମାନଙ୍କ ନାଁ ଥିଲା-ମେଲୁସିନା, ମେଲିୟର ଏବଂ ପ୍ୟୈଲାଟିନା । ରାଜା ତାଙ୍କ ଝିଅମାନଙ୍କ ଜନ୍ମ ହେବାର ଖବର ଶୁଣି ଏତେ ଖୁସି ହେଇଗଲେ ଯେ ରାଣୀଙ୍କ ସର୍ତ୍ତ ଭୁଲିଗଲେ ଏବଂ ସେ କୌଣସି ଖବର ନ ଦେଇ ତାଙ୍କ କୋଠରୀ ମଧ୍ୟରେ ଯାଇ ପହଞ୍ଚିଗଲେ । ସେହି ସମୟରେ ରାଣୀ ସ୍ନାନ କରୁଥିଲେ । ରାଜାଙ୍କର ଏମିତି ଭାବେ ହଠାତ୍ କୋଠରୀକୁ ଆସିବା ଦେଖି ସେ ଅତ୍ୟନ୍ତ ରାଗିଯାଇ ତିନି ରାଜକୁମାରୀଙ୍କ ସହିତ କୁଆଡ଼େ ଉଭାନ ହେଇଗଲା । ରାଜା ନିଜର ଭୁଲ ବୁଝିପାରି ବହୁତ ଅନୁତାପ କଲେ, କିନ୍ତୁ କଣ ଆଉ ହେଇପାରିବ ?

 

ପ୍ରେସିନା ପ୍ରତ୍ୟେକଦିନ ସକାଳୁ ତିନି କନ୍ୟାଙ୍କୁ ଏକ ଉଚ୍ଚ ପର୍ବତ ଉପରକୁ ନେଇ ଯାଇ ଆଲବାନିଆର ରାଜଧାନୀକୁ ଦେଖାଉଥିଲେ । ସେ କନ୍ୟାମାନଙ୍କୁ ଏକଥା କହିଥିଲେ, କେମିତି ତାଙ୍କ ପିତା ସର୍ତ୍ତ ଭାଙ୍ଗି ତାଙ୍କୁ ଧୋକା ଦେଇଥିଲେ ।

 

ଯେତେବେଳେ ତିନି କନ୍ୟା ବଡ଼ ହେଇଗଲେ, ସେମାନେ ତାଙ୍କ ପିତାଙ୍କ ଭୁଲର ପ୍ରତିଶୋଧ ନେବା ପାଇଁ ସ୍ଥିର କଲେ । ସବୁଠୁ ବଡ଼ ଭଉଣୀ ମେଲୁସିନା ଏହି କାର୍ଯ୍ୟରୁ ଅନ୍ୟ ଦୁଇ ଭଉଣୀଙ୍କୁ ନିବୃତ୍ତ କରୁଥିଲା । ସେମାନେ ରାଜାଙ୍କୁ ବ୍ରୈଡୋଈସ ନାମକ ଏକ ଉଚ୍ଚ ପର୍ବତ ଉପରେ ବନ୍ଦୀ କରି ରଖିବା ପାଇଁ ଯୋଜନା କଲେ । କିନ୍ତୁ ଏହା ପୂର୍ବରୁ ରାଜା ଜାଣିପାରିଲେ କି ତାଙ୍କ କନ୍ୟାମାନେ ତାଙ୍କୁ ବନ୍ଦୀ କରି ରଖିବାପାଇଁ ଯୋଜନା କରୁଛନ୍ତି । ତେଣୁ ସେ ଅତ୍ୟନ୍ତ କ୍ରୋଧିତ ହେଇଗଲେ । ସେ ମେଲୁସିନାକୁ ଅଭିଶାପ ଦେଲେ କି ସେ ପ୍ରତ୍ୟେକ ଶନିବାର ଦିନ ନାଗୁଣୀରେ ପରିବର୍ତ୍ତନ ହେବ, କିନ୍ତୁ ଅନ୍ୟ ଦୁଇ ଭଉଣୀଙ୍କୁ କେବଳ ଚେତାବନୀ ଦେଇ ଛାଡ଼ିଦେଲେ । ଯେତେବେଳେ ମେଲୁସିନା ପିତାଙ୍କୁ ଦୟାର ଭିକ୍ଷା ମାଗିଲା, ରାଜା କହିଲେ ‘‘ତୁମକୁ ଏମିତି ଏକ ଯୁବକକୁ ବିବାହ କରିବାକୁ ପଡ଼ିବ ଯିଏ ପ୍ରତିଜ୍ଞା କରିବ ତୁମ ସହିତ ଶନିବାର ଦିନ ସାକ୍ଷାତ୍‍ କରିବ ନାହିଁ । ତା’ପରେ ତୁମେ ଯେତେବେଳେ ପୁତ୍ର ସନ୍ତାନ ଲାଭ କରିବ ସେତେବେଳେ ତୁମେ ଏହି ଶାପରୁ ମୁକ୍ତି ପାଇବା ?’’’

 

ତା’ପରେ ମେଲୁସିନା ସେଇ ଯୁବକ ସନ୍ଧାନରେ ଜଙ୍ଗଲରେ ଘୂରି ବୁଲିଲା । କିଛିଦିନ ପରେ ରେମଣ୍ଡ ନାମକ ଜଣେ ଯୁବକ ତା’ର ଜଣେ ସାଙ୍ଗ ସହିତ ସେଇ ଜଙ୍ଗଲକୁ ଆସିଲା । ଜଙ୍ଗଲରେ ଘୂରୁ ଘୂରୁ ଯୁବକଟିକୁ ଶୋଷ ଲାଗିଲା । ଯେତେବେଳେ ପାଣି ପିଇବାପାଇଁ ସେ ଏକ ଝରଣା ପାଖକୁ ଆସିଲା ତା’ର ଦୃଷ୍ଟି ମେଲୁସିନା ଉପରେ ପଡ଼ିଲା । ତା’ର ସୈାନ୍ଦର୍ଯ୍ୟରେ ଅତ୍ୟନ୍ତ ମୁଗ୍ଧ ହୋଇ ତାକୁ ବିବାହ ପ୍ରସ୍ତାବ ଦେଲା । କିନ୍ତୁ ମେଲୁସିନା ତା’ ପାଖରେ ଏକ ସର୍ତ୍ତ ରଖିଲା । ଯୁବକଟିକୁ ସେ କହିଲା ଯଦି ଶନିବାର ଦିନ ତାକୁ ନ ଦେଖିବା ପାଇଁ ରାଜି ହେବେ ତା’ହେଲେ ସେ ବିବାହ କରିପାରିବ । ତା’ ସର୍ତ୍ତ ଶୁଣି ରେମଣ୍ଡକୁ ଅଜବ ଲାଗିଲା । ତଥାପି ସେ ତା’ ସର୍ତ୍ତକୁ ମାନିନେଲା । ତା’ପରେ ଦୁହେଁ ବିବାହ କରି ଏକ ଗୁମ୍ଫାରେ ରହିବାକୁ ଲାଗିଲେ । ସର୍ତ୍ତାନୁସାରେ ରେମଣ୍ଡ ଶନିବାର ଦିନ ଗୁମ୍ଫାରୁ ବାହାରକୁ ଚାଲି ଯାଉଥିଲା ।

 

ଦିନେ ରେମଣ୍ଡର ଜଣେ ସାଙ୍ଗ ଶନିବାର ଦିନ ତା’ ପତ୍ନୀକୁ ଲୁଚି ଦେଖିବା ପାଇଁ ତାକୁ ଉସକେଇଲା । ରେମଣ୍ଡ ତା’ କଥା ମାନିନେଲା । ପର ଶନିବାର ଦିନ ପୂର୍ବରୁ ବାହାରି ଆସିଲା, କିନ୍ତୁ କୁଆଡ଼େ ନ ଯାଇ ଗୋଟିଏ ଗଛ ପଛପଟେ ଲୁଚିଯାଇ ମେଲୁସିନା ଉପରେ ନଜର ରଖିଲା । ଯେତେବେଳେ ମେଲୁସିନା ଏକ ନାଗୁଣୀରେ ପରିବର୍ତ୍ତନ ହେବାର ଦେଖିଲା, ତା’ର ଆଶ୍ଚର୍ଯ୍ୟ ଏବଂ କ୍ରୋଧର ଠିକଣା ରହିଲାନି । କିନ୍ତୁ ସେ ସେଇ ସମୟରେ ଚୁପ୍ ରହିବାକୁ ସ୍ଥିର କଲା ।

 

ଦିନେ ରେମଣ୍ଡ ତା’ ସାନଭାଇର ଏକ ଜଙ୍ଗଲୀ ଘୁଷୁରି ସହିତ ଲଢ଼େଇରେ ମରିଯିବା ଖବର ଶୁଣିଲା । ସେ ଭାବିଲା ମେଲୁସିନା ରୂପି ନାଗୁଣୀ ଯୋଗୁ ତା’ ଉପରେ ଏମିତି ଦୁର୍ଭାଗ୍ୟ ଆସି ପଡ଼ିଲା । ସେ କ୍ରୋଧିତ ହୋଇ ଚିତ୍କାର କଲା, ‘‘ନାଗୁଣୀ, ତୋ ଯୋଗୁ ଆଜି ମତେ ଏତେ କଷ୍ଟ ଭୋଗିବାକୁ ପଡ଼ୁଛି ?’’’

 

ସ୍ୱାମୀଙ୍କର ଏହି କଠୋର ଶବ୍ଦ ଶୁଣି ମେଲୁସିନା ବେହୋସ ହେଇଗଲା । ଯେତେବେଳେ ତା’ର ହୋସ ଆସିଲା ସେ ସେଠାରୁ ଚାଲିଯିବା ପାଇଁ ଚିନ୍ତା କଲା । ସେତେବେଳେ ସେଠାରେ ଆଲବାନିଆର ରାଜା ପତ୍ନୀ ପ୍ରେସିନା ସହିତ ଆସି ପହଞ୍ଚିଲେ । ତା’ର ଦୁଇ ଭଉଣୀ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ ।

 

ପ୍ରେସିନା କନ୍ୟା ମେଲୁସିନାକୁ କହିଲେ, ‘‘ଝିଅ, ତୁ ବହୁତ କଷ୍ଟ ସହିଲୁଣି କିନ୍ତୁ ଏବେ କଷ୍ଟ ଶେଷ ହେବାର ସମୟ ଆସି ପହଞ୍ଚିଛି । ଅତିଶୀଘ୍ର ତୋ’ର ଏକ ପୁତ୍ର ହେବ ତା’ପରେ ତୋତେ ପିତାଙ୍କ ଅଭିଶାପରୁ ମୁକ୍ତି ମିଳିଯିବ ?’’’

 

ତା’ପରେ ଆଲବାନିଆର ରାଜା ରେମଣ୍ଡକୁ କହିଲେ, ‘‘ମୋ କନ୍ୟା ମୋ ଅଭିଶାପ ଯୋଗୁ ପ୍ରତ୍ୟେକ ଶନିବାର ଦିନ ନାଗୁଣୀରେ ପରିବର୍ତ୍ତିତ ହୋଇଯାଏ । କିନ୍ତୁ ସେ ତୁମକୁ ବହୁତ ଭଲ ପାଉଛି । ତା’ ଭଲପାଇବା ବୁଝିବାକୁ ଚେଷ୍ଟା କର ?’’’

 

ରେମଣ୍ଡ ତା’ ନିଜର ଭୁଲ ବୁଝିପାରିଲା । ସେ କହିଥିବା କଠୋର ଶବ୍ଦ ପାଇଁ ମେଲୁସିନା ମଧ୍ୟ ତାକୁ କ୍ଷମା କରିଦେଲା । ଆଲବାନିଆର ରାଜା ରେମଣ୍ଡକୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିଦେଲେ ଏବଂ ସେ ତାଙ୍କ ସହିତ ନିଜ ରାଜଧାନୀକୁ ନେଇଗଲେ । ତା’ପରେ ସେମାନେ ସାଙ୍ଗ ହୋଇ ଆନନ୍ଦରେ ରହିବାକୁ ଲାଗିଲେ ।

 

କୃଷକର ବୁଦ୍ଧି

(ଭାରତର ଲୋକକଥା)

 

ବିଜୟନଗର ଆସିବା ପୂର୍ବରୁ ତେନାଲୀରାମ ଏକ ଛୋଟ ଗାଁରେ ରହୁଥିଲେ । ସେ କେବଳ ନିଜ ଗାଁରେ ନୁହେଁ, ଆଖପାଖ ଗାଁରେ ମଧ୍ୟ ସେ ଜଣେ କବି ଭାବେ ପ୍ରସିଦ୍ଧ ଥିଲେ । ରାଜା କୃଷ୍ଣଦେବରାୟଙ୍କ ଦରବାରରେ ସ୍ଥାନ ପାଇବାକୁ ତାଙ୍କର ଇଛା ଥିଲା ।

 

ଦିନେ ବିଜୟନଗରର ରାଜଗୁରୁ ତଥାଚାରୀ ତେନାଲୀଙ୍କ ଗାଁ’କୁ ଆସିଲେ । ତେନାଲୀ ରାଜଗୁରୁଙ୍କୁ ସାକ୍ଷାତ୍‍ କରିବାପାଇଁ ଚିନ୍ତା କଲେ, କାରଣ ତାଙ୍କର ବିଶ୍ୱାସ ଥିଲାକି ରାଜା କୃଷ୍ଣଦେବରାୟଙ୍କ ଦରବାରରେ କୌଣସି ପଦ ପାଇବାକୁ ରାଜଗୁରୁ ତାଙ୍କୁ ସାହାଯ୍ୟ କରିବେ । ରାଜା କୃଷ୍ଣଦେବରାୟ କଳା ଏବଂ କଳାକାରଙ୍କ ପୃଷ୍ଠପୋଷକ ଥିଲେ, ସେଥିପାଇଁ ସେ ପ୍ରସିଦ୍ଧ । ରାଜଗୁରୁଙ୍କ ପାଖରେ ପହଞ୍ଚି ତେନାଲୀ ତାଙ୍କୁ ନିଜର କବିତା ଶୁଣେଇବାକୁ ଇଛା ପ୍ରକାଶ କଲେ । ରାଜଗୁରୁ ତେନାଲୀଙ୍କ କବିତା ଶୁଣି ବହୁତ ପ୍ରଭାବିତ ହେଲେ କିନ୍ତୁ ଯେତେବେଳେ ତେନାଲୀ ତାଙ୍କୁ ସାଙ୍ଗରେ ରାଜଦରବାରକୁ ନେଇ ଯିବାକୁ କହିଲେ ସେତେବେଳେ ତେନାଲୀ ପ୍ରତି ତାଙ୍କର ବ୍ୟବହାର ବଦଳିଗଲା । ତେନାଲୀ କଥାକୁ ଏଡ଼େଇ ଦେବା ପାଇଁ ସେ କହିଲେ, ‘‘ମୁଁ ଠିକ୍ ସମୟରେ ତୁମକୁ ଖବର ଦେଇ ରାଜଧାନୀକୁ ଡାକିବି ?’’’ ତେନାଲୀ ରାଜଗୁରୁଙ୍କ କଥାକୁ ବିଶ୍ୱାସ କରି ଘରକୁ ଫେରି ଆସିଲା । କିନ୍ତୁ କିଛି ସପ୍ତାହ ଚାଲିଗଲା ପରେବି ଯେତେବେଳେ ରାଜଗୁରୁଙ୍କ ପାଖରୁ କୌଣସି ଖବର ନ ଆସିଲା, ସେତେବେଳେ ତେନାଲୀ ନିଜେ ପରିବାରକୁ ସାଥିରେ ଧରି ବିଜୟନଗର ଆସିବାକୁ ସ୍ଥିର କଲେ ।

 

ରାଜଗୁରୁଙ୍କୁ ସାକ୍ଷାତ୍‍ କରିବା ପାଇଁ ଯେତେବେଳେ ତାଙ୍କ ଘରପାଖରେ ପହଞ୍ଚିଲେ, ସେ ତାକୁ ଧକ୍କା ଦେଇ ବାହାର କରିଦେବା ପାଇଁ ତାଙ୍କ ଅଙ୍ଗରକ୍ଷୀଙ୍କୁ ଆଦେଶ ଦେଲେ । ତେନାଲୀ ଅପମାନିତ ହୋଇ ସ୍ଥିର କଲେ ଦିନେ ନା ଦିନେ ରାଜଗୁରୁଙ୍କୁ ତାଙ୍କ କୃତକର୍ମ ପାଇଁ ଉଚିତ ଶିକ୍ଷା ଦେବେ । ତା’ପରେ ସେ ଏକୁଟିଆ ରାଜାଙ୍କ ଦରବାରରେ ପହଞ୍ଚିଲେ । ସେଇ ସମୟରେ ଦରବାରରେ ଜଣେ ଯାଦୁଗର ନିଜର କରାମତି ଦେଖାଉଥିଲା । ତା’ର କରାମତି ଦେଖି ସମସ୍ତ ଦରବାରୀ ଆଶ୍ଚର୍ଯ୍ୟ ହେଉଥିଲେ । ଯାଦୁ ଖେଳ ଶେଷ କଲାପରେ ଯାଦୁଗର ରାଜାଙ୍କୁ କହିଲା ମହାରାଜ ! ଆପଣଙ୍କ ଦରବାରରେ ମୋ ଭଳି ଯାଦୁ କେହି ବି ଦେଖେଇ ପାରିବେନି ।

 

ଏକଥା ଶୁଣିଲା ପରେ ବି କୌଣସି ଦରବାରୀ ଯାଦୁଗର ସହିତ ବାଜି ଲଗେଇଲେ ନାହିଁ । ଏମିତିକି ନିଜର ଦକ୍ଷତା ଏବଂ ଚମତ୍କାରିତାର ଢୋଲ ପିଟିବା ବାଲା ରାଜଗୁରୁ ବି ଚୁପ୍‌ଚାପ୍ ବସିଥିଲେ । ଚତୁର ତେନାଲୀ ପରିସ୍ଥିତିର ଲାଭ ଉଠେଇବାକୁ ସ୍ଥିର କଲେ । ସେ ରାଜାଙ୍କୁ ପ୍ରଣାମ କରି ନିଜର ପରିଚୟ ଦେଇ କହିଲେ, ମୁଁ ଏହି ଯାଦୁଗରର ବାଜି ସ୍ୱୀକାର କରୁଛି । ମୁଁ ତାଙ୍କୁ ପରାସ୍ତ କରିବି ।

 

ରାଜା କହିଲେ, ମୁଁ ତୁମର ଆତ୍ମବିଶ୍ୱାସରେ ପ୍ରଭାବିତ ହେଲି, କିନ୍ତୁ ମନେରଖ, ଯଦି ତୁମେ ପରାସ୍ତ ହେବ ତା’ହେଲେ ତୁମକୁ ଦଣ୍ଡ ଦିଆଯିବ, ଜିତିଲେ ତୁମକୁ ଉଚିତ ପୁରସ୍କାର ବି ପ୍ରଦାନ କରାଯିବ ।

 

ତେନାଲୀ ରାଜାଙ୍କୁ ବାଲି ଭର୍ତ୍ତି ହୋଇଥିବା ଏକ ମୁଣି ବ୍ୟବସ୍ଥା କରିବାକୁ କହିଲେ । ତା’ପରେ ଯାଦୁଗରକୁ କହିଲେ, ‘‘ମୁଁ ମୋ ଆଖି ବନ୍ଦ କରି ଏହି ଯାଦୁ ଦେଖେଇବି କିନ୍ତୁ ତୁମକୁ ଆଖି ଖୋଲିକି ଯାଦୁ ଦେଖେଇବାକୁ ପଡ଼ିବ । ଯାଦୁଗର ତେନାଲୀର ସର୍ତ୍ତକୁ ତୁରନ୍ତ ସ୍ୱୀକାର କଲା । ସେ ତେନାଲୀର ମୂର୍ଖାମୀ ଦେଖି ମନ ଭିତରେ ଖୁସି ହେଲା ?’’’

 

ତେନାଲୀ ନିଜ ଥଳୀରୁ କିଛି ବାଲି ବାହାର କରି ଆଖି ବନ୍ଦ କରି ନିଜ ଆଖି ଉପରେ ଢାଳିଲା । ତା’ପରେ ଯାଦୁଗର ଆଡ଼କୁ ବାଲି ଥଳୀଟି ବଢ଼େଇ କହିଲା ଏବେ ଏହି ଚମତ୍କାରିତା ତୁମେ କରିକି ଦେଖାଅ ।

 

ଯାଦୁଗର ଖୋଲା ଆଖିରେ କେମିତି ଭଲା ବାଲି ଢାଳିଥାନ୍ତା । ତେଣୁ ସେ ନିଜର ପରାଜୟ ସ୍ୱୀକାର କଲା । ତା’ପରେ ରାଜା ଏବଂ ସମସ୍ତ ଦରବାରୀ ତେନାଲୀର ଯାଦୁ ଦେଖି ହସିବାକୁ ଲାଗିଲେ ।

 

ତା’ପରେ ରାଜା ଖୁସି ହୋଇ ତେନାଲୀକୁ କହିଲେ, ଯୁବକ, ଆଜିଠାରୁ ତୁମେ ବି ଆମର ଦରବାରୀ ହେଲ, ମୋ ଦରବାରରେ ତୁମ ଭଳି ବୁଦ୍ଧିମାନ ବ୍ୟକ୍ତିଙ୍କ ଆବଶ୍ୟକତା ଅଛି । ତା’ପରଠାରୁ ତେନାଲୀ ବିଜୟନଗରରେ ରହିବାକୁ ଲାଗିଲେ ।

 

ଚକ୍‌ମକ୍ ମୋତି

(ଚୀନର ଲୋକକଥା)

 

ଅନେକ ବର୍ଷ ତଳର କଥା, ଡବାଙ୍ଗ-ହୋ ନଦୀ କୂଳରେ ଏକ ଗୁମ୍ଫାରେ ଜେଡ଼ ଡ୍ରାଗନ ରହୁଥିଲା । ତା’ର ରଙ୍ଗ ବରଫ ଭଳି ଧଳା ଥିଲା । ସେଇ ନଦୀ ପାଖରେ ଏକ ଘନ ଜଙ୍ଗଲରେ ତା’ର ମିତ୍ର ସୁନେଲୀ ଫିନିକ୍‌ସ ରହୁଥିଲା । ଡ୍ରାଗନ ଏବଂ ଫିନିକ୍‍ସ ମଧ୍ୟରେ ଗଭୀର ବନ୍ଧୁତା ଥିଲା । ସେମାନେ ଦୁହେଁ ସବୁବେଳେ ସାଙ୍ଗ ହୋଇ ବୁଲୁଥିଲେ । ଦିନେ ବୁଲୁବୁଲୁ ସେମାନେ ପରୀମାନଙ୍କ ଦ୍ୱୀପକୁ ଚାଲିଗଲେ । ସେଠାରେ ସେମାନଙ୍କୁ ଏକ ଚମକୁଥିବା ପଥର ମିଳିଲା । ସେମାନେ ତା’ର ସୈାନ୍ଦର୍ଯ୍ୟରେ ବହୁତ ପ୍ରଭାବିତ ହେଲେ ।

 

ସୁନେଲୀ ଫିନିକ୍‍ସ ଜେଡ଼ ଡ୍ରାଗନକୁ କହିଲା, ‘‘ଏହି ପଥରଟି କେତେ ସୁନ୍ଦର !’ ଜେଡ଼ ଡ୍ରାଗନ କହିଲା, ଏହି ପଥରକୁ ସାଇଜ୍ କରି ମୋତି ତିଆରି କରିବା ଉଚିତ ।

 

ସୁନେଲି ଫିନିକ୍‍ସ ଡ୍ରାଗନର ଏହି କଥାରେ ରାଜି ହେଇଗଲା । ତା’ପରେ ସେମାନେ ଏହି ପଥରଟିକୁ ଚିକ୍କଣ କରିବା କାମରେ ଲାଗିଗଲେ । ସେମାନେ କିଛିଦିନଯାଏଁ କଠିନ ପରିଶ୍ରମ କଲେ । ଯାହାର ପରିଣାମସ୍ୱରୂପ ସେଇ ଚମକୁଥିବା ପଥରଟି ଏକ ଚକ୍‌ମକ୍ ମୋତିରେ ବଦଳିଗଲା । ଦୁହିଁଙ୍କୁ ସେଇ ମୋତିଟି ଏତେ ଭଲ ଲାଗିଲା ଯେ ସେମାନେ ଘରକୁ ନ ଫେରି ସେଠାରେ ରହିଯିବାକୁ ସ୍ଥିର କରିନେଲେ । ତା’ପରଠୁ ସେ ଦୁହେଁ ସେଇ ପରୀଙ୍କ ଦ୍ୱୀପରେ ରହିବାକୁ ଲାଗିଲେ । ସେଥିରେ ଯାଦୁର ଶକ୍ତି ଥିଲା । ସେଇ ମୋତିର ଯାଦୁଦ୍ୱାରା ଦ୍ୱୀପଟିର ନକ୍ସା ବଦଳିଗଲା । ମୋତିର ଚମତ୍କାରିତା ଯୋଗୁ ସେଇ ଦ୍ୱୀପରେ ଥିବା ସବୁ ଗଛପତ୍ର ବର୍ଷସାରା ସବୁଜ ବନାନୀରେ ପରିପୂର୍ଣ୍ଣ ଥିଲା । ସେଠାରେ ସବୁ ଋତୁର ଫୁଲ ସବୁ ଏକା ସାଙ୍ଗରେ ଫୁଟୁଥିଲା ଏବଂ ଶସ୍ୟକ୍ଷେତ୍ରରେ ଶସ୍ୟବି ଭଲ ଉତ୍ପାଦନ ହେଉଥିଲା । ମୋତିର ଚମତ୍କାରିତା ଦେଖି ଫିନିକ୍‍ସ ଏବଂ ଡ୍ରାଗନ ବହୁତ ଖୁସି ହେଉଥିଲେ ।

 

ଦିନେ ସ୍ୱର୍ଗର ରାଣୀ ତାଙ୍କର କିଛି ସେବକଙ୍କ ସାଙ୍ଗରେ ପରୀଙ୍କ ଦ୍ୱୀପ ଉପର ଦେଇ ଯାଉଥିଲେ । ସେତେବେଳେ ତାଙ୍କ ନଜର ମୋତି ଉପରେ ପଡ଼ିଲା, ଯାହାର ଚମକରେ ସମ୍ପୂର୍ଣ୍ଣ ଦ୍ୱୀପ ଚମକୁଥିଲା । ସ୍ୱର୍ଗର ରାଣୀ ସେଇ ମୋତିକୁ ଦେଖିବା ପାଇଁ ସେଇ ଦ୍ୱୀପରେ ପହଞ୍ଚିଲେ । ଦ୍ୱୀପରେ ଡ୍ରାଗନ ଏବଂ ଫିନିକ୍‍ସ ସେଇ ମୋତିକୁ ଯତ୍ନର ସହିତ ଦେଖାଶୁଣା କରୁଥିଲେ । ସ୍ୱର୍ଗର ରାଣୀ ସେଇ ମୋତିର ସୌନ୍ଦର୍ଯ୍ୟରେ ବହୁତ ମୁଗ୍ଧ ହେଲେ । କୌଣସି ପ୍ରକାରେ ସେଇ ମୋତିଟିକୁ ପ୍ରାପ୍ତ କରିବାପାଇଁ ଚାହିଁଲେ । ସେ ତାଙ୍କର ଜଣେ ସୈନିକକୁ ରାତ୍ରିର ଘନ ଅନ୍ଧକାରରେ ସେଇ ମୋତିଟିକୁ ଚୋରେଇ ଆଣିବା ପାଇଁ ପଠେଇଲେ । ଯେତେବେଳେ ସୈନିକଟି ସେଇ ଦ୍ୱୀପରେ ପହଞ୍ଚିଲା ସେତେବେଳେ ଡ୍ରାଗନ ଏବଂ ସୁନେଲୀ ଫିନିକ୍‍ସ ଶୋଇଥିଲେ । ସୈନିକକୁ ମୋତି ଚୋରେଇବା ପାଇଁ ଏହାଠୁ ଭଲ ସୁଯୋଗ ମିଳି ନ ଥାନ୍ତା । ସେ ଚୁପ୍‌ଚାପ୍ ମୋତିଟି ନେଇ ଚାଲି ଆସିଲା । ସ୍ୱର୍ଗର ରାଣୀ ସେଇ ଅମୂଲ୍ୟ ମୋତିଟିକୁ ପାଇ ବହୁତ ଆନନ୍ଦିତ ହେଲେ । ସେ ମୋତିଟିକୁ ନିଜ ମହଲର ସବୁଠୁ ଭିତର କୋଠରିରେ ଲୁଚେଇ ଦେଲେ କାରଣ ତାଙ୍କୁ ଭୟ ଥିଲା କି ଡ୍ରାଗନ ଏବଂ ଫିନିକ୍‍ସ ମୋତି ଖୋଜି ଖୋଜି ଏଠାରେ ବି ପହଞ୍ଚି ଯାଇ ପାରନ୍ତି ।

 

ସକାଳୁ ଯେତେବେଳେ ଜେଡ଼ ଡ୍ରାଗନ ଏବଂ ସୁନେଲୀ ଫିନିକସଙ୍କର ନିଦ ଭାଙ୍ଗିଗଲା ମୋତି ଅଦୃଶ୍ୟ ହେଇ ଯାଇଥିବା ଦେଖି ବ୍ୟସ୍ତ ହୋଇ ପଡ଼ିଲେ । ସେମାନେ ସମ୍ପୂର୍ଣ୍ଣ ଦ୍ୱୀପରେ ମୋତିକୁ ଖୋଜିଲେ । ସଂଯୋଗବଶତଃ ସ୍ୱର୍ଗର ରାଣୀଙ୍କ ଜନ୍ମଦିନ ବି ସେଇଦିନ ପାଳନ କରାଯାଉଥିଲା । ସେଇ ଅବସରରେ ସମସ୍ତ ଦେବୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ମହଲକୁ ଆସିଲେ । ରାଣୀ ସମସ୍ତଙ୍କ ସାମ୍ନାରେ ସେଇ ମୋତିଟିକୁ ପ୍ରଦର୍ଶନ କରିବାର ଲାଳସାକୁ ଦବେଇ ପାରିଲେନି । ସେ ସମସ୍ତଙ୍କ ଉଦ୍ଦେଶ୍ୟରେ କହିଲେ ‘‘ମୋ ବାନ୍ଧବୀମାନେ, ମୁଁ ଆପଣମାନଙ୍କୁ ଏକ ଅମୂଲ୍ୟ ମୋତି ଦେଖେଇବାକୁ ଚାହୁଁଛି । ତା’ ଭଳି ଦ୍ୱୀତିୟ ମୋତି, ସ୍ୱର୍ଗ ଏବଂ ପୃଥିବୀ କେଉଁଠି ବି ମିଳିବନି । ଆପଣମାନେ ସେଇ ମୋତିଟିର ସୌନ୍ଦର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଯିବେ ?’’’ ତା’ପରେ ସେ ମହଲର ସେଇ କୋଠରୀକୁ ଯାଇ ଯାଦୁ ମୋତିଟିକୁ ଏକ ସୁନାର ପାତ୍ରରେ ରଖି ସଭାଗୃହକୁ ଫେରି ଆସିଲେ । ସାରା ସଭାଗୃହ ସେଇ ମୋତିଟିର ଚମକରେ ଚକ୍‌ମକ୍ କଲା । ସେଇ ମୋତିଟିର କିରଣ ସାମ୍ନାରେ ସମସ୍ତ ଆଲୋକ ଫିକା ପଡ଼ିଗଲା ।

 

ଏପଟେ ପରୀଙ୍କ ଦ୍ୱୀପରେ ଜେଡ଼ ଡ୍ରାଗନ ଏବଂ ସୁନେଲୀ ଫିନିକ୍‍ସ ବହୁତ ବ୍ୟସ୍ତ ହୋଇ ମୋତିକୁ ଖୋଜୁଥିଲେ । ସେତେବେଳେ ସୁନେଲୀ ଫିନିକ୍‍ସ ଆକାଶରେ ସେଇ ଉଜ୍ଜ୍ୱଳ ମୋତିଟିକୁ ଦେଖି ଜେଡ଼ ଡ୍ରାଗନକୁ କହିଲା, ‘‘ଆରେ ଏପଟେ ଦେଖ ! ଇଏ ଆମ ମୋତିର ଜ୍ୟୋତି ଭଳି ଜଣାପଡ଼ୁଛି । ଇଏ ଆକାଶକୁ କେମିତି ଚାଲି ଆସିଲା ?’’

 

ଜେଡ଼ ଡ୍ରାଗନ ବି ଉତ୍ସାହିତ ହୋଇ କହିଲା, ‘‘ହଁ, ହଁ ! ଏହା ନିଶ୍ଚୟ ଆମ ମୋତିର ଚମକ । ଚାଲ, ଆମେ ତାକୁ ଫେରେଇ ଆଣିବା ?’’’

 

ତା’ପରେ ସେମାନେ ତୁରନ୍ତ ଜୋରରେ ଆକାଶଆଡ଼କୁ ଉଡ଼ି ଚାଲିଲେ, ଯେଉଁଠୁ ମୋତିର ଆଲୋକ ଆସୁଥିଲା । ଅତିଶୀଘ୍ର ସେମାନେ ସ୍ୱର୍ଗର ରାଣୀଙ୍କ ମହଲରେ ପହଞ୍ଚିଗଲେ । ସେଠାରେ ପହଞ୍ଚି ସେମାନେ ମୋତିଟିକୁ ଦେଖି ଚିତ୍କାର କଲେ, ‘‘ଏହି ମୋତିଟି ଆମର, ଅତିଶୀଘ୍ର ଏହାକୁ ଫେରେଇ ଦିଅ ?’’’

 

ସ୍ୱର୍ଗର ରାଣୀ ତାଙ୍କ କଥା ଶୁଣି ରାଗିକି କହିଲେ, ‘‘କଣ କହି ଯାଉଛ? ମୋ ମହଲକୁ ଆସି ଏମିତି କଥା କହିବାକୁ ସାହସ କଲ କେମିତି ? ତୁମେ କଣ ଜାଣିନ ମୁଁ କିଏ ? ମୁଁ ଏହି ସାମ୍ରାଜ୍ୟର ମହାରାଣୀ । ଦୁନିଆର ସମସ୍ତ ଧନ ସମ୍ପତ୍ତି ହେଉଛି ମୋର । ତୁମେ ଦୁହେଁ ବେକାରଟାରେ ଏଠାକୁ ଆସିଛ ?’’’

 

ଜେଡ଼ ଡ୍ରାଗନ ଏବଂ ସୁନେଲୀ ଫିନିକ୍‍ସ ପ୍ରତିବାଦ କରି କହିଲେ ‘‘ଏହି ମୋତିଟି ସ୍ୱର୍ଗରେ ଉତ୍ପନ୍ନ ହୋଇନି । ଆମେ କେତେବର୍ଷ ଯାଏ କଠିନ ପରିଶ୍ରମ କରି ଏହାକୁ ତିଆରି କରିଛୁ ତେଣୁ ଏହା ଉପରେ ଆମର ଅଧିକାର ?’’’

 

ତାଙ୍କ କଥା ଶୁଣି ସ୍ୱର୍ଗର ରାଣୀ ବୁଝିଗଲେ କି ଏହି ଦୁହେଁ କୌଣସିମତେ ମୋତିଟିକୁ ଫେରେଇ ନେଇଯିବେ । ତେଣୁ ସେ ମୋତି ଥିବା ସୁନାର ପାତ୍ରଟିକୁ ଜୋରରେ ଜାବୁଡ଼ି ଧରିଲେ । ଜେଡ଼ ଡ୍ରାଗନ ଏବଂ ସୁନେଲୀ ଫିନିକ୍‍ସ ଝପଟି ଯାଇ ତାଙ୍କଠାରୁ ପାତ୍ରଟିକୁ ଛଡ଼େଇବାକୁ ଚେଷ୍ଟା କଲେ । ଏହି ଟଣାଟଣିରେ ମୋତି ପାତ୍ରଟିରୁ ଯାଇ ଛିଟିକି ତଳେ ପଡ଼ିଲା । ତାହା ଗଡ଼ି ଗଡ଼ି ସିଡ଼ି ପାଖରେ ପହଞ୍ଚିଲା ଏବଂ ପବନରେ ତଳକୁ ଖସିଗଲା ।

 

ଜେଡ଼ ଡ୍ରାଗନ ଏବଂ ସୁନେଲୀ ଫିନିକ୍‍ସ ସେଇ ମୋତିଟିକୁ ଧରିବା ପାଇଁ ତା’ ପଛରେ ତଳକୁ ଡେଇଁ ପଡ଼ିଲେ । ମୋତିଟି ତଳେ ପଡ଼ିବା ପୂର୍ବରୁ ସେମାନେ ତାକୁ ଧରିବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ଅସଫଳ ହେଲେ । ଯେମିତି ମୋତିଟି ତଳେ ପଡ଼ିଲା, ତାହା ସଫା, ଶୀତଳ ପାଣିର ସୁନ୍ଦର ଝରଣା ‘‘ୱେଷ୍ଟ ଲେକ’ରେ ବଦଳିଗଲା ।

 

ମୋତିଟିର ଏହି ପ୍ରକାର ଶେଷ ହେବା ଦେଖି ଜେଡ଼ ଡ୍ରାଗନ ଏବଂ ସୁନେଲୀ ଫିନିକ୍‍ସ ଦୁଃଖରେ ଭାଙ୍ଗି ପଡ଼ିଲେ । ମୋତିକୁ ହରେଇବା ଦୁଃଖ ସହି ନ ପାରି ସେମାନେ ନିଜକୁ ଦୁଇ ପର୍ବତରେ ପରିବର୍ତ୍ତନ କରିଦେଲେ । ‘ଜେଡ଼ ଡ୍ରାଗନ’ ଏବଂ ‘ଗୋଲଡେନ ଫିନିକ୍‍ସ’ ନାମରେ ଦୁଇଟି ପର୍ବତ ‘‘ୱେଷ୍ଟଲେକ’ ପାଖରେ ଆଜି ବି ରହିଛି ।

 

ଠେକୁଆର ବିବାହ ପ୍ରସ୍ତାବ

(ଜର୍ମାନୀର ଲୋକକଥା)

 

ଗୋଟିଏ ଗାଁରେ ଏକ ସୁନ୍ଦରୀ ଝିଅ ତା’ ମା’ ସହିତ ରହୁଥିଲା । ତାଙ୍କ ଘର ବାହାରେ ଏକ ସୁନ୍ଦର ବଗିଚା ଥିଲା । ସେଠାରେ ମା’ ଝିଅ ପ୍ରତିଦିନ ସନ୍ଧ୍ୟାରେ ବୁଲନ୍ତି । ସେଇ ବଗିଚାରେ ବହୁତ କୋବି ଗଛ ଥିଲା ।

 

ଦିନେ ଗୋଟିଏ ଠେକୁଆ ବଗିଚା ଭିତରକୁ ଯାଇ କୋବି ଖାଇବାକୁ ଲାଗିଲା । ଏହା ଦେଖି ମା’ ଝିଅକୁ କହିଲା ‘‘ଅତିଶୀଘ୍ର ଯାଇ ସେଇ ଠେକୁଆକୁ ଭଗେଇଦେ । ମା’ କଥା ଶୁଣି ଝିଅ ବଗିଚାକୁ ଯାଇ ଚିତ୍କାର କଲା ‘ସୁ.....ସୁ’ ଜଲଦି ଏଠାରୁ ପଳା । କିନ୍ତୁ ଠେକୁଆ ହସି କହିଲା, ‘‘ମୋ ଲାଞ୍ଜରେ ବସିପଡ଼, ମୁଁ ତୁମକୁ ମୋ ଘରକୁ ନେଇଯିବି ?’’’ କିନ୍ତୁ ଝିଅଟି ତା’ କଥାକୁ ଟାଳି ଦେଲା ।

 

ପରଦିନ ଠେକୁଆ ପୁଣି ବଗିଚାକୁ ଆସି ଡେଇଁ ଡେଇଁ କୋବି ଖାଇବାରେ ଲାଗିଲା । ଝିଅଟି ଯେତେବେଳେ ତାକୁ ଚାଲି ଯିବା ପାଇଁ କହିଲା, ସେ ପୁଣିଥରେ ସେଇ କଥାର ପୁନାରବୃତ୍ତି କଲା । ଝିଅଟି ପୁଣି ଠେକୁଆକୁ ମନା କରିଦେଇ ତାକୁ ସେଠାରୁ ତଡ଼ି ଦେଲା ।

 

କିନ୍ତୁ ଠେକୁଆ କୋଉ ମାନିବା ବାଲା ଥିଲା । ପରଦିନ ପୁଣିଥରେ ଡେଇଁ କୁଦି ବଗିଚାକୁ ଆସିବାକୁ ଲାଗିଲା ଏବଂ ଆନନ୍ଦରେ କୋବି ଖାଇବାକୁ ଲାଗିଲା । ଝିଅଟି ଯେତେବେଳେ ତାକୁ ଘଉଡ଼େଇବାକୁ ବଗିଚାକୁ ଆସିଲା, ଠେକୁଆ ପୁଣିଥରେ ତାକୁ ସେଇ ପ୍ରସ୍ତାବ ଦେଲା । ଏଥର ଝିଅଟି ତା’ ସାଙ୍ଗରେ ଯିବାକୁ ପ୍ରସ୍ତୁତ ହେଇଗଲା ।

 

ଠେକୁଆ ତାକୁ ଲାଞ୍ଜ ଉପରେ ବସେଇ ତା’ ଘରକୁ ନେଇଗଲା ଏବଂ ତାକୁ କହିଲା ଭୋକ ଲାଗିଲାଣି ଅତିଶୀଘ୍ର ମୋ ପାଇଁ ଖାଦ୍ୟ ପ୍ରସ୍ତୁତ କର ।

 

ଝିଅଟି ଠେକୁଆ ପାଇଁ ସୁସ୍ୱାଦୁ ଖାଦ୍ୟ ତିଆରି କରି ଟେବୁଲ ଉପରେ ସଜେଇ ରଖିଦେଲା । ତା’ପରେ ଠେକୁଆ ଆନନ୍ଦରେ ସେଇ ସ୍ୱାଦିଷ୍ଟ ଖାଦ୍ୟ ଖାଇଲା । ଖାଇ ପିଇ ସାରି କହିଲା ‘‘ମୁଁ ତୁମ ଉପରେ ବହୁତ ଖୁସି, ଏବେ ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି । ମୋ’ଠାରୁ ଭଲ ସ୍ୱାମୀ ଆଉ ତୁମକୁ ମିଳିବେନି ?’’’

 

ଠେକୁଆର ପ୍ରସ୍ତାବ ଶୁଣି ଝିଅଟି ଆଶ୍ଚର୍ଯ୍ୟ ହେଇଗଲା । ସେ ଜାଣିଗଲା ଠେକୁଆଟି ତାକୁ ବିବାହ କରିବା ପାଇଁ ଫୁସଲା ଫୁସଲି କରି ଏଠାକୁ ନେଇ ଆସିଛି । କିନ୍ତୁ ସେଇ ସମୟରେ ସେ ନିରବ ରହିବାକୁ ଉଚିତ ମନେକଲା । ତା’ପରେ ଠେକୁଆ ତାକୁ କହିଲା, ‘‘ଏବେ ତୁମେ ଅତିଶୀଘ୍ର ପ୍ରସ୍ତୁତ ହେଇଯାଅ, ବାହାଘର ପାଇଁ ମୁଁ ଅତିଥିମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛି । ଆଜି ସନ୍ଧ୍ୟାରେ ଆମର ବାହାଘର ହେବ ?’’’ ଏହା କହି ସେ ଘରର କବାଟରେ ତାଲା ପକେଇ ସେଠାରୁ ଚାଲିଗଲା ।

 

ଝିଅଟି ଠେକୁଆ ଘରୁ ଅତିଶୀଘ୍ର ଲୁଚି ଚାଲିଯିବା ପାଇଁ ଚାହୁଁଥିଲା । କିନ୍ତୁ କବାଟ ବନ୍ଦ ଥିବାରୁ ସେ ସଫଳ ହେଇ ପାରିଲା ନାହିଁ । ସନ୍ଧ୍ୟାରେ ସମସ୍ତ ଅତିଥି ଘର ବାହାରେ ଥିବା ଏକ ପଡ଼ିଆରେ ଏକାଠି ହେଲେ । ଜଙ୍ଗଲର ସମସ୍ତ ଜୀବଜନ୍ତୁ ତା’ ବାହାଘରରେ ଯୋଗଦେବା ପାଇଁ ଆସିଥିଲେ । କୁଆ ପୂଜକ ହୋଇ ସେଠାକୁ ଆସିଥିଲା, କୋକିଶିଆଳୀ ସୁନ୍ଦର ଗୀତ ଗାଇ ଅତିଥିଙ୍କ ମନୋରଞ୍ଜନ କରୁଥିଲା । ଝିଅଟି ସେଠାରୁ ଚାଲିଯିବା ପାଇଁ କୌଣସି ଉପାୟ ଚିନ୍ତା କରୁଥିଲା, ସେତେବେଳେ ଠେକୁଆ ଘର ବାହାରେ ଥାଇ କହିଲା, ‘‘କବାଟ ଖୋଲ! କବାଟ ଖୋଲ! ସମସ୍ତ ଅତିଥି ଆମକୁ ଅପେକ୍ଷା କରି ରହିଛନ୍ତି ?’’’ ଝିଅଟି ଠେକୁଆର କଥା ଶୁଣି କୌଣସି ଉତ୍ତର ନ ଦେଇ କେବଳ କାନ୍ଦିବାକୁ ଲାଗିଲା । ଠେକୁଆ କିଛି ସମୟ ସେଠାରେ ଛିଡ଼ା ହେଇ ତା’ପରେ ଚୁପ୍‌ଚାପ୍ ସେଠାରୁ ଚାଲିଗଲା ।

 

କିଛି ସମୟ ପରେ ପୁଣି ଆସି ଠେକୁଆ କହିଲା, ‘‘କବାଟ ଖୋଲ! କବାଟ ଖୋଲ ! ଆମ ଅତିଥିମାନେ ଭୋଜନ କରୁଛନ୍ତି ?’’’ କିନ୍ତୁ ଝିଅଟି କିଛିବି ଉତ୍ତର ନ ଦେଇ ଖାଲି କାନ୍ଦିବାକୁ ଲାଗିଲା । ଠେକୁଆ ଝିଅଟିକୁ ବହୁତ ବୁଝେଇବାକୁ ଚେଷ୍ଟା କଲା କିନ୍ତୁ କିଛି ଲାଭ ହେଲାନି । ତା’ପରେ ସେ ସେଠାରୁ ଚାଲିଗଲା । ପୁଣି କିଛି ସମୟପରେ ଫେରି ଆସି ଚିତ୍କାର କଲା, ‘‘କବାଟ ଖୋଲ! କବାଟ ଖୋଲ ! ସମସ୍ତ ଅତିଥି ମଉଜ ମସ୍ତି କରୁଛନ୍ତି ?’’’ ଯେତେବେଳେ ଝିଅଟି କୌଣସି ଉତ୍ତର ଦେଲାନି, ଠେକୁଆ ରାଗି ସେଠାରୁ ଚାଲିଗଲା । ଏଥର ଝିଅଟିକୁ ମାରିଦେବା ପାଇଁ ମନ ଭିତରେ ସ୍ଥିର କଲା ।

 

ସେତେବେଳେ ସେଠାରୁ ଚାଲି ଯିବାପାଇଁ ଝିଅଟିର ମନକୁ ଉପାୟଟିଏ ଆସିଲା । ସେ ଏକ କଣ୍ଢେଇକୁ ନିଜର ପୋଷାକ ପିନ୍ଧେଇ ଦେଇ ତା’ ହାତରେ ଗୋଟେ ଚାମଚ ଧରେଇ ଦେଲା ଏବଂ ତା’ କୋଳରେ ଏକ ପାତ୍ର ରଖିଦେଇ ବସେଇ ଦେଲା । ତା’ପରେ ଚୁପ୍‌ଚାପ୍ କବାଟ ଖୋଲି ତା’ ମା’ ପାଖକୁ ଚାଲିଗଲା ।

 

ସେ ଯିବାପରେ ଠେକୁଆ ହାତରେ ଏକ ଭାରି ହାତୁଡ଼ି ନେଇ ସେଠାରେ ପହଞ୍ଚିଲା ଏବଂ ଘରକୁ କାଟି ହାଣି ଭିତରକୁ ଗଲା । ସେ କଣ୍ଢେଇର ମୁଣ୍ଡ ଉପରେ ଜୋରରେ ହାତୁଡ଼ିରେ ମାରିଲା । କଣ୍ଢେଇଟି ଗଡ଼ି ପଡ଼ିଲା । ଠେକୁଆ ବୁଝିଗଲା କି ତା’ର ହେବାକୁ ଯାଉଥିବା ପତ୍ନୀ ଲୁଚି ଚାଲି ଯାଇଛି । ତା’ପରେ ସେ ବିଚରା କୋଡ଼ି କଚାଡ଼ି ହେଇ ରହିଲା ?

 

ବୃଦ୍ଧ ବ୍ୟକ୍ତିଙ୍କ ପ୍ରାଣରକ୍ଷା

(ସର୍ବିୟା ଲୋକକଥା)

 

ପ୍ରାଚୀନ କାଳରେ ଏକ ପ୍ରଥା ଥିଲାକି ଯେବେ କୌଣସି ବ୍ୟକ୍ତିକୁ ଷାଠିଏ ବର୍ଷ ହେଇ ଯାଉଥିଲା, ତାଙ୍କୁ ରାଜ୍ୟ ବାହାର ଜଙ୍ଗଲରେ ଭୋକ ଉପାସରେ ଛାଡ଼ି ଦିଆଯାଉଥିଲା । ଏହାର କାରଣ, ସେମାନଙ୍କ ଭାବନା, ସମାଜରେ କେବଳ ସୁସ୍ଥ ଏବଂ ଯୁବକ ବ୍ୟକ୍ତି ଜୀବିତ ରୁହନ୍ତୁ । ଜଣେ ବ୍ୟକ୍ତିଙ୍କୁ ନିକଟରେ ଷାଠିଏ ବର୍ଷ ହେବାର ଥିଲା । ତାଙ୍କର ଗୋଟିଏ ଯୁବକ ପୁଅ ଥିଲା, ଯିଏ ତା’ ବାପାଙ୍କୁ ବହୁତ ଭଲ ପାଉଥିଲା । ପୁଅ ଚାହୁଁନଥିଲା କି ତା’ ବାପାଙ୍କୁ ମଧ୍ୟ ଅନ୍ୟ ବୃଦ୍ଧ ବ୍ୟକ୍ତିଙ୍କ ଭଳି ଜଙ୍ଗଲକୁ ପଠେଇ ଦିଆଯାଉ । ଏଥିପାଇଁ ସେ ତା’ ବାପାଙ୍କୁ ଘରର ଏକ ଗୁପ୍ତ କୋଠରୀରେ ଲୁଚେଇ ଦେଲା ଏବଂ ତାଙ୍କର ପ୍ରତ୍ୟେକ ସୁଖ ସୁବିଧା ପ୍ରତି ଧ୍ୟାନ ରଖିଲା ।

 

ଦିନେ ଯୁବକଟି ତା’ ପଡ଼ୋଶୀ ସହିତ ସର୍ତ୍ତ ରଖିଲା, ସକାଳ ହେଲେ ପ୍ରଥମ ସୂର୍ଯ୍ୟ କିରଣ କିଏ ଆଗ ଦେଖିବ । ସେ ତା’ ବାପାଙ୍କୁ ସର୍ତ୍ତ ବିଷୟରେ କହିଲା । ତା’ ବାପା ତାକୁ ଉପଦେଶ ଦେଇ କହିଲେ ‘‘ଧ୍ୟାନ ଦେଇ ଶୁଣ, ଯେଉଁ ସ୍ଥାନରେ ତୁ ସୂର୍ଯ୍ୟଙ୍କ କିରଣ ଦେଖିବାକୁ ଅପେକ୍ଷା କରିବୁ, ସେଠାରେ ସବୁ ଲୋକ ପୂର୍ବ ଦିଗ ଆଡ଼କୁ ଚାହିଁବେ କିନ୍ତୁ ତୁ ଯଦି ତା’ର ବିପରୀତ ପଶ୍ଚିମ ଦିଗକୁ ଚାହିଁବୁ, ତା’ହେଲେ ପଶ୍ଚିମ ଦିଗରେ ସୁଦୂର ପାହାଡ଼ ଉପରକୁ ନଜର ରଖିବୁତ ତୁ ସର୍ତ୍ତ ଜିତିଯିବୁ ?’’’

 

ଯୁବକଟି ସେମିତି କଲା ଯେମିତି ତା’ ବାପା କହିଥିଲେ । ସେ ସବୁଠୁ ପ୍ରଥମେ ସୂର୍ଯ୍ୟ କିରଣ ଦେଖିଲା । ଯେତେବେଳେ ଲୋକେ ତାକୁ ପଚାରିଲେ, ଏମିତି କରିବାକୁ ତୁମକୁ କିଏ ଶିଖେଇଲା ! ସେ ସମସ୍ତଙ୍କୁ କହିଦେଲା, ସେ ତା’ ବାପାଙ୍କୁ ସୁରକ୍ଷିତ ସ୍ଥାନରେ ଲୁଚେଇ ରଖିଥିଲା, ତା’ ବାପା ତାକୁ ଏହି କଥା ଶିଖେଇ ଥିଲେ । ତା’ ବାପା ତାକୁ ସବୁବେଳେ ଉଚିତ ଉପଦେଶ ଦିଅନ୍ତି ।

 

ଏକଥା ଶୁଣି ସମସ୍ତେ ହୃଦୟଙ୍ଗମ କଲେକି, ବୟସ୍କ ବ୍ୟକ୍ତିମାନେ ଅଧିକ ପରିପକ୍ୱ ଏବଂ ଅନୁଭବି ହୋଇଥାନ୍ତି । ତେଣୁ ତାଙ୍କୁ ସମ୍ମାନ ଦେବା ଉଚିତ । ଏହା ପରଠୁ ସେଠାରେ ବୟସ୍କ ବ୍ୟକ୍ତିଙ୍କୁ ରାଜ୍ୟରୁ ବାହାର କରିଦେବା ସମ୍ପୂର୍ଣ୍ଣ ବନ୍ଦ ହେଇଗଲା ।

 

ଉଚିତ ଶିକ୍ଷା

(ଭାରତର ଲୋକକଥା)

 

ଦିନେ ସକାଳୁ ତେନାଲିରାମ ପ୍ରତିଦିନ ଭଳି ଚାଲିବାକୁ ବାହାରିଲା । ସେତେବେଳେ ସେ ରାଜଗୁରୁ ତଥାଚାରୀଙ୍କୁ ନଦୀ ଆଡ଼କୁ ଯାଉଥିବାର ଦେଖିଲା । ଚତୁର ତେନାଲୀ ତୁରନ୍ତ ତଥାଚାରୀଙ୍କୁ ଉଚିତ ଶିକ୍ଷା ଦେବାପାଇଁ ଯୋଜନା କଲା । ସେ ଚୁପ୍‌ଚାପ୍‍ ତଥାଚାରୀଙ୍କ ପିଛା କରି ନଦୀ ପାଖରେ ପହଞ୍ଚିଲା । ଯେତେବେଳେ ରାଜଗୁରୁ ନଦୀ କୂଳରେ ପୋଷାକ ଓହ୍ଲେଇ ନଦୀ ଭିତରକୁ ପ୍ରବେଶ କଲେ ତେନାଲୀ ସୁଯୋଗ ଦେଖି ତାଙ୍କ ପୋଷାକ ଉଠେଇ ନେଲା । ତା’ପରେ ଚିତ୍କାର କରି କହିଲା, ‘‘ଗୁରୁରାଜ ଏହି ନଦୀରେ ମଗର ମାଛ ଅଛି ଜଲଦି ବାହାରକୁ ଚାଲି ଆସନ୍ତୁ ?’’’

 

ମଗରମାଛ ନାଁ ଶୁଣି ତଥାଚାରୀ ଭୟରେ ନଦୀରୁ ଧାଇଁ ବାହାରି ଆସିଲେ । ସେତେବେଳେ ସେ ଦେଖିଲେ, ତେନାଲୀ ତାଙ୍କ ପୋଷାକ ନେଇ ଚାଲି ଯାଉଛି । ଏହା ଦେଖି ସେ ରାଗରେ ଚିତ୍କାର କଲେ, ‘‘ତେନାଲୀ, ଇଏ କି ଦୁଷ୍ଟାମି କରୁଛୁ ? ମୋ ପୋଷାକ ତୁରନ୍ତ ଫେରେଇଦେ, ନ ହେଲେ ତୁମ ନାଁରେ ରାଜାଙ୍କ ପାଖରେ ଅଭିଯୋଗ କରିବି ?’’’

 

ତା’ପରେ ତେନାଲୀ କହିଲା, ‘‘ଗୁରୁରାଜ, ମୁଁ ଆପଣଙ୍କର ପୋଷାକ ଫେରାଇ ଦେବି, କିନ୍ତୁ ଏହା ବଦଳରେ ମତେ ପିଠିରେ ବସେଇ ଆପଣଙ୍କୁ ଘର ପର୍ଯ୍ୟନ୍ତ ନେଇ ଯିବାକୁ ପଡ଼ିବ ?’’’ ରାଜଗୁରୁ କହିଲେ, ‘‘ଏହା କେମିତି କଥା ! ମୁଁ ତୁମକୁ ପିଠିରେ ବସେଇ କେମିତି ଚାଲିପାରିବି ?’’

 

‘‘ଏମିତି କଥା ଯଦି ତା’ହେଲେ ମୁଁ ଚାଲିଲି ନ ହେଲେ ନିଜେ ଭାବନ୍ତୁ ଆପଣ କେମିତି ଘରେ ପହଞ୍ଚିବେ ?’’’

 

ତେନାଲୀ ମନ ଭିତରେ ହସୁଥିଲା । ବିଚରା ତଥାଚାରୀଙ୍କ ପାଖରେ ଆଉ କୌଣସି ରାସ୍ତା ନ ଥିଲା । ତେଣୁ ତାଙ୍କୁ ତେନାଲୀର ସର୍ତ୍ତ ମାନିବାକୁ ପଡ଼ିଲା । ଯେତେବେଳେ ଦରବାରୀ ଦେଖିଲେ ତେନାଲୀକୁ ପିଠି ଉପରେ ବସେଇ ତଥାଚାରୀ ନେଇ ଯାଉଛନ୍ତି ସେତେବେଳେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି । ତା’ପରେ ରାସ୍ତାରେ ଲୋକଙ୍କର ଭିଡ଼ ବଢ଼ିଗଲା । ରାସ୍ତାରେ କୋଳାହଳ ଶୁଣି ରାଜା କୃଷ୍ଣଦେବରାୟ ବି ମହଲର ଝରକା ପାଖକୁ ଆସିଲେ । ଏହି ଦୃଶ୍ୟ ଦେଖି ସିଏବି ଆଶ୍ଚର୍ଯ୍ୟ ହୋଇଗଲେ ।

 

ତେନାଲୀ ବି ଜାଣି ଯାଇଥିଲା ରାଜା ସବୁ କିଛି ଦେଖି ପାରିଲେ । ସେ ତୁରନ୍ତ ରାଜଗୁରୁଙ୍କୁ ପିଠିରୁ ଓହ୍ଲେଇ ଦେଲା । ତା’ପରେ ସେ ତାଙ୍କ ପାଦକୁ ଧରି କହିଲା, ‘‘ରାଜଗୁରୁ, ମତେ କ୍ଷମା କରନ୍ତୁ । ମୁଁ ଆପଣଙ୍କୁ ବହୁତ ଅପମାନ ଦେଲି । ରାଜଗୁରୁ କିଛି କହିବା ପୂର୍ବରୁ ତେନାଲୀ ତାଙ୍କୁ ଉଠେଇ ନିଜ ପିଠି ଉପରେ ବସେଇ ଦେଲା ଏବଂ ଜୋରରେ ରାଜମହଲର ଦ୍ୱାର ଆଡ଼କୁ ଚାଲିଲା । ସେତେବେଳକୁ ରାଜା ମଧ୍ୟ ମହଲ ବାହାରକୁ ଆସି ଯାଇଥିଲେ ?’’’

 

ରାଜା ତଥାଚାରୀଙ୍କୁ ଘଟଣା ବିଷୟରେ ପଚାରିଲେ । କିନ୍ତୁ ପ୍ରକୃତ କଥା କହିବାକୁ ରାଜଗୁରୁଙ୍କୁ ଲାଜ ଲାଗିଲା । ଏଥିପାଇଁ ସେ କହିଲେ, ‘‘ମୁଁ ନଦୀରେ ସ୍ନାନ ସାରି ଫେରୁଥିଲି, ସେତେବେଳେ ମୁଁ ତେନାଲୀ ରାସ୍ତାରେ ଏକ ଗଛତଳେ ବସିଥିବାର ଦେଖିଲି । ସେ ମତେ କହିଲା ତା’ ଦେହ ହଠାତ୍ ଖରାପ ହେଇଗଲା ଆଉ ସେ ଚାଲି ପାରିବ ନାହିଁ । ତେଣୁ ମୁଁ ତାକୁ ପିଠି ଉପରେ ବସେଇ ନଗରକୁ ନେଇ ଆସିଲି । କିନ୍ତୁ ଯେମିତି ମୁଁ ମହଲ ପାଖରେ ପହଞ୍ଚିଲି, ହଠାତ୍ ସେ ମୋ ପିଠିରୁ ଓହ୍ଲେଇ ମତେ ତା’ ପିଠିରେ ବସେଇ ଦେଲା ?’’’

 

ଏକଥା ଶୁଣି ରାଜ କୃଷ୍ଣଦେବରାୟ ବହୁତ କଷ୍ଟରେ ହସ ଚାପି ରଖିଲେ । ସେ ବୁଝିଯାଇ ଥିଲେ କି ତେନାଲୀ ରାଜଗୁରୁଙ୍କୁ ବୋକା ବନେଇଲା ।

 

ମାର୍କର ଭାଗ୍ୟ

(ଋଷର ଲୋକକଥା)

 

ଲେନିନଗ୍ରାଡ଼ ନିକଟରେ ଜଣେ ବୁଢ଼ା ଶିକାରୀ ରହୁଥିଲା । ତା’ ପରିବାରରେ ତାର ଅନୁଗତ ପତ୍ନୀ ଏବଂ ଏକ ଆଜ୍ଞାଧିନ ପୁତ୍ର ଥିଲା । ତା’ ନା’ ମାର୍କ । ଦିନେ ବୁଢ଼ା ଶିକାରୀର ହଠାତ୍ ମୃତ୍ୟୁ ହୋଇଗଲା । ସେ ତା’ ପରିବାର ପାଇଁ ମାତ୍ର ଦୁଇଶହ ରୁବଲ ଛାଡ଼ିକି ଯାଇଥିଲା । କିଛି ସପ୍ତାହ ପଯ୍ୟନ୍ତ ତା’ ପତ୍ନୀ ସେ ପଇସାକୁ ହାତ ବି ଦେଇ ନଥିଲା । କିନ୍ତୁ ଦିନେ ଯେତେବେଳେ ଖାଇବା ପାଇଁ କିଛି ବି ନ ଥିଲା, ସେ ପୁତ୍ର ମାର୍କକୁ କହିଲା, ‘‘ପୁଅ, ତୁ ପଡ଼ୋଶୀଙ୍କଠାରୁ ଘୋଡ଼ାଟିଏ ମାଗି ନେଇ ଶହେ ରୁବଲ ନେଇ ବଜାର ଚାଲି ଯା ଏବଂ ସେଠାରୁ କିଛି ଖାଇବା ଜିନିଷ ନେଇ ଚାଲି ଆସିବୁ ।

 

ମାର୍କ ତା’ ମା’ଙ୍କ ଆଦେଶକୁ ପାଳନ କଲା । ସେ ପଡ଼ୋଶୀଙ୍କର ଘୋଡ଼ା ନେଇ ବଜାର ଆଡ଼କୁ ଚାଲିଲା । ସେ ରାସ୍ତାରେ ଜଣେ କଂସେଇ ଗୋଟିଏ କଳା କୁକୁରକୁ ଜୋରରେ ପିଟୁଥିବାର ଦେଖିଲା । ଏହା ଦେଖି ତା’ର କୁକୁର ପ୍ରତି ଦୟା ଆସିଲା । ଯେତେବେଳେ ସେ କଂସେଇକୁ କୁକୁରକୁ ପିଟିବାର କାରଣ ପଚାରିଲା, ସେ କହିଲା, ‘‘ଏହି କୁକୁରଟି ଆମ ଦେକାନକୁ ପଶି ସେଠାରେ ରଖା ଯାଇଥିବା ମାଂସ ଖାଇଗଲା ?’’’

 

ମାର୍କ କଂସେଇକୁ ଶହେ ରୁବଲ ଦେଇ କୁକୁରଟିକୁ କିଣି ଘରକୁ ଫେରି ଆସିଲା । ଯେତେବେଳେ ଖାଇବା ଜିନିଷ ନ ଆଣି ଫେରି ଆସିବା ଦେଖି ତା’ ମା’ ତାକୁ ରାଗିକି ଗାଳି ଦେଲା । ମା’ ପୁଣି ଶହେ ରୁବଲ ଦେଇ କହିଲା, ‘‘ଏଥର ପଇସା ହୁସିଆରରେ ଖର୍ଚ୍ଚ କରିବୁ । ଯଦି ଏଥର ପଇସାକୁ ଏମିତି ମୂର୍ଖ ଭଳି ଖର୍ଚ୍ଚ କରିବୁ ତା’ହେଲେ ଆମ ପାଖରେ ଖାଇବାକୁ କିଛି ପଇସା ନ ଥିବ ?’’’ ପଇସା ନେଇ ମାର୍କ ପୁଣି ଥରେ ବଜାରକୁ ଗଲା ।

 

ଏଥର ସେ ରାସ୍ତାରେ ଜଣେ ବ୍ୟକ୍ତି ଗୋଟିଏ ବିଲେଇକୁ ଘୋଷାଡ଼ି ନେଇ ଯାଉଥିବାର ଦେଖିଲା । ମାର୍କ ବିଲେଇଟିର କଷ୍ଟ ଦେଖି ପାରିଲାନି । ସେ ସେଇ ବ୍ୟକ୍ତିଙ୍କୁ ପଚାରିଲା, ‘‘ତୁମେ ଏ ବିଲେଇକୁ ଏମିତି ବ୍ୟବହାର କାହିଁକି କରୁଛ ?’’ ଏହାଶୁଣି ସେଇ ବ୍ୟକ୍ତି କହିଲା ,ଏଇ ବିଲେଇ ସେଇ କେକ୍‌କୁ ଖାଇ ଦେଲା ଯାହା ମୋ ମା’ ଏକ ପାର୍ଟି ପାଇଁ ତିଆରି କରିଥିଲେ ।

 

ଏହା ଶୁଣି ମାର୍କ ଶହେ ରୁବଲ ଦେଇ ସେଇ ବିଲେଇକୁ କିଣିଦେଲା । ଯେତେବେଳେ ସେ ଏଥର ମଧ୍ୟ ଖାଦ୍ୟଜିନିଷ ନ ନେଇ ଘରକୁ ଫେରିଲା ତା’ ମା’ କ୍ରୋଧରେ ଚିତ୍କାର କଲେ ‘‘ବୋକା’’! ତୁ କ’ଣ ଜାଣିନୁ ଆମ ପାଖରେ ଖାଇବା ପାଇଁ ଖାଦ୍ୟ କିମ୍ବା ପଇସା ନାହିଁ । ଏଥର ଆମକୁ ଭିକ ମାଗିବା ଛଡ଼ା ଆଉ କୌଣସି ଉପାୟ ନାହିଁ । ଯଦି ତତେ ଟିକେବି ଲାଜ ଥାଏ ତୁରନ୍ତ ମୋ ଘରୁ ବାହାରି ଯା ଏବଂ ଏହି ଦୁଇ ପଶୁଙ୍କୁ ସାଙ୍ଗରେ ନେଇ ଯା । ଏକଥା ଶୁଣି ମାର୍କ କୁକୁର ଏବଂ ବିଲେଇକୁ ସାଙ୍ଗରେ ଧରି ଘରୁ ବାହାରିଗଲା । ତା’ପରେ ସେ ଚାକିରୀ ସନ୍ଧାନରେ ଲାଗିଲା । ରାସ୍ତାରେ ତା’ର ଜଣେ ପାଦ୍ରୀଙ୍କ ସହିତ ସାକ୍ଷାତ୍‍ ହେଲା । ସେ ତା’ର ଉତ୍ତମ କାର୍ଯ୍ୟ ପାଇଁ ଆଶୀର୍ବାଦ ଦେଇ ଏକ ବାଲିରେ ଭର୍ତ୍ତି ହୋଇଥିବା ଏକ ବସ୍ତା ଦେଲେ ଏବଂ ଘରକୁ ଫେରିଯିବା ପାଇଁ କହିଲେ । ଯେତେବେଳେ ସେ ଘରକୁ ଫେରୁଥିଲା, ସେତେବେଳେ ରାସ୍ତାରେ ଏକ ସୁନ୍ଦର ପରୀକୁ ନିଆଁ ଘେର ଭିତରେ ଥିବାର ଦେଖିଲା ।

 

ସେ ବସ୍ତାରେ ଥିବା ସବୁ ବାଲିକୁ ନିଆଁ ଉପରେ ଓଜାଡ଼ି ଦେଇ ନିଆଁ ଲିଭେଇ ଦେଲା । ପରୀ ତା’ର ପରୋପକାରୀତା ଦେଖି ଖୁସିରେ ତାକୁ ସାଙ୍ଗରେ ଟ୍ରାଇସ୍‌-ଟେନ୍ ରାଜ୍ୟକୁ ଯିବାକୁ କହିଲା । ସେ ମାର୍କକୁ କହିଲା, ‘‘ମୋ ବାପା ସେଇ ରାଜ୍ୟର ରାଜା । ଯେତେବେଳେ ସେ ଜାଣିବେ ତୁମେ ମୋର ଜୀବନ ବଞ୍ଚେଇଛ ସେ ତୁମକୁ ପୁରସ୍କାର ଦେବେ’ । ଏହା ପରେ ମାର୍କ ତା’ ସାଙ୍ଗରେ ଚାଲିଗଲା ।

 

ଯେତେବେଳେ ଟ୍ରାଇସ-ଟେନ୍ ରାଜ୍ୟର ରାଜା ଶୁଣିଲେ ମାର୍କ ତାଙ୍କ କନ୍ୟାର ଜୀବନ ବଞ୍ଚେଇଛି, ସେ ମାର୍କକୁ ବହୁମୂଲ୍ୟ ଉପହାର ଏବଂ ଏକ ଯାଦୁ ମୁଦି ଦେଇ କହିଲେ, ‘‘ଯେତେବେଳେ ତୁମେ ଏଇ ମୁଦିଟିକୁ ଆଙ୍ଗୁଠିରୁ କାଢ଼ି ତାକୁ କହିବ, ‘‘ମୁଦି, ନିଜର ଯାଦୁ ଦେଖା ?’’’ ତା’ପରେ ବାରଜଣ ଯୁବକ ପ୍ରକଟ ହେବେ, ତୁମର ଯାହା ବି ଇଚ୍ଛା ସେମାନେ ଗୋଟିଏ ରାତିରେ ପୂରଣ କରିଦେବେ । କିନ୍ତୁ ଗୋଟିଏ କଥା ମନେରଖ, ଏଇ ମୁଦି ବିଷୟରେ କାହାକୁ କହିବନି ନ ହେଲେ ତୁମେ ଅସୁବିଧାରେ ପଡ଼ିଯିବ । ତା’ପରେ ମାର୍କ ମୁଦିଟି ନେଇ ତା’ ଘରକୁ ଫେରିଲା । ମାର୍କ ସାଙ୍ଗରେ ଏତେ ଉପହାର ଆଣି ଥିବାର ଦେଖି ତା’ ମା’ ଆନନ୍ଦିତ ହେଲେ । ତା’ପରଠୁ ସେ ତା’ର ମା’ ସାଙ୍ଗରେ ଖୁସିରେ ରହିବାକୁ ଲାଗିଲା । ଦିନେ ସେ ତା’ ମା’ ପାଖରେ ରାଜକୁମାରୀକୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କଲା ଏବଂ ସେ ଏହି ପ୍ରସ୍ତାବ ଧରି ତା’ ମା’ଙ୍କୁ ରାଜାଙ୍କ ପାଖକୁ ଯିବାକୁ କହିଲା ।

 

ମାର୍କର ମା’ ପୁଅର କଥା ମାନି ରାଜାଙ୍କ ଦରବାରରେ ଯାଇ ପହଞ୍ଚିଲା । ତା’ପରେ ରାଜାଙ୍କୁ କହିଲା, ‘‘ମହାରାଜ, ମୁଁ ମୋ ପୁଅ ପାଇଁ ଆପଣଙ୍କ କନ୍ୟା ସହ ବିବାହ ପ୍ରସ୍ତାବ ନେଇ ଆସିଛି । ଆପଣଙ୍କ କନ୍ୟା ଆମ ଘରେ ବହୁତ ଆନନ୍ଦରେ ରହିବ ?’’’

 

ଜଣେ ସାଧାରଣ ମହିଳାର ମୁହଁରୁ ଏହିପ୍ରକାର ପ୍ରସ୍ତାବ ଶୁଣି ରାଜାଙ୍କୁ ବହୁତ ରାଗ ଲାଗିଲା । ତଥାପି ସେ ମନ୍ତ୍ରୀଙ୍କ ଉପଦେଶ ମାନି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ କଲେ । ମହିଳାକୁ ପରଦିନ ଦରବାରକୁ ଆସିବା ପାଇଁ କହିଲେ । ଯେତେବେଳେ ମାର୍କର ମା’ ପରଦିନ ଦରବାରରେ ପହଞ୍ଚିଲା, ରାଜା ତାକୁ କହିଲେ, ତୁମ ପୁଅ ଯଦି ଗୋଟିଏ ରାତିରେ ରାଜ୍ୟର ସବୁଠୁ ସୁନ୍ଦର ମହଲଟିଏ ତିଆରି କରିଦେଇ ପାରିବ ତା’ହେଲେ ମୁଁ ମୋ କନ୍ୟା ସହ ତୁମ ପୁଅକୁ ବିବାହ କରିଦେବି ।

 

ଯେତେବେଳେ ମାର୍କ ରାଜାଙ୍କ ସର୍ତ୍ତ ବିଷୟରେ ଜାଣିଲା, ସେ ତା’ର ଯାଦୁ ମୁଦି ଦ୍ୱାରା ରାଜ୍ୟର ସବୁଠୁ ସୁନ୍ଦର ମହଲଟିଏ ତିଆରି କରିଦେଲା । ସେଇ ମହଲକୁ ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ତା’ପରେ ରାଜା ମାର୍କ ସହିତ ତାଙ୍କ କନ୍ୟାର ବିବାହ କରିଦେଲେ । ତା’ପରେ ମାର୍କ ପରିବାର ସହିତ ଆନନ୍ଦରେ ରହିବାକୁ ଲାଗିଲା । ତା’ ପରିବାରରେ କୁକୁର ଏବଂ ବିଲେଇ ମଧ୍ୟ ସାମିଲ ଥିଲେ ।

 

ଦୁଇ ବେଙ୍ଗଙ୍କ କଥା

(ଜାପାନର ଲୋକକଥା)

କିଛି ବର୍ଷ ପୂର୍ବେ ଜାପାନରେ ଦୁଇଟି ବେଙ୍ଗ ରହୁଥିଲେ । ଗୋଟିଏ ବେଙ୍ଗ ଓସାକା ପାଖରେ ଥିବା ଏକ ଗାତରେ ରହୁଥିଲା, ଅନ୍ୟ ବେଙ୍ଗଟି କ୍ୱୋଟୋ ପାଖରେ ବହୁଥିବା ଏକ ନଦୀରେ ତା’ ବାସସ୍ଥାନ ଥିଲା ।

 

ଦିନେ ସେଇ ଦୁଇ ବେଙ୍ଗଙ୍କ ମୁଣ୍ଡରେ ଏକ ଉପାୟ ଆସିଲା । ସେମାନେ ଭାବିଲେ, ‘ଏହି ସ୍ଥାନରେ ରହିବା ଆମର ବହୁତ ଦିନ ହେଇଗଲାଣି, ଏବେ ଆମେ ଏଠାରୁ ବାହାରି ବାହାରର ସଂସାର ଦେଖିବା ଉଚିତ ?’’ ଏହା ଏକ ସଂଯୋଗ ଥିଲା । କ୍ୱୋଟୋ ପାଖରେ ରହୁଥିବା ବେଙ୍ଗ ଓସାକା ଯିବାକୁ ସ୍ଥିର କଲା । ଓସାକାରେ ରହୁଥିବା ବେଙ୍ଗ କ୍ୱୋଟୋ ଯିବାକୁ ଚିନ୍ତା କଲା ।

 

ପରଦିନ ଦୁଇ ବେଙ୍ଗ ନିଜ ନିଜ ଯାତ୍ରା ଆରମ୍ଭ କଲେ । କ୍ୱୋଟୋ ଏବଂ ଓସାକା ସହରକୁ ଯିବା ପାଇଁ ଗୋଟିଏ ହିଁ ରାସ୍ତା ଥିଲା । ଦୁଇ ବେଙ୍ଗ ସେଇ ରାସ୍ତାରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଚାଲିଲେ ।

 

ରାସ୍ତାରେ ଗୋଟିଏ ସ୍ଥାନରେ ଦୁଇ ବେଙ୍ଗଙ୍କର ଭେଟ ହୋଇଗଲା । ସେମାନେ ପରସ୍ପର ହାତ ମିଳେଇଲେ ଏବଂ କଥାବାର୍ତ୍ତା କରିବାକୁ ଲାଗିଲେ । ଓସାକାର ବେଙ୍ଗ କ୍ୱୋଟୋର ବେଙ୍ଗକୁ ପଚାରିଲା ‘‘ତୁମେ କୁଆଡ଼େ ଯାଉଛ, ସାଙ୍ଗ ?’’

 

କ୍ୱୋଟୋର ବେଙ୍ଗ ଉତ୍ତର ଦେଲା, ‘‘ମୁଁ ଓସାକା ଯାଉଛି ?’’’ ଏକଥା ଶୁଣି ଓସାକାର ବେଙ୍ଗ ଖୁସି ହୋଇ କହିଲା ‘କଣ କହୁଛ ! ମୁଁ କ୍ୱୋଟୋ ଯାଉଛି ?’’ ତା’ପରେ ଦୁଇ ବେଙ୍ଗ ଚାଲି ଚାଲି ବହୁତ ଥକ୍କି ଯାଇଥିଲେ, ସେଥିପାଇଁ ସେମାନେ କିଛି ସମୟ ବିଶ୍ରାମ ନେବାକୁ ଭାବିଲେ । ତା’ପରେ ଗୋଟିଏ ବୁଦା ଛାଇରେ ଯାଇ ବସିଲେ । ଓସାକା ବେଙ୍ଗ କହିଲା, ଆମେ ଆକାରରେ ଯଦି ବଡ଼ ହେଇଥାନ୍ତେ ତା’ହେଲେ କେତେ ଭଲ ହେଇଥାନ୍ତା । କ୍ୱୋଟୋର ବେଙ୍ଗ ଆଶ୍ଚର୍ଯ୍ୟ ହେଇ ପଚାରିଲା, ‘‘ଆକାର ବଢ଼ିଗଲେ କ’ଣ ହେବ ?’’’

 

ଓସାକାର ବେଙ୍ଗ ଉତ୍ତର ଦେଲା, ଆମେ ସହଜରେ କୌଣସି ପାହାଡ଼ ଉପରକୁ ଚଢ଼ି ସେଇ ସହରକୁ ଦେଖି ପାରିଥାନ୍ତେ । ଯେଉଁଠିକୁ ଆମେ ଯାଉଛେ, ତା’ପରେ ଆମେ ଜାଣିପାରିଥାନ୍ତେ ସେଇ ସହର ଦେଖିବାର ଯୋଗ୍ୟକି ନୁହେଁ ! ଏକଥା ଶୁଣି କ୍ୱୋଟୋର ବେଙ୍ଗ କହିଲା, ‘ଏଇଟା କୋଉ ବଡ଼ କଥା ? ଏଇ କାମ ତ ଆମେ ଏବେ ବି କରିପାରିବା ?’’

 

ଓସାକାର ବେଙ୍ଗ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘‘ଏହା କେମିତି ସମ୍ଭବ ହେବ ?’’ କ୍ୱୋଟୋର ବେଙ୍ଗ ବୁଝେଇ କହିଲା, ଏହି କାମତ ବହୁତ ସହଜ । ଯଦି ଆମେ ପାଖ ପାହାଡ଼ ଉପରକୁ ଚଢ଼ି ପରସ୍ପରଙ୍କ ସାହାଯ୍ୟ ନେଇ ଆମେ ପଛ ଗୋଡ଼ରେ ଛିଡ଼ା ହେଇଯିବା ତା’ହେଲେ ସହଜରେ ସେଇ ସହରକୁ ଦେଖିପାରିବା, ଯେଉଁଠିକୁ ଆମେ ଯିବାକୁ ଚାହୁଁଛନ୍ତି । ‘‘ଓସାକାର ବେଙ୍ଗ କ୍ୱୋଟୋ ସହରର ଝଲକ ଦେଖିବା ପାଇଁ ଏତେ ଉତ୍ସାହିତ ଥିଲା ଯେ, ସେ ଦୌଡ଼ି ଯାଇ ପାଖ ପାହାଡ଼ ଉପରକୁ ଚଢ଼ିବାକୁ ଲାଗିଲା । ଏହା ଦେଖି କ୍ୱୋଟୋର ବେଙ୍ଗବି ତା ପଛରେ ଦୌଡ଼ିଲା ?’’’ ଦୁହେଁ ଡେଇଁ ଡେଇଁ ପାହାଡ଼ ଶିଖର ଉପରେ ଯାଇ ପହଞ୍ଚିଗଲେ । ଲମ୍ବା ଯାତ୍ରା ଯୋଗୁ ଦୁଇ ବେଙ୍ଗ ଥକ୍କା ହେଇ ଯାଇଥିଲେ । କିନ୍ତୁ ଏକଥା ପାଇଁବି ଖୁସି ହେଉଥିଲେଯେ ସେମାନେ ସେଇ ସହରକୁ ଦେଖିପାରିବେ, ଯାହାକୁ ଦେଖିବା ପାଇଁ ସେମାନେ ଲମ୍ବା ଯାତ୍ରା କରି ଏଠାରେ ପହଞ୍ଚିଛନ୍ତି ।

 

ପାହାଡ଼ ଶିଖର ଉପରେ ପହଞ୍ଚିଲା ପରେ ଓସାକାର ବେଙ୍ଗ ଡେଇଁ ପଡ଼ି ଦୁଇ ଆଗ ଗୋଡ଼କୁ ମିତ୍ରର କାନ୍ଧ ଉପରେ ରଖିଦେଲା । କ୍ୱୋଟାର ବେଙ୍ଗ ବି ସେମିତି କଲା । ତା’ପରେ ଦୁଇ ବେଙ୍ଗ ନିଜ ପଛ ଗୋଡ଼ରେ ଛିଡ଼ା ହୋଇଥିଲେ ଏବଂ ତାଙ୍କର ଆଗ ଗୋଡ଼ ପରସ୍ପରର କାନ୍ଧ ଉପରେ ଥିଲା । ସେମାନେ ପରସ୍ପରକୁ ଜାବୁଡ଼ି ଧରି ଥିଲେ କାରଣ ସେମାନେ ପାହାଡ଼ ଉପରୁ ଯେମିତି ପଡ଼ି ନ ଯାନ୍ତି । କିନ୍ତୁ ସେମାନେ ଗୋଟିଏ ଦିଗ ପ୍ରତି ଧ୍ୟାନ ଦେଇ ନାହାଁନ୍ତି ଯେ ସେମାନେ ପିଠିକୁ ସେଇ ସହର ଆଡ଼କୁ ରଖିଥିଲେ, ଯାହାକୁ ସେମାନେ ଦେଖିବାକୁ ଚାହୁଁଥିଲେ ।

 

ଏହି ଭାବେ ଦୁଇ ବେଙ୍ଗ ଭୁଲ ପ୍ରଣାଳୀରେ ଛିଡ଼ା ହୋଇ ଥିବା ଯୋଗୁ ଓସାକାର ଆସୁଥିବା ବେଙ୍ଗ ଓସାକାକୁ ହିଁ ଦେଖୁଥିଲା ଏବଂ କ୍ୱୋଟୋରୁ ଆସୁଥିବା ବେଙ୍ଗ କ୍ୱୋଟୋ ଉପରେ ହିଁ ଦୃଷ୍ଟି ଥିଲା । ଏହି ଭାବେ ଦୁଇ ବେଙ୍ଗ ନିଜର ପ୍ରିୟ ସହରକୁ ଦେଖି ପାରୁନଥିଲେ ।

 

ସେତେବେଳେ ଓସାକାର ବେଙ୍ଗ କହିଲା, ‘‘ଓ, ହୋ ! ଲାଗୁଛି ମୁଁ ଏଠାକୁ ଆସି ନିଜର ସମୟ ନଷ୍ଟ କଲି । କ୍ୱୋଟୋ ତ ବିଲକୁଲ ଓସାକା ଭଳି ଦେଖାଯାଉଛି ?’’’ କ୍ୱୋଟୋରୁ ଆସିଥିବା ବେଙ୍ଗ ଅନୁଭବ କଲା ଓସାକା ବି କ୍ୱୋଟୋ ଭଳି ଦେଖା ଯାଉଛି । ତା’ପରେ ଦୁଇ ବେଙ୍ଗ ନିଜ ନିଜ ଘରକୁ ଫେରି ଗଲେ ।

 

ଚତୁର ରୋଷେଇୟା

(ଫ୍ରାନ୍‌ସର ଲୋକକଥା)

 

ଗୋଟିଏ ସମୟର କଥା, ଇଟଲୀର ଏକ ଗାଁରେ ଜଣେ ସାହସୀ ସାମନ୍ତ ରହୁଥିଲେ । ତାଙ୍କର ଜଙ୍ଗଲୀ ଜୀବଜନ୍ତୁଙ୍କୁ ଶୀକାର କରିବାର ବହୁତ ସଉକ ଥିଲା । ଦିନେ ସାମନ୍ତ ଯେତେବେଳେ ଜଙ୍ଗଲରେ ବୁଲୁଥିଲେ, ସେ ଗୋଟିଏ ବଡ଼ ବଗକୁ ଦେଖିଲେ, ସେ ଏକ ପୋଖରୀରେ ଛିଡ଼ା ହୋଇ ମାଛ ଧରୁଥିଲା । ଏହା ଦେଖି ସେ ବନ୍ଧୁକ ବାହାର କରି ଗୁଳି ମାରିଲେ । ବଗକୁ ଶୀକାର କରିବା ପରେ ସାମନ୍ତ ମହଲକୁ ଫେରି ଆସିଲେ । ମହଲରେ ପହଞ୍ଚି ରୋଷେଇଆକୁ କହିଲେ, ‘‘ଆଜି ରାତିରେ ମୋର କିଛି ସାଙ୍ଗ ଖାଇବା ପାଇଁ ଆସିବେ । ଏହି ବଗକୁ ନେଇ ଏମିତି ଭାବେ ପ୍ରସ୍ତୁତ କର ଯେ ଯେମିତି ସେମାନେ ଆଙ୍ଗୁଳି ଚାଟୁଥିବେ ?’’’

 

ସାମନ୍ତଙ୍କ ଆଦେଶ ମାନି ରୋଷେଇଆ ତୁରନ୍ତ ଖାଦ୍ୟ ପ୍ରସ୍ତୁତିରେ ଲାଗିଗଲା । କିଛି ସମୟ ପରେ ସାମନ୍ତ ରୋଷେଇ ଘରକୁ ଆସି ପୁଣି କହିଲେ, ‘‘ଏହି ବଗକୁ ବହୁତ ଯତ୍ନ ସହକାରେ ରାନ୍ଧିବୁ । ବିଶେଷଭାବେ ଏହି ବଗର ସ୍ୱାଦ ଚଖେଇବା ପାଇଁ ମୁଁ ଅତିଥିମାନଙ୍କୁ ଡାକିଛି ?’’’

 

ସାମନ୍ତଙ୍କ ନିର୍ଦ୍ଦେଶ ଅନୁସାରେ ରୋଷେଇଆ ସେଇ ବଗକୁ ବହୁତ ଯତ୍ନର ସହିତ ରାନ୍ଧିଲା । ସେ ବଗର ମାଂସକୁ ଭଲଭାବେ ତେଲରେ ଭାଜିଲା । ତା’ପରେ ସେଥିରେ ମସଲା ମିଶେଇ ସ୍ୱାଦିଷ୍ଟ ତରକାରୀ ପ୍ରସ୍ତୁତ କଲା । ସେଇ ତରକାରୀର ସୁଗନ୍ଧ ଏତେ ଭଲ ଥିଲା କି ରୋଷେଇୟାର ଚାଖିବା ପାଇଁ ବି ମନ ହେଲା । ସେ ଭାବିଲା ବଗର ଗୋଟେ ଗୋଡ଼କୁ ଚାଖିଦେଲେ କାହାକୁ କ’ଣ ଜଣାପଡ଼ିବ । ତେଣୁ ସେ ଗୋଟିଏ ଗୋଡ଼କୁ ଚାଖିଲା । ତାହା ଏତେ ସ୍ୱାଦିଷ୍ଟ ଥିଲାଯେ, ସେ ଖାଉ ଖାଉ ପୁରା ଗୋଡ଼ଟା ଖାଇଦେଲା ।

 

ସେତେବେଳେ ସାମନ୍ତଙ୍କ ଅତିଥିମାନେ ଆସି ପହଞ୍ଚିଲେ । ସାମନ୍ତ ଅତିଥିମାନଙ୍କୁ ଭୋଜନ ପରଷିବା ପାଇଁ ରୋଷେଇୟାକୁ ଆଦେଶ ଦେଲେ । ରୋଷେଇୟା ଗୋଟେ ବଡ଼ ପାତ୍ରରେ ବଗ ତରକାରୀକୁ ଆଣି ଖାଦ୍ୟ ଟେବୁଲରେ ଆଣି ସଜାଇଦେଲା ।

 

ସାମନ୍ତଙ୍କ ଅତିଥିଙ୍କୁ ସେଇ ତରକାରୀର ସ୍ୱାଦ ବହୁତ ଭଲ ଲାଗିଲା । ସେମାନେ ବହୁତ ଆନନ୍ଦର ସହ ଖାଇଲେ ଏବଂ ବଗ ଶିକାର କରିଥିବା ଯୋଗୁଁ ସାମନ୍ତଙ୍କୁ ପ୍ରଶଂସାରେ ପୋତି ଦେଲେ । ଯେତେବେଳେ ସମସ୍ତେ ଭୋଜନ କରୁଥିଲେ, ସେତେବେଳେ ସାମନ୍ତ ଦେଖିଲେ ବଗର କେବଳ ଗୋଟିଏ ଗୋଡ଼ ଅଛି । ଏହା ଦେଖି ସେ ରୋଷେଇଆକୁ ସେଠାକୁ ଡାକିଲେ ଏବଂ ତାକୁ ରାଗିକି କହିଲେ, ‘‘ଟେବୁଲ ଉପରେ ଯୋଉ ବଗ ତରକାରୀ ଅଛି ସେଥିରେ ମାତ୍ର ଗୋଟିଏ ଗୋଡ଼ ଅଛି, ବଗର ଅନ୍ୟ ଗୋଡ଼ଟା କାହିଁ ?’’

 

ସାମନ୍ତଙ୍କ କଥା ଶୁଣି ରୋଷେଇୟା ଭୟରେ ଥରିବାକୁ ଲାଗିଲା । କିନ୍ତୁ ସେ ଅତିଶୀଘ୍ର ନିଜକୁ ନିୟନ୍ତ୍ରଣ କରି କହିଲା, ‘‘ମାଲିକ୍, ଆପଣ ବୋଧେ ଭୁଲ ବୁଝିଛନ୍ତି, ବଗରତ ଗୋଟିଏ ଗୋଡ଼ ଥାଏ ?’’’ ଏକଥା ଶୁଣି ସାମନ୍ତ ରାଗି ଦାନ୍ତ ଚାପି କହିଲେ, ‘‘ତୁ ମତେ ମୂର୍ଖ ଭାବିଛୁ ? ମୋ ସାଙ୍ଗରେ ଚାଲ ନିଜେ ଦେଖିବୁ ବଗର ଗୋଟିଏ ଗୋଡ଼କି ଦୁଇଟା ଗୋଡ଼ ?’’’

 

ମାଲିକଙ୍କ ଆଦେଶକୁ ରୋଷେଇୟା ଆଉ କେମିତି ଏଡ଼େଇ ପାରିଥାନ୍ତା । ସେ ଡରି ଡରି କହିଲା, ‘‘ଯାହା ଆପଣ କହିବେ ମାଲିକ ?’’’

 

ପରଦିନ ସାମନ୍ତ ରୋଷେଇୟାକୁ ପୋଖରୀ କୂଳକୁ ସାଙ୍ଗରେ ନେଇଗଲେ, ଯେଉଁଠି ସେ ବଗ ଶିକାର କଥିଲେ । ରାସ୍ତାସାରା ଭୟଭୀତ ରୋଷେଇଆ ରକ୍ଷା କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା । ଯେତେବେଳେ ସେମାନେ ପୋଖରୀ କୂଳରେ ପହଞ୍ଚିଲେ, ସେଠାରେ ବଗମାନଙ୍କୁ ଦେଖି ରୋଷେଇଆ ଖୁସି ହୋଇଗଲା । ସେଠାରେ ବଗମାନେ ନିଜର ପ୍ରକୃତି ଅନୁସାରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇଥିଲେ । ଏହା ଦେଖି ସେ ଉତ୍ସାହିତ ହୋଇ ସାମନ୍ତଙ୍କୁ କହିଲା, ‘‘ଦେଖନ୍ତୁ, ସବୁ ବଗମାନେ କେମିତି ଗୋଟିଏ ପାଦରେ ଛିଡ଼ା ହୋଇଛନ୍ତି । ମୁଁ ତ ପ୍ରଥମରୁ ଆପଣଙ୍କୁ କହୁଥିଲି ବଗମାନଙ୍କର ଗୋଟିଏହିଁ ଗୋଡ଼ଥାଏ । କିନ୍ତୁ ମୋ କଥାକୁ ଆପଣ ବିଶ୍ୱାସ କରୁନଥିଲେ ?’’’

 

ଏକଥା ଶୁଣି ସାମନ୍ତ ରୋଷେଇଆକୁ ବୁଲି ଚାହିଁଲେ । ତା’ପରେ ରୋଷେଇଆ ବହୁତ ଘାବରେଇ ଗଲା । ତା’ପରେ ସାମନ୍ତ ଜୋରରେ ତାଳି ମାରିଲେ । ତାଙ୍କ ତାଳି ଶୁଣି ସମସ୍ତ ବଗ ଭୟରେ ଡରି ଯାଇ ତୁରନ୍ତ ନିଜର ଅନ୍ୟ ଗୋଡ଼କୁ ବାହାର କରି ଉଡ଼ିଗଲେ । ଏହା ଦେଖି ସାମନ୍ତ ରୋଷେଇଆକୁ ରାଗି କହିଲେ, ‘‘ତୋର ଆଉ କିଛି କହିବାକୁ ଅଛି ?’’

 

ଚତୁର ରୋଷେଇଆ ତୁରନ୍ତ କହିଲା, ‘‘ମାଲିକ୍‌, ଆପଣ ଖାଇବା ଟେବୁଲ ଉପରେ ସେଇ ସମୟରେ କାହିଁକି ତାଳି ମାରିଲେନି ? ଯଦି ଆପଣ ତାଳି ମାରି ଥାନ୍ତେ ତା’ହେଲେ ରନ୍ଧା ହୋଇଥିବା ବଗ ତା’ର ଅନ୍ୟ ଗୋଡ଼ଟିକୁ ବି ବାହାର କରି ଦେଇଥାନ୍ତା ?’’’

 

ଯାଦୁହାର

(ଚୀନର ଲୋକକଥା)

 

ଅନେକ ବର୍ଷ ତଳର କଥା । ଜଣେ ବୃଦ୍ଧ ତାଙ୍କ ପାଳିତ କୁକୁର ଏବଂ ବିଲେଇ ସହିତ ଘରେ ଆନନ୍ଦରେ ରହୁଥିଲେ । ତାଙ୍କ ଘର ଏକ ସୁନ୍ଦର ବଗିଚା ମଧ୍ୟରେ ଥିଲା । ସେଇ ବୃଦ୍ଧଙ୍କ ପାଖରେ ଏକ ଯାଦୁ ହାର ଥିଲା, ଯାହା ସାହାଯ୍ୟରେ ସେ ସବୁକିଛି ପ୍ରାପ୍ତ କରିପାରୁଥିଲେ । ଏହି କାରଣରୁ ତାଙ୍କୁ କେବେବି ଘର ବାହାରକୁ ଯିବାକୁ ଆବଶ୍ୟକ ପଡ଼ୁନଥିଲା । ସାରାଦିନ ସେ ତାଙ୍କ ପୋଷା ପଶୁଙ୍କ ସାଙ୍ଗରେ ଖେଳୁଥିଲେ । ସେଇ ପଶୁଙ୍କୁ ବି ମାଲିକଙ୍କ ସହିତ ଖେଳିବାକୁ ଭଲ ଲାଗୁଥିଲା ।

 

ଦିନେ ଜଣେ ଚୋର ତାଙ୍କ ଘରେ ପଶିଲା । ସେଇ ସମୟରେ ବୃଦ୍ଧ ତାଙ୍କ ପୋଷା ପଶୁଙ୍କ ସାଙ୍ଗରେ ଭୋଜନ କକ୍ଷରେ ବସିଥିଲେ । ସେମାନେ ସମସ୍ତେ ଭୋଜନ କରିବା ପାଇଁ ସେଠାରେ ବସିଥିଲେ, କିନ୍ତୁ ସେଠାରେ ନା କୌଣସି ଖାଦ୍ୟ ପଦାର୍ଥ ଦିଶୁଥିଲା ଏବଂ ନା କୌଣସି ଚାକର ଦିଶୁଥିଲା । ଚୋର ଚୁପ୍‌ଚାପ୍ ଗୋଟେ ଝରକା ପଛରେ ଛିଡ଼ା ହୋଇ ସବୁ ଦେଖୁଥିଲା । ସେ ଏସବୁ ଦେଖି ତାକୁ ବଡ଼ ଅଜବ ଲାଗୁଥିଲା ।

 

ସେତେବେଳେ ବୃଦ୍ଧ କୁକୁରକୁ ପଚାରିଲେ, ‘‘ଆଜି ତୁ କଣ ଖାଇବାକୁ ଚାହୁଁଛୁ ?’’କୁକୁର ଭୋ କରି ମାଲିକକୁ କିଛି କହିଲା, ତେଣୁ ମାଲିକ ହସି କହିଲା ‘‘ମୁଁ ଜାଣିଥିଲି, ତୁ ଏଇଆହିଁ କହିବୁ ?’’’ ତା’ପରେ ବୃଦ୍ଧ ସେଇ ହାରଟିକୁ ହାତ ଉପରେ ରଖି କହିଲେ, ‘‘ଯାହା କହୁଛି ସେଇଆ କର । ସ୍ୱାଦିଷ୍ଟ ମାଂସ ଏଠାକୁ ଆଣିଦେ ?’’’

 

ଏହା କହିବା ମାତ୍ରେ ମାଂସରେ ଭରା ଏକ ସୁନେଲୀ ପାତ୍ର ସେଠାରେ ପ୍ରକଟ ହେଲା । ତା’ପରେ କୁକୁର ଆନନ୍ଦରେ ଖାଇବାକୁ ଲାଗିଲା । ତା’ପରେ ବୃଦ୍ଧ ବିଲେଇକୁ ପଚାରିଲେ ‘‘ତୁ କଣ ଖାଇବାକୁ ଚାହୁଁଛୁ ?’’’ ଏକଥା ଶୁଣି ବିଲେଇ ତା ପଞ୍ଝାକୁ ଚାଟିବାରେ ଲାଗିଲା । ବୃଦ୍ଧ ହସି କହିଲେ, ‘‘ସବୁଦିନ ଭଳି !’’ ତା’ପରେ ସେ ସେଇ ହାରକୁ ହାତରେ ରଖି ଆଦେଶ ଦେଲେ ଏବଂ ପର ମୂହୁର୍ତ୍ତରେ ଏକ ମୂଷା ପ୍ରକଟ ହେଲା । ତା’ପରେ ବିଲେଇ ଝପଟି ଯାଇ ମୂଷାକୁ ଧରି ଆନନ୍ଦରେ ଖାଇବାକୁ ଲାଗିଲା ।

 

ଦୁଇ ପୋଷା ପଶୁଙ୍କୁ ଭୋଜନ ଦେଇସାରି ବୃଦ୍ଧ ନିଜ ପାଇଁ ଭୋଜନ ମଗେଇଲେ ଏବଂ ଖାଇ ପିଇ ଆରାମରେ ଶୋଇଗଲେ । କୁକୁର ତାଙ୍କ ପାଦ ପାଖରେ ଶୋଇଥିବାରୁ ବିଲେଇ ତାଙ୍କ ମୁଣ୍ଡ ପାଖରେ ଶୋଇ ରହିଲା । ସମସ୍ତେ ଅତିଶୀଘ୍ର ଗଭୀର ନିଦରେ ଶୋଇ ଗଲେ । ଚୋର ହାରଟିକୁ ଚୋରେଇବା ପାଇଁ ଏମିତି ସୁଯୋଗ ଅପେକ୍ଷାରେ ଥିଲା । ସେ ତୁରନ୍ତ ସେ ହାରଟିକୁ ଉଠେଇ ନେଇ ଧାଇଁ ପଳେଇଲା । ସକାଳୁ ଯେତେବେଳେ ବୃଦ୍ଧଙ୍କ ନିଦ ଭାଙ୍ଗିଲା, ହାରଟି ଗାଏବ ହେଇଯାଇଥିବା ଦେଖିବାକୁ ପାଇଲେ । ସେଇ ବୃଦ୍ଧ କାନ୍ଦିକି କହିଲେ, ହାଏ ! ‘‘ମୁଁ ବରବାଦ ହେଇଗଲି, ଏଇ ବୟସରେ ମୁଁ କୋଉଠିକୁ ଯାଇ ଚୋରକୁ ଖୋଜିବି ?’’’

 

ସେତେବେଳେ ଦୁଇ ପାଳିତ ପଶୁ ମାଲିକଙ୍କ ଦୁଃଖ ଦେଖି ତାଙ୍କୁ ଚାଟି ଆଶ୍ୱାସନା ଜଣାଇଲେ । ତା’ପରେ ସେ କୁକୁର ମୁଣ୍ଡ ଉପରେ ହାତ ବୁଲେଇ କହିଲେ, ‘‘ତୁ କ’ଣ ମୋ ପାଇଁ ହାରଟା ଫେରେଇ ଆଣିପାରିବୁ ?’’

 

ଯଦି ଏଇ ହାରଟା ଫେରି ନ ପାଇବି ତା’ହେଲେ ମୋ ଜୀବନର ଅନ୍ତ ଘଟିବ ବୋଲି ଭାବେ । କୁକୁର ଭୁକି ହାରଟିକୁ ଫେରେଇ ଆଣିବା ଲାଗି ପ୍ରତିଶ୍ରୁତି ଦେଲା ।

 

ତା’ପରେ ବିଲେଇକୁ ପଚାରିଲେ, ‘‘ତୁ ମୋ ପାଇଁ ସେ ହାରଟିକୁ ଫେରେଇ ଆଣିବୁ ?’’ ବିଲେଇ ମଧ୍ୟ ତାଙ୍କ ହାତ ଚାଟି ଆଶ୍ୱାସନା ଦେଲା ।

 

ତା’ପରେ ଦୁଇ ପାଳିତ ପଶୁ ହାର ଖୋଜିବା ପାଇଁ ବାହାରିଗଲେ । ଅନେକ ଦିନ ପର୍ଯ୍ୟନ୍ତ ଚୀନରେ ବୁଲି ବୁଲି ସେଇ ହାରଟିକୁ ଖୋଜିଲେ, କିନ୍ତୁ ତାଙ୍କୁ ସେଇ ହାରଟି ମିଳିଲାନି । ସରଳ କୁକୁରଟି ବିଲେଇକୁ ବନ୍ଧୁ ବୋଲି ଭାବୁଥିଲା । କିନ୍ତୁ ବିଲେଇ ମନ ଭିତରେ କୁକୁରକୁ ଇର୍ଷା କରୁଥିଲା । କୁକୁର ସବୁବେଳେ ନିଜ ଖାଦ୍ୟକୁ ବିଲେଇ ସହିତ ବାଣ୍ଟି ଖାଉଥିଲା । କିନ୍ତୁ ବିଲେଇଟି ତା’ ଖାଦ୍ୟକୁ ସେ ନିଜେ ଏକୁଟିଆ ଖାଇ ଦେଉଥିଲା । ଦିନେ ସେମାନେ ଜଣେ ଧନୀ ବ୍ୟକ୍ତିଙ୍କ ବିଷୟରେ ଶୁଣିଲେ, ଯିଏ ହଠାତ୍ ବହୁତ ଧନୀ ହେଇ ଯାଇଥିଲେ । ତାଙ୍କ ଘର ନଦୀ ସେପଟେ ଥିଲା । ଦୁହେଁ ତୁରନ୍ତ ସେଇ ଧନୀ ବ୍ୟକ୍ତିଙ୍କ ଘରକୁ ଯିବାକୁ ସ୍ଥିର କଲେ । ତା’ପରେ ବିଲେଇ କୁକୁର ପିଠିରେ ବସିଲା ଏବଂ କୁକୁର ନଦୀର ସୁଅରେ ଡେଇଁ ପଡ଼ିଲା । ନଦୀ ସେପାରୀରେ ପହଞ୍ଚିଲା ପରେ କୁକୁର ବହୁତ ଥକି ଯାଇଥିଲା । କିନ୍ତୁ ବିଲେଇ ଆଦୌ ଥକି ନ ଥିଲା । ଏଥିପାଇଁ ସେ ଦୌଡ଼ି ଯାଇ ସାମ୍ନାରେ ଥିବା ପାହଡ଼ ଉପରକୁ ଚଢ଼ିବାକୁ ଲାଗିଲା ।

 

କୁକୁର ‘‘ରହ ଋହ ମୁଁ ବି ଯିବି’’ କହି ତା’ ପଛରେ ଦୌଡ଼ିଲା କିନ୍ତୁ ବିଲେଇର କୋଉ ଧର୍ଯ୍ୟ ଥିଲା ? ସିଏତ ହାରକୁ ଫେରେଇ ଆଣିବା ଲାଗି ସସସ୍ତ ଶ୍ରେୟ ନିଜେ ନବା ପାଇଁ ଚାହୁଁଥିଲା । ତେଣୁ ସେ ଜୋରରେ ଦୌଡ଼ି ସେଇ ଧନୀ ଲୋକଙ୍କ ଘର ପାଖରେ ପଞ୍ଚିଗଲା । ତା’ପରେ ସେ ଘର ଭିତରକୁ ଯିବା ପାଇଁ ଉଚିତ ସୁଯୋଗର ଅପେକ୍ଷାରେ ରହିଲା । ସେତେବେଳକୁ କୁକୁର ମଧ୍ୟ ଧଇଁସଇଁ ହୋଇ ତା’ ପଛରେ ଆସି ପହଞ୍ଚିଗଲା ।

 

ବିଲେଇ ଚୁପ୍‌ଚାପ୍ ସେଇ ଘର ଭିତରକୁ ଯାଇ ଫୁଲଦାନି ପଛରେ ଲୁଚିଗଲା । କୁକୁର ମଧ୍ୟ ତା’ ପଛରେ ଥିଲା । ସେତେବେଳେ ତା’ ଦୃଷ୍ଟି ଚୋର ଉପରେ ପଡ଼ିଲା, ଯିଏ ସୁନାର ସୁନ୍ଦର କାରୁକାର୍ଯ୍ୟ ଭରା ରେଶମୀ ପୋଷାକ ପିନ୍ଧି ଗୋଟିଏ ଚୌକିରେ ବସିଥିଲା । ସେ ଯାଦୁର ହାରଟିକୁ ନିଜ ବେକରେ ପକେଇ ଥିଲା । ଦୁଇଜଣ ଅଙ୍ଗରକ୍ଷୀ ଖଣ୍ଡା ଧରି ତାଙ୍କ ପାଖରେ ଠିଆ ହୋଇଥିଲେ । ବିଲେଇ କୁକୁରକୁ କହିଲା, ‘‘ସେଇ ହାରଟିକୁ ଫେରେଇ ଆଣିବା ଲାଗି ତୁମର ତାକତ ଏବଂ ମୋର ବୁଦ୍ଧି ଦୁହିଁଙ୍କ ଦରକାରରେ ଆସିବ । ତୁମେ କ’ଣ ପ୍ରସ୍ତୁତ ଅଛ ?’’

 

କୁକୁର କହିଲା, ‘‘ମୋ ମାଲିକପାଇଁ ସବୁକିଛି କରିପାରିବି ?’’’ ଚତୁର ବିଲେଇ ତା’ ଯୋଜନା କଥା କୁକୁରକୁ କହିଲା । କୁକୁର ତା’ କଥାକୁ ତୁରନ୍ତ ମାନିଗଲା । ତା’ପରେ କୁକୁର ହଠାତ୍ ଚୋର ଉପରକୁ ଡେଇଁ ପଡ଼ିଲା ଏବଂ ଆଖିପିଛୁଳାକେ ତାକୁ ତଳେ ଗଡ଼େଇଦେଲା । ଚୋର ଭୟଭୀତ ହୋଇ ଚିତ୍କାର କଲା, ତାକୁ ଧର, ଦୁଇ ଅଙ୍ଗରକ୍ଷୀ ତାଙ୍କ ଖଣ୍ଡା ପ୍ରୟୋଗ କରି ପାରୁନଥିଲେ କାରଣ ଏଥିରେ ତାଙ୍କ ମାଲିକର କ୍ଷତି ହେଇପାରେ । ଯେତେବେଳେ କୁକୁର ମାଲିକକୁ ମାଡ଼ି ବସିଥିଲା, ସେତେବେଳେ ବିଲେଇ ଝପଟି ଯାଇ ତାଙ୍କ ଗଳାରୁ ସେଇ ଯାଦୁ ହାରଟିକୁ କାଢ଼ି ନେଇ ଆସିଲା । ଚୋର କିଛି କରିବା ପୂର୍ବରୁ ବିଲେଇ ଯାଦୁ ହାରଟିକୁ ହାତରେ ରଖି କହିଲା, ‘‘ଯାହା କହୁଛି ତା’ କର, ମତେ ମୋ ମାଲିକଙ୍କ ପାଖରେ ପହଞ୍ଚେଇଦେ ?’’’ କୁକୁର ଭୁକି କହିଲା, ‘‘ମତେ ବି ତୁମ ସାଙ୍ଗରେ ନେଇ ଚାଲ ?’’’ କିନ୍ତୁ ସେତେବେଳକୁ ବିଲେଇ ଚାଲିଯାଇଥିଲା । କିଛି ମୂହୁର୍ତ୍ତ ମଧ୍ୟରେ ବିଲେଇ ବୃଦ୍ଧର ଶୟନ କକ୍ଷରେ ପହଞ୍ଚିଗଲା ।

 

ସେତବେଳକୁ ବୃଦ୍ଧଙ୍କର ଅତ୍ୟନ୍ତ ଦୟନୀୟ ଅବସ୍ଥା ହେଇଯାଇଥିଲା । ସେ ଫଟାଚିରା ପୋଷାକ ପିନ୍ଧି ଚଟାଣରେ ପଡ଼ି ରହିଥିଲେ । ଘର ବାହାରେ ଥିବା ବଗିଚା ବି ନଷ୍ଟ ହେଇ ଯାଇଥିଲା । ବୃଦ୍ଧ ବିଲେଇକି ଦେଖି ଖୁସି ହୋଇ କହିଲେ, ‘‘ଇଶ୍ୱରଙ୍କ କୃପାରୁ ତୁ ଫେରି ଆସି ପାରିଲୁ ?’’’ ତା’ପରେ ବିଲେଇ ସେଇ ଯାଦୁ ହାରଟିକୁ ବୃଦ୍ଧଙ୍କ କୋଳରେ ପକେଇ ଦେଲା ।

 

ବୃଦ୍ଧ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ତୁ ହାରକୁ ଫେରେଇ ଆଣି ପାରିଲୁ ? ତୋ’ ସାଙ୍ଗ କୁକୁର କୁଆଡ଼େ ଗଲା, ତୋ’ ସାଙ୍ଗରେ ସେ ଆସିନି ?’’

 

ବିଲେଇ ଚୁପ୍‌ଚାପ୍ ତାଙ୍କ ଆଡ଼କୁ ଚାହିଁଲା, ବୃଦ୍ଧ ଭାବିଲେ କୁକୁର ନିଶ୍ଚୟ ୟାକୁ ଧୋକା ଦେଇଛି । ସେ କୁକୁରକୁ ଗାଳି ମନ୍ଦ କଲେ । ଏକଥା ଶୁଣି ଚାଲାକ ବିଲେଇ ମନ ଭିତରେ ଖୁସି ହେଉଥିଲା । ବୃଦ୍ଧଙ୍କ କୋଳ ଏବଂ ସେଇ ଯାଦୁ ହାର ଦୁଇଟି ଯାକ ଏବେ ତା’ର ହିଁ ଥିଲା ।

 

କିଛିଦିନ ପରେ ଘର ସାମ୍ନାରେ କୁକୁର ଭୁକିବା ଶବ୍ଦ ଶୁଣାଗଲା । ତା’ପରେ ବୃଦ୍ଧ ଝରକା ଖୋଲି ଦେଖିଲେ, ହାଲିଆ ହୋଇ ଧୂଳି ଧୂସର ହେଇ କୁକୁର ଭୁକୁଛି । ତାକୁ ଦେଖି ବୃଦ୍ଧ ଚିଡ଼ି ଯାଇ କହିଲେ, ‘‘ଯେତେବେଳେ ବିଲେଇ ହାର ଖୋଜିବା ପାଇଁ ଏତେ ପରିଶ୍ରମ କରୁଥିଲା ସେତେବେଳେ ତୁ ଆରାମ କରୁଥିଲୁ ? ଏବେ ଏଠାକୁ କ’ଣ କରିବାକୁ ଆସିଛୁ ? ଯାଃ... ମୋ ସାମ୍ନାରୁ ଚାଲି ଯା !’’ ଏହା କହି ବୃଦ୍ଧ ଝରକା ବନ୍ଦ କରିଦେଲେ । ବିଲେଇ ନିଜର ଚତୁରତା ପାଇଁ ମନ ଭିତରେ ଖୁସି ହେଉଥିଲା ।

 

ମାଲିକଙ୍କ ରାଗ ଦେଖି କୁକୁର ଚୁପ୍‌ଚାପ୍ ଚାଲିଗଲା, କିନ୍ତୁ ସେ ବିଲେଇର ବିଶ୍ୱାସଘାତକତା କେବେ ବି ଭୁଲି ପାରିଲାନି । ଆଜି ବି ସେ ବିଲେଇକୁ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜି ଚାଲିଛି ।

 

ଶଇତାନର ସର୍ତ୍ତ

(ଜର୍ମାନୀର ଲୋକକଥା)

 

ଏଲ୍‌ବି ନଦୀ କୂଳରେ ରାଜାଙ୍କ ଦୁର୍ଗ ଥିଲା । ସେଇ ନଦୀ ସେପାରିକୁ ଯିବା ପାଇଁ କୌଣସି ପୋଲ ନ ଥିଲା ।

 

ଦିନେ ରାଜା ସେଇ ନଦୀ ଉପରେ ପୋଲ ତିଆରି କରିବାକୁ ସ୍ଥିର କଲେ । ପୋଲ ତିଆରି କରିବାର ଦାୟିତ୍ୱ ସେ ଜଣେ କର୍ମଚାରୀଙ୍କୁ ଦେଲେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ପୋଲର ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଆଦେଶ ଦେଲେ । ତା’ ସହିତ ଏହି ଚେତାବନୀ ଦେଲେ କି ନିର୍ମାଣ କାର୍ଯ୍ୟ ଠିକ ସମୟରେ ନ ହେଲେ ତାକୁ କଠୋର ଦଣ୍ଡ ଦିଆଯିବ । କିନ୍ତୁ କର୍ମଚାରୀ ଜଣଙ୍କ ହେଳା ଯୋଗୁ ପୋଲର ନିର୍ମାଣ କାର୍ଯ୍ୟ ଧିର ଗତିରେ ଚାଲିଲା । ଯେତେବେଳେ ନିର୍ଦ୍ଧିଷ୍ଟ ସମୟ ଆସିଲା କର୍ମଚାରୀ ଜଣଙ୍କ ଭୟଭୀତ ହେଇଗଲା ।

 

ସେ ଜାଣିଥିଲା ଯେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପୋଲର ନିର୍ମାଣ କାର୍ଯ୍ୟ ନ ହେଲେ ରାଜା ତାକୁ କଠୋର ଦଣ୍ଡ ଦେବେ । ଚିନ୍ତିତ ହୋଇ କର୍ମଚାରୀ ଜଣଙ୍କ ଅନେକ ସମୟ ପର୍ଯ୍ୟନ୍ତ ଭାବିଲା, ତା’ପରେ ସେ ଶଇତାନର ସାହାଯ୍ୟ ପାଇଁ ସ୍ଥିର କଲା । ଶଇତାନ ତାକୁ ସାହାଯ୍ୟ କରିବା ପାଇଁ ରାଜି ହୋଇଗଲା । କିନ୍ତୁ ତା’ ସାମ୍ନାରେ ସେ ଏକ ସର୍ତ୍ତ ରଖିଲା । ସେ କର୍ମଚାରୀକୁ ନଦୀ କୂଳରେ ଏକ ଛେଳି ଛୁଆକୁ ବଳି ଦେବା ପାଇଁ କହିଲା । କର୍ମଚାରୀ ତୁରନ୍ତ ଶଇତାନର ସର୍ତ୍ତରେ ରାଜି ହୋଇଗଲା । କାରଣ ତା’ ପାଇଁ ଏହା ଏକ କଷ୍ଟକର କାମ ନ ଥିଲା ।

 

ପରଦିନ ରାତିରେ ଗୋଟିଏ ଛେଳି ଛୁଆକୁ ଧରି କର୍ମଚାରୀ ଘରୁ ବାହାରି ଆସିଲା । ତାକୁ ନଦୀ କୂଳକୁ ନେଇ ଆସିଲା ଏବଂ ଶଇତାନକୁ ସ୍ମରଣ କରି ତା’ ମୁଣ୍ଡ କାଟି ଅଲଗା କରିଦେଲା । ପରମୂହୁର୍ତ୍ତରେ ଶଇତାନ ସେଠାରେ ପ୍ରକଟ ହେଲା । ସେ ପ୍ରସନ୍ନ ହୋଇ ନିଜର ଶକ୍ତିବଳରେ ନଦୀ ଉପରେ କ୍ଷଣକରେ ଗୋଟେ ପୋଲ ତିଆରି କରିଦେଲା । ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ପୋଲ ତିଆରି ହୋଇଯାଇଥିବା ଦେଖି ରାଜା କର୍ମଚାରୀ ଉପରେ ବହୁତ ଖୁସି ହୋଇଗଲେ । ସେ ତା’ର ‘ପରିଶ୍ରମ’ ପାଇଁ ତା’ର ପିଠି ଥାପୁଡ଼େଇ ଦେଇ ତାକୁ ବହୁମୂଲ୍ୟ ପୁରସ୍କାର ଦେଲେ ।

 

ରାଜା ଓ ବୃଦ୍ଧ କୃଷକ

(ଭାରତର ଲୋକକଥା)

 

ଯେତେବେଳେ ରାଜା କୃଷ୍ଣଦେବରାୟ ପ୍ରଜାଙ୍କ ହାଲଚାଲ ଜାଣିବା ପାଇଁ ରାଜ୍ୟ ବୁଲିବାକୁ ଯାଉଥିଲେ, ସେତେବେଳେ ତେନାଲୀରାମକୁ ନିଜ ସାଙ୍ଗରେ ନେଇଯାଉଥିଲେ । ଏହା ଦେଖି ଅନ୍ୟ କର୍ମଚାରୀମାନେ ତାକୁ ଇର୍ଷା କରୁଥିଲେ । ଦିନେ ସମସ୍ତ କର୍ମଚାରୀମାନେ କହିଲେ, ‘‘ମହାରାଜ, ଆପଣ ଯେବେ ବି ବାହାରକୁ ଯାଉଛନ୍ତି ତେନାଲୀକୁ ସାଙ୍ଗରେ ନେଉଛନ୍ତି । ଆମକୁ ବି ଆପଣଙ୍କ ସାଙ୍ଗରେ ଯିବାକୁ ସୁଯୋଗ ଦିଆଯାଉ ?’’’

 

ରାଜା କର୍ମଚାରୀମାନଙ୍କର ଇଚ୍ଛାକୁ ସ୍ୱୀକାର କଲେ । ପରଦିନ ଯେତେବେଳେ ରାଜା ଲୋକଙ୍କର ଭଲମନ୍ଦ ବୁଝିବାପାଇଁ ମହଲରୁ ବାହାରିଲେ ସେତେବେଳେ ସେ ଦୁଇ କର୍ମଚାରୀଙ୍କୁ ତାଙ୍କ ସାଙ୍ଗରେ ନେଲେ । ରାଜା ସାଧାରଣ ଗାଉଁଲି ବେଶ ଧାରଣ କରିଥିଲେ, କାରଣ କେହି ଯେମିତି ତାଙ୍କୁ ଚିହ୍ନି ନ ପାରିବେ । ଦୁଇ କର୍ମଚାରୀ ମଧ୍ୟ ତାଙ୍କ ଭଳି ସାଧାରଣ ପୋଷାକରେ ଥିଲେ ।

 

ଚାଲୁ ଚାଲୁ ରାଜା ଏବଂ ଦୁଇ କର୍ମଚାରୀ ଗୋଟିଏ ଗାଁରେ ପହଞ୍ଚିଲେ । ସେଠାରେ ରାଜା କିଛି କୃଷକଙ୍କୁ ଗୋଟିଏ ଗଛତଳେ ବସିଥିବାର ଦେଖିଲେ, ସେମାନେ ନିଜର ସମସ୍ୟା ବିଷୟରେ ପରସ୍ପର ମଧ୍ୟରେ ଚର୍ଚ୍ଚା କରୁଥିଲେ । ରାଜା ତାଙ୍କ ପାଖକୁ ଯାଇ ପିଇବା ପାଇଁ ତାଙ୍କୁ ପାଣି ମାଗିଲେ । ପାଣି ପିଇସାରି ରାଜା ତାଙ୍କୁ ପଚାରିଲେ, ‘‘ବନ୍ଧୁମାନେ ! ଗାଁରେ ସବୁକିଛି ଠିକ୍ ଅଛି ତ ? ଆପଣମାନଙ୍କୁ କେହି ହଇରାଣ କରୁନାହାନ୍ତି ତ ? ରାଜା କିମ୍ବା ତାଙ୍କର କର୍ମଚାରୀଙ୍କ ପ୍ରତି କୌଣସି ଅଭିଯୋଗ ନାହିଁ ତ ?’’

 

ଜଣେ କୃଷକ ତାଙ୍କୁ କୌଣସି ରାଜକୀୟ ଅଧିକାରୀ ଭାବି କହିଲା, ‘‘ଆମେ ଆମ ଗାଁରେ ଆନନ୍ଦରେ ରହୁଛୁ । ଆମେ ଦିନରେ କଠିନ ପରିଶ୍ରମ କରୁଛୁ ଏବଂ ରାତିରେ ଆରାମରେ ଶୋଇଯାଉଛୁ । ଆମର ସେମିତି କୌଣସି ସମସ୍ୟା ନାହିଁ । ଆମ ରାଜା ଆମର ଭଲ ମନ୍ଦ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ?’’’

 

କୃଷକର ଉତ୍ତର ଶୁଣି ରାଜା ସନ୍ତୋଷଲାଭ କଲେ । ତା’ପରେ ପୁଣି ପଚାରିଲେ, ‘‘ଏଇ ଗାଁର ଲୋକମାନେ ମହାରାଜାଙ୍କ ବିଷୟରେ କ’ଣ ଭାବୁଛନ୍ତି ?’’

 

ରାଜାଙ୍କ ପ୍ରଶ୍ନ ଶୁଣି ଜଣେ ବୃଦ୍ଧ କୃଷକ ଉଠି ପଡ଼ି ପାଖରେ ଥିବା ଏକ ଜମିକୁ ଚାଲିଗଲା । କିଛି ସମୟ ପରେ ଜମିରୁ ଆଖୁ ଖଣ୍ଡେ ଧରି ଫେରି ଆସିଲା ଏବଂ ରାଜାଙ୍କୁ କହିଲା, ‘‘ମହାଶୟ, ଆମ ରାଜା କୃଷ୍ଣଦେବରାୟ ଏହି ଆଖୁ ଭଳି ?’’’

 

ରାଜା କୃଷକ କଥାର ଅର୍ଥ ବୁଝିପାରିଲେନି । ସେ ଜାଣି ପାରିଲେନି ଯେ କୃଷକ ପ୍ରକୃତରେ ତାଙ୍କର ତୁଳନା ଏକ ଆଖୁ ସହିତ କରି କ’ଣ କହିବାକୁ ଚାହୁଁଛି । ତେଣୁ ସେ ତାଙ୍କ ସାଙ୍ଗରେ ଥିବା ଦୁଇ କର୍ମଚାରୀଙ୍କୁ କୃଷକ କଥାର ଅର୍ଥ ପଚାରିଲେ । କର୍ମଚାରୀମାନେ ବି କୃଷକ କଥାର ଅର୍ଥ ବୁଝିପାରିନଥିଲେ । ତଥାପି ରାଜା ପଚାରିବାରୁ ତାଙ୍କୁ କିଛି ନା କିଛି ଉତ୍ତର ଦେବାର ଥିଲା ।

 

ଜଣେ କର୍ମଚାରୀ ଭାବି କହିଲା, ‘‘ମହାରାଜ, ଏହି କୃଷକ କହୁଛିକି ରାଜା ଏହି ଆଖୁ ଭଳି ଦୁର୍ବଳ । କୌଣସି ବି ବ୍ୟକ୍ତି ତାଙ୍କୁ ସହଜରେ ତାଙ୍କ ଅଧିକାରରୁ ଓପାଡ଼ି ଫିଙ୍ଗି ଦେଇପାରିବ ?’’’

 

ସେଇ କର୍ମଚାରୀର କଥା ଶୁଣି ରାଜା କ୍ରୋଧିତ ହେଇଗଲେ । ସେ କୃଷକକୁ କହିଲେ, ‘‘ମୂର୍ଖ ମଣିଷ, ତୁ କ’ଣ ଜାଣିନୁ ତୁ କାହା ସହିତ କଥା ହେଉଛୁ ? ମହାରାଜାଙ୍କ ବିଷୟରେ ଏମିତି କଥା କହିବାକୁ ତୋ’ର ସାହସ ହେଲା କେମିତି ? ଏହାର ଫଳ ତତେ ଭୋଗିବାକୁ ପଡ଼ିବ ?’’’

 

ସେତେବେଳେ ଜଣେ ଲୋକ ପାଖରେ ଥିବା ଏକ ଝୁମ୍ପୁଡ଼ି ଘରୁ ବାହାରି ଆସି ତାଙ୍କ ପାଖରେ ପହଞ୍ଚି କହିଲା, ‘‘ମହାରାଜ, ମୁଁ ଆପଣଙ୍କୁ ଚିହ୍ନିପାରିଛି, ମୋର ଦୁଃଖ ଏହାକି ଆପଣଙ୍କର କର୍ମଚାରୀ ବୃଦ୍ଧ କୃଷକ କଥାର ପ୍ରକୃତ ଅର୍ଥ ବୁଝେଇ ପାରିଲେନି । ପ୍ରକୃତରେ ଏଇ କୃଷକ ଆପଣଙ୍କ ତୁଳନା ଏହି ଆଖୁ ସହିତ କରି କହିବାକୁ ଚାହୁଁଥିଲାକି ଆପଣ ସାଧାରଣ ପ୍ରଜାଙ୍କ ପାଇଁ କୋମଳ ଏବଂ ମଧୁର କିନ୍ତୁ ଅପରାଧୀମାନଙ୍କ ପାଇଁ କଠୋର ଅଟନ୍ତି ?’’’

 

ତା’ପରେ ବୃଦ୍ଧ କୃଷକ କହିଲା, ‘‘ହଁ ମହାରାଜ, ଆପଣଙ୍କ କର୍ମଚାରୀ ମୋ ଶବ୍ଦର ଅର୍ଥ ବୁଝିପାରିଲେନି । ଆମ ମହାରାଜଙ୍କୁ ଅପମାନ ଦେବାର ଦୁଃସାହସ ମୁଁ କେମିତି କରିପାରିଥାନ୍ତି? ଯଦି ଆପଣଙ୍କୁ ମୋ କଥା ଶୁଣି ଦୁଃଖ ହେଲା ତା’ହେଲେ ମତେ କ୍ଷମା କରି ଦିଅନ୍ତୁ ?’’’

 

ରାଜା ହସି କହିଲେ, ‘‘କ୍ଷମାର ପ୍ରଶ୍ନ ହିଁ ଉଠୁନି, ମୁଁ ତୁମ କଥାର ଅର୍ଥ ବୁଝିପାରିନଥିଲି ତେଣୁ ମୁଁ ତୁମକୁ କଠୋର ଶବ୍ଦ କହିଦେଲି ?’’’ ତା’ପରେ ରାଜା କୃଷକ କଥାର ସଠିକ୍ ଅର୍ଥ କହିଥିବା ବ୍ୟକ୍ତିଙ୍କ ଆଡ଼କୁ ବୁଲି ଚାହିଁ କହିଲେ, ‘‘ତୁମ ନାଁ କୁହ । ବଡ଼ ଆଶ୍ଚର୍ଯ୍ୟର କଥାଯେ ତୁମ ଭଳି ବୁଦ୍ଧିମାନ ବ୍ୟକ୍ତି ମୋ ରାଜ୍ୟରେ ଥିଲେ ବି ତୁମ ବିଷୟରେ ଜାଣି ପାରିନି । ମୁଁ ତୁମ ଉପରେ ବହୁତ ଖୁସି । ମୁଁ ତୁମକୁ ମୋ ହାରଟି ପୁରସ୍କାରଭାବେ ଦେଉଛି ?’’’ ଏହା କହି ରାଜା ନିଜର ଦାମୀ ହାରଟି ସେଇ ବ୍ୟକ୍ତିଙ୍କ ଆଡ଼କୁ ବଢ଼େଇଲେ । ସେତେବେଳେ ସେଇ ବ୍ୟକ୍ତି ନିଜର ନକଲି ବେଶଭୂଷା ଉତାରି ଦେଲା । ତେନାଲୀ, ତୁମେ, ରାଜା ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘ତୁମେ ଆମ ପଛରେ ଏପର୍ଯ୍ୟନ୍ତ ଚାଲି ଆସିଲ ?’’ ‘‘ହଁ, ମହାରାଜ ! ଏହା ବ୍ୟତୀତ ମୋ ପାଖରେ ଆଉ କ’ଣ ଉପାୟ ଥିଲା ? ଯଦି ଆଜି ମୁଁ ଏଠାରେ ନ ଥାନ୍ତି ଜଣେ ନିର୍ଦ୍ଦୋଷ ବ୍ୟକ୍ତିର ଜୀବନ ବିପଦରେ ପଡ଼ି ଯାଇଥାନ୍ତା ?’’’

 

ରାଜା ତେନାଲୀର କଥାର ସତ୍ୟତାକୁ ବୁଝିପାରିଲେ । ସେପଟେ ଦୁଇ କର୍ମଚାରୀ ଲାଜରେ ମୁଣ୍ଡ ତଳକୁ କରି ଛିଡ଼ା ହୋଇଥିଲେ ।

 

ଚମତ୍କାରୀ ଦର୍ପଣ

(ଜାପାନର ଲୋକକଥା)

 

ୟୋକୋହାମା ନିକଟରେ ଏକ ସୁନ୍ଦର ଗାଁ’ ଥିଲା, ଯେଉଁଠି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ କନ୍ୟା ସହିତ ରହୁଥିଲେ । ଦିନେ ସେଇ ବ୍ୟକ୍ତିଙ୍କୁ କୌଣସି କାର୍ଯ୍ୟ ପାଇଁ କ୍ୱୋଟା ଯିବାକୁ ପଡ଼ିଲା । ତାହା ସେଇ ଗାଁଠାରୁ ବେଶି ଦୂର ଥିଲା । ଯିବା ପୂବରୁ ସେ ତାଙ୍କ କନ୍ୟାକୁ ଡାକି କହିଲେ, ‘‘ମୁଁ ଗୋଟେ କାମରେ କ୍ୱୋଟା ଯାଉଛି । ମୁଁ ଯିବା ପରେ ତୁ ଘରେ ଦୁଷ୍ଟାମି କରିବୁନି ଏବଂ ତୋ’ ମା’ କଥା ମାନିବୁ । ଯଦି ମୋର ଆସିବା ଡେରି ହୋଇଯାଏ ତା’ହେଲେ ଡରିବୁନି, ମୁଁ ସେଠାରୁ ଫେରିବା ସମୟରେ ତୋ’ ପାଇଁ ଉପହାର ନେଇ ଆସିବି ?’’’ ଏହା କହି ସେଇ ବ୍ୟକ୍ତି ଜଣଙ୍କ କ୍ୱୋଟା ଚାଲିଗଲେ ।

 

କିଛି ଦିନପରେ ଯେତେବେଳେ ସେ କ୍ୱୋଟାରୁ ଘରକୁ ଫେରିଲେ ତାଙ୍କ ପତ୍ନୀ ଏବଂ କନ୍ୟା ଯାତ୍ରା ବିଷୟରେ ଜାଣିବା ପାଇଁ ତାଙ୍କ ପାଖରେ ଯାଇ ବସିଲେ । ସେମାନେ ଦେଖିବାକୁ ଚାହୁଁଥିଲେକି ସେ ତାଙ୍କ ପାଇଁ କ’ଣ ଆଣିଛନ୍ତି ।

 

ସେଇ ବ୍ୟକ୍ତି ଗୋଟିଏ ପୁଟୁଳି ଖୋଲିଲେ, ଯେଉଁଥିରେ ରଙ୍ଗିନ୍ କପଡ଼ାରେ ସଜା ହୋଇଥିବା ଏକ ସୁନ୍ଦର କଣ୍ଢେଇ ଥିଲା । ସେ କଣ୍ଢେଇଟିକୁ ପୁଟୁଳିରୁ ବାହାର କରି ତାଙ୍କ ଝିଅକୁ ଦେଲେ । ଝିଅଟି ଖୁସି ହୋଇ କଣ୍ଢେଇଟିକୁ ହାତରେ ଧରି ତା’ ସାଙ୍ଗମାନଙ୍କୁ ଦେଖେଇବା ପାଇଁ ଘରୁ ବାହାରିଗଲା ।

 

ତା’ପରେ ସେଇ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସେଇ ପୁଟୁଳିରୁ ଏକ ଦର୍ପଣ ବାହାର କରି ଦେଲେ । ଏହା ପୂର୍ବରୁ ତାଙ୍କ ପତ୍ନୀ କେବେ ଦର୍ପଣ ଦେଖିନଥିଲେ । ଯେତେବେଳେ ତାଙ୍କ ପତ୍ନୀ ଦର୍ପଣକୁ ଦେଖିଲେ ସେଥିରେ ନିଜର ପ୍ରତିବିମ୍ବ ଦେଖିପାରିଲେ । ସେଇ ସିଧା ସାଧା ସ୍ତ୍ରୀ ନିଜ ପ୍ରତିବିମ୍ବକୁ ଅନ୍ୟ ଏକ ସ୍ତ୍ରୀ ବୋଲି ଭାବିଲେ । ପ୍ରତିବିମ୍ବ ଦେଖି ସେ ତାଙ୍କ ସ୍ୱାମୀଙ୍କ ଉପରେ ରାଗି କହିଲେ, ‘‘ଏଇ ସ୍ତ୍ରୀ ଲୋକଟା କିଏ ? ତୁମେ ତାକୁ ସାଙ୍ଗରେ କାହିଁକି ଆଣିଛ ?’’’

 

ପତ୍ନୀଙ୍କ କଥା ଶୁଣି ସେଇ ବ୍ୟକ୍ତି ଜୋରରେ ହସିଲେ । ତା’ପରେ ସେ ଦର୍ପଣ ବିଷୟରେ ପତ୍ନୀଙ୍କୁ ସବୁ କିଛି କହିଲେ । ଯେତେବେଳେ ପତ୍ନୀ ସେଇ ଦର୍ପଣର ଉପକାରିତା ବିଷୟରେ ବୁଝିଲେ ଏବଂ ତା’ପରେ ସେ ଶାନ୍ତ ହେଲେ । ସେଇ ଦର୍ପଣଟିକୁ ଉପହାରସ୍ୱରୂପ ତାଙ୍କ ପତ୍ନୀଙ୍କୁ ସେ ଦେଇଦେଲେ ।

 

ଦିନେ ତାଙ୍କ ପତ୍ନୀ ହଠାତ୍ ବହୁତ ଅସୁସ୍ଥ ହୋଇ ପଡ଼ିଲେ । ଚିକିତ୍ସକ ତାଙ୍କ ଶକ୍ତି ଅନୁସାରେ ଯେତେ ଚେଷ୍ଟା କଲେ ବି ତାଙ୍କୁ ବଞ୍ଚେଇ ପାରିଲେ ନାହିଁ । ମୃତ୍ୟୁ ପୂର୍ବରୁ ସେ ତାଙ୍କ ଝିଅକୁ ଡାକି କହିଲେ, ‘‘ଝିଅ, ମୁଁ ଆଉ ବଞ୍ଚିବିନି, ମୋ ପରେ ତୁ ତୋ ବାପାଙ୍କ ଯତ୍ନ ନେବୁ ଏବଂ ତାଙ୍କ ଆଦେଶ ପାଳନ କରିବୁ ?’’’ ତା’ପରେ ସେ ଦର୍ପଣଟିକୁ ଝିଅକୁ ସମର୍ପି ଦେଇ କହିଲେ, ‘‘ଝିଅ ତତେ ମୋ କଥା ବେଶି ଯେତେବେଳେ ମନେ ପଡ଼ିବ ତା’ହେଲେ ତୁ ଏହି ଦର୍ପଣଟିକୁ ଦେଖୁଥିବୁ । ଏହି ଦର୍ପଣରେ ତତେ ମୋ ମୁହଁ ଦେଖାଯିବ ?’’ ଝିଅଟି ଜାଣିଥିଲା ତା’ ମାଙ୍କର ଏହି ଦର୍ପଣଟି ବହୁତ ପ୍ରିୟ ଥିଲା । ତେଣୁ ସେ ଦର୍ପଣଟିକୁ ହାତରେ ଧରି କାନ୍ଦିବାକୁ ଲାଗିଲା ।

 

ସେଇ ବ୍ୟକ୍ତି ଜଣଙ୍କ ପତ୍ନୀ ମୃତ୍ୟୁର କିଛିଦିନ ପରେ ଦ୍ୱିତୀୟ ବିବାହ କଲେ । ସାବତ ମା’ ଝିଅଟି ସହିତ ଭଲ ବ୍ୟବହାର କରୁନଥିଲା । ଯେତେବେଳେ ଝିଅଟି ଏକୁଟିଆ ଅନୁଭବ କରୁଥିଲା, ସେତେବେଳେ ସେଇ ଦର୍ପଣଟିକୁ ଦେଖୁଥିଲା । ଦର୍ପଣଟିକୁ ଦେଖିଲେ ତାକୁ ଲାଗୁଥିଲା ଯେମିତି ତା’ ମା’ ତା’ ଆଖି ସାମ୍ନାରେ ବସିଛି । ଦିନେ ତା’ ସାବତ ମା’ ଝିଅଟିକୁ ଘର କଣରେ ବସି ଦର୍ପଣ ଦେଖୁଥିବାର ଦେଖିଦେଲା । ସାବତ ମା’ ଭାବିଲା, ସେ ତାକୁ ମାରିବା ପାଇଁ କିଛି ଯାଦୁ ଫାଦୁ କରୁଛି । ଏହା ଭାବି ସେ ତାକୁ ଖୁବ୍ ପିଟିଲା ଏବଂ ସ୍ୱାମୀ ଆସିଲାପରେ ତାଙ୍କ ପାଖରେ ଅଭିଯୋଗ କଲା ।

 

ପତ୍ନୀଙ୍କ କଥା ଶୁଣି ସେଇ ବ୍ୟକ୍ତି ଜଣଙ୍କ କ୍ରୋଧିତ ହୋଇପଡ଼ିଲେ । ତା’ପରେ ସେ ତୁରନ୍ତ ଝିଅର କୋଠରୀରେ ଯାଇ ପହଞ୍ଚିଲେ । ଯେମିତି ସେ ସେଇ କୋଠରୀ ଭିତରକୁ ପଶିଛନ୍ତି, ଝିଅଟି ପୋଷାକ ତଳେ କଣ ଲୁଚେଇ ଦେବାର ସେ ଦେଖିଲେ । ଏହା ଦେଖି ସେ ବୁଝିଗଲେକି ତାଙ୍କ ଝିଅ ତାଙ୍କୁ କିଛି ଲୁଚେଇବାକୁ ଚେଷ୍ଟା କରୁଛି । ତେଣୁ ସେ ପତ୍ନୀର କଥାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରିଗଲେ ।

 

ସେ ଝିଅ ପାଖକୁ ଯାଇ ରାଗି ତାକୁ ଧମକେଇଲେ । ରାଗିଯାଇ ସେ ତାଙ୍କ ଝିଅକୁ ଏକଥା ମଧ୍ୟ କହିଲେ, ‘‘ତୋ ଭଳି ଝିଅ ନ ହୋଇଥିଲେ ଭଲ ହୋଇଥାନ୍ତା ?’’ ତା’ ବାପାଙ୍କର ଏମିତି କଠୋର ଶବ୍ଦ ଶୁଣି ଝିଅଟିକୁ ବହୁତ ଦୁଃଖ ଲାଗିଲା । ତା’ପରେ ଦୁଃଖି ହୋଇ ଝିଅଟି ତା’ ବାପାଙ୍କୁ ସେଇ ଦର୍ପଣ ଏବଂ ତା’ ମା’ଙ୍କ ଅନ୍ତିମ କଥା ବିଷୟରେ ସବୁକିଛି କହିଲା, ଯେବେବି ମାଆ କଥା ମନେପଡ଼େ ଏବଂ ମୁଁ ଏକୁଟିଆ ଅନୁଭବ କରେ ସେଇ ଦର୍ପଣକୁ ବସି ଦେଖେ । ଏଥିରେ ଦେଖିଲେ, ମତେ ଲାଗେ ମୋ ମା’ ମୋ ପାଖରେ ବସି ମତେ ସ୍ନେହପୂର୍ଣ୍ଣ ଆଖିରେ ଚାହିଁ ରହିଛି’ ।

 

ଏକଥା ଶୁଣି ତା’ ବାପା ତାଙ୍କର ଭୁଲ ବୁଝିପାରିଲେ । ଏକଥା ଭାବି ସେ ଗ୍ଳାନି ଅନୁଭବ କଲେ ଯେ ପତ୍ନୀଙ୍କ ମୃତ୍ୟୁ ପରେ ନିଜ ଝିଅର ଯଥେଷ୍ଟ ଧ୍ୟାନ ସେ ରଖିପାରି ନାହାନ୍ତି । ଯେତେବେଳେ ତା’ର ସାବତ ମା’ ଦର୍ପଣ ବିଷୟରେ ପ୍ରକୃତ କଥା ଜାଣିଲା, ସେ ତା’ର ବ୍ୟବହାର ପାଇଁ ଲଜ୍ଜିତ ହେଲା । ତା’ପରଠୁ ଝିଅର ବାପା ଏବଂ ସାବତ ମାଆ ଝିଅର ସମ୍ପୁର୍ଣ୍ଣ ଯତ୍ନ ନେବାକୁ ଲାଗିଲେ । ଏମିତି ଭାବେ ଝିଅଟିକୁ ଦୁହିଁଙ୍କ ଭରପୁର ସ୍ନେହ ମିଳିଲା ଏବଂ ସେ ନିଜକୁ କେବେବି ଏକୁଟିଆ ଅନୁଭବ କଲା ନାହିଁ ।

 

ଚିଠି

(ଚିଲ୍ଲିର ଲୋକକଥା)

 

ଥରେ ମିଆଁ ଶେଖରର ଭାଇ ଅସୁସ୍ଥ ହେଇ ପଡ଼ିଲେ । ଏହି ଖବର ପାଇବାକ୍ଷଣି ଶେଖ ମିଆଁ ତା’ ଭାଇଙ୍କ ଖବର ଜାଣିବା ପାଇଁ ଚିଠି ଲେଖି ପଠେଇବାକୁ ଭାବିଲା ।

 

ପୂର୍ବ କାଳରେ ଡାକ କିମ୍ବା ଫୋନ ଭଳି ଆଧୁନିକ ବ୍ୟବସ୍ଥା ନ ଥିଲା । ତେଣୁ ଗାଁ’ର ଜଣକୁ ଚିଠି ପଠେଇବା ପାଇଁ ନିଯୁକ୍ତି କରା ଯାଉଥିଲା କିମ୍ବା ଭଣ୍ଡାରୀ,ବାଟୋଇମାନଙ୍କ ହାତରେ ଚିଠି ପଠା ଯାଉଥିଲା । ଗାଁ’ର ଚିଠି ପହଞ୍ଚେଇବା ଲୋକଟି ଅସୁସ୍ଥ ଥିଲା । ତେଣୁ ମିଆଁ ଶେଖ ନିଜ ଗାଁର ଭଣ୍ଡାରି ହାତରେ ଚିଠି ପଠାଇବାକୁ ଭାବିଲା । କିନ୍ତୁ ସେ ମନା କରିଦେଲା । ଗାଁରେ ଫସଲ ପାଚିବା ସମୟ ହୋଇଯାଇଥିବାରୁ ଅନ୍ୟ ଚାକର କିମ୍ବା ବାଟୋଇ ମିଳିବା କଷ୍ଟକର ହେଲା । ତେଣୁ ମିଆଁ ଶେଖ ଭାବିଲା, ମୁଁ ନିଜେ ଯାଇ ଭାଇଙ୍କୁ ଚିଠି ଦେଇ ଆସିବି ।

 

ପରଦିନ ସକାଳୁ ସକାଳୁ ମିଆଁ ଭାଇ ଘରକୁ ଯିବାକୁ ବାହାରି ପଡ଼ିଲା । ସେ ସନ୍ଧ୍ୟା ସୁଦ୍ଧା ଭାଇ ଘରେ ପହଞ୍ଚିଗଲା ।

 

ଘରର କବାଟ ଖଟ ଖଟ କରିବାରୁ ତା’ ରୋଗିଣା ଭାଇ ତୁରନ୍ତ ବାହାରକୁ ଆସିଲେ । ମିଆଁ ଶେଖ ତାଙ୍କୁ ଚିଠି ଧରେଇ ଦେଇ ବୁଲି ପଡ଼ି ତା’ ଗାଁକୁ ଫେରି ଯିବାକୁ ପାଦ ପକେଇଲା ।

 

ତା’ପରେ ତା’ ଭାଇ ତା’ ପଛରେ ଦୌଡ଼ିଲେ ଏବଂ ତାକୁ ଅଟକେଇ କହିଲେ, ‘ତୁ ଏତେ ଦୂରରୁ ଆସିଲୁ, ତା’ହେଲେ ଘରକୁ ଆସେ । ମୋ ଉପରେ ରାଗିଛୁ କି ?’’ଏହା କହି ତା’ ଭାଇ ତାକୁ ଆଲିଙ୍ଗନ କରିବାକୁ ଆଗକୁ ବଢ଼ିଲେ ।

 

ସେତେବେଳେ ମିଆଁ ଶେଖ ନିଜ ଭାଇଙ୍କ ପାଖରୁ ଦୂରକୁ ହଟିଯାଇ କହିଲା, ମୁଁ ତୁମ ଉପରେ ଆଦୌ ରାଗିନି କିନ୍ତୁ ଚିଠି ପହଞ୍ଚେଇବାକୁ କେହି ଲୋକ କିମ୍ବା ଭଣ୍ଡାରି ମିଳିଲେନି,ଏଥିପାଇଁ ତୁମ ଖବର ଅନ୍ତର ବୁଝିବା ପାଇଁ ନିଜେ ଚିଠି ଦେବା ପାଇଁ ଏଠାକୁ ତୁମ ଘର ପର୍ଯ୍ୟନ୍ତ ଆସିବାକୁ ପଡ଼ିଲା ।

 

ମିଆଁ ଶେଖକୁ ତା’ ଭାଇ ଯେତେ ବୁଝେଇଲେ, ଯଦି ଆସିଲୁ ଦୁଇ ଚାରି ଦିନ ରହିକି ଯା । ଏକଥା ଶୁଣି ମିଆଁର ରାଗ ଚଢ଼ିଗଲା । ସେ ମୁହଁକୁ ତେଢ଼ା କରି କହିଲା ‘ଭାଇ ଆପଣ ତ ଅଜବ ଲୋକ ! ଆପଣ ଏକଥା ବୁଝି ପାରୁ ନାହାନ୍ତିକି, ମୁଁ ଏଠାକୁ ‘ଭଣ୍ଡାରୀ’ର ଦାୟିତ୍ୱ ତୁଲେଇବାକୁ ଆସିଛି । ଆପଣଙ୍କୁ ଦେଖା କରିବାକୁ ଆସିବାର ଥିଲେ, ମୁଁ ନିଜେ ଚାଲି ଆସିଥାନ୍ତି ।

 

Unknown

ଚତୁର ଝିଅ

(ଋଷର ଲୋକକଥା)

 

ଏକ ଛୋଟ ସୁନ୍ଦର ଝିଅ ଟୁଇଙ୍କିଲ ତା’ ବାପା ମାଙ୍କ ସାଙ୍ଗରେ ରହୁଥିଲା । ଦିନେ ଟୁଇଙ୍କିଲ ମାଆଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହେଇଗଲା । ତା’ପରେ ତା’ ବାପା ଦ୍ୱିତୀୟ ବିବାହ କଲେ । ନୂଆ ମା’ ଜଣଙ୍କ ଟୁଇଙ୍କିଲକୁ ଆଦୌ ଭଲ ପାଉନଥିଲା । ସବୁବେଳେ ତାକୁ ମାରିବା ପାଇଁ କିଛି ନା କିଛି ବାହାନା ଖୋଜୁଥିଲା ।

 

ଦିନେ ଟୁଇଙ୍କିଲର ବାପା କୌଣସି ଦରକାରୀ କାର୍ଯ୍ୟରେ ସହର ଚାଲିଗଲେ । ଟୁଇଙ୍କିଲର ସାବତ ମା’ ତାକୁ ମାରିବା ପାଇଁ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲା । ସେ ଟୁଇଙ୍କିଲକୁ କହିଲା, ‘‘ତୋ’ର ଜଣେ ମାଉସୀ ଅଛି, ଯାହାଙ୍କ ନାଁ ବାବା ଯୋଗା, ସେ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି । ତୁ ତାଙ୍କ ପାଖକୁ ଯାଆ, ସେ ତତେ ଛୁଞ୍ଚି ସୂତାରେ ବ୍ଲାଉଜ୍ ସିଲେଇ ଶିଖେଇ ଦେବେ ?’’’

 

ପ୍ରକୃତରେ ବାବା ଯୋଗା ଏକ ଦୁଷ୍ଟ ଯାଦୁଗର ଥିଲା, ଯିଏ ପିଲାମାନଙ୍କୁ ଖାଇ ଯାଉଥିଲା । ଟୁଇଙ୍କିଲ ଛୋଟ ତ ଥିଲା କିନ୍ତୁ ସେ ବହୁତ ଚାଲାକ ଥିଲା । ସେ ଧାଇଁ ଯାଇ ତା’ ଚାଚି ପାଖକୁ ଗଲା ଏବଂ ସେ ସବୁ କିଛି ତାଙ୍କୁ କହିଲା । ଟୁଇଙ୍କିଲର ଚାଚି ତାକୁ କହିଲେ, ‘‘ଝିଅ, ସେଠାରେ ଏକ ଗଛ ଦେଖିବୁ, ସେଇ ଗଛର ଏକ ଡାଳ ତୋ ମୁହଁରେ ବାଡ଼େଇ ହେବାକୁ ଚେଷ୍ଟା କରିବ, କିନ୍ତୁ ତୁ ତା’ ପୂର୍ବରୁ ସେଇ ଗଛରେ ଏକ ଫିତା ବାନ୍ଧିଦେବୁ । ବାବା ଯୋଗା ଘରର କବାଟ ଯେତେବେଳେ ତୋ ରାସ୍ତା ବନ୍ଦ କରିବ ତୁ ତା’ ଉପରେ ତେଲ ଢାଳିଦବୁ । ତା’ପରେ ତା’ କୁକୁର ତୋ ପଛରେ ଦୌଡ଼ିବ, ତୁ ତାଜା ମାଂସ ଖଣ୍ଡ ତା’ ସାମ୍ନାରେ ପକେଇ ଦବୁ । ତା’ପରେ ତା’ ବିଲେଇ ତୋ ଆଡ଼କୁ ଝପଟି ଆସିଲେ ତୁ ତାକୁ କେକ୍ ଦେଇ ଦେବୁ । ଏମିତି ଭାବେ ତୁ ବାବା ଯୋଗାକୁ ସାକ୍ଷାତ୍‍ କରି ସୁରକ୍ଷିତ ଭାବେ ଘରକୁ ଫେରିଆସିବୁ ?’’’

 

ତା’ପରେ ଟୁଇଙ୍କିଲ ବାବା ଯୋଗା ଘରଆଡ଼କୁ ଚାଲିଲା । ଯେତେବେଳେ ସେ ତାଙ୍କ ଘର ପାଖରେ ପହଞ୍ଚିଲା, ସେ ତାଙ୍କ ଘର ବାହାରେ ବଗିଚାରେ ବସିଥିବାର ଦେଖିଲା । ଯେମିତି ବାବା ଯୋଗା ତାକୁ ଦେଖିଲା, ସେଇ ଦୁଷ୍ଟ ଯାଦୁଗର ଛଳନା କରି ତାକୁ ପାଖକୁ ଡାକିଲା । ତା’ପରେ ସେ ତାକୁ ବଗିଚାରେ ବସେଇ ଘର ଭିତରକୁ ଚାଲିଗଲା । ସେ ଯାଇ ଚାକରାଣୀକୁ କହିଲା, ‘‘ମୋ ଝିଆରିକୁ ଭଲଭାବେ ଧୋଇ ଧାଇ ଗାଧୋଇ ଦେ । ଆଜି ମୁଁ ତାକୁ ସକାଳ ଜଳଖିଆରେ ଖାଇବି ?’’

କିନ୍ତୁ ଯେତେବେଳେ ଚାକରାଣୀ ଝିଅଟିକୁ ଦେଖିଲା, ସେଇ ଛୋଟ ଝିଅଟି ଉପରେ ତାକୁ ଦୟା ଆସିଲା । ସେ ତାକୁ ସ୍ନାନାଗାରକୁ ନେଇଯାଇ କହିଲା, ‘‘ବାବା ଯୋଗା ତତେ ମାରିବାକୁ ଚାହୁଁଛି । ତେଣୁ ଯେତେ ଜଲ୍‌ଦି ହେବ ତୁ ଏଠାରୁ ଚାଲିଯା ?’’

 

ଚାକରାଣୀର କଥା ଶୁଣି ଟୁଇଙ୍କିଲ ଡରିଗଲା । ଯେମିତି ସେ ଧାଇଁବାକୁ ଲାଗିଲା, ଗୋଟେ ବିଲେଇ ତା’ ଆଡ଼କୁ ଝପଟି ଆସିଲା । ଟୁଇଙ୍କିଲ ତୁରନ୍ତ ତା’ ସାମ୍ନାରେ କେକ୍ ଫିଙ୍ଗିଦେଲା । ବିଲେଇ କେକ୍ ଖାଇବାକୁ ଲାଗିଲା । ତା’ପରେ ଟୁଇଙ୍କିଲ ବାବା ଯୋଗାର ଘରୁ ବାହାରି ବଗିଚାର ଫାଟକ ଆଡ଼କୁ ଦୌଡ଼ିଲା । ଯେମିତି ସେ ଫାଟକ ପାଖରେ ପହଞ୍ଚିଛି, ଫାଟକଟି ତାକୁ ଧକ୍କା ଦେବା ପାଇଁ ଜୋରରେ ତା’ ଆଡ଼କୁ ଆସିଲା, କିନ୍ତୁ ଟୁଇଙ୍କିଲ ଅତିଶିଘ୍ର ତା’ ଉପରେ ତେଲ ଢାଳିଦେଲା । ତା’ପରେ ଫାଟକଟି ସ୍ଥିର ହୋଇଗଲା । ତା’ପରେ ବିଚାରୀ ଟୁଇଙ୍କିଲ ଶାନ୍ତିରେ ନିଃଶ୍ୱାସ ନେଇନି ଗୋଟିଏ କୁକୁର ତା’ ଆଡ଼କୁ ଧାଇଁ ଆସୁଥିବାର ଦେଖିଲା । ସେ ତୁରନ୍ତ କୁକୁର ଆଡ଼କୁ ତାଜା ମାଂସ ଖଣ୍ଡେ ପକେଇ ଦେଲା । କୁକୁର ତାକୁ କହିଲା, ‘‘ମୁଁ ତୁମ ଉପରେ ଖୁସି । ମୁଁ ତୁମକୁ ବାବା ଯୋଗାଠାରୁ ବଞ୍ଚେଇବା ରାସ୍ତା ବତେଇବି । ତୁମେ ଏଇ ତଉଲିଆ ଏବଂ ଗାମୁଛା ନିଅ । କିଛି ଦୂର ଯିବା ପରେ ତୁମେ ତୁମ କାନକୁ ମାଟିରେ ଲଗେଇ ଦେବ । ଯେମିତି ତୁମେ ବାବା ଯୋଗାର ପାଦଶବ୍ଦ ଶୁଣିବ ସେତେବେଳେ ତୁମେ ଏହି ତଉଲିଆକୁ ଭୂମିରେ ଫିଙ୍ଗିଦବ । ତା’ପରେ ବାବା ଯୋଗା ଏବଂ ତୁମ ମଝିରେ ଏକ ଚଉଡ଼ା ନଦୀ ଉତ୍ପନ୍ନ ହେବ । ଏହା ପରେବି ଯଦି ବାବା ଯୋଗା ତୁମ ପଛରେ ଆସିବ ତୁମେ ଏଇ ଗାମୁଛାଟିକୁ ଭୂମିରେ ଫିଙ୍ଗିଦବ । ଏଥିରେ ତୁମ ଦୁହିଁଙ୍କ ମଝିରେ ଏକ ଘନ ଜଙ୍ଗଲ ସୃଷ୍ଟି ହେଇଯିବ । ଯାହାଦ୍ୱାରା ସେ ତାକୁ ପାର ହୋଇ ଆସିପାରିବନି । ତା’ପରେ ତୁମେ ଘରକୁ ଫେରିଯିବ ?’’

 

ଟୁଇଙ୍କିଲ ତଉଲିଆ ଏବଂ ଗାମୁଛା ନେଇ ଘର ଆଡ଼କୁ ଧାଇଁଲା । ବାବା ଯୋଗା ଟୁଇଙ୍କିଲର ପିଛା କଲା । ଟୁଇଙ୍କିଲ କିନ୍ତୁ ସେମିତି କଲା ଯେମିତି କୁକୁର ତାକୁ ବତେଇ ଥିଲା । ସେ ସେଇ ତଉଲିଆଟିକୁ ମାଟି ଉପରେ ଫିଙ୍ଗିଦେଲା । ସାଙ୍ଗେ ସାଙ୍ଗେ ବାବା ଯୋଗା ସାମନାରେ ଏକ ଚଉଡ଼ା ନଦୀ ସୃଷ୍ଟି ହେଲା । କିନ୍ତୁ ବାବା ଯୋଗା ନିଜର ଯାଦୁ ବଳରେ ସେଇ ନଦୀ ପାର ହୋଇଗଲା । ତା’ପରେ ଟୁଇଙ୍କିଲ ଗାମୁଛାଟିକୁ ମାଟି ଉପରେ ଫିଙ୍ଗିଦେଲା, ପରମୂହୁର୍ତ୍ତରେ ବାବା ଯୋଗା ସମ୍ନାରେ ଏକ ଘନ ଜଙ୍ଗଲ ସୃଷ୍ଟି ହେଲା । ସେଇ ଜଙ୍ଗଲୀ ପଶୁରେ ପରିପୂର୍ଣ୍ଣ ଘନ ଜଙ୍ଗଲକୁ ପ୍ରବେଶ କରିବାକୁ ବାବା ଯୋଗାର ସାହସ ହେଲା ନାହିଁ । ତା’ ଯାଦୁ ବି ତାକୁ ଜଙ୍ଗଲ ସେପାରିକୁ ନେଇଯାଇ ପାରିଲା ନାହିଁ । ବାଧ୍ୟ ହୋଇ ସେ ସେଠାରୁ ଫେରିଗଲା ।

 

ଯେତେବେଳେ ଟୁଇଙ୍କିଲ ଘରେ ପହଞ୍ଚିôଲା, ତା’ ବାପା ତାକୁ ଅପେକ୍ଷା କରି ବ୍ୟସ୍ତ ହେଉଥିଲେ । ଟୁଇଙ୍କିଲ ତା’ ବାପାଙ୍କ ପାଖରେ ସବୁ ଘଟଣା ବର୍ଣ୍ଣନା କଲା । ଏକଥା ଶୁଣି ତା’ ବାପା ସେଇ ଦୁଷ୍ଟ ପତ୍ନୀଙ୍କୁ ଧକ୍କା ଦେଇ ଘରୁ ବାହାର କରିଦେଲେ । ତା’ପରେ ଟୁଇଙ୍କିଲ ଏବଂ ତା’ ବାପା ଆନନ୍ଦରେ ରହିବାକୁ ଲାଗିଲେ ।

 

ଏକତା

(ଚୀନ୍‌ର ଲୋକକଥା)

 

ଅନେକ ବର୍ଷ ତଳର କଥା, ଗୋଟିଏ ସହରରେ ଜଣେ ଧନୀ ଲୋକ ରହୁଥିଲେ । ସେ ତାଙ୍କ ଆଖିର ଯନ୍ତ୍ରଣା ଯୋଗୁ ବହୁତ କଷ୍ଟ ପାଉଥିଲେ । ସେ ଅନେକ ଚିକିତ୍ସକଙ୍କ ଦ୍ୱାରା ତାଙ୍କ ଆଖିର ଚିକିତ୍ସା କଲେ କିନ୍ତୁ କିଛି ଲାଭ ହେଲାନି । ଆଖିର କଷ୍ଟ ଯୋଗୁ ସେ ରାତିରେ ନିଦରେ ଶୋଇ ପାରୁନଥିଲେ । ସେ କଷ୍ଟ ଯୋଗୁ ଭାବୁଥିଲେ, ‘‘ଯଦି ମୁଁ ଏହି କଷ୍ଟରୁ ମୁକ୍ତି ପାଇପାରିବିନି, ତା’ହେଲେ ଧନୀ ହେବାରେ କଣ ଲାଭ ଅଛି ?’’ ମତେ କଣ କେହି ସୁସ୍ଥ କରିପାରିବେନି ? ମୋର ସ୍ୱାସ୍ଥ୍ୟ ଖରାପ ଯୋଗୁ ସବୁ ଧନ ଦୌଲତ ମୋ ପାଇଁ ବେକାର ହୋଇଗଲା ।’’

 

ସେ ସହରରେ ଘୋଷଣା କଲେ, ଯିଏ ତାଙ୍କ ଆଖିକୁ ଠିକ୍ କରି ଦେବ ତା’ହେଲେ ସେ ତାଙ୍କୁ ବହୁତ ପୁରସ୍କାର ଦେବେ । ନଗରର ସମସ୍ତ ବୈଦ୍ୟ ତାଙ୍କ ଆଖିର କଷ୍ଟ ଦୂର କରିବାପାଇଁ ସବୁପ୍ରକାର ଚେଷ୍ଟା କରି ଦେଖିଲେ କିନ୍ତୁ ସବୁ କିଛି ବ୍ୟର୍ଥ ହେଲା ।

 

ସେଇ ସହରରେ ଚାଓ ନାମକ ଜଣେ ଆଇସ୍‌କ୍ରମ୍ ବିକ୍ରେତା ରହୁଥିଲା । ଥରେ ତା’ ମା’ ତାକୁ ଏକ ଜଡ଼ିବୁଟି ବିଷୟରେ କହିଥିଲେ, ଯେଉଁଥିରେ ଆଖିର ଯେକୌଣସି ପ୍ରକାର ରୋଗ ଭଲ ହେଇ ଯାଇ ପାରିବ । ଧନୀ ବ୍ୟକ୍ତିଙ୍କ ଘୋଷଣା ଶୁଣି ସେ ସେଇ ଜଡ଼ିବୁଟିକୁ ଖୋଜିବା ପାଇଁ ଜଙ୍ଗଲ ଆଡ଼କୁ ଚାଲିଲା । ଜଙ୍ଗଲରେ ସେ ଗୋଟିଏ ସ୍ଥାନରେ ପିଠି ଉପରେ ଚାଉଳ ବୋହି ଅନେକଗୁଡ଼ିଏ ପିମ୍ପୁଡ଼ି ଏପଟ ସେପଟ ଧାଉଁଥିବାର ଦେଖିଲା । ସେଠାରେ ଥିବା ଏକ ଝରଣା ରାସ୍ତାରେ ବଡ଼ ପଥରଟିଏ ଗଡ଼ିଯାଇ ପଡ଼ିଥିଲା, ଯାହାଦ୍ୱାରା ପାଣି ବୋହି ଯିବାର ରାସ୍ତା ବନ୍ଦ ହୋଇଯାଇଥିଲା । ତେଣୁ ଝରଣାର ପାଣି ପିମ୍ପୁଡ଼ିମାନଙ୍କ ବସାରେ ପ୍ରବେଶ କରୁଥିଲା ।

 

ଏକଥା ଦେଖି ଦୟାଳୁ ଚାଓର ପିମ୍ପୁଡ଼ିମାନଙ୍କ ଉପରେ ବହୁତ ଦୟା ଆସିଲା । ସେ କହିଲା, ‘‘ଆମେ ସବୁ ଏକ !’’ ଏହା କହି ସେ ସେଇ ପଥରଟିକୁ ଉଠେଇ ଝରଣାଠାରୁ ଦୂରକୁ ଫିଙ୍ଗିଦେଲା । ତା’ପରେ ସେ ଏକ ଟାଣୁଆ ବାଡ଼ି ସାହାଯ୍ୟରେ ପିମ୍ପୁଡ଼ିମାନଙ୍କ ବସାରୁ ଝରଣା ପର୍ଯ୍ୟନ୍ତ ଏକ ନାଳ ଖୋଳିଦେଲା । ଯାହାଦ୍ୱାରା ପିମ୍ପୁଡ଼ିମାନଙ୍କ ବସାକୁ ଯାଇଥିବା ପାଣି ପୁଣି ଝରଣାକୁ ଫେରି ଆସିଲା । ଏହି କାର୍ଯ୍ୟ କରିବା ପରେ ପିମ୍ପୁଡ଼ିମାନଙ୍କ ଠାରୁ ଧନ୍ୟବାଦ ଶୁଣିବା ପାଇଁବି ଅଟକିଲାନି । ସେ ତୁରନ୍ତ ଆଖି ରୋଗ ଠିକ୍ କରୁଥିବା ଜଡ଼ିବୁଟି ଖୋଜିବାକୁ ଚାଲିଗଲା । ଚାଲୁ ଚାଲୁ ଯେତେବେଳେ ସେ ଥକ୍କିଗଲା ଏକ ଗଛ ତଳେ ଶୋଇଗଲା ।

 

ଶୋଇଯାଇ ସେ ଏକ ସ୍ୱପ୍ନ ଦେଖିଲା, ସେ ନିଜକୁ ଗୋଟିଏ ବଡ଼ ସହରରେ ଛିଡ଼ା ହେଇଛି । ସେଇ ସହରରେ କେବଳ ପିମ୍ପୁଡ଼ିମାନେ ରହୁଥିଲେ । କିଛି ସମୟପରେ କେତେକ ସୈନିକ ପିମ୍ପୁଡ଼ି ତା’ ପାଖକୁ ଆସି କହିଲେ, ‘‘ଆମ ମହାରାଣୀ ଆପଣଙ୍କୁ ସାକ୍ଷାତ୍‍ କରିବାକୁ ଚାହୁଁଛନ୍ତି, ତେଣୁ ଆପଣ ଆମ ସାଙ୍ଗରେ ଚାଲନ୍ତୁ ?’’

 

ପିମ୍ପୁଡ଼ିମାନଙ୍କ କଥା ଶୁଣି ସେ ତୁରନ୍ତ ତାଙ୍କ ସାଙ୍ଗରେ ଗଲା । ସେଇ ପିମ୍ପୁଡ଼ିମାନେ ତାକୁ ଏକ ଭବ୍ୟ ମହଲକୁ ନେଇଗଲେ, ଯେଉଁଠି ତା’ର ପିମ୍ପୁଡ଼ିମାନଙ୍କ ରାଣୀଙ୍କ ସହିତ ଭେଟ ହେଲା । ପିମ୍ପୁଡ଼ିମାନଙ୍କ ରାଣୀ ମହଲରେ ତାକୁ ସ୍ୱାଗତ କରି କହିଲା, ‘‘ମହାନ ସମ୍ରାଟ ଚାଙ୍ଗଙ୍କ ଭଳି ତୁମେ ବି ପାଣିକୁ ଅଟକେଇ ଆମ ପିମ୍ପୁଡ଼ିମାନଙ୍କ ଜୀବନ ରକ୍ଷା କଲ । ଏବେ ଆମେ ସବୁ ଏକ୍‌ । ଭବିଷ୍ୟତରେ ଯେବେବି ତୁମକୁ ଆମର ଆବଶ୍ୟକତା ପଡ଼େ ଆମକୁ ଡାକିଦେବ । ଆମେ ସବୁ ଅତିଶୀଘ୍ର ତୁମକୁ ସାହଯ୍ୟ କରିବା ପାଇଁ ପହଞ୍ଚିଯିବୁ । ଆମକୁ ସାହାଯ୍ୟ ମାଗିବା ପାଇଁ କେବେ ବି ତୁମେ ସଙ୍କୋଚବୋଧ କରିବ ନାହିଁ ।’’ ତା’ପରେ ଆଇସ୍‌କ୍ରିମ ବିକ୍ରେତାର ଆଖି ଖୋଲିଗଲା । ସେ ଏହା ଦେଖି ଆଶ୍ଚର୍ଯ୍ୟ ହେଲାଯେ ସେ ପୁଣି ଥରେ ସେଇଠି ପହଞ୍ଚି ଯାଇଥିଲା ଯେଉଁଠି ସେ ପିମ୍ପୁଡ଼ିମାନଙ୍କ ବସାକୁ ଝରଣା ପାଣିରୁ ବଞ୍ଚେଇଥିଲା । ସେ ଭାବିଲା, ‘‘ମୋ ସ୍ୱପ୍ନ କ’ଣ ସତ ଥିଲା ? ପିମ୍ପୁଡ଼ିମାନଙ୍କ ସହରର ଅସ୍ତିତ୍ୱ କଣ ହେଇପାରେ ?’’ ଏହା ଭାବି ସେ ପୁଣି ନିଜ ରାସ୍ତାରେ ଚାଲିଲା ଏବଂ ଆହୁରି ଉତ୍ସାହରେ ସେ ଜଡ଼ିବୁଟି ଖୋଜିବାରେ ଲାଗିଗଲା । ସନ୍ଧ୍ୟାରେ ସେ ଏକ ଭଙ୍ଗା ମନ୍ଦିରରେ ପହଞ୍ଚିଲା । ଯେମିତି ସେ ମନ୍ଦିର ଭିତରକୁ ଯାଇଛି, ତା’ ଦୃଷ୍ଟି ଏକ ପକ୍ଷୀ ଉପରେ ପଡ଼ିଲା ଯିଏ ଏକ ବାଜ ପକ୍ଷୀଠାରୁ ଜୀବନ ବଞ୍ଚେଇ ଧାଉଁଥିଲା । ସେ ବାଜକୁ ଡରେଇ ସେଠାରୁ ଭଗେଇ ଦେଲା ଏବଂ ଏହିଭାବେ ସେ ତା’ର ପ୍ରାଣ ରକ୍ଷା କଲା । ତା’ପରେ ସେଇ ପକ୍ଷୀକୁ ନିଜ ହାତ ଉପରେ ରଖି କହିଲା, ‘‘ଆମେ ସବୁ ଏକ ?’’ ଏହା କହି ସେ ଗୋଟେ ଗଛରୁ କିଛି ଫଳ ଆଣି ସେଇ ପକ୍ଷୀକୁ ଦେଇ କହିଲା, ‘‘ମୁଁ ପଛେ ଭୋକରେ ରହେ କିନ୍ତୁ ତତେ ଭୋକରେ ରଖିବାକୁ ଦେବିନି । ଏଇ ଫଳ ତୋ ପାଇଁ ଆଣିଛି ?’’

 

ପକ୍ଷୀଟି ଫଳକୁ ନେଇ ତା’ ଆଡ଼କୁ କୃତଜ୍ଞତା ପୂର୍ଣ୍ଣ ଦୃଷ୍ଟିରେ ଚାହିଁ ସେଠାରୁ ଚାଲିଗଲା । ଚାଓ ଅନେକ ଦୂର ପର୍ଯ୍ୟନ୍ତ ଲଗାତାର ଚାଲିବା ଯୋଗୁ ବହୁତ ଥକ୍କି ଯାଇଥିଲା , ସେଥିପାଇଁ ସେ ଏକ ଗଛ ଛାଇରେ ଶୋଇଗଲା ।

 

ତା’ପରେ ସେ ସ୍ୱପ୍ନରେ ସେଇ ପକ୍ଷୀକୁ ଦେଖିଲା, ଯାହାର ଜୀବନ ସେ ବଞ୍ଚେଇ ଥିଲା । ପକ୍ଷୀଟି ତାକୁ କହିଲା, ‘‘ଏଠାରୁ ଦକ୍ଷିଣ ଦିଗକୁ ଯିବାପରେ ତୁମକୁ ଦୁଇଟି କାଣ୍ଡ ଥିବା ଏକ ଗଛ ଦେଖାଯିବ, ଯାହାର ଚେର ପାଖରେ ଏକ ଯାଦୁ ଦାନା ଥିବ । କିଛି ବର୍ଷ ପୂର୍ବେ ମୋ ଭଉଣୀ ସେଇ ଦାନା ଉପରେ ଏକ ଜଡ଼ିବୁଟିର ରସ ଢାଳି ଥିଲା । ସେଇ ଦାନାକୁ ମଦରେ ଗୋଳେଇ ପିଇବାକୁ ଦେଲେ ତା’ ଆଖି ଠିକ୍ ହୋଇଯିବ । ଏବେ ତୁମେ ସେଇ ଗଛ ପାଖକୁ ଜଲଦି ଯାଅ ?’’

 

ତା’ପରେ ଚାଓର ଆଖି ଖୋଲିଗଲା । ନିଦରେ ଦେଖିଥିବା ସ୍ୱପ୍ନକୁ ସ୍ମରଣ କରି ସେ ଦକ୍ଷିଣ ଦିଗ ଆଡ଼କୁ ଚାଲିଲା । କିଛିଦୂର ଯିବା ପରେ ସେ ଦୁଇଟି କାଣ୍ଡ ଥିବା ଗଛ ଦେଖିବାକୁ ପାଇଲା । ସେଇ ଗଛର ଚେର ପାଖରେ ଗୋଟିଏ ଦାନାବି ପଡ଼ିଥିଲା, କିନ୍ତୁ ସେଇ ଦାନା ପାଖରେ ପହଞ୍ଚିବା ବହୁତ କଷ୍ଟ ଥିଲା । କାରଣ ତାହା କଣ୍ଟା ଝଣ୍ଟାରେ ପରିପୂର୍ଣ୍ଣ ଥିଲା । ସେତେବେଳେ ତା’ର ପିମ୍ପୁଡ଼ି ରାଣୀ କଥା ମନେପଡ଼ିଲା । ସେ ତୁରନ୍ତ କହିଲା ‘‘ପିମ୍ପୁଡ଼ି ରାଣୀ! ଆମେ ସବୁ ଏକ । ମତେ ସାହାଯ୍ୟ କର ?’’

 

ସେ କହିବାମାତ୍ରେ ହଜାର ହଜାର ପିମ୍ପୁଡ଼ି ସେଠାରେ ପହଞ୍ଚିଗଲେ । ତା’ପରେ ସେ ଖୁସି ହୋଇ ତାଙ୍କୁ କହିଲା, ‘‘ମୁଁ ସେଇ ଦାନା ନେଇ ଘରକୁ ଯିବି କିନ୍ତୁ କଣ୍ଟା ଝଣ୍ଟା ଯୋଗୁ ମୁଁ ସେଠାକୁ ଯାଇ ପାରୁନି, ତୁମେ ମତେ ସାହାଯ୍ୟ କରିପାରିବ?’’

 

‘‘କାହିଁକି ନୁହେଁ’’ ପିମ୍ପୁଡ଼ିଙ୍କ ରାଣୀ କହିଲା, ‘‘ଆମେ ସବୁ ଏକ ?’’ ଆମେ ସମସ୍ତେ ତୁମକୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛୁ ?’’

 

ଏହା କହି ସେ ତାଙ୍କ ସୈନିକମାନଙ୍କୁ ସେଇ ଦାନାକୁ ଆଣିବା ପାଇଁ ଆଦେଶ ଦେଲା । ରାଣୀଙ୍କ ଆଦେଶ ପାଇ ସମସ୍ତ ସୈନିକ ପିମ୍ପୁଡ଼ି କଣ୍ଟା ଝଣ୍ଟା ମଧ୍ୟରୁ ଦାନାକୁ ଆଣିବା କାମରେ ଲାଗିଗଲେ । ପିମ୍ପୁଡ଼ିମାନଙ୍କ ପାଇଁ ସେଠାକୁ ଯାଇ ଦାନା ଆଣିବା କୌଣସି କଷ୍ଟକର କାମ ନ ଥିଲା ।

 

କିଛି ସମୟ ମଧ୍ୟରେ ସେଇ ଦାନାକୁ ଆଣି ପିମ୍ପୁଡ଼ିମାନେ ଚାଓ ପାଖକୁ ଫେରି ଆସିଲେ । ଚାଓ ସେଇ ଦାନାକୁ ଦେଖି ଖୁସି ହୋଇଗଲା । ସେ ତାକୁ ଉଠେଇ ନିଜ ବ୍ୟାଗରେ ରଖି ନେଲା ଏବଂ ପିମ୍ପୁଡ଼ିମାନଙ୍କୁ ତାଙ୍କ ସାହାଯ୍ୟପାଇଁ ଧନ୍ୟବାଦ ଦେଇ ସେ ସହରକୁ ଫେରି ଆସିଲା । ପରଦିନ ସେ ସେଇ ଧନୀ ବ୍ୟକ୍ତିଙ୍କ ଘରେ ପହଞ୍ଚିଲା । ତାଙ୍କ ଚାକରକୁ କହିଲା, ‘‘ସେ ତାଙ୍କ ଆଖି ଠିକ୍ କରିବାକୁ ଆସିଛି ।’’ ଏକଥା ଶୁଣି ଚାକର ତାକୁ ମାଲିକ ପାଖକୁ ନେଇଗଲା । ଚାଓ ଦାନାକୁ ଧନୀ ବ୍ୟକ୍ତିଙ୍କୁ ଦେଇ କହିଲା, ‘‘ଆପଣ ଏଇ ଦାନାକୁ କିଛି ମଦରେ ଗୋଳେଇ ପିଇ ଦିଅନ୍ତୁ, ପିଇଲା ପରେ ତମ ଆଖିର କଷ୍ଟ ତୁରନ୍ତ ଦୂରେଇ ଯିବ । ଏହି ଔଷଧ କୌଣସି ପ୍ରକାରେ ଅସଫଳ ହେବ ନାହିଁ ?’’

 

ଧନୀ ବ୍ୟକ୍ତି ତୁରନ୍ତ ମଦ ମଗେଇ ସେଥିରେ ଦାନାକୁ ଗୋଳେଇ ପିଇ ଦେଲେ । ପରମୂହୁର୍ତ୍ତରେ ତାଙ୍କ ଆଖିର କଷ୍ଟ ଦୂର ହୋଇଗଲା ଏବଂ ତାଙ୍କ ଆଖି ସମ୍ପୂର୍ଣ୍ଣ ଠିକ୍ ହୋଇଗଲା । ନିଜ ଆଖି ଏମିତି ଭାବେ ଠିକ୍ ହେବା ଦେଖି ଧନୀ ବ୍ୟକ୍ତି ଆନନ୍ଦରେ ଅଧିର ହୋଇଗଲେ । ତା’ପରେ ସେ ଘୋଷିତ ପୁରସ୍କାର ଠାରୁ ଆହୁରି ଅଧିକ ଧନ ଚାଓକୁ ଦେଲେ । ଚାଓର ଦାରିଦ୍ର‌୍ୟ ଦୂର ହୋଇ ଯାଇଥିଲା । ତା’ପରେ ସେ ଆନନ୍ଦରେ ପରିବାର ସହିତ ରହିବାକୁ ଲାଗିଲା ।

 

ରାଜାଙ୍କ ମୁଦି

(ଫ୍ରାନ୍ସର ଲୋକକଥା)

 

ଅନେକ ବର୍ଷ ପୂର୍ବର କଥା, ଫ୍ରାନ୍ସରେ ଜଣେ ରାଜା ତାଙ୍କ ରାଣୀଙ୍କ ସହିତ ରହୁଥିଲେ । ଦିନେ ଯେତେବେଳେ ରାଜା ଓ ରାଣୀ ବଗିଚାରେ ବୁଲୁଥିଲେ, ସେତେବେଳେ ରାଣୀ ଦେଖିଲେ ରାଜାଙ୍କ ଆଙ୍ଗୁଠିରେ ତାଙ୍କ ବିବାହ ମୁଦିଟି ନାହିଁ । ସେ ରାଜାଙ୍କୁ ଏକଥା କହିବାରୁ ରାଜା ମୁଦି ପାଇଁ ବ୍ୟସ୍ତ ହୋଇ ପଡ଼ିଲେ । ସେ ମୁଦିକୁ ସବୁ ଜାଗାରେ ଖୋଜିଲେ କିନ୍ତୁ କେଉଁଠି ହେଲେ ମିଳିଲା ନାହିଁ । ରାଜା ଘୋଷଣା କଲେ, ‘‘ଯେଉଁ ବ୍ୟକ୍ତି ତାଙ୍କ ବିବାହ ମୁଦିକୁ ଖୋଜି ଆଣି ଦବ ତାକୁ ପୁରସ୍କୃତ କରାଯିବ ?’’

 

ଅନେକ ଲୋକ ମହଲକୁ ଆସି ତାଙ୍କ ମୁଦିଟିକୁ ପତ୍ତା ଲଗେଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସଫଳ ହେଲେନି । ଦିନେ ଜଣେ ଗରିବ କିନ୍ତୁ ଚତୁର କୃଷକ, ଯିଏ ଭବିଷ୍ୟତରେ ଜଣେ ଜ୍ୟୋତିଷ ହବାକୁ ଚାହୁଁଥିଲା, ରାଜସଭାକୁ ଆସି ରାଜାଙ୍କୁ କହିଲା, ‘‘ମହାରାଜ, ମୁଁ ଆପଣଙ୍କ ମୁଦିକୁ ଖୋଜି ବାହାର କରିବି । କିନ୍ତୁ ଏଥିପାଇଁ ମତେ ଅଲଗା ଏକ ଅଧ୍ୟୟନ କକ୍ଷ ଏବଂ କିଛି ସମୟ ଦରକାର ?’’

 

ତା’ କଥା ଶୁଣି ରାଜା କହିଲେ, ‘‘ତୁମେ ଯେତେ ସମୟ ଚାହୁଁଛ ନିଅ, ତୁମ ପାଇଁ ମୋ ମହଲରେ ଏକ ଅଧ୍ୟୟନ କକ୍ଷର ବ୍ୟବସ୍ଥା ବି କରିଦିଆଯିବ ?’’

 

ତା’ପରେ ତା’ ପାଇଁ ରାଜମହଲରେ ଏକ ଅଧ୍ୟୟନ କକ୍ଷ ଏବଂ ଅନ୍ୟ ସୁବିଧାର ବ୍ୟବସ୍ଥା କରିଦିଆଗଲା । ପୁରାଦିନ ସେଇ କୃଷକ ସେଇ କୋଠରୀରେ ପୁସ୍ତକ ମଝିରେ ବସି ରହୁଥିଲା । ପ୍ରକୃତରେ ସେ ପଢ଼ାଲେଖା ଜାଣି ନ ଥିଲା କିନ୍ତୁ ଚାକରମାନଙ୍କ ସାମ୍ନାରେ ଜଣେ ବଡ଼ ବିଦ୍ୱାନ ଭଳି ବ୍ୟବହାର କରୁଥିଲା । ଚାକରମାନେ ତାକୁ ବହୁତ ସମ୍ମାନ କରୁଥିଲେ ଏବଂ ତାଙ୍କ ଆବଶ୍ୟକତା ପୂରଣ କରିବାପାଇଁ ଚେଷ୍ଟା କରୁଥିଲେ । ସଂଯୋଗବଶତଃ ମୁଦିଟିକୁ ଚାକରମାନେ ଚୋରି କରିଥିଲେ । ଚତୁର କୃଷକବି ଅନୁମାନ କରୁଥିଲା, ମୁଦିଟିକୁ କୌଣସି ଚାକର ନିଶ୍ଚୟ ଚୋରି କରିଥିବ । ତାଙ୍କୁ ଭୟ ଦେଖେଇବା ପାଇଁ କୋଠରୀକୁ ଆସୁଥିବା ପ୍ରତ୍ୟେକ ଚାକରକୁ ବୁଲିବୁଲି ଚାହୁଁଥିଲା । ଚାକରମାନେ ଡରିଯାଇ ତାଙ୍କୁ ସମ୍ମାନ ଦେଇ ‘‘ଶ୍ରୀମାନ ଜ୍ୟୋତିଷ’’ କହିବା ଆରମ୍ଭ କରିଦେଲେ । କିଛିଦିନ ପରେ କୃଷକର ସ୍ତ୍ରୀ ଯେତେବେଳେ ତାକୁ ଦେଖା କରିବାକୁ ଆସିଲା ତା’ ଯୋଜନା କଥା ତାକୁ କହି ସାହାଯ୍ୟ କରିବାକୁ କହିଲା । କୃଷକର ପତ୍ନୀ ସେମିତି ହିଁ କଲା । ଯେମିତି କୃଷକ ତାକୁ କହିଥିଲା । ତା’ପରେ ସେ ଖଟ ତଳେ ଲୁଚିଗଲା । ଯେତେବେଳେ ପ୍ରଥମ ଚାକର କୋଠରୀକୁ ଆସିଲା ସେ କହିଲା, ‘‘ଇଏ ପ୍ରଥମ’’, ତା’ପରେ ଦ୍ୱୀତିୟ ଚାକର ଯେତେବେଳେ କୋଠରୀକୁ ଆସିଲା, ସେ କହିଲା, ‘‘ଇଏ ଦ୍ୱିତୀୟ’’ । ଏମିତି ଭାବେ ସେ ପ୍ରତ୍ୟେକ ଚାକରକୁ ଦେଖି କିଛି ନା କିଛି ଟିପ୍ପଣୀ ଦେଲା, ତେଣୁ ସମସ୍ତ ଚାକରମାନେ ଡରିଗଲେ । ଯେଉଁ ଚାକର ଜଣକ ପ୍ରକୃତରେ ଚୋର ଥିଲା, ସେ ଭାବିଲା ଜ୍ୟୋତିଷ ତାକୁ ଚିହ୍ନି ଦେଲେ ।

 

ତା’ପରେ ସେହିଦିନ ସମସ୍ତ ଚାକର ଗୋଟିଏ ସ୍ଥାନରେ ଏକାଠି ହୋଇ ନିଜ ଭିତରେ ଆଲୋଚନା କଲେ । ଜଣେ ଚାକର କହିଲା, ‘‘ଆମେ ଧରାପଡ଼ିଲେଣି, ଯଦି ଜ୍ୟୋତିଷ ଆମ ବିଷୟରେ ରାଜାଙ୍କୁ କହିଦେବେ ନିଶ୍ଚୟ ଆମକୁ ଫାଶୀ ହୋଇଯିବ ।’’ ଦ୍ୱିତୀୟ ଚାକର କହିଲା, ‘‘ଆମେ କଣ କରିବା ଉଚିତ ?’’ ତୃତୀୟ ଚାକର କହିଲା, ‘‘ଆମେ ସେଇ ଜ୍ୟୋତିଷଙ୍କ ପାଖକୁ ଯାଇ ଆମର ଅପରାଧ ସ୍ୱୀକାର କରିବା ଉଚିତ । ଆମେ ତାଙ୍କୁ ଅନୁରୋଧ କରିବା ଆମ ନାଁ ରାଜାଙ୍କୁ କହିବେନି । ଏହା ବଦଳରେ ତାଙ୍କୁ ଏକ ହଜାର ଫ୍ରେଙ୍କ ଦବାକୁ ପ୍ରସ୍ତାବ ରଖିବା ?’’

 

ପ୍ରଥମ ଚାକର ତାଙ୍କ କଥାକୁ ସମ୍ମତି ଜଣେଇ କହିଲା, ‘‘ତୁମେ ସତ କଥା କହୁଛ । ଜ୍ୟୋତିଷ ଟଙ୍କା ନେଇ ଆମକୁ ଅବଶ୍ୟ ଛାଡ଼ିଦେ । ଆମ ନାଁ ରାଜାଙ୍କୁ କହିବେନି ?’’

 

ତା’ପରେ ସମସ୍ତେ କୃଷକ ପାଖରେ ପହଞ୍ଚି କହିଲେ, ‘‘ଶ୍ରୀମାନ ଜ୍ୟୋତିଷ, ଆପଣତ ଜାଣି ଗଲେଣି ଆମେ ମୁଦିଟିକୁ ଚୋରେଇଛୁ, ଆମେ ସବୁ ଗରିବ, ଯଦି ରାଜା ଏଇ ଅପରାଧ ପାଇଁ ଆମକୁ ଫାଶୀ ଦେଇଦେବେ, ଆମ ପରିବାର ଲୋକ ଭୋକରେ ମରିଯିବେ । ଆପଣ ଆମକୁ କ୍ଷମା କରି ଦିଅନ୍ତୁ । ଏହା ବଦଳରେ ଆମେ ଆପଣଙ୍କୁ ଏକ ହଜାର ଫ୍ରେଙ୍କ ଦବୁ ?’’

 

କୃଷକ ତାଙ୍କ କଥା ମାନି ରାଜାଙ୍କୁ କିଛି ନ କହିବା ଲାଗି ପ୍ରତିଶ୍ରୁତି ଦେଲା । କିନ୍ତ ଚାକରଙ୍କଠାରୁ ପଇସା ନେଲା ନାହିଁ । ତା’ପରେ ଚାକର ଚୋରି କରିଥିବା ମୁଦିକୁ କୃଷକକୁ ଫେରେଇ ଦେଲା । କୃଷକ ମୁଦିଟିକୁ ନେଇ ରାଜମହଲରେ ପୋଷା ହେଇଥିବା ଏକ ପକ୍ଷୀକୁ ଖାଦ୍ୟ ସାଙ୍ଗରେ ମିଶେଇ ଖୁଆଇ ଦେଲା ।

 

ପରଦିନ ସେ ରାଜସଭାରେ ପହଞ୍ଚି କହିଲା, ‘‘ମହାରାଜ, ଆପଣଙ୍କ ମୁଦିଟି କେଉଁଠି ଅଛି ଜଣାପଡ଼ିଗଲା ?’’ ଏକଥା ଶୁଣି ରାଜା ଖୁସି ହୋଇ କହିଲେ, ‘‘ମୋ ମୁଦିଟି କେଉଁଠି ଅଛି ଜଲଦି କୁହ ?’’

 

କୃଷକ କହିଲା, ‘‘ସେଇ ମୁଦିଟି ମହଲରେ ଥିବା ଏକ ପୋଷା ଚଢ଼େଇ ପେଟରେ ଅଛି । ସେ ଖାଦ୍ୟ ସାଙ୍ଗରେ ମୁଦିଟିକୁ ଗିଳି ଦେଇଛି ।’’

 

ଚଢ଼େଇଟିକୁ ତୁରନ୍ତ ରାଜସଭାକୁ ଆଣିବା ପାଇଁ ଚାକରକୁ ଆଦେଶ ଦେଲେ । ଯେତେବେଳେ ପକ୍ଷୀଟିର ପେଟକୁ ଚିରାଗଲା ମୁଦିଟି ତା’ ପେଟରୁ ବାହାରିଲା । ତା’ପରେ ରାଜା ଖୁସି ହୋଇ କୃଷକକୁ ବହୁ ମୂଲ୍ୟ ଉପହାର ଦେଇ ବିଦା କଲେ ।

 

ମୋଗାନର ବୁଦ୍ଧି

(ଜର୍ମାନୀର ଲୋକକଥା)

 

ମେଗନ ନାମରେ ଜଣେ ବୁଢ଼ୀ ମିନାଚ ନଦୀ କୂଳରେ ଏକ ଝୁମ୍ପୁଡ଼ି ଘରେ ରହୁଥିଲା । ସେ ଏକ ଗାଈ ପାଳିଥିଲା । ଥରେ ମେଗନ ଗଭୀର ନିଦରେ ଶୋଇଥିବା ସମୟରେ ଗାଈ ରସି ଛିଡ଼େଇ ଝୁମ୍ପୁଡ଼ିରୁ ବାହାରିଗଲା । ସେ ନଦୀ ସେପାରୀରେ ଏକ ଚରାଭୂଇଁ ଦେଖିଲା । ତା’ପରେ ସେ ନଦୀ ପାର ହୋଇ ଚରା ଭୂଇଁରେ ପହଞ୍ଚି ଘାସ ଚରିବାକୁ ଲାଗିଲା ।

 

ମେଗନର ଯେତେବେଳେ ନିଦ ଭାଙ୍ଗିଲା ଗାଈଟିକୁ ଦେଖିବାକୁ ପାଇଲାନି । ସେ ଗାଈଟିକୁ ଖୋଜିବା ପାଇଁ ବାହାରି ପଡ଼ିଲା । ସେତେବେଳେ ସେ ଗାଈକୁ ନଦୀ ସେପଟରେ ଘାସ ଚରୁଥିବାର ଦେଖିଲା, ସେ ଅସହାୟ ହୋଇ ଗାଈକୁ ଚାହିଁ ରହିଲା । ସେ ବୁଝିପାରୁନଥିଲା ନଦୀ ସେପଟକୁ ଯାଇ କେମିତି ଗାଈଟିକୁ ଫେରେଇ ଆଣିବ । ଗାଈଟି ତା’ର ରୋଜଗାରର ଏକମାତ୍ର ପନ୍ଥା ଥିଲା । ତା’ କ୍ଷୀର ବିକ୍ରି କରି ନିଜର ଖର୍ଚ୍ଚ ତୁଲଉଥିଲା । ସେ ଜାଣିଥିଲା ଗାଈଟି ଫେରି ନ ଆସିଲେ ସେ ଭୋକରେ ମରିଯିବ ।

 

ଏହି ସମୟରେ ତାକୁ ଏକ ସ୍ୱର ଶୁଣାଗଲା ‘‘କଣ ହେଲା ମେଗନ ?’’ ଶବ୍ଦ ଶୁଣି ମେଗନ ପଛକୁ ବୁଲି ଚାହିଁଲା, ପଛରେ ଜଣେ ସାଧୁ ଛିଡ଼ା ହୋଇଛନ୍ତି । ସାଧୁ କହିଲେ ବ୍ୟସ୍ତ ହୁଅନା, ‘‘ମୁଁ ତୁମ ଗାଈକୁ ଫେରେଇ ଆଣିବି ।’’

ମେଗନ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘‘କିନ୍ତୁ କେମିତି ? ନଦୀରେ କୌଣସି ପୋଲ ନାହିଁ ?’’

 

ସାଧୁ କହିଲେ, ‘‘ପୋଲ ତିଆରି କରିବା ମୋର ସଉକ । ମୁଁ ଚାହିଁଲେ କ୍ଷଣକରେ ହଜାରେ ପୋଲ ତିଆରି କରିପାରିବି ?’’

 

ବୁଢ଼ୀ କହିଲା, ‘‘କି ଆଶ୍ଚର୍ଯ୍ୟ କଥା ! କିନ୍ତୁ ଆପଣଙ୍କର ପରିଶ୍ରମର ମୂଲ୍ୟ କିଛି ଦେଇପାରିବିନି ତଥାପି ଆପଣ ମତେ ସାହାଯ୍ୟ କରିବେ ?’’

 

ସାଧୁ କହିଲେ, ‘‘ମତେ ସନ୍ତୁଷ୍ଟ କରିବା ବହୁତ ସହଜ, ପୋଲ ଉପରେ ଯାଉଥିବା ପ୍ରଥମ ପ୍ରାଣୀ ମତେ ଭୋଜନ ରୂପରେ ଅର୍ପଣ କରିଦେବ । ମୁଁ ସେଥିରେ ସନ୍ତୁଷ୍ଟ ହୋଇଯିବି ?’’

 

ମେଗନ ସାଧୁଙ୍କ ସର୍ତ୍ତ ମାନିଗଲା । ତା’ପରେ ସାଧୁ ତାକୁ ଝୁମ୍ପୁଡ଼ିକୁ ଫେରିଯିବାକୁ କହିଲେ । ଯେ ପର୍ଯ୍ୟନ୍ତ ତାକୁ ନ ଡାକିଛନ୍ତି ସେ ପର୍ଯ୍ୟନ୍ତ ନ ଆସିବାକୁ କହିଲେ ।

 

ସେଇ ଅଜବ ସାଧୁଙ୍କ ବିଷୟରେ ମେଗନ ଭାବିବାକୁ ଲାଗିଲା । ସେତେବେଳେ ମନେପଡ଼ିଲା ସେଇ ସାଧୁଙ୍କ ପାଦ ସାଧାରଣ ନ ଥିଲା । ବହୁତ ଅପରିଷ୍କାର ଏବଂ ଲୋମଯୁକ୍ତ ଥିଲା । ତାଙ୍କ ଶରୀରରୁ ଦୁର୍ଗନ୍ଧ ଆସୁଥିଲା । ତା’ପରେ ସେ ଭାବିଲା, ‘‘ସାଧୁ ଜଣଙ୍କ ଶଇତାନ ନୁହେଁ ତ ! ଏତେ ଜଲଦି ପୋଲ ନିର୍ମାଣ କରିବା ଶଇତାନ ବ୍ୟତୀତ ଆଉ କିଏ ହେଇପାରେ ?’’

 

ସାଧୁଙ୍କର ଅସଲ ପରିଚୟ ଜାଣିବା ପାଇଁ ମେଗନର ଉତ୍ସାହ ବହୁତ ବଢ଼ିଗଲା । ସେ ସାହସ ବାନ୍ଧି ଝରକା ବାଟେ ବାହାରକୁ ଚାହିଁବାରୁ ତା’ ଶରୀର ଥରି ଉଠିଲା । ସାଧୁଙ୍କ ଶରୀରର ଆକାର କେତେଗୁଣ ବଢ଼ିଯାଇଥିଲା । ତାଙ୍କର ଲମ୍ବା, କଳା ନଖ ଏବଂ ତୀକ୍ଷଣ ଦାନ୍ତ ବଡ଼ ଭୟଙ୍କର ଦିଶୁଥିଲା । ବୁଢ଼ୀ ଜଣକ ଡରି ଯାଇ ଆଖି ବନ୍ଦ କରିଦେଲା । ତା’ପରେ ସେ କୌଣସିମତେ ସେଇ ସାଧୁରୂପୀ ଶଇତାନଠାରୁ ମୁକ୍ତି ପାଇବାକୁ ଚାହିଁଲା ।

 

ସେତେବେଳେ ତା’ର ଏକ ଉପାୟ ମନକୁ ଆସିଲା । ସେ କପଡ଼ାରେ ଏକ ଡବଲ ରୁଟି ଲୁଚେଇ ରଖିଲା ଏବଂ ଶଇତାନ ତାକୁ ଡାକିବାକୁ ଅପେକ୍ଷା କଲା । ଯେତେବେଳେ ଶଇତାନ ତାକୁ ଡାକିଲା ସେ ଝୁମ୍ପୁଡ଼ିରୁ ବାହାରି ତା’ ପାଖକୁ ଚାଲିଲା । ତା’ ଘର ପାଖରେ ଛିଡ଼ା ହୋଇଥିବା ଏକ ବୁଲା କୁକୁରକୁ ଲୁଚେଇ ଥିବା ରୁଟିଟିର ଝଲକ ଦେଖେଇ ତା’ ପଛରେ ଆସିବାକୁ ଲୋଭ ଦେଖେଇଲା । ତା’ପରେ କୁକୁରଟି ପଛେ ପଛେ ଆସିଲା । ମେଗନ ସେଠାରେ ପହଞ୍ଚିବା ଦେଖି ସାଧୁ ତାକୁ କହିଲେ, ‘‘ପୋଲ ତିଆରି ହୋଇଗଲା ଦେଖ ?’’

 

ବୁଢ଼ୀ ପଚାରିଲା, ‘‘ଏହା କ’ଣ ମଜବୁତ ଅଛି ?’’ ସାଧୁ ଓଲଟା ପ୍ରଶ୍ନ କଲେ, ‘‘ତୁମକୁ ଏଥିରେ ସନ୍ଦେହ ଅଛି ?’’

 

‘‘ମତେ ତ ବହୁତ ଦୁର୍ବଳ ଦେଖାଯାଉଛି ! ମତେ ଲାଗୁନିକି ଏହା ଡବଲ ରୁଟିର ଓଜନବି ସମ୍ଭାଳି ପାରିବ ?’’ ଏହା କହି ମେଗନ ତୁରନ୍ତ ଡବଲ ରୁଟିଟିକୁ ବାହାର କରି ପୋଲ ଉପରକୁ ଫିଙ୍ଗି ଦେଲା । ତା’ପରେ ବୁଲା କୁକୁରଟି ଡବଲ ରୁଟି ପଛରେ ଦୌଡ଼ିଲା ।

 

ବୁଢ଼ୀ ଜଣକ ଚିତ୍କାର କରି କହିଲା, ‘‘ଆରେ ! ପୋଲ ଉପରେ ପ୍ରଥମ ଯାଉଥିବା ଜୀବିତ ପ୍ରାଣୀଟି ହେଉଛି ଏଇ କୁକୁର । ମୁଁ ଏଇ କୁକୁରଟିକୁ ଆପଣଙ୍କ ଭୋଜନ ପାଇଁ ଭେଟି ଦେଉଛି ?’’

 

ସାଧୁରୂପୀ ଶଇତାନ କହିଲା, ‘‘ଏଇ ବୁଲା କୁକୁରଟିକୁ ନେଇ କଣ କରିବି । ମତେ ତ କୌଣସି ମଣିଷର ଆବଶ୍ୟକତା ଅଛି ?’’ ଏହା କହି ସେଠାରୁ କୁଆଡ଼େ ଅଦୃଶ୍ୟ ହୋଇଗଲା । ଏମିତି ଭାବେ ମେଗନ ନିଜର ବୁଦ୍ଧି ବଳରେ ଶଇତାନକୁ ପରାସ୍ତ କରିଦେଲା ।

 

ବୁଣାକାର

(ଭାରତର ଲୋକକଥା)

 

ଗରିବ ବୁଣାକାରଙ୍କୁ ଆର୍ଥିକରୂପେ ସାହାଯ୍ୟ କରିବା ପାଇଁ ସମ୍ରାଟ ଆକବର ଏକ ବିଶେଷ ଯୋଜନା ଆରମ୍ଭ କରିଥିଲେ । ସେ ଯୋଜନା ଅନୁସାରେ କୃଷକଙ୍କଠାରୁ ସିଧା କପା କିଣୁଥିଲେ ଏବଂ ସେଇ କପାକୁ କମ୍ ଦାମରେ ଗରିବ ବୁଣାକାରକୁ ଦେଉଥିଲେ । ଏହି ଯୋଜନା ଏଥିପାଇଁ ଆରମ୍ଭ କରିଥିଲେକି ଗରିବ ବୁଣାକାରମାନେ କୃଷକଙ୍କ ଠାରୁ ନିଜେ କପା କିଣିବା ପାଇଁ କ୍ଷମତା ତାଙ୍କର ନ ଥିଲା ।

 

ଥରେ ଗୋଦାମ ନିରିକ୍ଷଣ କଲାବେଳେ ଜଣାପଡ଼ିଲା, ଗୋଦାମରେ ସେତିକି କପା ମହଜୁଦ୍ ନ ଥିଲା, ଯେତିକି ଚୁକ୍ତି ଅନୁସାରେ ରଖାଯାଇଥିଲା । ପର ମାସ ବି ସେମିତି ହେଲା । ଲଗାତାର କ୍ଷତି ହେବା ଦେଖି ସମ୍ରାଟ ଆକବର ଘୋଷଣା କଲେ, ଏଇ କ୍ଷତି ଯଦି ଜାରି ରହିବ, ତାଙ୍କୁ ଏହି ଯୋଜନା ବନ୍ଦ କରିବାକୁ ପଡ଼ିବ । ଏଇ ଘୋଷଣା ଶୁଣି ବୁଣାକାରମାନେ ଚିନ୍ତାରେ ପଡ଼ିଗଲେ । ତାଙ୍କର ଭୟ ଥିଲାକି ଯଦି ଏଇ ଯୋଜନା ବନ୍ଦ ହୋଇଯିବ ତାଙ୍କ ପେଷା ମଧ୍ୟ ବୁଡ଼ିଯିବ । ତେଣୁ ସେମାନେ ମିଶି ବିରବଲ ପାଖରେ ପହଞ୍ଚି ଏକଥା କହିଲେ, ସେଇ ଦୋଷୀ ବ୍ୟକ୍ତିକୁ ଯଦି ଖୋଜି ବାହାର କରାନଯିବ ତା’ହେଲେ ଏହାର ପରିଣାମ ସେଇ ନିର୍ଦ୍ଦୋଶ ଲୋକଙ୍କୁ ଭୋଗିବାକୁ ପଡ଼ିବ । ବିରବଲ ସବୁବେଳେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିଲେ । ସେ ବୁଣାକାରଙ୍କ ତରଫରୁ ସମ୍ରାଟଙ୍କ ପାଖରେ ପ୍ରକୃତ ଚୋରକୁ ଧରିବା ପାଇଁ ଅନୁମତି ମାଗିଲେ । ପ୍ରକୃତରେ ଯେଉଁ କର୍ମଚାରୀଙ୍କୁ କ୍ଷେତରୁ କପା ଆଣି ଗୋଦାମରେ ଜମା କରିବା ପାଇଁ ଦାୟିତ୍ୱ ଦିଆ ଯାଉଥିଲା, ସେମାନଙ୍କ ମଧ୍ୟରୁ ଜଣେ କପା ଚୋରି କରୁଥିଲା । ସେଇ କର୍ମଚାରୀ ଗୋଦାମରେ ଜମା ନ କରି ଖୋଲା ବଜାରରେ ବିକ୍ରି କରୁଥିଲା । ବିରବଲ ଜାଣିଥିଲା କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ କପା ଚୋରି କରୁଥିଲା । ବିରବଲ ଅପରାଧୀକୁ ଧରିବା ପାଇଁ ଏକ ଯୋଜନା କଲେ ।

 

ପରଦିନ କପା କର୍ମଚାରୀମାନଙ୍କୁ ଦରବାରକୁ ଡାକିଲେ । ସେମାନେ ପହଞ୍ଚିଲା ପରେ ବିରବଲ ସେମାନଙ୍କୁ କହିଲେ, ‘‘ଆପଣ ସମସ୍ତେ ଜାଣନ୍ତି କପା ଯୋଜନାରେ ରାଜ୍ୟକୁ ଲଗାତାର କ୍ଷତି ହେଉଛି । ଏଇ ଯୋଜନା ଗରିବ ବୁଣାକାର ପାଇଁ ଆରମ୍ଭ କରାଯାଇଥିଲା, କିନ୍ତୁ ଜଣେ ଚୋର କର୍ମଚାରୀ ଯୋଗୁ ଏହାର ଲାଭ ବୁଣାକାରଙ୍କୁ ମିଳିପାରୁନାହିଁ । ସେ କପା ଚୋରିକରି ଖୋଲା ବଜାରରେ ଚଢ଼ା ଦାମରେ ବିକ୍ରି କରୁଛି । ତା’ ସାହସ ଏମିତି ବଢ଼ି ଗଲାଣି ଯେ ଦରବାରକୁ ଆସିଲା ସମୟରେ ବି ସେ କପାକୁ ନିଜ ପଗଡ଼ି ଭିତରେ ଲୁଚେଇ ରଖୁଛି । ଏବେ ମୁଁ ନିଜେ ସମସ୍ତ କର୍ମଚାରୀଙ୍କ ପଗଡ଼ିକୁ ତଲାସ କରିବି ଏବଂ ସେଇ ଚୋରକୁ ଖୋଜି ବାହାର କରିବି । ତା’ପରେ ତାକୁ କଠୋର ଦଣ୍ଡ ଦିଆଯିବ ?’’

 

ପ୍ରକୃତରେ ବିରବଲ ଏସବୁ ଏଥିପାଇଁ କହିଲେ କି ଦୋଷୀ କର୍ମଚାରୀର ପ୍ରତିକ୍ରିୟା ଦେଖିବାକୁ ଚାହୁଁଥିଲେ । ସେ ଜାଣିଥିଲେ କି ଦୋଷୀ କର୍ମଚାରୀର ହାତ ନିଶ୍ଚୟ ପଗଡ଼ି ଉପରକୁ ଚାଲିଯିବ । ସେଇଆ ହିଁ ହେଲା । ବିରବଲ କଥା ଶୁଣି ଦୋଷୀ କର୍ମଚାରୀ ଜଣଙ୍କ ସବୁଠୁ ବେଶୀ ଡରିଗଲା । ସେ ନିଜର ହାତକୁ ଏମିତି ଭାବରେ ପଗଡ଼ି ଉପରେ ରଖିଲା ଯେମିତି ସେ ପଗଡ଼ିକୁ ସିଧା କରିବାକୁ ଚାହୁଁଛି । ପ୍ରକୃତରେ ସେ ଜାଣିବାକୁ ଚାହୁଁଥିଲା, ତା’ ପଗଡ଼ିରେ କପା ଲାଗି ଯାଇନି ତ ।

 

ଚତୁର ବିରବଲ ତୁରନ୍ତ ସେଇ କର୍ମଚାରୀକୁ ଜାଣିଦେଲେ । ବିରବଲର ଇସାରାରେ ଚାକରମାନେ ସେଇ କର୍ମଚାରୀଙ୍କୁ ବନ୍ଦୀ କଲେ । କର୍ମଚାରୀ ଜଣକ କେବଳ ନିଜର ଅପରାଧ ସ୍ୱୀକାର କଲାନି, କପା ଚୋରିରେ ସାମିଲ ଥିବା ଅନ୍ୟ ସାଥିମାନଙ୍କ ନାଁ ମଧ୍ୟ କହିଦେଲା ।

 

ଏହି ଭାବେ ବିରବଲ ନିଜର ବୁଦ୍ଧି ବଳରେ କପାଚୋରକୁ ଧରିବାକୁ ସଫଳ ହେଲେ ।

 

ଦୟାଳୁ ମୋମତାର

(ଜାପାନର ଲୋକକଥା)

 

ଅନେକ ବର୍ଷ ତଳର କଥା । ଗୋଟିଏ ଗାଁରେ ଜଣେ କାଠୁରିଆ ତା’ ପତ୍ନୀ ସହିତ ରହୁଥିଲା । ସେ ଜଙ୍ଗଲରୁ କାଠ କାଟି ସହରରେ ବିକ୍ରି କରୁଥିଲା । ଏମିତି ଭାବେ ସେ ତା’ ପରିବାରର ଜୀବିକା ଚଳଉଥିଲା । ଦିନେ କାଠୁରିଆ ପ୍ରତିଦିନ ଭଳି ଜଙ୍ଗଲକୁ କାଠ କାଟିବାକୁ ଗଲା । ସେତେବେଳେ ତା’ ପତ୍ନୀ ମଇଳା କପଡ଼ା ଧୋଇବାକୁ ନଦୀକୁ ଚାଲିଗଲା । ଯେତେବେଳେ ସେ ନଦୀ କୂଳରେ କପଡ଼ା ଧୋଉଥିଲା, ସେତେବେଳେ ସେ ନଦୀ ସୁଅରେ ଏକ ଆଳୁ ଭାସି ଯାଉଥିବାର ଦେଖିଲା । ଏହାକୁ ସେ ସ୍ୱାମୀକୁ ଖାଦ୍ୟ ସାଙ୍ଗରେ ପରଷିବା ପାଇଁ ଭାବି ଆଳୁଟିକୁ ଉଠେଇ ଆଣିଲା ।

 

ଯେତେବେଳେ କାଠୁରିଆ ଜଙ୍ଗଲରୁ ଫେରିଲା, ତା’ ପତ୍ନୀ ତାକୁ ଖାଦ୍ୟ ସାଙ୍ଗରେ ଆଳୁବି ପରଷି ଦେଲା । କାଠୁରିଆ ସେଇ ଆଳୁକୁ ଖାଇବାକୁ ଯାଉଥିଲା, ସେତେବେଳେ ହଠାତ୍ ସେଇ ଆଳୁଟି ଦୁଇଭାଗ ହୋଇଗଲା । ସେଇ ଆଳୁ ଭିତରେ ଏକ ଶିଶୁ ଥିଲା । କାଠୁରିଆ ଏବଂ ତା’ ପତ୍ନୀ ସେଇ ଶିଶୁଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନଙ୍କର କୌଣସି ପିଲାପିଲି ନ ଥିଲା । ସେଥିପାଇଁ ସେମାନେ ସେଇ ପିଲାଟିକୁ ନିଜ ପାଖରେ ରଖି ତାକୁ ନିଜ ପୁଅ ଭଳି ପାଳିବାକୁ ସ୍ଥିର କଲେ । ସେମାନେ ସେଇ ଶିଶୁଟିର ନାଁ ମୋମୋତାର ରଖିଲେ । ସମୟ ସହିତ ମୋମୋତାରବି ବଡ଼ ହୋଇଗଲା । ତା’ପରେ ସେ ଏକ ହୃଷ୍ଟ ପୃଷ୍ଟ ଏବଂ ସାହସୀ ଯୁବକରେ ପରିଣତ ହେଲା । ଗରିବ ଥିଲେ ବି କାଠୁରିଆ ଏବଂ ତା’ ପତ୍ନୀ ମୋମୋତାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ଚେଷ୍ଟା କରୁଥିଲେ । ସେମାନେ ତାକୁ କେବେ ବି ଅନୁଭବ କରିବାକୁ ଦେଉ ନ ଥିଲେକି ପ୍ରକୃତରେ ସେ ତାଙ୍କ ପୁଅ ନୁହେଁ । ସେମାନେ ତାକୁ ବହୁତ ଭଲ ପାଉଥିଲେ ।

 

କାଠୁରିଆ ମୋମୋତାରକୁ କେବେ ବି ନିଜ ସାଙ୍ଗରେ ଜଙ୍ଗଲକୁ ନେଉ ନ ଥିଲା, କାରଣ ସେ ଚାହୁଁନଥିଲାକି ତା’ ଭଳି ତା ପୁଅ ମଧ୍ୟ ଜଙ୍ଗଲରେ କଷ୍ଟ କରୁ । କିନ୍ତୁ ମୋମୋତାର ବି ଜାଣିବାକୁ ବହୁତ ଇଚ୍ଛା ଥିଲା କି ତା’ ବାପା ପ୍ରତିଦିନ କୁରାଢ଼ି ନେଇ କୁଆଡ଼େ ଯାଉଛନ୍ତି । ଦିନେ ସେ ଚୁପ୍‌ଚାପ୍ ତା’ ବାପାଙ୍କ ପିଛା କଲା । ଯେତେବେଳେ ସେ ଦେଖିଲା, ଜଙ୍ଗଲରେ ଟାଣ ଖରାରେ ତା’ ବାପା କାଠ କାଟୁଛନ୍ତି ତା’ ଆଖିରୁ ଲୁହ ବୋହିଗଲା । ତା’ପରେ ସେ ଓଗରୀ ଦ୍ୱୀପକୁ ଅତିଶୀଘ୍ର ଯିବାକୁ ସ୍ଥିର କଲା । ଲୋକମାନେ ଭାବୁଥିଲେ ସେଠାକାର ରାଜାଙ୍କ ପାଖରେ ଧନ ଦୌଲତର ଖଜାନା ଅଛି । ଘରକୁ ଫେରି ମୋମୋତାର ତା’ ବାପା ମା’ଙ୍କୁ କହିଲା, ‘‘ମୁଁ ଓଗରୀ ଦ୍ୱୀପ ଯାଇ ସେଠାରୁ କିଛି ଧନଦୌଲତ ଆଣିକି ଆସିବି । ମୁଁ ତୁମକୁ ଏମିତି ଭାବେ କଷ୍ଟ କରିବାର ଆଉ ଦେଖିପାରିବିନି ?’’

 

ଏକଥା ଶୁଣି ବୁଢ଼ା କାଠୁରିଆ କହିଲା, ‘‘ପୁଅ, ଓଗରୀ ଦ୍ୱୀପର ରାଜା ବହୁତ ନିଷ୍ଠୁର । କୌଣସି ଗରିବକୁ ଦେଖି ତାଙ୍କ ହୃଦୟ ତରଳିବନି । ଏଥିପାଇଁ ତାଙ୍କ ଠାରୁ କିଛି ପାଇବା ଆଶା କରିବା ବୃଥା । ତୁ ତାଙ୍କ ପାଖକୁ ଯାଆନା ?’’

 

ମୋମୋତାର କହିଲା, ‘‘ବାପା, ଆପଣ କିଛି ଚିନ୍ତା କରନ୍ତୁନି, ସେ ମୋର କିଛି କରିପାରିବେ ନାହିଁ ?’’ ତା’ପରେ ମୋମୋତାର ତା’ ମା’କୁ କହିଲା, ‘‘ତୁମେ ମୋ ପାଇଁ କିଛି ରୁଟି ତିଆରି କରିଦିଅ ?’’

 

ତା’ପରେ ତା’ ମା’ ତା’ପାଇଁ କିଛି ରୁଟି ତିଆରି କରି ଦେଲେ । ସେ ରୁଟି ନେଇ ତା’ ବାପା ମାଙ୍କ ଆଶୀର୍ବାଦ ନେଇ ଓଗରୀ ଦ୍ୱୀପ ଆଡ଼କୁ ଯାତ୍ରା କଲା । ଯାତ୍ରା କରିବା ସମୟରେ ରାସ୍ତାରେ ସେ ଏକ ମାଙ୍କଡ଼କୁ ଦେଖିଲା । ମାଙ୍କଡ଼ ମୋମୋତାରକୁ ପଚାରିଲା, ‘‘କୀ ! କୀ ! କୀ ! ତୁମେ କୁଆଡ଼େ ଯାଉଛ ? ‘‘ମୁଁ କିଛି ଧନ ଆଣିବା ପାଇଁ ଓଗରୀ ଦ୍ୱୀପ ଯାଉଛି ?’’

 

‘‘ତୁମ ବ୍ୟାଗରେ କ’ଣ ଅଛି ?’’ ମାଙ୍କଡ଼ ପଚାରିଲା । ମୋମୋତାର କହିଲା, ‘‘ଏଥିରେ କିଛି ରୁଟି ଅଛି, ରାସ୍ତାରେ ଖାଇବା ପାଇଁ ମୋ ମା’ ମତେ ଦେଇଛନ୍ତି ?’’

 

ଏକଥା ଶୁଣି ମାଙ୍କଡ଼ ତାକୁ ଗୋଟିଏ ରୁଟି ଖାଇବ ବୋଲି ମାଗିଲା । ମୋମୋତାର ଖୁସିରେ ଗୋଟିଏ ରୁଟି ତାକୁ ଦେଲା । ରୁଟି ଖାଇ ମାଙ୍କଡ଼ ତା’ ସାଙ୍ଗରେ ଚାଲିଲା । ଆଗକୁ ଚାଲିଲା ପରେ ସେ ଏକ ବାଜ ଦେଖିଲା । ସେ ତାକୁ ପଚାରିଲା, ‘‘ତୁମେ କୁଆଡ଼େ ଯାଉଛ ?’’

 

ମୋମୋତାର ସେଇ ବାଜକୁ କହିଲା, ମୁଁ କିଛି ଧନ ଆଣିବା ପାଇଁ ଓଗରୀ ଦ୍ୱୀପ ଯାଉଛି । ବାଜ ବି ତାକୁ ଗୋଟିଏ ରୁଟି ମାଗିଲା । ତା’ କଥା ଶୁଣି ବାଜକୁ ମଧ୍ୟ ଗୋଟେ ରୁଟି ଖାଇବାକୁ ଦେଇଦେଲା । ତା’ପରେ ବାଜବି ତା’ ସାଙ୍ଗରେ ଚାଲିଲା । ଆଗକୁ ଯିବା ପରେ ସେ ଏକ କୁକୁର ଦେଖିଲା । କୁକୁର ତାକୁ ପଚାରିଲା, ‘‘ଭୋ ! ଭୋ ! ଭୋ ! ତୁମେ କୁଆଡ଼େ ଯାଉଛ ?’’

 

ମୋମୋତାର ତାକୁ କହିଲା, ମୁଁ କିଛି ଧନ ଆଣିବା ପାଇଁ ଓଗରୀ ଦ୍ୱୀପ ଯାଉଛି । କୁକୁରବି ତାକୁ ଗୋଟିଏ ରୁଟି ଖାଇବାକୁ ମାଗିଲା । ସେ କୁକୁରକୁ ବି ଗୋଟେ ରୁଟି ଖାଇବାକୁ ଦେଲା । ତା’ପରେ କୁକୁରଟି ମଧ୍ୟ ତା’ ସାଙ୍ଗରେ ଚାଲିଲା ।

 

ଅତିଶୀଘ୍ର ସେମାନେ ଓଗରୀ ଦ୍ୱୀପରେ ପହଞ୍ଚିଗଲେ । ସେଠାରେ ପହଞ୍ଚି ବାଜ ଉଡ଼ି ଯାଇ ଓଗରୀ କିଲ୍ଲା ଭିତରେ ଯାଇ ପହଞ୍ଚିଲା । ମାଙ୍କଡ଼ ପାଚେରୀ ଉପରେ ଚଢ଼ି ଭିତରକୁ ଡେଇଁଲା ଏବଂ କିଲ୍ଲାର ଫାଟକ ଖୋଲିଦେଲା । ତା’ପରେ ମୋମୋତାର କୁକୁର ସାଙ୍ଗରେ କିଲ୍ଲା ଭିତରକୁ ପଶିଗଲା । ସେଠାରେ ସେ ଓଗରୀର ସୈନ୍ୟମାନଙ୍କ ସହିତ ସାହସର ସହ ଯୁଦ୍ଧ କରି ତାଙ୍କୁ ହରେଇଲା । ତାକୁ ଧନ ଦେବା ପାଇଁ ରାଜା ବାଧ୍ୟ ହେଲେ । ରାଜାଙ୍କ ଠାରୁ ଧନ ଆଣି ସେ ତା’ ବାପା ମା’ଙ୍କ ପାଖକୁ ଫେରି ଆସିଲା । ତା’ପରେ ସେମାନେ ଆନନ୍ଦରେ ଜୀବନ କଟେଇବାକୁ ଲାଗିଲେ ।

 

କୋକିଶିଆଳିର ଚାଲାଖି

(ଋଷର ଲୋକକଥା)

 

ଗୋଟିଏ ଚାଲାକ କୋକିଶିଆଳୀ ଥିଲା । ଥରେ ସେ ଏକ କୁକୁଡ଼ା ଚୋରି କରି ଧାଉଁଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଧାଇଁ ଚାଲିଥିଲା । ସୂର୍ଯ୍ୟାସ୍ତ ପୂର୍ବରୁ ସେ ଏକ ଝୁମ୍ପୁଡ଼ି ଘର ପାଖରେ ଅଟକିଲା । ଝୁମ୍ପୁଡ଼ିରେ ବସିଥିବା ଲୋକଙ୍କୁ ସେ ହସି କହିଲା, ‘‘ଅଭିନନ୍ଦନ, ମିତ୍ର ମାନେ !’’

 

ଝୁମ୍ପୁଡ଼ିରେ ବସିଥିବା ଲୋକମାନେ ଏକାସାଙ୍ଗରେ ଉତ୍ତର ଦେଲେ, ‘‘ଅଭିନନ୍ଦନ, କୋକିଶିଆଳି ଭଉଣୀ !’’ କୋକିଶିଆଳୀ ସେ ଲୋକଙ୍କୁ ଝୁମ୍ପୁଡ଼ି ଭିତରକୁ ଯିବାକୁ ଅନୁମତି ମାଗିଲା । କିନ୍ତୁ ସେମାନେ କହିଲେ ଝୁମ୍ପୁଡ଼ି ଭିତରେ ଶୋଇବାକୁ ବେଶି ସ୍ଥାନ ନାହିଁ । ତା’ପରେ କୋକିଶିଆଳୀ କହିଲା, ‘‘ଜାଗା ପାଇଁ ଆପଣମାନେ ଚିନ୍ତା କରନ୍ତୁନି, ମୁଁ କୌଣସି ଚେୟାର ଟେବୁଲ ତଳେ ଶୋଇଯିବି ଏବଂ ମୋ ଲାଞ୍ଜରେ ନିଜକୁ ଢାଙ୍କି ଦେବି । ଏମିତି ଭାବେ ମୋର ରାତି କଟିଯିବ ?’’

 

ଏହା ଶୁଣି ଲୋକମାନେ ତାକୁ ଝୁମ୍ପୁଡ଼ି ଭିତରକୁ ଆସିବାକୁ ଅନୁମତି ଦେଲେ । ତା’ପରେ କୋକିଶିଆଳି ସେମାନଙ୍କୁ ପଚାରିଲା, ‘‘ମୁଁ ମୋ କୁକୁଡ଼ାକୁ କୋଉଠି ରଖିବି ?’’ ସେମାନେ ଭଣ୍ଡାର ଘରେ କୁକୁଡ଼ାକୁ ରଖିବାକୁ ତାକୁ କହିଲେ ।

 

ଅଧ ରାତିରେ ଚାଲାକ କୋକିଶିଆଳୀ ଭଣ୍ଡାର ଘରେ ଥିବା କୁକୁଡ଼ାକୁ ଖାଇଦେଲା ଏବଂ ତା’ର ପରଗୁଡ଼ାକୁ ଲୁଚେଇ ଦେଲା । ସକାଳ ହେବା କ୍ଷଣି କନ୍ଦାକଟା ଆରମ୍ଭ କରି ଦେଲା । ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘କଥା କ’ଣ, କୋକିଶିଆଳି ଭଉଣୀ ? ତୁମେ କାନ୍ଦୁଛ କାହିଁକି ?’’

 

କୋକିଶିଆଳି କହିଲା, ‘‘ମୋ କୁକୁଡ଼ାକୁ କିଏ ଚୋରି କରି ନେଇଗଲା, ସେଇ ଭଣ୍ଡାର ଘରେ ନାହିଁ । ମୋ ପାଖରେ ଖାଇବାକୁ କେବଳ ଗୋଟିଏ କୁକୁଡ଼ା ଥିଲା,ଏବେ ମତେ ତା’ ବଦଳରେ ଗୋଟିଏ ବତକ ଦିଅ ନ ହେଲେ ମୁଁ ଭୋକରେ ମରିଯିବି । ଲୋକମାନଙ୍କର ଆଉ କୌଣସି ଉପାୟ ନ ଥିଲା । ସେମାନେ କୋକିଶିଆଳୀକୁ ଗୋଟିଏ ବତକ ଦେଲେ । ବତକ ପାଇବାମାତ୍ରେ ସେ ବ୍ୟାଗରେ ରଖି ଦୌଡ଼ି ଚାଲିଗଲା । ସୂର୍ଯ୍ୟ ଡୁବିବା ପୂର୍ବରୁ ସେ ଆଉ ଏକ ଝୁମ୍ପୁଡ଼ି ଘର ସାମ୍ନାରେ ଛିଡ଼ା ହେଲା ଏବଂ ସେଠାରେ ଛିଡ଼ା ହୋଇଥିବା ଲୋକମାନଙ୍କୁ କହିଲା, ‘‘ଅଭିନନ୍ଦନ, ମିତ୍ରମାନେ !’’

 

ସେମାନେ ଉତ୍ତର ଦେଲେ, ‘‘ଅଭିନନ୍ଦନ କୋକିଶିଆଳୀ ଭଉଣୀ !’’ କୋକିଶିଆଳି ଅନୁମତି ନେଇ ଝୁମ୍ପୁଡ଼ି ଭିତରକୁ ପ୍ରବେଶ କଲା । ଯେତେବେଳେ ସେ ରାତି କଟେଇବା ପାଇଁ ସେମାନଙ୍କୁ ଅନୁରୋଧ କରି କହିଲା, ‘‘ସେମାନେ କହିଲେ ଆମ ଝୁମ୍ପୁଡ଼ିରେ ବେଶି ଜାଗା ନାହିଁ ?’’

 

କୋକିଶିଆଳୀ କହିଲା, ‘‘ମୁଁ କୋଉ ଟେବୁଲ ତଳେ ଶୋଇଯିବି ଏବଂ ନିଜକୁ ମୋ ଲାଞ୍ଜରେ ଢାଙ୍କି ଦେବି । ଏମିତି ଭାବେ ମୋ ରାତି କଟିଯିବ ?’’

 

ଏକଥା ଶୁଣି ସମସ୍ତେ ତାକୁ ଶୋଇବାକୁ ଜାଗା ଦେବା ପାଇଁ ରାଜି ହୋଇଗଲେ । କୋକିଶିଆଳି ତାଙ୍କୁ ପଚାରିଲା, ‘‘ଏଇ ବତକକୁ ମୁଁ କୋଉଠି ରଖିବି ?’’ ଜଣେ ଲୋକ କହିଲା, ‘‘ଟୋକେଇରେ ରଖିଦିଅ । ସକାଳୁ ଗଲାବେଳେ ନେଇଯିବ ?’’ ଚାଲାକ କୋକି ଚୁପ୍‌ଚାପ୍ ଅଧରାତିରେ ଉଠିଲା । ସେଇ ସମୟରେ ସମସ୍ତେ ଗଭୀର ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥିଲେ । ସେ ଟୋକେଇ ଖୋଲି ବତକକୁ ଖାଇଦେଲା ଏବଂ ତା’ ପରକୁ ଲୁଚେଇ ଦେଲା । ସକାଳ ହେବା କ୍ଷଣି କନ୍ଦାକଟା ଆରମ୍ଭ କରି ଦେଲା । ଲୋକମାନେ ତାକୁ ପଚାରିଲେ, ‘‘କଥା କ’ଣ କୋକିଶିଆଳି ଭଉଣୀ ? ତୁମେ କାନ୍ଦୁଛ କାହିଁକି ?’’

 

ସେ କହିଲା, ‘‘ଟୋକେଇରେ ବତକ ନାହିଁ । ମୋ ପାଖରେ ଖାଇବାକୁ ଆଉ କିଛିବି ନାହିଁ ?’’

 

ଝୁମ୍ପୁଡ଼ିର ମାଲିକ ବତକକୁ ବହୁତ ଖୋଜିଲା କିନ୍ତୁ ସେ ବଞ୍ଚିଥିଲେ ସିନା ପାଇ ଥାଆନ୍ତା । ତା’ପରେ ଚାଲାକ୍ କୋକି କହିଲା, ‘‘ଏବେ ମୁଁ କ’ଣ ଖାଇବି ?’’ ବତକ ବଦଳରେ ମତେ କୁକୁଡ଼ା ଦେଇଦିଅ ନଚେତ ମୁଁ ତୁମ ବିଷୟରେ ରାଜାଙ୍କ ପାଖରେ ଅଭିଯୋଗ କରିବି ?’’ ଏକଥା ଶୁଣି ଝୁମ୍ପୁଡ଼ିର ମାଲିକ ଡରିଗଲା, ତା’ପରେ ସେ ତାକୁ ଗୋଟେ କୁକୁଡ଼ା ଦେଲା ।

 

କୋକିଶିଆଳି ତାକୁ ତା’ ବ୍ୟାଗରେ ରଖିଦେଲା ଏବଂ ତା’ପରେ ତା’ ଯାତ୍ରା ଆରମ୍ଭ କଲା । ସନ୍ଧ୍ୟାତକ ସେ ଲଗାତାର ଦୌଡ଼ୁଥିଲା । ଯେତେବେଳେ ସୂର୍ଯ୍ୟ ଅସ୍ତ ହେଲା ସେ ପୁଣି ଏକ ଝୁମ୍ପୁଡ଼ି ସାମ୍ନାରେ ରହି ସେଠାରେ ଉପସ୍ଥିତ ଲୋକମାନଙ୍କୁ କହିଲା, ‘‘ଅଭିନନ୍ଦନ, ମିତ୍ର ମାନେ !’’ ଲୋକମାନେ ଉତ୍ତର ଦେଲେ, ‘‘ଅଭିନନ୍ଦନ, କୋକିଶିଆଳୀ ଭଉଣୀ !’’

 

କୋକି ସେମାନଙ୍କୁ ଅନୁରୋଧ କରି କହିଲା, ‘‘ମତେ ଆଜି ରାତିଟା ଝୁମ୍ପୁଡ଼ିରେ ରହିବାକୁ ଅନୁମତି ଦିଅନ୍ତୁ ?’’ କିନ୍ତୁ ଲୋକମାନେ କହିଲେ, ‘‘ଆମ ଝୁମ୍ପୁଡ଼ିରେ ବେଶୀ ସ୍ଥାନ ନାହିଁ ?’’ ସେ ପ୍ରତିଥର ଭଳି କହିଲା, ‘‘ମୁଁ କୋଉ ଟେବୁଲ ତଳେ ଶୋଇଯିବି ଏବଂ ନିଜକୁ ମୋ ଲାଞ୍ଜରେ ଢାଙ୍କି ଦେବି । ଏମିତି ଭାବେ ରାତିଟା କଟିଯିବ ?’’
 

ସେମାନେ କୋକିକୁ ସେଠାରେ ରାତିରେ ରହିବା ପାଇଁ ଅନୁମତି ଦେଇ ଦେଲେ । କୋକିଶିଆଳି କୁକୁଡ଼ାକୁ ଚୌକି ତଳେ ରଖିଦେଇ ତା’ପରେ ଶୋଇଗଲା । ଅଧରାତିକୁ ଉଠି ସେ ଚୁପ୍‌ଚାପ୍ ଯାଇ କୁକୁଡ଼ାକୁ ଖାଇଦେଲା । ସକାଳ ହେବା କ୍ଷଣି ସେ କନ୍ଦାକଟା ଆରମ୍ଭ କରିଦେଲା । ଲୋକମାନେ କାନ୍ଦିବାର କାରଣ ପଚାରିବାରୁ ସେ କହିଲା, ‘‘ମୋ କୁକୁଡ଼ାକୁ କିଏ ଖାଇଦେଲା । କୁକୁଡ଼ା ବ୍ୟତୀତ ମୋ ପାଖରେ ଆଉ କିଛି ଖାଇବାକୁ ନାହିଁ, ଏବେ ମୁଁ ଭୋକରେ ମରିଯିବି ?’’ ଏକଥା ଶୁଣି ଝୁମ୍ପୁଡ଼ିର ମାଲିକ କହିଲା, ‘‘ହୁଏତ ମୋ ବୋହୁ ଛେଳି ମେଣ୍ଢା ସହ ତାକୁବି ନେଇ ଯାଇଛି ?’’

 

କୋକି କହିଲା, ‘‘ତା’ହେଲେ ମତେ ତମ ବୋହୂକୁ ଦେଇଦିଅ । ମୁଁ ତୁମର ବୋହୂକୁ ଖାଇ ପେଟ ପୁରେଇବି । ଝୁମ୍ପୁଡ଼ିର ମାଲିକ ଗୋଟେ ଯାଦୁଗର ଥିଲା । ସେ କୋକଶିଆଳିର ଖଳ ପ୍ରକୃତିକୁ ଜାଣିପାରି ତାକୁ କହିଲା, ‘‘ତୁମ କୁକୁଡ଼ା ହଜି ଯାଇଛି ନା ? ତୁମେ ତା’ ବଦଳରେ ଆଉ ଏକ କୁକୁଡ଼ା କାହିଁକି ନଉନ ?’’

 

କୋକି ତାଙ୍କ ପ୍ରସ୍ତାବରେ ରାଜି ହୋଇଗଲା । ଝୁମ୍ପିଡ଼ିର ମାଲିକ ତାକୁ ଏକ କୁକୁଡ଼ା ଦେଲା । କୁକୁଡ଼ାଟିକୁ ତା’ ବ୍ୟାଗରେ ରଖି ପୁଣି ତା’ ଯାତ୍ରା ଆରମ୍ଭ କଲା । ରାସ୍ତାରେ କୁକୁଡ଼ାଟି ହଠାତ୍ କୁକୁରରେ ବଦଳିଗଲା ।

 

ଥଳୀରେ ବନ୍ଦ ହୋଇଥିବା କୁକୁର ଛାଟିପିଟି ହେଲା । ଯେତେବେଳେ କୋକିଶିଆଳିକୁ ବ୍ୟାଗଟା ଭାରି ଲାଗିଲା, ସେ ଭାବିଲା ହୁଏତ ଝୁମ୍ପୁଡ଼ିର ମାଲିକ ଗୋଟିଏ ବଦଳରେ ଦୁଇଟା କୁକୁଡ଼ା ଦେଇ ଦେଇଛି । ସେ ଖୁସି ହୋଇ ଯେତେବେଳେ ବ୍ୟାଗଟି ଖୋଲିଲା କୁକୁର ସେଥିରୁ ଡେଇଁ ପଡ଼ି ବାହାରକୁ ଚାଲି ଆସିଲା ଏବଂ କୋକିଶିଆଳିକୁ ମାରିଦେଲା । ଏମିତି ଭାବେ କୋକିଶିଆଳିର ଚାଲାଖି ଯୋଗୁ ନିଜର ଜୀବନ ଦବାକୁ ପଡ଼ିଲା ।

 

ବୁଦ୍ଧିମତୀ ପତ୍ନୀ

(ଫ୍ରାନସର ଲୋକକଥା)

 

ଆଲେକଜାଣ୍ଡାର ନାମରେ ଜଣେ ସାହସୀ ଯୋଦ୍ଧା ଥିଲେ, ଯିଏ ତାଙ୍କ ସୁନ୍ଦର ଗୁଣୀ ପତ୍ନୀ ଫ୍ଲୋରେଟିନାଙ୍କ ସାଙ୍ଗରେ ମେଟଜରେ ରହୁଥିଲେ । ସେ ଜୀବନରେ ଅତି କମରେ ଥରେ ଜେରୁଜେଲମ ଯିବା ପାଇଁ ଚିନ୍ତା କରିଥିଲେ । ଦିନେ ତାଙ୍କର କେତେଜଣ ସାଙ୍ଗ ତାଙ୍କୁ କହିଲେ, ‘‘ଆମେ ଜେରୁଜେଲମ ଯାଉଛୁ, ତୁମେ ଯଦି ଚାହିଁବ ଆମ ସାଙ୍ଗରେ ଯାଇପାରିବ । ‘‘ଆଲେକଜାଣ୍ଡାର ତାଙ୍କ କଥାରେ ରାଜି ହେଇଯାଇ ଜେରୁଜେଲମ ଯିବାକୁ ପ୍ରସ୍ତୁତ ହେଲେ । ତାଙ୍କ ପତ୍ନୀ ନ ଯିବା ପାଇଁ ତାଙ୍କୁ ଅଟେକେଇବାକୁ ଚେଷ୍ଟା କଲା । କିନ୍ତୁ ସେ ତାଙ୍କ କଥାରେ ରାଜି ହେଲେ ନାହିଁ । ତାଙ୍କ ରାଣୀ ତାଙ୍କ ପାଇଁ ଏକ ଧଳା କମିଜ ତିଆରି କଲେ, ଯେଉଁଥିରେ ଲାଲ ରଙ୍ଗର କ୍ରସ ତିଆରି ହେଇଥିଲା । ସେ ତାଙ୍କୁ କହିଲେ, କମିଜଟି ପିନ୍ଧିଦିଅ କାରଣ ସେ କମିଜଟି ତାଙ୍କର ପ୍ରେମ ଏବଂ ସମର୍ପଣକୁ ମନେ ପକେଇ ଦେବ ।’’

 

ପରଦିନ ଆଲେକ୍‌ଜାଣ୍ଡାର ସାଙ୍ଗମାନଙ୍କ ସହିତ ଜେରୁଜେଲମ ଯିବା ପାଇଁ ଯାତ୍ରା ଆରମ୍ଭ କଲେ । କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ଦୁଷ୍ଟ ଲୋକ ରାସ୍ତାରେ ସେମାନଙ୍କୁ ଧରିନେଲେ । ଆଲେକଜାଣ୍ଡାର ଏବଂ ତାଙ୍କ ସାଙ୍ଗମାନଙ୍କୁ ଗୋଟିଏ କ୍ଷେତକୁ ନେଇ ଯାଇ ସେମାନଙ୍କୁ ହଳରେ ବାନ୍ଧି ଦେଲେ ଏବଂ ସେମାନଙ୍କୁ କ୍ଷେତରେ ହଳ କରିବାକୁ ବାଧ୍ୟ କଲେ । ସେଇ ସମୟରେ ତାଙ୍କୁ ଚାବୁକ ମାଡ଼ ବି ଦେଉଥିଲେ । କିଛି ସମୟ ମଧ୍ୟରେ ସମସ୍ତ କଏଦୀମାନଙ୍କର କମିଜ ରକ୍ତରେ ଭିଜିଗଲା, କିନ୍ତୁ ଆଲେକଜାଣ୍ଡାରଙ୍କ ଧଳା କମିଜ ସେମିତି ସଫା ଦିଶୁଥିଲା । ତାଙ୍କ କମିଜ ବର୍ଷା, ଝାଳ ବା ରକ୍ତରେ ବି ମଇଳା ହେଉନଥିଲା । ଯେତେବେଳେ ଦୁଷ୍ଟ ଲୋକଙ୍କ ସୁଲତାନ ଏଇ ଆଶ୍ଚର୍ଯ୍ୟଜନକ କମିଜ ବିଷୟରେ ଜାଣିଲେ, ସେ ଆଲେକଜାଣ୍ଡାରଙ୍କୁ ଡାକି ପଚାରିଲେ, ‘‘ତୁମକୁ ଏହି କମିଜଟି କିଏ ଦେଇଛି ?’’ ଆଲେକଜାଣ୍ଡାର ଉତ୍ତର ଦେଲେ, ‘‘ମତେ ଏହି କମିଜଟି ମୋ ପତ୍ନୀ ଦେଇଛନ୍ତି, ଯେ ପର୍ଯ୍ୟନ୍ତ ମୋ ପତ୍ନୀ ବିଶ୍ୱସ୍ତ ଏବଂ ପବିତ୍ର ରହିବେ ସେ ପର୍ଯ୍ୟନ୍ତ ଏହି କମିଜଟି ମଇଳା ହେବ ନାହିଁ ?’’

 

ଏକଥା ଶୁଣି ଦୁଷ୍ଟ ସୁଲତାନ କୌଣସି ପ୍ରକାରେ ତାଙ୍କ ପତ୍ନୀଙ୍କ ପବିତ୍ରତା ନଷ୍ଟ କରିବା ପାଇଁ ସ୍ଥିର କଲେ । ସେ ଜଣେ ଲୋକଙ୍କୁ ମେଟଜ ଯାଇ ତାଙ୍କ ପତ୍ନୀଙ୍କୁ ଫୁସୁଲେଇବା ପାଇଁ କହିଲେ, କାରଣ ସେଇ କମିଜର ରଙ୍ଗ ଯେମିତି ବଦଳିଯିବ । ଏଇ କାମ ପାଇଁ ସେଇ ଲୋକଙ୍କୁ ବହୁତ ଧନ ମଧ୍ୟ ଦେଲେ । ସେଇ ଲୋକ ଜଣଙ୍କ ଫ୍ଲୋରେଟିନାର ପତ୍ତା ଲଗେଇ ତାଙ୍କ ଘରେ ଯାଇ ପହଞ୍ଚିଲେ । ସେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ମିତ୍ର ବୋଲି କହି ପରିଚୟ ଦେଲା । ସେ ତାଙ୍କୁ କହିଲା, ତୁମ ସ୍ୱାମୀ ଦୁଷ୍ଟ ଲୋକଙ୍କ ହାବୁଡ଼ରେ ପଡ଼ି ବହୁତ ଦିନହୀନ ଅବସ୍ଥାରେ ଅଛନ୍ତି ଏବଂ କେବେବି ସେ ଆଉ ଫେରି ପାରିବେନି । ସେ ଫ୍ଲୋରେଟିନାକୁ ନିଜର ଧନ ବଳରେ ଲୋଭ ଦେଖେଇବାକୁ ବହୁତ ଚେଷ୍ଟା କଲା, କିନ୍ତୁ କିଛି ଲାଭ ହେଲାନି । ଶେଷରେ ଅସଫଳ ହେଇ ଚାଲିଆସିଲା । ଫ୍ଲୋରେଟିନାକୁ ତା’ କଥାରେ ସନ୍ଦେହ ହେଇ ଯାଇଥିଲା । ସେଥିପାଇଁ ସେ ନିଜର ବୀଣାଟି ଧରି ତୀର୍ଥ ଯାତ୍ରୀ ବେଶରେ ତା’ ପଛରେ ଚାଲିଲେ । ଭେନିସରେ ପହଞ୍ଚି ସେ ତା’ ସହିତ ଦେଖା କରି ତା’ପରେ ଦୁଷ୍ଟ ଲୋକମାନଙ୍କ ଅଞ୍ଚଳରେ ଯାଇ ପହଞ୍ଚିଗଲେ । ସେଇ ଲୋକଟିକୁ ଟିକିଏ ବି ସନ୍ଦେହ ହେଲାନି ତା’ର ସହଯାତ୍ରୀ ପ୍ରକୃତରେ କିଏ ? ଦୁଷ୍ଟଙ୍କ ସୁଲତାନ ଦରବାରରେ ପହଞ୍ଚି ସେଇ ତୀର୍ଥ ଯାତ୍ରୀ ନିଜର ମଧୁର ଗୀତରେ ସମସ୍ତଙ୍କର ହୃଦୟ ଜିତିଗଲା । ସୁଲତାନ ଖୁସି ହୋଇ ତାକୁ ଯେକୌଣସି ପୁରସ୍କାର ମାଗିବା ପାଇଁ କହିଲେ । ତା’ପରେ ତୀର୍ଥଯାତ୍ରୀ ସୁଲତାନଙ୍କୁ କହିଲା, ତାଙ୍କ ସାଙ୍ଗରେ ଜଣେ ବ୍ୟକ୍ତିଙ୍କୁ ଦିଆଯାଉ ଯିଏ ଗୋଲାମ ହେଇ ତାଙ୍କ କ୍ଷେତରେ କାମ କରୁଛି । ସୁଲତାନ ଖୁସିରେ ତାଙ୍କୁ ଦବାକୁ ଅନୁମତି ଦେଇ ଦେଲେ । ତା’ପରେ ସେ ଯାଇ କ୍ଷେତରେ ପହଞ୍ଚିଲେ, ଯେଉଁଠି ତାଙ୍କ ସ୍ୱାମୀ କାମ କରୁଥିଲେ । ସେ ତାଙ୍କୁ ନିଜର ପରିଚୟ ନ ଦେଇ ତାଙ୍କୁ ସାଙ୍ଗରେ ଘରକୁ ନେଇ ଆସିଲେ ।

 

ଯେତେବେଳେ ମେଟଜରେ ପହଞ୍ଚିବାକୁ ମାତ୍ର ଦୁଇ ଦିନ ବାକି ଥିଲା, ତୀର୍ଥଯାତ୍ରୀ ଆଲେକଜାଣ୍ଡାରଙ୍କୁ କହିଲେ, ‘‘ମିତ୍ର, ଆମର ଯାତ୍ରା ଏପର୍ଯ୍ୟନ୍ତ ଥିଲା । ସ୍ମୃତିସ୍ୱରୂପ ମତେ ତୁମର କମିଜରୁ ଟୁକୁଡ଼ାଟିଏ ଦିଅ, କାରଣ ଅନ୍ୟମାନଙ୍କୁ ଏଇ କମିଜଟି ଦାଗ ନହେବା ବିଷୟରେ କହିପାରିବି ?’’

 

ଆଲେକଜାଣ୍ଡାର ତୁରନ୍ତ କମିଜରୁ କିଛି ଟୁକୁଡ଼ା ଛିଣ୍ଡେଇ ସେଇ ତୀର୍ଥଯାତ୍ରୀଙ୍କୁ ଦେଇଦେଲେ । ତା’ପରେ ଦୁହେଁ ଅଲଗା ହୋଇଗଲେ । ଫ୍ଲୋରେଟିନା ଅପେକ୍ଷାକୃତ ଛୋଟ ରାସ୍ତାରେ ଯାଇ ତାଙ୍କ ପୂର୍ବରୁ ମେଟଜରେ ପହଞ୍ଚିଗଲେ । ତା’ପରେ ସେ ମହିଳା ପୋଷାକ ପିନ୍ଧି ତାଙ୍କ ସ୍ୱାମୀଙ୍କ ଫେରିବାକୁ ଅପେକ୍ଷା କଲେ । ଯେମିତି ଆଲେକଜାଣ୍ଡାର ଘରକୁ ଆସିଲେ, ସେ ତାଙ୍କ ପତ୍ନୀଙ୍କୁ ଆଲିଙ୍ଗନ କଲେ । କିନ୍ତୁ ପରେ ତାଙ୍କ ସାଙ୍ଗ ଏବଂ ସମ୍ପର୍କୀୟମାନେ ତାଙ୍କ ପାଖରେ ଅଭିଯୋଗ କଲେ । ତୁମେ ଯିବା ପରେ ଫ୍ଲୋରେଟିନା ପୁରା ବର୍ଷଟିଏ ମେଟଜରୁ ଅଦୃଶ୍ୟ ହୋଇଯାଇଥିଲେ । ଏକଥା ଶୁଣି ଆଲେକଜାଣ୍ଡାର ବହୁତ ରାଗିଗଲେ । ସେ ଘରେ ଏକ ଭୋଜିର ଆୟୋଜନ କଲେ, ଯେଉଁଠି ପତ୍ନୀ ଧୋକ୍କା ଦେଇଥିବା କଥା ସମସ୍ତଙ୍କ ସାମ୍ନାରେ କହି ତାଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କଲେ । ଫ୍ଲୋରେଟିନା କାହାକୁ କିଛି ନ କହି ତାଙ୍କ କୋଠରୀକୁ ଚାଲିଗଲେ । ତା’ପରେ ସେ ତୀର୍ଥଯାତ୍ରୀ ପୋଷାକ ପିନ୍ଧି, ନିଜର ବୀଣା ଧରି ପୁଣିଥରେ ସମସ୍ତଙ୍କ ପାଖକୁ ଫେରି ଆସିଲେ । ତାଙ୍କ ହାତରେ ଧଳା କମିଜର ଟୁକୁଡ଼ା ଖଣ୍ଡିକ ଥିଲା, ଯେଉଁଟି ଆଲେକଜାଣ୍ଡାର ତାଙ୍କୁ ଦେଇଥିଲେ । ଆଲେକଜାଣ୍ଡାର ଏବେ ବୁଝିଗଲେକି ତାଙ୍କ ପତ୍ନୀହିଁ ତୀର୍ଥଯାତ୍ରୀ ବେଶରେ ଆସି ଦୁଷ୍ଟଲୋକଙ୍କ କବଳରୁ ତାଙ୍କୁ ମୁକୁଳାଇ ଥିଲେ । ତା’ପରେ ସେ ମିଛ ଅଭିଯୋଗ ଆଣିଥିବା ସମସ୍ତ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କୁ ରାଗି ଗାଳି ଦେଲେ । ଆଲେକଜାଣ୍ଡାରଙ୍କ ଆଖିରୁ ଅଶ୍ରୁ ବାହାରି ଆସିଲା । ସେ ତାଙ୍କ ପତ୍ନୀଙ୍କୁ ଆଲିଙ୍ଗନ କରି ତାଙ୍କୁ କ୍ଷମା ମାଗିଲେ ।

 

ଚାରି ଡ୍ରାଗନ

(ଚୀନର ଲୋକକଥା)

 

ଅନେକ ବର୍ଷ ପୂର୍ବେ ନଦୀ କିମ୍ବା ଝରଣାର ଅସ୍ତିତ୍ୱ ନ ଥିଲା । ସେହି ସମୟରେ ପୃଥିବୀରେ କେବଳ ପୂର୍ବ ସମୁଦ୍ର ଥିଲା । ସେଠାରେ ଚାରି ଡ୍ରାଗନ ରହୁଥିଲେ । ସେଇ ଚାରି ଡ୍ରାଗନଙ୍କ ନାଁ ଥିଲା, ନୀଳ ଡ୍ରାଗନ, ଲାଲ୍ ଡ୍ରାଗନ, ସୁନେଲୀ ଡ୍ରାଗନ ଏବଂ ସବୁଜ ଡ୍ରାଗନ । ଦିନେ ଚାରି ଡ୍ରାଗନ ପୂର୍ବ ସମୁଦ୍ରରେ ଖେଳୁଥିଲେ । କେତେବେଳେ ଏକା ସାଙ୍ଗରେ ସମୁଦ୍ରର ଲହଡ଼ିରେ ଦୌଡ଼ୁଥିଲେ ତ କେତେବେଳେ ପାଣି ଭିତରେ ଲୁଚାଲୁଚି ଖେଳ ଖେଳୁଥିଲେ ।

 

ହଠାତ୍ ସବୁଜ ଡ୍ରାଗନ ଚିତ୍କାର କଲା, ‘‘ଆରେ, ଶୁଣ ! ଜଲଦି ଏଠାକୁ ଆସ !’’

 

‘‘କ’ଣ ହେଲା ?’’ କହି ଅନ୍ୟ ତିନି ଡ୍ରାଗନବି ସେଇ ଦିଗକୁ ଚାହିଁଲେ । ଯେଉଁ ଦିଗକୁ ସବୁଜ ଡ୍ରାଗନ ଚାହିଁ ରହିଥିଲା ।

 

ସେମାନେ ଦେଖିଲେ ପୃଥିବୀ ଉପରେ ଅନେକ ଲୋକ ଛିଡ଼ା ହୋଇ ପ୍ରାର୍ଥନା କରୁଥିଲେ । ଲୋକମାନେ ଦେବତାଙ୍କୁ ଫଳ ଅର୍ପଣ କରୁଥିଲେ ଏବଂ ଦୀପ ଜାଳୁଥିଲେ । ସେତେବେଳେ ଜଣେ ଧଳା କେଶ ଥିବା ବୁଢ଼ୀ, ଯିଏ ତା’ ପିଠିରେ ଏକ ପିଲାକୁ ଲଦିଥିଲା । ସେ କହୁଥିଲା, ସ୍ୱର୍ଗର ଦେବତା, ଜଲଦି ବର୍ଷାକୁ ପଠେଇ ଦିଅ । ଆମ ପାଖରେ ଖାଇବାକୁ ଚାଉଳ ନାହିଁ । ଯଦି ଶୀଘ୍ର ବର୍ଷା ନ ହେବ ଆମେ ଭୋକରେ ମରିଯିବୁ ?’’

 

ପୃଥିବୀରେ ଅନେକ ଦିନରୁ ବର୍ଷା ହେଇନଥିଲା । ସେଥିଯୋଗୁ ଫସଲ ଶୁଖି ଯାଇଥିଲା, ଘାସ ହଳଦିଆ ପଡ଼ିଯାଇଥିଲା ଏବଂ କ୍ଷେତରେ ମାଟି ଶୁଖି ଫାଟି ଯାଇଥିଲା । ଫସଲ ଶୁଖି ନଷ୍ଟ ହୋଇ ଯାଇଥିବା ଯୋଗୁ ଲୋକମାନେ ତ୍ରାହି ତ୍ରାହି କରୁଥିଲେ । ଲାଲ ଡ୍ରାଗନ କହିଲା, ‘‘ଏଇ ଲୋକମାନେ କେତେ ଗରିବ ! ଯଦି ବର୍ଷା ନ ହେବ ତା’ହେଲେ ଲୋକମାନେ ମରିଯିବେ । ଆମେ ତାଙ୍କୁ ସାହାଯ୍ୟ କରିବା ଉଚିତ । ମତେ ସେମାନଙ୍କ ଦଶା ଦେଖି ଦୟା ଲାଗୁଛି ?’’

 

ନୀଳ ଡ୍ରାଗନ ବି ତା’ କଥାକୁ ସମର୍ଥନ କରି କହିଲା ‘‘ଆମେ ଜେଡ଼ ସମ୍ରାଟଙ୍କ ପାଖକୁ ଯାଇ ବର୍ଷା ପାଇଁ ପ୍ରାର୍ଥନା କରିବା ଉଚିତ ?’’ ନୀଳ ଡ୍ରାଗନର କଥା ମାନି ସବୁ ଡ୍ରାଗନ ବାଦଲ ଭିତରେ ଉଡ଼ି ସ୍ୱର୍ଗ ଆଡ଼କୁ ଚାଲିଲେ । ଜେଡ଼ ସମ୍ରାଟଙ୍କର ପୃଥିବୀ ଏବଂ ସମୁଦ୍ରର ସବୁଠୁ ବଡ଼ ଶକ୍ତି ଥିଲା । ଅତିଶୀଘ୍ର ସମସ୍ତ ଡ୍ରାଗନ ଜୋରରେ ଦୌଡ଼ି ତାଙ୍କ ମହଲ ଭିତରକୁ ପ୍ରବେଶ କଲେ । ଡ୍ରାଗନମାନଙ୍କୁ ଏମିତି ଭାବେ ମହଲକୁ ଆସିବା ଦେଖି ସମ୍ରାଟ ରାଗିଯାଇ କହିଲେ, ‘‘ତୁମେ ସବୁ ସମୁଦ୍ରରେ ରହୁଛନା ? ତା’ହେଲେ ଏଠାକୁ କାହିଁକି ଆସିଛ ?’’

 

ନୀଳ ଡ୍ରାଗନ ଆଗକୁ ଯାଇ କହିଲା, ‘‘ପୃଥିବୀରେ ଫସଲ ଶୁଖି ଯାଇଛି, ଜେଡ଼ ସମ୍ରାଟ ! ଆପଣ ବାଦଲକୁ ସେଠାରେ ବର୍ଷା କରିବା ପାଇଁ ଆଦେଶ ଦିଅନ୍ତୁ । ନ ହେଲେ ସବୁ ଲୋକ ଭୋକରେ ମରିଯିବେ ?’’

 

ଜେଡ଼ ସମ୍ରାଟ କହିଲେ, ‘‘ଠିକ୍ ଅଛି, ତୁମେ ଫେରିଯାଅ । କାଲି ମୁଁ କିଛି ବାଦଲକୁ ସେଠାକୁ ପଠେଇଦେବି ?’’

 

ଜେଡ଼ ସମ୍ରାଟଙ୍କ କଥା ଶୁଣି ଚାରି ଡ୍ରାଗନ ଖୁସି ହୋଇ ଘରକୁ ଫେରି ଆସିଲେ । କିନ୍ତୁ ପରଦିନ ଜେଡ଼ ସମ୍ରାଟ ବାଦଲକୁ ପୃଥିବୀ ଉପରେ ବର୍ଷା କରେଇବା ପାଇଁ ପଠେଇଲେ ନାହିଁ । ଅପେକ୍ଷା କରି କରି ଦଶ ଦିନ ଚାଲିଗଲା । କିନ୍ତୁ ବାଦଲଙ୍କ ଚିହ୍ନ ବର୍ଣ୍ଣ ନ ଥିଲା । ଲୋକଙ୍କ କଷ୍ଟ ଆହୁରି ବଢ଼ିଗଲା । ଏହା ଦେଖି ଡ୍ରାଗନମାନେ ବହୁତ ଦୁଃଖ କଲେ । ସେମାନେ ବୁଝିଗଲେକି ଜେଡ଼ ସମ୍ରାଟ ଭୋଗ ବିଳାସରେ ମଗ୍ନ ହୋଇଗଲେ, ତେଣୁ ପୃଥିବୀବାସୀଙ୍କ ପାଇଁ କୌଣସି ଚିନ୍ତା ନାହିଁ । ତେଣୁ ସେମାନେ ଲୋକଙ୍କ କଷ୍ଟ ଦୂର କରିବା ପାଇଁ ନିଜେ କିଛି କରିବାପାଇଁ ସ୍ଥିର କଲେ । ସେମାନେ ଭାବିଲେ କେମିତି ଭାବେ ପୃଥିବୀବାସୀଙ୍କୁ ସାହାଯ୍ୟ କରାଯାଇ ପାରିବ ।

 

ସେତେବେଳେ ନୀଳ ଡ୍ରାଗନ ମୁଣ୍ଡକୁ ଏକ ଉପାୟ ଆସିଲା । ସେ ଉତ୍ସାହିତ ହୋଇ ଅନ୍ୟ ସାଥୀ ଡ୍ରାଗନ ମାନଙ୍କୁ କହିଲା, ‘‘ଆମେ ସମୁଦ୍ରର ପାଣିକୁ ଆମ ପାଟିରେ ଭରି ପୃଥିବୀ ଆଡ଼କୁ ଛାଟିବା ଦରକାର । ସେଇ ପାଣି ବର୍ଷାଭଳି ଭୂମି ଉପରେ ପଡ଼ିବ ଏବଂ ଲୋକଙ୍କ ଜୀବନ ବଞ୍ଚି ଯାଇପାରିବ ?’’ ଲାଲ ଡ୍ରାଗନ କହିଲା, ‘‘ଏହି ଉପାୟଟା ଭଲ !’’

 

କିନ୍ତୁ ସବୁଜ ଡ୍ରାଗନ ଆଶଙ୍କା କରି କହିଲା, ‘‘ଯଦି ଜେଡ଼ ସମ୍ରାଟଙ୍କୁ ଆମର ଏହି କାର୍ଯ୍ୟ ବିଷୟରେ ଜଣାପଡ଼ିବ ତା’ହେଲେ ସେ ଆମକୁ କଠୋର ଦଣ୍ଡ ଦେବେ ?’’

 

ସୁନେଲୀ ଡ୍ରାଗନ କହିଲା, ‘‘ମୁଁ ଲୋକଙ୍କ ପ୍ରାଣ ରକ୍ଷା ପାଇଁ ଯେକୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଲୋକଙ୍କ ଜୀବନ ବଞ୍ଚେଇବା ପାଇଁ ଭୂମିରେ ପାଣି ଛାଟିବା କୌଣସି ଅପରାଧ ନୁହେଁ । ଆମେ ଯାହା କିଛି କରିବା ତାହା ଆମର ନିଜ ସ୍ୱାର୍ଥ ପାଇଁ ନୁହେଁ ବରଂ ପରୋପକାର ପାଇଁ କରିବା ?’’ ନୀଳ ଡ୍ରାଗନ କହିଲା, ‘‘ତା’ହେଲେ ମୋ ସାଙ୍ଗରେ ଆସ । ଆମକୁ ଏହି କାମ ଅତିଶୀଘ୍ର କରିବାକୁ ପଡ଼ିବ ?’’

 

ଏହାପରେ ଚାରିଡ୍ରାଗନ ସମୁଦ୍ର ପାଣି ନିଜ ନିଜ ମୁହଁରେ ଭର୍ତ୍ତି କରି ଆକାଶରେ ଉଡ଼ିକି ଗଲେ ଏବଂ ପୃଥିବୀ ଉପରେ ପାଣିକୁ ଛାଟିବାକୁ ଲାଗିଲେ । ତା’ପରେ ସମସ୍ତ ଡ୍ରାଗନ ବାରମ୍ବାର ସମୁଦ୍ରକୁ ଯାଇ ନିଜ ପାଟିରେ ପାଣି ଭର୍ତ୍ତିକରି ଆକାଶରେ ଉଡ଼ି ପୃଥିବୀ ଉପରେ ଛାଟିବାକୁ ଲାଗିଲେ । ତାଙ୍କୁ ଏହି କାମ କରିବାପାଇଁ ବହୁତ ମଜା ଲାଗୁଥିଲା । ଆକାଶରୁ ପଡ଼ୁଥିବା ସମୁଦ୍ର ପାଣିକୁ ଦେଖି ଯେମିତି ଲାଗୁଥିଲା ବର୍ଷା ହେଉଛି । ଏହା ଦେଖି ଲୋକଙ୍କ ଆନନ୍ଦ କହିଲେ ନ ସରେ ।

 

‘‘ବର୍ଷା ହେଉଛି ! ବର୍ଷା ହେଉଛି !’’ କହି ଲୋକମାନେ ଖୁସିରେ ନାଚୁଥିଲେ । ଏବେ ଆମର ଫସଲ ବଞ୍ଚିଯିବ । ଡ୍ରାଗନଙ୍କ ଏହି ସାହସିକ କାର୍ଯ୍ୟ ଦେଖି ସମୁଦ୍ର ଦେବତା ସହି ପାରିଲେନି । ତେଣୁ ତାଙ୍କ ବିରୋଧରେ ଜେଡ଼ ସମ୍ରାଟଙ୍କ ପାଖରେ ଅଭିଯୋଗ କଲେ ।

 

ଜେଡ଼ ସମ୍ରାଟ ଗର୍ଜି ଉଠି କହିଲେ, ‘‘ସେଇ ଡ୍ରାଗନମାନେ ମୋ ଅନୁମତି ବିନା ବର୍ଷା କରେଇବାକୁ ଏମିତି ଦୁଃସାହସ କାମ କଲେ କେମିତି ?’’ ସେ ରାଗିକି ତାଙ୍କ ସୈନ୍ୟମାନଙ୍କୁ ଚାରି ଡ୍ରାଗନକୁ ଦରବାରକୁ ଧରି ଆଣିବାକୁ ଆଦେଶ ଦେଲେ । ଡ୍ରାଗନମାନେ ଜେଡ଼ ସମ୍ରାଟଙ୍କର ସେନାମାନଙ୍କ ସହ ମୁକାବିଲା କରିପାରିଲେ ନାହିଁ । ଅତିଶୀଘ୍ର ସେମାନେ ତାଙ୍କୁ ଧରି ସମ୍ରାଟଙ୍କ ପାଖକୁ ନେଇ ଆସିଲେ । ତା’ପରେ ଜେଡ଼ ସମ୍ରାଟ ପର୍ବତ ଦେବତାଙ୍କୁ ଆଦେଶ ଦେଲେ, ‘‘ଏମାନଙ୍କ ଉପରେ ଚାରିଟା ପର୍ବତ ପକେଇ ଦିଅ । ଯାହାଦ୍ୱାରା ସେମାନେ ସବୁଦିନ ପାଇଁ ବନ୍ଦୀ ହୋଇ ରହିଯିବେ ?’’ ତା’ପରେ ପର୍ବତ ଦେବତା ଚାରୋଟି ବିଶାଳକାୟ ପର୍ବତକୁ ସେଠାକୁ ଆସିବାକୁ ଆଦେଶ ଦେଲେ । ଆଦେଶ ଶୁଣିବାମାତ୍ରେ ପର୍ବତମାନେ ଗଡ଼ି ଗଡ଼ି ସେଠାକୁ ଆସିଲେ ଏବଂ ଅତି ଜୋରରେ ଗଡ଼ି ଗଡ଼ି ଡ୍ରାଗନମାନଙ୍କ ଉପରେ ପଡ଼ିଲେ । ଚାରି ଡ୍ରାଗନ ସବୁ ଦିନ ପାଇଁ ବନ୍ଦୀ ହୋଇ ରହିଗଲେ । ସେମାନେ ବନ୍ଦୀ ହେଇ ମଧ୍ୟ ନିଜ କାମ ପାଇଁ ଅନୁତାପ କରୁନଥିଲେ । ତା’ପରେ ସେମାନେ ନିଜକୁ ଚାରି ନଦୀରେ ପରିବର୍ତ୍ତନ କରି ଦେଲେ । ଉଚ୍ଚ ପର୍ବତ ଏବଂ ଗଭୀର ଘାଟିରୁ ତଳକୁ ଆସି ନଦୀମାନେ ଚୀନର ମାଟିକୁ ଛୁଇଁ ବୋହିଗଲେ । ଏହି ଭାବେ ଚୀନର ଚାରି ମହାନଦୀ ଜନ୍ମ ହେଲା ଏବଂ ସେଠାକାର ଲୋକ ସୁଖରେ ଜୀବନ ବିତେଇଲେ ।

 

ରାଜାଙ୍କ ତିନୋଟି ଉପଦେଶ

(ଭାରତର ଲୋକକଥା)

 

ଅନେକ ବର୍ଷ ତଳର କଥା । ସୁଦୂର ଦକ୍ଷିଣରେ କୌଣସି ଜଣେ ପ୍ରତାପୀ ରାଜାଙ୍କ ରାଜ୍ୟ ଥିଲା । ରାଜାଙ୍କର ତିନୋଟି ପୁତ୍ର ଥିଲେ । ଦିନେ ରାଜାଙ୍କ ମନକୁ ଆସିଲା, ପୁତ୍ରମାନଙ୍କୁ ଏମିତି କିଛି ଉପଦେଶ ଦେବେକି, ଯେମିତି ସମୟ ଆସିଲେ ସେମାନେ ରାଜ କାର୍ଯ୍ୟ ସମ୍ଭାଳି ପାରିବେ ।

 

ଏକଥା ଭାବି ରାଜା ସବୁ ପୁତ୍ରମାନଙ୍କୁ ଦରବାରକୁ ଡାକି କହିଲେ, ‘‘ପୁତ୍ରମାନେ, ଆମ ରାଜ୍ୟରେ ଆଦୌ ନାସପାତି ଗଛ ନାହିଁ, ମୁଁ ଚାହୁଁଛି ତୁମେମାନେ ଚାରି ଚାରି ମାସ ଏହି ବୃକ୍ଷ ସନ୍ଧାନରେ ଯାଅ ଏବଂ ପତ୍ତା ଲଗାଅ କି ଏହି ଗଛ ଦେଖିବାକୁ କେମିତି ?’’ ରାଜାଙ୍କ ଆଦେଶ ପାଇ ତିନି ପୁଅ ଚାରି ମାସ ଲେଖାଏଁ ଗଲେ ।

 

ସମସ୍ତ ପୁତ୍ର ଫେରି ଆସିବା ପରେ ରାଜା ସେମାନଙ୍କୁ ପୁଣି ଦରବାରକୁ ଡାକିଲେ ଏବଂ ସେମାନଙ୍କୁ ଗଛ ବିଷୟରେ ପଚାରିଲେ ।

 

ପ୍ରଥମ ପୁତ୍ର କହିଲା, ‘‘ବାପା, ସେଇ ଗଛ ତ ପୁରା ବଙ୍କା ଟଙ୍କା ଏବଂ ଶୁଖିଲା ଥିଲା ?’’

 

ଦ୍ୱିତୀୟ ପୁତ୍ର କହିଲା, ‘‘ନାଁ.... ନାଁ ଗଛ ଗୁଡ଼ିକ ତ ସବୁଜ ପତ୍ରରେ ଭରପୁର ଥିଲା । କିନ୍ତୁ ହୁଏତ କୌଣସି ଅସୁବିଧା ଥିଲା, ସେଥିରେ ଗୋଟିଏ ବି ଫଳ ନ ଥିଲା ?’’

 

ତୃତୀୟ ପୁତ୍ର କହିଲା, ‘’ଭାଇ, ଲାଗୁଛି ଆପଣ ବି କୌଣସି ଭୁଲ ଗଛ ଦେଖିକି ଆସିଲେ । କାରଣ ମୁଁ ପ୍ରକୃତ ନାସପତି ଗଛ ଦେଖିକି ଆସିଲି, ତାହା ବହୁତ ସୁନ୍ଦର ଏବଂ ଗଛରେ ଫଳ ଲଦି ହେଇକି ଥିଲା ?’’

 

ତିନି ପୁତ୍ର ଯାକ ନିଜ ନିଜ ଭିତରେ ଯୁକ୍ତି ତର୍କ ଲାଗିଲେ । ତା’ ପରେ ରାଜା ନିଜ ସିଂହାସନରୁ ଉଠିପଡ଼ି କହିଲେ, ‘‘ପୁତ୍ରମାନେ, ତୁମେ ସବୁ ନିଜ ନିଜ ଭିତରେ ଯୁକ୍ତି ତର୍କ କରିବା କିଛି ଆବଶ୍ୟକତା ନାହିଁ, ପ୍ରକୃତରେ ତୁମେମାନେ ଗଛର ସତ କଥା ବର୍ଣ୍ଣନା କରିଛ । ମୁଁ ଜାଣିଶୁଣି ତୁମମାନଙ୍କୁ ଭିନ୍ନ ଭିନ୍ନ ଋତୁରେ ବୃକ୍ଷ ଖୋଜିବାକୁ ପଠେଇଥିଲି ଏବଂ ତୁମେ ଯାହା ସବୁ ଦେଖିଲ, ତାହା ସେହି ଋତୁ ଅନୁସାରେ ଥିଲା । ମୁଁ ଚାହୁଁଛିକି ଏହି ଅନୁଭବକୁ ଆଧାର କରି ତୁମେ ଏହି ତିନୋଟି କଥାକୁ ମନେ ରଖିବ ।’’

‘‘ପ୍ରଥମ କଥା, କୌଣସି ଜିନିଷ ବିଷୟରେ ସତ ଏବଂ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ତୁମକୁ ଅଧିକ ସମୟ ଯାଏ ଦେଖିବା ଓ ଯାଞ୍ଚ କରିବା ଦରକାର । ତାହା କୌଣସି ବିଷୟ ହେଉ, ବସ୍ତୁ ହେଉ କିମ୍ବା ବ୍ୟକ୍ତି ହେଉ । ଦ୍ୱିତୀୟରେ ସବୁ ଋତୁ ସମାନ ନୁହେଁ । ଯେଉଁ ଭାବେ ବୃକ୍ଷ ଋତୁ ଅନୁସାରେ ଶୁଖେ, ସବୁଜ ପତ୍ରରେ ଭରପୁର କିମ୍ବା ଫଳରେ ଭର୍ତ୍ତି ହେଇଥାଏ, ସେଇଭାବେ ମଣିଷ ଜୀବନରେ ମଧ୍ୟ ଉଠାଣି ପକାଣି ଥାଏ । ଯଦି ତୁମେ କେବେ ଖରାପ ସମୟ ଦେଇ ଗତି କରୁଛ, ତା’ହେଲେ ନିଜର ସାହସ ଏବଂ ଧୈର୍ଯ୍ୟ ରଖିଲେ, ସମୟ ଅବଶ୍ୟ ବଦଳିବ । ତୃତୀୟ କଥା, ନିଜ ମତାମତକୁ ଠିକ ଭାବି ଜିଦି କରିବା ଉଚିତ ନୁହେଁ । ନିଜର ବୁଦ୍ଧି ପ୍ରୟୋଗ କରିବା ସହିତ ଏବଂ ଅନ୍ୟର ବିଚାରକୁ ମଧ୍ୟ ବୁଝିବାକୁ ଚେଷ୍ଟା କରିବା ଉଚିତ । ଏହି ସଂସାର ଜ୍ଞାନର ଭଣ୍ଡାର, ଚାହିଁଲେ ମଧ୍ୟ ତୁମେ ଏକୁଟିଆ ସବୁ ଜ୍ଞାନ ଅର୍ଜନ କରିପାରିବ ନାହିଁ । ଏଥିପାଇଁ ଆଶଙ୍କା ଥିଲେ କୌଣସି ଜ୍ଞାନୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ନେବାକୁ ସଙ୍କୋଚ କରନାହିଁ ।

 

ରାଜକୁମାରୀ

(ଫ୍ରାନସର ଲୋକକଥା)

 

ଫ୍ରାନସର ଗୋଟିଏ ସହରରେ ଜଣେ ମହିଳା ତା’ ସ୍ୱାମୀ ଏବଂ କନ୍ୟା ସହିତ ରହୁଥିଲା । ସେହି ମହିଳାଙ୍କର ଦାନ୍ତର ରଙ୍ଗ ସୁନେଲୀ ଥିଲା । ହଠାତ୍ ଦିନେ ସେ ରୋଗରେ ପଡ଼ିଲେ । ସେ ଜାଣିଗଲେ ଯେ ତାଙ୍କ ମୃତ୍ୟୁ ପାଖେଇ ଆସୁଛି । ମୃତ୍ୟୁ ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କୁ ପ୍ରତିଜ୍ଞା କରେଇଲେ ସେ ଯେମିତି ସୁନେଲୀ ଦାନ୍ତ ଥିବା ଝିଅକୁ କେବଳ ବିବାହ କରିବେ । କିଛି ବର୍ଷ ଯାଏଁ ତାଙ୍କ ସ୍ୱାମୀ ଏବଂ କନ୍ୟା ବହୁତ ଖୁସି ମନରେ ରହିଲେ । ତା’ପରେ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ଇଚ୍ଛା ହେଲା । ସେ ସୁନେଲୀ ଦାନ୍ତ ଥିବା ଝିଅକୁ ବହୁତ ଖୋଜିଲେ କିନ୍ତୁ କେଉଁଠି ହେଲେ ମିଳିଲାନି । ଦିନେ ଦାମି ସୁଟ ପିନ୍ଧି ଥିବା ଜଣେ ବ୍ୟକ୍ତିଙ୍କ ସହିତ ବଜାରରେ ତାଙ୍କର ସାକ୍ଷାତ୍‍ ହେଲା । ସେ ତାଙ୍କୁ ସୁନେଲୀ ଦାନ୍ତ ଥିବା ଝିଅ ବିଷୟରେ ପଚାରିଲେ । ସେଇ ବ୍ୟକ୍ତି ଜଣଙ୍କ କହିଲେ, ‘‘ସୁନେଲୀ ଦାନ୍ତଥିବା ଝିଅ ତ ତୁମ ଘରେ ଅଛି ତୁମେ ତାକୁ କାହିଁକି ବିବାହ କରୁନ ?’’

 

ସେଇ ବ୍ୟକ୍ତିଙ୍କ କଥା ତାଙ୍କ ମନକୁ ପାଇଗଲା । ସେ ଘରକୁ ଫେରି ନିଜ ଝିଅକୁ ନିଃସଂକୋଚରେ ବିବାହ ପ୍ରସ୍ତାବ ଦେଲେ । ଯେମିତି ଝିଅଟି ତା’ ବାପାଙ୍କ କୁଦୃଷ୍ଟି ବିଷୟରେ ଜାଣିଲା, ସେ ଦୌଡ଼ିଯାଇ ତା’ ଜେଜେମା’ ପାଖରେ ପହଞ୍ଚି ସବୁକଥା କହିଲା । ତା’ ଜେଜେମା’ ତା’ ବାପାଙ୍କ ପାଖରେ ଏଇ ସର୍ତ୍ତ ରଖିବାକୁ ଶିଖେଇଲେ, ଯଦି ସେ ସୂର୍ଯ୍ୟଙ୍କ ଚିତ୍ରରେ ତିଆରି ହୋଇଥିବା ଗାଉନ ଆଣିଦେବେ ତା’ହେଲେ ସେ ତାଙ୍କୁ ବିବାହ କରିବ । ଝିଅର ଇଚ୍ଛା କଥା ଶୁଣି ତା’ ବାପା ସୁଟ୍ ପିନ୍ଧିଥିବା ବ୍ୟକ୍ତିଙ୍କ ପାଖରେ ଯାଇ ପହଞ୍ଚିଲେ । ତାଙ୍କ କଥା ଶୁଣି ସେ ସେମିତି ଗାଉନଟିଏ ଦେଲେ, ଯେମିତି ତାଙ୍କ ଝିଅ ମାଗିଥିଲା । ଗାଉନ ନେଇ ଦୁଷ୍ଟ ବାପା ଆନନ୍ଦମନରେ ଘରେ ପହଞ୍ଚି ଝିଅକୁ ଗାଉନଟିକୁ ଦେଲା । କାନ୍ଦି କାନ୍ଦି ଝିଅଟି ପୁଣିଥରେ ଜେଜେମା’ ପାଖରେ ଯାଇ ପହଞ୍ଚିଲା । ଏଥର ସେ ତା’ ଜେଜେମା’ କଥାରେ ତା’ ବାପାଙ୍କୁ ସୁନା ରୂପାରେ ତିଆରି ହୋଇଥିବା ଗାଉନ ମାଗିଲା । ତୃତୀୟ ଥର ତା’ ବାପାଙ୍କୁ ମୁଦିରେ ଜଡ଼ିତ ଗାଉନ ଏବଂ ଚତୁର୍ଥ ଥର ଡାଆଁଶମାନଙ୍କ ଚମଡ଼ାରେ ତିଆରି ହୋଇଥିବା ଗନ୍ଧିଆ ଗାଉନ ମାଗିଲା ।

 

ତା’ ବାପା ସୁଟ ବାଲା ବ୍ୟକ୍ତିଙ୍କ ସାହାଯ୍ୟରେ ସବୁ ଗାଉନ ଆଣି ଦେଲେ, କିନ୍ତୁ ଏହା ପରେ ବି ତାଙ୍କ ଝିଅ ବିବାହ କରିବାକୁ ମନା କରିଦେଲା । ଯେତେବେଳେ ତା’ ବାପା ଜବରଦସ୍ତ ତାକୁ ବିବାହ କରିବା ପାଇଁ ଚେଷ୍ଟା କଲେ, ସେ ପୁଣିଥରେ ତା’ ଜେଜେମା ପାଖକୁ ସାହାଯ୍ୟ ମାଗିବା ପାଇଁ ଗଲା । ତା’ପରେ ତା’ ଜେଜେମା’ ତାକୁ ସେଠାରୁ ଲୁଚି ପଲେଇଯିବା ପାଇଁ କହିଲେ । ଝିଅଟି ଗୋଟିଏ ଉପରେ ଗୋଟିଏ ଚାରୋଟି ଯାକ ଗାଉନ ପିନ୍ଧିଲା । ସବୁଠୁ ଉପରେ ଡାଆଁଶ ଚମଡ଼ାରେ ହେଇଥିବା ମଇଳା ଗାଉନକୁ ପିନ୍ଧିଲା । ତା’ କେଶକୁ ଧଳା ରଙ୍ଗ କରି ସେଠାରୁ ଧାଇଁ ଚାଲିଗଲା । କିଛି ଦୂର ଦୌଡ଼ିଲା ପରେ ସେ ଗୋଟିଏ ଜଙ୍ଗଲରେ ପଞ୍ଚିଲା । ସେ ବହୁତ ଚେଷ୍ଟା କରିବା ପରେବି ଜଙ୍ଗଲରୁ ବାହାରି ପାରିଲାନି । ତା’ପରେ ସେ ବହୁତ ଭୟଭୀତ ହେଇଗଲା । ସେତେବେଳେ ଜଣେ ଯୁବ ରାଜକୁମାର ଆସି ପହଞ୍ଚିଲେ । ଅସୁବିଧାରେ ପଡ଼ିଥିବା ବୁଢ଼ୀଟିକୁ ଦେଖି ତାଙ୍କ ମନରେ ଦୟା ଆସିଲା । ତେଣୁ ସେ ତାଙ୍କ ସାଙ୍ଗରେ ତାକୁ ମହଲକୁ ନେଇଗଲେ । ସେ ତାକୁ ତାଙ୍କ କୁକୁଡ଼ାମାନଙ୍କୁ ଦେଖାଚାହାଁ କରିବାକୁ କହିଲେ ଏବଂ ତା ବଦଳରେ ରହିବାକୁ ଏବଂ ଖାଇବାକୁ ଦେବାକୁ ଆଶ୍ୱାସନା ଦେଲେ ।

 

କିଛି ବର୍ଷଯାଏ ସେ ମହଲରେ ରହିଲା । ରାଜକୁମାର କୌଣସି ଦିନବି ତା’ ସହିତ କଥାବାର୍ତ୍ତା କରିବାକୁ ଭୁଲୁନଥିଲେ । ସେ ଧୀରେ ଧୀରେ ରାଜକୁମାରଙ୍କ ପ୍ରତି ଆକର୍ଷିତ ହୋଇ ପଡ଼ିଲା । କିନ୍ତୁ ବୁଢ଼ୀ ବେଶ ହୋଇଥିବା ଯୋଗୁ ନିଜର ଭାବନାକୁ କେବେ ବି ବ୍ୟକ୍ତ କରିପାରୁନଥିଲା । ଦିନେ ରାଜକୁମାର ତାକୁ କହିଲେ ସେ ଏକ ନୃତ୍ୟର ଆୟୋଜନ ତିନି ଦିନ ଯାଏଁ କରିବେ । ବୁଢ଼ୀଟି ରାଜକୁମାରକୁ ତାଙ୍କ ସାଙ୍ଗରେ ନେଇଯିବାକୁ ଅନୁରୋଧ କଲା । ରାଜକୁମାର ମଜାରେ ତାକୁ ଏକ ହାଲକା ଚାପୁଡ଼ା ମାରି ଘୋଡ଼ା ଉପରେ ବସି ଚାଲିଗଲେ । ସୁନେଲୀ ଦାନ୍ତଥିବା ଝିଅଟି ରାଜକୁମାରଙ୍କର ଏଇ ସୁଯୋଗର ଅପେକ୍ଷାରେ ଥିଲା । ସେ ସୂର୍ଯ୍ୟଙ୍କ ଚିତ୍ର ଥିବା ଗାଉନଟି ପିନ୍ଧି ଏବଂ ଏକ ସୁନ୍ଦର ଘୋଡ଼ା ଗାଡ଼ିରେ ବସି ରାଜକୁମାରଙ୍କ ପଛରେ ଚାଲିଲା । ଜଣେ ଅତ୍ୟନ୍ତ ସୁନ୍ଦରୀ ରାଜକୁମାରୀଙ୍କୁ ଦେଖି ଲୋକମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ଭିଡ଼ ଲଗାଇଲେ । କିନ୍ତୁ ସେ କାହାକୁ ନ ଚାହିଁ ସିଧା ରାଜକୁମାରଙ୍କ ପାଖରେ ପହଞ୍ଚିଲା । ରାଜକୁମାର ତା’ ସୈାନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହେଇଗଲେ । କିଛି ସମୟ ଯାଏଁ ତାଙ୍କ ପାଟିରୁ କିଛି କଥା ବାହାରିଲାନି । ସେତେବେଳେ ରାଜକୁମାରୀ ଖିଲ ଖିଲ ହୋଇ ହସିଲା । ତା’ପରେ ସେ ଚମକିପଡ଼ି ରାଜକୁମାରୀକୁ ପଚାରିଲେ, ‘‘ତୁମେ କେଉଁଠୁ ଆସିଲ ?’’ ରାଜକୁମାରୀ ଉତ୍ତର ଦେଲା, ‘‘ଚାପୁଡ଼ା ନଗରୀରୁ !’’ ରାଜକୁମାର ତାକୁ କିଛି ପଚାରିବା ପୂର୍ବରୁ ସେ ସେଠୁ ଚାଲି ଆସି ତା’ ଝୁମ୍ପୁଡ଼ି ଘରେ ପହଞ୍ଚିଲା ।

 

ପରଦିନ ରାଜକୁମାର ତାକୁ ସବୁକଥା ଶୁଣେଇଲେ, ଯାହା ନୃତ୍ୟ ଆୟୋଜନରେ ହେଇଥିଲା । ସେ କହିଲେ, ଆଜି ରାତିରେ ବି ନୃତ୍ୟ ଆୟୋଜନକୁ ଯାଇ ସେଠାରେ ସେଇ ସୁନ୍ଦରୀ ଝିଅକୁ ଅପେକ୍ଷା କରିବେ । ବୁଢ଼ୀ ଏଥରବି ତାକୁ ସାଙ୍ଗରେ ନେଇଯିବାକୁ କହିଲା, ରାଜକୁମାର ତାକୁ ପାହାଚ ପାଖରେ ଛିଡ଼ା ହୋଇ ଅପେକ୍ଷା କରିବାକୁ କହିଲେ କିନ୍ତୁ ଏଥର ମଧ୍ୟ ସେମିତି ସେ ଧୂଳି ଉଡ଼େଇ ଏକୁଟିଆ ଚାଲିଗଲେ ।

 

ଏହାପରେ ସୁନେଲୀ ଦାନ୍ତଥିବା ଝିଅଟି ସୁନାରୂପା ଜଡ଼ିତ ଗାଉନଟି ପିନ୍ଧି ଘୋଡ଼ାଗାଡ଼ିରେ ବସି ତାଙ୍କ ପଛରେ ଗଲା । ଯେମିତି ସେ ନୃତ୍ୟଶାଳାରେ ପହଞ୍ଚିଛି ରାଜକୁମାର ଧାଇଁ ଆସି ତା’ ହାତଧରି ନୃତ୍ୟଶାଳା ଭିତରକୁ ନେଇଗଲେ । ଯେତେବେଳେ ସେ ପଚାରିଲେ, ତୁମେ କେଉଁଠୁ ଆସିଲ । ସେ କହିଲା, ‘‘ଧୂଳିପୁରରୁ !’’ ଏହା କହି ସେ ସେଠାରୁ ଧାଇଁ ଚାଲି ଆସିଲା ।

 

ପରଦିନବି ସେ ବୁଢ଼ୀକୁ ସବୁ କଥା ଜଣେଇଲେ, ଯାହା ସବୁ ନୃତ୍ୟଶାଳାରେ ହେଇଥିଲା । ତାଙ୍କ କଥା ଶୁଣି ବୁଢ଼ୀ ଏଥର ମଧ୍ୟ ତାଙ୍କ ସାଙ୍ଗରେ ନେଇଯିବାକୁ ଅନୁରୋଧ କଲା । ରାଜକୁମାର ତାକୁ ସାଙ୍ଗରେ ନେଇଯିବାକୁ ଆଶ୍ୱାସନା ଦେଲେ । କିନ୍ତୁ ଯେତେବେଳେ ସେ ମହଲରୁ ବାହାରିଲେ ବାଟ ଭାଙ୍ଗି ଏକୁଟିଆ ଚାଲିଗଲେ । ଏଥର ସୁନେଲୀ ଦାନ୍ତଥିବା ଝିଅଟି ମୁଦି ଥିବା ଗାଉନ ପିନ୍ଧି ତାଙ୍କ ପଛରେ ଗଲା । ନୃତ୍ୟଶାଳାରେ ରାଜକୁମାର ତାକୁ ବଡ଼ ଉତ୍ସାହର ସହିତ ସ୍ୱାଗତ କଲେ । ଏଥର ଯେତେବେଳେ ରାଜକୁମାର ତାକୁ ପଚାରିଲେ ତୁମେ କେଉଁଠୁ ଆସିଛ, ସେ ହସି କହିଲା, ‘‘ବାଟ ଭାଙ୍ଗିପୁରରୁ ?’’ ରାଜକୁମାର କିଛି ବୁଝିବା ପୂର୍ବରୁ ସେ ସେଠାରୁ ଧାଇଁ ଚାଲି ଆସିଲା ସଂଯୋଗବଶତଃ ଧାଇଁବା ସମୟରେ ତା’ ଗାଉନରୁ ମୁଦିଟିଏ ବାହାରି ପଡ଼ିଗଲା । ରାଜକୁମାର ତାକୁ ଉଠେଇ ନେଲେ ଏବଂ ରାତିସାରା ସେଇ ମୁଦିଟିକୁ ଚାହିଁ ଚାହିଁ କାନ୍ଦିଲେ । ପରଦିନ ସେ ବୁଢ଼ୀକୁ କହିଲେ, ସେଇ ସୁନ୍ଦରୀ ରାଜକୁମାରୀଙ୍କୁ ଖୋଜିବାକୁ ଯିବେ । ରାଜକୁମାରଙ୍କ କଥା ଶୁଣି ବୁଢ଼ୀ ମନ ଭିତରେ ହସିଲା । ତା’ପରେ ସେ ରାଜକୁମାରଙ୍କ ପାଇଁ ବାଜରାର ଗୋଟିଏ କେକ୍ ତିଆରି କଲା, ତା’ ଭିତରେ ଗାଉନରୁ ଗୋଟିଏ ମୁଦି ଛଡ଼େଇ ତା’ ଭିତରେ ରଖିଦେଲା । ତା’ପରେ ସେ କେକ୍‌ଟିକୁ ରାଜକୁମାରକୁ ଦେଇ କହିଲା, ରାସ୍ତାରେ ଭୋକ ଲାଗିଲେ ଏହି କେକ୍‌ଟିକୁ ଖାଇବ ।

 

ରାଜକୁମାର ତାକୁ ନିରାଶ କରିବାକୁ ଚାହୁଁ ନ ଥିଲେ । ସେଥିପାଇଁ ସେ କେକ୍‌ଟିକୁ ନେଲେ । ତା’ପରେ ସେ ଯାତ୍ରାରେ ବାହାରି ପଡ଼ିଲେ । ସେଇ ସୁନ୍ଦରୀ ଝିଅକୁ ଖୋଜି ଖୋଜି ଗୋଟିଏ ବର୍ଷରୁ ଅଧିକ ହେଇଗଲା, କିନ୍ତୁ ସେ ସେଇ ସୁନ୍ଦରୀ ଝିଅଟିକୁ ପାଇବାରେ ସଫଳ ହେଲେନି । ଦିନେ ଯେତେବେଳେ ସେ ଏକ ଘନ ଜଙ୍ଗଲରେ ଛିଡ଼ା ହୋଇଥିଲେ, ସେତେବେଳେ ତାଙ୍କୁ ବହୁତ ଭୋକ ଲାଗିଲା, ସେଇ ସମୟରେ ତାଙ୍କ ପାଖରେ ଖାଇବା ପାଇଁ ବାଜରାର କେକ୍ ବ୍ୟତୀତ କିଛି ବି ନ ଥିଲା । ସେଥିପାଇଁ ସେ କେକ୍ ବାହାର କରି ତାକୁ ଭାଙ୍ଗିଲେ, ସେଥିରୁ ସେ ଏକ ମୁଦି ପାଇଲେ । ସେଇ ମୁଦିଟି ବିଲ୍‌କୁଲ୍ ସେମିତି ଦିଶୁଥିଲା, ଯେମିତି ସେଇ ସୁନ୍ଦରୀ ଝିଅଟିର ଗାଉନ୍‌ରୁ ଛିଡ଼ି ତାଙ୍କୁ ମିଳିଥିଲା । ରାଜକୁମାର ଜାଣିଗଲେ ସେଇ ସୁନ୍ଦରୀ ଝିଅଟି ତାଙ୍କ ଘରେ ହିଁ ଅଛି । ‘‘ସେଇ ବୁଢ଼ୀ ଜଣକ କ’ଣ ସେଇ ସୁନ୍ଦରୀ ଝିଅ !’’ ସେ ଭାବିଲେ, ତା’ପରେ ସେ ନିଜ ରାଜ୍ୟକୁ ଫେରିଗଲେ । ସେଠାରେ ସେ ପହଞ୍ଚି ଜଣେ ବୁଢ଼ା ଲୋକ ବେଶରେ ସେଇ ବୁଢ଼ୀ ଝୁମ୍ପୁଡ଼ିକୁ ଗଲେ । ସେଇ ସମୟରେ ବୁଢ଼ୀ ଝୁମ୍ପୁଡ଼ିରେ ନ ଥିଲା । ତେଣୁ ସେ ଆଲମିରା ଖୋଲି ଦେଖିଲେ ସୁନ୍ଦରୀ ଝିଅଟି ନୃତ୍ୟ ଆୟୋଜନକୁ ଯେଉଁ ଗାଉନ ସବୁ ପିନ୍ଧିକି ଆସିଥିଲା, ସେଠାରେ ସେସବୁ ରଖାଯାଇଥିଲା । ତା’ପରେ ରାଜକୁମାରଙ୍କ ଆଖିରୁ ଅଶ୍ରୁ ବୋହିବାକୁ ଲାଗିଲା । ସେତେବେଳେ ବୁଢ଼ୀ ଝୁମ୍ପୁଡ଼ିକୁ ଆସିଲା । ଜଣେ ବୁଢ଼ାଲୋକ ହାତରେ ତା’ ଗାଉନଗୁଡିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ସେ କିଛି କହିବା ପୂର୍ବରୁ ରାଜକୁମାର ନିଜର ବାସ୍ତବିକ ରୂପକୁ ଫେରି ଆସିଲେ । ତା’ ପ୍ରିୟତମ ରାଜକୁମାରକୁ ଦେଖି ସୁନେଲୀ ଦାନ୍ତ ଥିବା ସୁନ୍ଦର ଝିଅଟି ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କଲା । ତା’ପରେ ସେମାନେ ବିବାହ କରି ଆନନ୍ଦରେ ମହଲରେ ରହିବାକୁ ଲାଗିଲେ ।

 

କଞ୍ଜୁସ୍ ଜମିଦାର

(ଚୀନର ଲୋକକଥା)

 

ଗୋଟିଏ ଗାଁରେ ଜଣେ ଜମିଦାର ରହୁଥିଲେ, ଯିଏ ଧନକୁ ନିଜ ପ୍ରାଣଠାରୁ ବି ବେଶି ଭଲ ପାଉଥିଲେ । ତାଙ୍କ କଞ୍ଜୁସି ପ୍ରକୃତି ଯୋଗୁ କୃଷକମାନେ ‘କଞ୍ଜୁସ୍ ‘ ବୋଲି ଡାକୁଥିଲେ । ଥରେ ସେଇ ଅଞ୍ଚଳରେ ବହୁତ ଜୋରରେ ଦୁର୍ଭିକ୍ଷ ପଡ଼ିଲା, ତେଣୁ ସବୁ ଫସଲ ନଷ୍ଟ ହେଇଗଲା । କୃଷକମାନଙ୍କ ପାଖରେ ଖାଇବାପାଇଁ କିଛି ବି ନ ଥିଲା । ସେମାନେ ଗଛର ଚେର ଖାଇବାକୁ ଲାଗିଲେ । ଏପଟେ କଞ୍ଜୁସ୍‌ର ଗୋଦାମରେ ଚାଉଳ ଭର୍ତ୍ତି ହୋଇଥିଲା, କିନ୍ତୁ ସେ କୃଷକଙ୍କୁ ସେଥିରୁ କିଛିବି ଦବାକୁ ପ୍ରସ୍ତୁତ ନ ଥିଲେ । କୃଷକମାନେ ସେଥିରୁ ଉଧାର ନବା ପାଇଁ କିଛି ମାଗିଲେ, କିନ୍ତୁ କଞ୍ଜୁସ୍ ସେମାନଙ୍କୁ ଦେବା ପାଇଁ ରାଜି ହେଲେନି । ତେଣୁ କୃଷକମାନେ ଦୃଷ୍ଟ ଜମିଦାରକୁ ଉଚିତ ଶିକ୍ଷା ଦେବା ପାଇଁ ଚେଷ୍ଟା କଲେ ।

 

ସେମାନେ ଗୋଟିଏ ଘୋଡ଼ା ଛୁଆକୁ କେଉଁଠୁ ନେଇକି ଆସିଲେ । କିଛି ଚାନ୍ଦିର ମୁଦ୍ରା ଏକାଠି କରି ସେମାନେ ଘୋଡ଼ା ପଛରେ ପୁରେଇ ଦେଲେ ଏବଂ ତାକୁ ତୁଳାରେ ଢାଙ୍କି ଦେଲେ । ତା’ପରେ କୁହାଳିଆ ନାମରେ ଜଣେ ଚତୁର କୃଷକ ସେଇ ଘୋଡ଼ାକୁ ନେଇ କଞ୍ଜୁସ୍ ଲୋକ ପାଖରେ ପହଞ୍ଚିଲା । କଞ୍ଜୁସ୍ କୁହାଳିଆକୁ ଦେଖି କହିଲେ, ‘‘ଆରେ ବୋକା ! ଏଠାରୁ ପଳା ! ଏଠାରେ କ’ଣ କରୁଛୁ ?’’

 

କୁହାଳିଆ କହିଲା, ‘‘ମହାଶୟ, ମୁଁ ତ ଆପଣଙ୍କୁ ଏଇ ଘୋଡ଼ା ବିଷୟରେ କହିବାକୁ ଆସିଥିଲି । ଯଦି ଆପଣଙ୍କର ସବୁ ସମ୍ପତ୍ତି ବି ମତେ ଦେଇ ଦିଅନ୍ତି, ତଥାପି ଏ ଘୋଡ଼ାର ଦାମ ଦେଇ ପାରିବେନି !’’

 

କଞ୍ଜୁସ୍ କହିଲା, ‘‘ବାହାପିଆ କେଉଁଠିକାର ! ଗପ କହିବାକୁ କହି ଦେଇଥିବ । ଏମିତିବି କୋଉଠି ହେଲାଣି ?’’

 

ବାହାପିଆ କହିଲା, ‘‘ଠିକ୍ ଅଛି, ଆପଣ ନ ମାନନ୍ତୁ କିନ୍ତୁ ଏଇ ଘୋଡ଼ା ବଡ଼ ଅଦ୍ଭୁତ । ଯେତେବେଳେ ତାକୁ ଧୂପକାଠି ଶୁଙ୍ଘେଇ ଦେବ, ସେତେବେଳେ ତା’ ପଛରୁ ଚାନ୍ଦିର ରୂପା ବାହାରିବ ?’’

 

ମୁଦ୍ରା ବାହାରିବା କଥା ଶୁଣି କଞ୍ଜୁସର ରାଗ ଥଣ୍ଡା ପଡ଼ିଗଲା । ସେ ପଚାରିଲା, ‘‘ଡହରା, ଏଇ ଘୋଡ଼ା ତୁ କୋଉଠୁ ଆଣିଲୁ ?’’

 

ସେ କହିଲା, ‘‘ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ଜଣେ ବୁଢ଼ା ଲୋକ ମତେ ଉତ୍ତର ପଶ୍ଚିମ ଦିଗକୁ ଯିବାକୁ କହିଲା । ସେ ମତେ କହିଲା, ସେଇ ଦିଗକୁ ଗଲେ ମତେ ଏକ ଘୋଡ଼ା ଛୁଆ ମିଳିବ, ଯାହାକୁ ଧୂପକାଠି ଶୁଙ୍ଘେଇ ଦେଲେ ସେ ଚାନ୍ଦିର ମୁଦ୍ରା ଦେବ । ମୋ ନିଦ ଭାଙ୍ଗିଗଲା ପରେ ମୁଁ ଉତ୍ତର ପଶ୍ଚିମ ଦିଗକୁ ଗଲି । କିଛି ଦୂର ଯିବାପରେ ମୁଁ ଏହି ଘୋଡ଼ାଟିକୁ ଦେଖିଲି । ଯେତେବେଳେ ମୁଁ ତାକୁ ଧୂପକାଠି ଶୁଙ୍ଘେଇ ଦେଲି, ସେ ଚାନ୍ଦିର ମୁଦ୍ରା ବାହାର କରିବା ଆରମ୍ଭ କରିଦେଲା ?’’

 

‘‘ତୁମେ ସତ କହୁଛ ?’’ କଞ୍ଜୁସ୍ ପଚାରିଲା, ତା’ ଆଖିରେ ଲୋଭର ଝଲକ ଥିଲା ।

 

ଡହରା କଞ୍ଜୁସ୍‌କୁ ଏକ ଧୂପକାଠି ଜଳେଇବାକୁ କହିଲା । ସେ ନିଜେ ଘୋଡ଼ା ପଛରେ ଗୋଟେ ପ୍ଲେଟ ଧରି ଛିଡ଼ା ହୋଇଗଲା । କଞ୍ଜୁସ୍‌ର ଦୃଷ୍ଟିକୁ ଆଢ଼ୁଆଳ କରି ସେ ତୁଳା ବାହାର କରିଦେଲା । ତା’ପରେ ଚାନ୍ଦିର ମୁଦ୍ରା ଠନ୍ ଠନ୍ ହୋଇ ପ୍ଲେଟରେ ଖସିବାକୁ ଲାଗିଲା । ଏହା ଦେଖି ଲୋଭୀ କଞ୍ଜୁସ୍‌ର ଆଖି ଝଲସି ଉଠିଲା । ସେ କୁହାଳିଆକୁ ପଚାରିଲା, ‘‘ଏଇ ଘୋଡ଼ା ପ୍ରତିଦିନ କେତେ ମୁଦ୍ରା ବାହାର କରୁଛି ?’’ କୁହାଳିଆ କହିଲା, ‘‘ଆମ ଭଳି ଗରିବ କୃଷକମାନଙ୍କ ପାଇଁ ଇଏ ତିରିଶ ଚାଳିଶ ମୁଦ୍ରା ପ୍ରତିଦିନ ଦେଉଛି, କିନ୍ତୁ ଯଦି ପ୍ଲେଟ ଧରିବା ବାଲା ବ୍ୟକ୍ତି କୌଣସି ଧନୀ ହୋଇଥିବେ, ତା’ହେଲେ ଶହେ ମୁଦ୍ରା ପର୍ଯ୍ୟନ୍ତ ବାହାର କରି ଦେଉଛି ?’’

 

‘‘କଞ୍ଜୁସ୍ ଭାବିଲା, ମୁଁ ତ ପ୍ରଥମରୁ ଧନବାନ, ତେଣୁ ଇଏ ମତେ ଆହୁରି ଅଧିକ ଲାଭ ଦେବ ?’’ ତେଣୁ ମୂର୍ଖ କଞ୍ଜୁସ୍ ଘୋଡ଼ାକୁ କିଣିବା ପାଇଁ ସ୍ଥିର କଲା ।

 

ପ୍ରଥମେ କୁହାଳିଆ ବାହାନା କରି ତା’ କଥାକୁ ଟାଳି ଦେଇ କହିଲା, ମୁଁ ଏଇ ଘୋଡ଼ାକୁ ବିକିବାକୁ ଚାହୁଁନି । କିନ୍ତୁ ପରେ ସେ ତିରିଶି ବସ୍ତା ଚାଉଳ ବଦଳରେ ଘୋଡ଼ା ଦେବାକୁ ରାଜି ହେଇଗଲା । ଡହରା ସେଇ ଚାଉଳ ସବୁ ଆଣି ତା’ ସାଥୀ କୃଷକମାନଙ୍କ ମଧ୍ୟରେ ବାଣ୍ଟିଦେଲା । ଚାଉଳ ପାଇ କୃଷକମାନେ ଆନନ୍ଦିତ ହେଲେ । ଏପଟେ କଞ୍ଜୁସ୍ ଘୋଡ଼ାକୁ ଘର ବାହାରେ ଛିଡ଼ା କରି ତାକୁ ଧୂପକାଠି ଶୁଙ୍ଘୋଉ ଥିଲା । ତା’ର ବହୁତ ଚାନ୍ଦି ମୁଦ୍ରା ପାଇବାର ଆଶା ଥିଲା ।

 

ଧୂପକାଠି ଜଳେଇ ସେ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କଲା କିନ୍ତୁ କିଛିବି ହେଲାନି । କଞ୍ଜୁସ୍ ମୁଦ୍ରା ପାଇବା ପାଇଁ ଏତେ ଉତ୍ସୁକ ଥିଲା ଯେ ସେ ଘୋଡ଼ାର ଲାଞ୍ଜ ଉଠେଇ ତଳକୁ ଚାହିଁଲା । ସେତେବେଳେ ଘୋଡ଼ା ତା’ ମୁହଁରେ ମଳ ତ୍ୟାଗ କରିଦେଲା । ତାହା ଏତେ ତୀବ୍ର ଦୁର୍ଗନ୍ଧ ଥିଲାଯେ କଞ୍ଜୁସ୍ ବାନ୍ତି କରିବାକୁ ଲାଗିଲା । ତା’ପରେ ସେ ଜାଣିଗଲା ଡହରା ତାକୁ ଠକି ଦେଇଛି । ତା’ପରେ ସେ ରାଗି ଅସମ୍ଭାଳ ହୋଇ ତୁରନ୍ତ ଡହରାକୁ ଧରି ଆଣିବା ପାଇଁ ତା ଲୋକମାନଙ୍କୁ ଚାରିଆଡ଼େ ପଠେଇଲା । ଅନେକ ସମୟ ଯାଏଁ ତାକୁ ଖୋଜିଲେ କିନ୍ତୁ ସଫଳ ହେଲେ ନାହିଁ, କାରଣ କୁହାଳିଆ କୌଣସି ସୁରକ୍ଷିତ ସ୍ଥାନରେ ଲୁଚି ଯାଇଥିଲା ।

 

ଦିନେ କୁହାଳିଆ ଲୁଚିବା ସ୍ଥାନରୁ ବାହାରି ଆସିଲା ଏବଂ କଞ୍ଜୁସ୍‌ର ଲୋକମାନେ ତାକୁ ଧରି ଘୋଷାଡ଼ି ନେଇଗଲେ । କଞ୍ଜୁସ୍‌ କୁହାଳିଆକୁ ଏକ କୋଠରୀରେ ବନ୍ଦ କରିଦେଲା । ସେ ତା’ ଦେହରେ କେବଳ ସୂତା କମିଜି ଛଡ଼ା ଆଉ କିଛି ନ ଥିଲା । କାରଣ କୁହାଳିଆକୁ ଥଣ୍ଡାରେ ମାରିବା ପାଇଁ ସେ ଚାହୁଁଥିଲା । ସେଇ ସମୟରେ ବହୁତ ଥଣ୍ଡା ପଡ଼ିଥିଲା । ବିଚରା କୁହାଳିଆ ଥଣ୍ଡାରେ ଥରୁଥିଲା । ଯେତେବେଳେ ସେ ଥଣ୍ଡା ସହି ପାରିଲାନି, ସେ ତଳେ ଥିବା ଏକ ଚକ୍କିପେଷାକୁ ହାତରେ ଧରି କୋଠରୀରେ ଏପଟ ସେପଟ ହେଇ ଘୂରେଇବାକୁ ଲାଗିଲା । ଏଇ ଶାରିରୀକ ପରିଶ୍ରମ ଯୋଗୁ ତା’ ଶରୀରରେ ଉଷ୍ମତା ଆସିଲା । ଅତିଶୀଘ୍ର ତା’ ଦେହରେ ଝାଳ ବାହାରିବାକୁ ଲାଗିଲା ।

 

ସେତେବେଳେ କଞ୍ଜୁସ୍ ସେଠାରେ ଆସି ପହଞ୍ଚିଲା, ସେ ଦେଖିବାକୁ ଆସିଥିଲାକି କୁହାଳିଆ ଜୀବିତ ଅଛି କି ମରି ଯାଇଛି । କୁହାଳିଆ ଶରୀରରୁ ଝାଳ ବାହାରୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ତା’ପରେ କୁହାଳିଆ ହାତ ଯୋଡ଼ି ଅନୁରୋଧ କରି କହିଲା, ‘‘ମାଲିକ୍‌, ମୋ ଉପରେ ଦୟା କରନ୍ତୁ ନଚେତ ମୁଁ ଗରମରେ ମରିଯିବି ?’’

 

କଞ୍ଜୁସ୍ ଆଶ୍ଚର୍ଯ୍ୟ ହେଇ ପଚାରିଲା, ‘‘ଏତେ ଥଣ୍ଡା ପାଗରେ ତୁମ ଶରୀରରୁ ଝାଳ ବହୁଛି କେମିତି ?’’

 

ଡହରା ମିଛ ଗପ ମାରି କହିଲା, ‘‘ଏହି କରିସ୍ମା ମୋର ଏହି କମିଜ କରିଛି । ଏହାକୁ ‘ଅଗ୍ନି ଡ୍ରାଗନ’ କମିଜ କହନ୍ତି । ଏହି କମିଜ ପିନ୍ଧିଥିବା ଲୋକକୁ କେବେବି ଥଣ୍ଡା ହେବ ନାହିଁ ?’’

 

ତା’ପରେ କଞ୍ଜୁସ୍‌ର ଦୃଷ୍ଟି ‘ଅଗ୍ନି ଡ୍ରାଗନ’’ ଉପରେ ପଡ଼ିଲା । ସେ କୌଣସି ପ୍ରକାରେ ତାକୁ ପାଇବାକୁ ଚାହିଁଲା । ତାର ବିଲ୍‌କୁଲ୍ ସନ୍ଦେହ ହେଲାନି, କାରଣ ସେ ନିଜେ ଡହରା ଶରୀରରୁ ଝାଳ ବହୁଥିବା ଦେଖିଲା । ସେ ସେଇ କମିଜ ବଦଳରେ କୋକିଶିଆଳି ଲୋମରେ ହେଇଥିବା ନିଜର ଗାଉନ୍ ଦେବାକୁ ପ୍ରସ୍ତାବ ଦେଲା । ପ୍ରଥମେ ଡହରା ମନା କରୁଥିଲା, କିନ୍ତୁ କଞ୍ଜୁସ୍ କମିଜ ବଦଳରେ ଗାଉନ ସହିତ ପଚାଶ ଚାନ୍ଦି ମୁଦ୍ରା ଦେବାରୁ ସେ କମିଜଟିକୁ ଦେବାକୁ ପ୍ରସ୍ତୁତ ହେଇଗଲା । ତା’ପରେ ସେ ନିଜର କମିଜଟି ଦେଇ କଞ୍ଜୁସ୍‌ର ସେଇ ଗାଉନଟି ପିନ୍ଧି ସେଠାରୁ ଚାଲି ଗଲା । ଏପଟେ ‘ଅଗ୍ନି ଡ୍ରାଗନ’ କମିଜ ପିନ୍ଧି କଞ୍ଜୁସର ଆନନ୍ଦ କହିଲେ ନ ସରେ । ସଂଯୋଗବଶତଃ ସେଦିନ ସନ୍ଧ୍ୟାରେ ତା’ ଶଶୁରଙ୍କ ଜନ୍ମଦିନ ସମାରୋହ ଥିଲା । କଞ୍ଜୁସ୍ ସେଇ କମିଜିଟି ପିନ୍ଧି ଯିବାକୁ ସ୍ଥିର କଲା, କାରଣ ସେଇ କମିଜ୍ ବିଷୟରେ ସେଠାକାର ଲୋକମାନେ ଜାଣିପାରିବେ । ତେଣୁ ସେ ସେଇ କମିଜଟି ପିନ୍ଧି ଶଶୁର ଘର ଆଡ଼କୁ ଚାଲିଲା । ରାସ୍ତାରେ ତାକୁ ଅତ୍ୟଧିକ ଥଣ୍ଡା ଲାଗିଲା । ଥଣ୍ଡାରେ ଥରି ସେ ଲୁଚିବା ପାଇଁ କୌଣସି ସ୍ଥାନ ଖୋଜିଲା । ସେତେବେଳେ ସେ ଏକ ଗଛ ଦେଖିଲା । ଯାହାର ଉପର ଭାଗ ନିଆଁରେ ଜଳି ଯାଇଥିଲା । କେବଳ ଗଛର ଛାଲ ଥିଲା । ସେଇ ଛାଲରେ ଜଣେ ବ୍ୟକ୍ତି ଆରାମରେ ଛିଡ଼ା ହୋଇପାରିବ । ତା’ପରେ ସେ ଯାଇ ସେଇ ଛାଲ ଭିତରେ ଜାକିଜୁକି ଛିଡ଼ା ହେଲା । କିନ୍ତୁ କିଛି ସମୟପରେ ଥଣ୍ଡାରେ ତା’ ଦେହ ଜଡ଼ ପାଲଟିଗଲା ଏବଂ ତା’ର ମୃତ୍ୟୁ ହୋଇଗଲା । ଯେତେବେଳେ ତା’ ପରିବାର ଲୋକ ତା’ ମୃତ୍ୟୁ ବିଷୟରେ ଜାଣିଲେ, ସେମାନେ ଲୋକ ପଠେଇ ଡହରାକୁ ଧରି ଆଣିଲେ କାରଣ ସେମାନେ କଞ୍ଜୁସର ମୃତ୍ୟୁ ପାଇଁ ସେ ଦାୟୀ ବୋଲି ଜାଣିପାରିଲେ ।

 

ତା’ପରେ ଡହରା କହିଲା, ‘‘ମୁଁ ମାଲିକଙ୍କୁ ଚେତାବନି ଦେଇଥିଲି କି ‘ଅଗ୍ନି ଡ୍ରାଗନ’ କମିଜ ପିନ୍ଧି ଘାସ କିମ୍ବା କାଠ ପାଖକୁ ଯିବେ ନାହିଁ । ମତେ ଲାଗୁଛି ମାଲିକଙ୍କ ମୃତ୍ୟୁ ଏହି କାରଣ ଯୋଗୁ ହେଇଛି । ଆପଣ ସେଇ ଯାଗାକୁ ଯାଇ ଭଲ ଭାବେ ଦେଖନ୍ତୁ ସେଇ ଗଛଟି ଅଧେରୁ ଅଧିକ ଭାଗ ନିଆଁରେ ଜଳି ଯାଇଥିବ ?’’

 

କଞ୍ଜୁସ୍‌ର ପରିବାର ଲୋକ ଡହରାକୁ ସାଙ୍ଗରେ ନେଇ ସେ ଗଛ ପାଖରେ ପହଞ୍ଚିଲେ । ଯେତେବେଳେ ସେମାନେ ଦେଖିଲେ ଗଛର ଅବସ୍ଥା ସେମିତି, ଯେମିତି ଡହରା ତାଙ୍କୁ କହିଥିଲା । ତେଣୁ ତାକୁ ମୁକ୍ତ କରି ଦେଲେ । ଡହରା ତା’ର ଚତୁରତା ଯୋଗୁ ମନ ଭିତରେ ଖୁସି ହୋଇ ନିଜ ଘରକୁ ଚାଲିଗଲା ।

 

ବୁଦ୍ଧିମାନ କୃଷକ

(ଜର୍ମାନୀର ଲୋକକଥା)

 

ହନୋବର ନିକଟସ୍ଥ ଗୋଟିଏ ଛୋଟ ଗାଁରେ ପିଟର ନାମକ ଜଣେ ଗରିବ କୃଷକ ରହୁଥିଲା । ଯଦିଓ ପିଟର ଅଶିକ୍ଷିତ ଥିଲା, କିନ୍ତୁ ତା’ର ପ୍ରବଳ ଇଚ୍ଛା ଥିଲାକି ଲୋକେ ତାକୁ ଜଣେ ବିଦ୍ୱାନ ଭାବେ ଜାଣନ୍ତୁ ।

 

ଦିନେ ଜଣେ ଯୁବକ ନିଜର ଶିକ୍ଷା ପ୍ରାପ୍ତ କରି ଗାଁ’କୁ ଫେରିଲା । ପିଟର ତା’ ପାଖକୁ ଯାଇ ପଚାରିଲା, ‘‘ନିଜର ଶିକ୍ଷା ପୂରଣ ହେଲା ପରେ ତୁମକୁ କେମିତି ଲାଗୁଛି ?’’ ସେଇ ଯୁବକ ଉତ୍ତର ଦେଲା, ‘‘ମତେ ଲାଗୁଛିକି ସଂସାରରେ ଏମିତି କୌଣସି କଥା ନାହିଁ, ଯାହା ମୁଁ ଜାଣିନି । ମୋ ଗୁରୁ ଏତେ ଯୋଗ୍ୟ ଯେ, ଯଦି କିଏ ତାଙ୍କ ପାଖରେ ଗୋଟିଏ ସପ୍ତାହ ପଢ଼ିବ ତା’ର ସବୁ ବିଦ୍ୟାର ଜ୍ଞାନ ହେଇଯିବ ?’’

 

ସେଇ ଯୁବକର କଥା ଶୁଣି କୃଷକର ମୁଣ୍ଡକୁ ଏକ ଉପାୟ ଆସିଲା । ତା’ପରେ ଗୋଟିଏ ସପ୍ତାହ ପାଇଁ ତାର ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଗଲା । ସେଠାରୁ ଫେରି ସେ ଘୋଷଣା କଲା ଯେ, ସେ ଜଣେ ସିଦ୍ଧ ପୁରୁଷଙ୍କ ପାଖରୁ ଶିକ୍ଷା ପ୍ରାପ୍ତ କରି ଫେରିଛି । ଏକଥାବି ସେ ଜୋର କରି କହିଲା ଏବେ ସଂସାରରେ କୌଣସି ଏମିତି ବିଦ୍ୟା ନାହିଁ, ଯାହାର ଜ୍ଞାନ ତା’ ପାଖରେ ନାହିଁ ।

 

ଅତିଶୀଘ୍ର ପିଟରର ଜ୍ଞାନର ପ୍ରସିଦ୍ଧି ଆଖ ପାଖ ଗାଁ’ରେ ମଧ୍ୟ ପ୍ରଚାର ହେଇଗଲା । ଏହା ମଧ୍ୟରେ ହନୋବରର ମହଲରେ ଏକ ଅଜବ ଘଟଣା ଘଟିଲା । ସାମନ୍ତଙ୍କ ପତ୍ନୀର ବହୁମୂଲ୍ୟ ହାର ଶୋଇବା ସମୟରେ ତାଙ୍କ ବେକରୁ ଚୋରି ହୋଇଗଲା । ସାମନ୍ତ ହାରକୁ ଖୋଜିବା ପାଇଁ ବହୁତ ଚେଷ୍ଟା କଲେ କିନ୍ତୁ କୌଣସି ଲାଭ ହେଲାନି । ସେତେବେଳେ କିଏ ଜଣେ ସାମନ୍ତଙ୍କୁ ପିଟରର ସାହାଯ୍ୟ ନେବା ପାଇଁ ଉପଦେଶ ଦେଲା । ତା’ପରେ ସାମନ୍ତ ପିଟରକୁ ନିଜ ମହଲକୁ ଡକେଇଲେ ।

 

ପିଟରର ଏକ ବିଶେଷ ପ୍ରକୃତି ଥିଲା କି ସେ କୁଆଡ଼େ ବି ଏକୁଟିଆ ଯାଉନଥିଲା । ସେ ଯୁଆଡ଼େ ବି ଯାଏ, ତା’ ପତ୍ନୀ ‘ଗ୍ରେଟ୍‌’କୁ ସାଙ୍ଗରେ ନେଇ ଯାଉଥିଲା, ଯେତେବେଳେ ପିଟର ସାମନ୍ତଙ୍କ ଘରେ ପହଞ୍ଚିଲା, ସେ ତାକୁ ଖୁସିରେ ସ୍ୱାଗତ କଲେ । ତା’ପରେ ସେ ତାକୁ ଏବଂ ତା’ ପତ୍ନୀକୁ ରାତି ଭୋଜନ ପାଇଁ ଭୋଜନ କକ୍ଷକୁ ନେଇଗଲେ । ଭୋଜନ କକ୍ଷକୁ ଯେତେବେଳେ ପ୍ରଥମ ଚାକର ତରକାରୀ ପାତ୍ର ଧରି ଆସିଲା, ପିଟର ତା’ ପତ୍ନୀକୁ କହିଲା, ‘‘ଗ୍ରେଟ୍‌, ଇଏ ପ୍ରଥମ !’’

 

ପିଟରର ଏଇ କଥା ଶୁଣି ଚାକର ଭୟଭୀତ ହେଇଗଲା । କାରଣ ସାମନ୍ତଙ୍କ ପତ୍ନୀର ହାର ସେ ତା’ର ଆଉ ଜଣେ ସାଥୀ ସହିତ ମିଶି ଚୋରି କରିଥିଲେ । ସେ କୋଠରୀରୁ ବାହାରକୁ ଆସି ତା’ ସାଥୀକୁ ସବୁ କଥା କହିଲା । ଏସବୁ କଥା ଶୁଣି ତା’ ସାଥୀ ବି ଭୟଭୀତ ହେଇଗଲା ।

 

ଏହାପରେ ପ୍ରଥମ ଚାକରର ସାଥୀ ଦ୍ୱିତୀୟ ପାତ୍ର ନେଇ ଭିତରକୁ ଆସିଲା । ତାକୁ ଦେଖି କୃଷକ ତା’ ପତ୍ନୀକୁ କହିଲା ‘‘ଗ୍ରେଟ୍‌, ଇଏ ଦ୍ୱିତୀୟ ?’’

 

ଏକଥା ଶୁଣି ଚାକର ବହୁତ ଡରିଗଲା । ସେ ଅତିଶୀଘ୍ର ପାତ୍ରଟିକୁ ଟେବୁଲ ଉପରେ ରଖି କୋଠରୀରୁ ବାହାରକୁ ଧାଇଁ ଚାଲିଗଲା । ତା’ପରେ ସେ ଦୁଇ ଚୋର କୃଷକ ପାଖରେ ନିଜର ଅପରାଧ ସ୍ୱୀକାର କରିବା ପାଇଁ ସ୍ଥିର କଲେ, ଯାହାଦ୍ୱାରା ସେମାନେ କଠୋର ଦଣ୍ଡରୁ ମୁକ୍ତି ପାଇବେ । ଭୋଜନ କଲା ପରେ ଯେତେବେଳେ ପିଟର ଏକୁଟିଆ ବାହାରେ ଟହଲ ମାରୁଥିଲା, ସେତେବେଳେ ସେଇ ଦୁଇ ଚୋର ତା’ ପାଖକୁ ଆସି ହାର ଚୋରି କରିବା ବିଷୟରେ ସବୁ କିଛି କହିଦେଲେ । ତା’ପରେ ସେମାନେ ତାଙ୍କ ଠାରୁ ହାର ନେଇ ସାମନ୍ତଙ୍କୁ ଦେଇ ଦବାକୁ କୃଷକକୁ ଅନୁରୋଧ କଲେ କିନ୍ତୁ ତାଙ୍କ ବିଷୟରେ ସାମନ୍ତଙ୍କୁ କିଛି କହିବେନି ।

 

କୃଷକ କହିଲା ହାର ଚୋରେଇବା ଲୋକ ବିଷୟରେ ସାମନ୍ତଙ୍କୁ ଜଣେଇବା ତା’ର କର୍ତ୍ତବ୍ୟ ଥିଲା । କିନ୍ତୁ ସେ ଚୋରଙ୍କୁ ଆଶ୍ୱାସନା ଦେଇ କହିଲା, ତାଙ୍କୁ କଠୋର ଦଣ୍ଡ ନ ଦେବା ଲାଗି ସେ ସାମନ୍ତଙ୍କୁ ଅନୁରୋଧ କରିବ । ତା’ପରେ କୃଷକ ସେଇ ଦୁଇ ଚୋରଙ୍କୁ ସାଙ୍ଗରେ ନେଇ ସାମନ୍ତଙ୍କ ପାଖରେ ପହଞ୍ଚିଲା । ସେ ସାମନ୍ତଙ୍କୁ ସେଇ ବହୁମୂଲ୍ୟ ହାର ସମର୍ପି ଦେଇ ସବୁ କଥା କହିଲା । ସେ ସାମନ୍ତଙ୍କୁ ଅନୁରୋଧ କଲା ସେଇ ଦୁଇ ଚାକରଙ୍କୁ କଠୋର ଦଣ୍ଡ ନ ଦେବା ପାଇଁ, କାରଣ ସେମାନେ ତାଙ୍କର ଅପରାଧ ନିଜେ ସ୍ୱୀକାର କରିଥିଲେ । ହଜି ଯାଇଥିବା ବହୁମୂଲ୍ୟ ହାର ପାଇ ସାମନ୍ତ ବହୁତ ଆନନ୍ଦିତ ହେଲେ । ସେ ତାଙ୍କ ଚାକରଙ୍କ ଉପରେ ବହୁତ କ୍ରୋଧ ଆସୁଥିଲା କିନ୍ତୁ ସେ କୃଷକର ମନ ଦୁଃଖ କରିବାକୁ ଚାହୁଁ ନ ଥିଲେ, ଯିଏ ତାଙ୍କ ହାର ଖୋଜି ଆଣି ଦେଇଛି । ସେଥିପାଇଁ ସେ ଅପରାଧୀଙ୍କୁ କୌଣସି କଠୋର ଦଣ୍ଡ ଦେଲେ ନାହିଁ କିନ୍ତୁ ତାଙ୍କୁ ଚାକିରିରୁ ଅବଶ୍ୟ ବାହାର କରିଦେଲେ । ତା’ପରେ ସେ କୃଷକକୁ ବହୁମୂଲ୍ୟ ପୁରସ୍କାର ଦେଇ ବିଦା କଲେ ।

 

ସମ୍ରାଟ ଆକବର

(ଭାରତର ଲୋକକଥା)

 

ଥରେ ବିରବଲକୁ କୌଣସି କାର୍ଯ୍ୟରେ କାବୁଲ ଯିବାକୁ ପଡ଼ିଲା । ତା’ର ବେଶଭୂଷା ଏବଂ ନିଜ କଥାବାର୍ତ୍ତା ଶୈଳୀ ଯୋଗୁ ସେଠାକାର ଲୋକଙ୍କୁ ବୁଝିବାକୁ ଡେରି ଲାଗିଲାନିଯେ ସେ ଜଣେ ବିଦେଶୀ । ଯେତେବେଳେ ସେମାନେ ଜାଣିଲେ କି ସେ ଦିଲ୍ଲୀରୁ ଆସିଛି, ସେମାନେ ତାକୁ ସମ୍ରାଟ ଆକବରଙ୍କ ଗୁପ୍ତଚର ବୋଲି ସନ୍ଦେହ ହେଲା । ସେମାନେ ଏହି ସୂଚନା ରାଜାଙ୍କ ସିପାହୀକୁ ଦେଲେ । ସୈନିକ ତାକୁ ଧରି ଦରବାରକୁ ନେଇଗଲେ । ରାଜା ତାକୁ ପଚାରିଲେ, ‘‘ତୁମେ କିଏ ?’’ କାବୁଲକୁ କାହିଁକି ଆସିଛ ?

 

ବିରବଲ ବିନମ୍ରତା ସହ ଉତ୍ତର ଦେଲା, ‘‘ମହାରାଜ, ମୁଁ ଜଣେ ଯାତ୍ରୀ, ନୂଆ ନୂଆ ଦେଶକୁ ଯାତ୍ରା କରି ଏବଂ ତା’ ବିଷୟରେ ଅଧିକ ଜାଣିବା ହେଉଛି ମୋର ସଉକ । ଏହି ଦେଶ ଉପରେ ଏକ ପୁସ୍ତକ ଲେଖିବାକୁ ମୋର ଇଚ୍ଛା ?’’

 

ଏକଥା ଶୁଣି ରାଜା ବିରବଲକୁ କହିଲେ, ‘‘ଯଦି ତୁମେ ଅନେକ ଦେଶ ଯାଇଛ, ତା’ହେଲେ ତୁମେ କେତେକ ରାଜାଙ୍କ ସହିତ ସାକ୍ଷାତ୍‍ ହୋଇଥିବ । କୌଣସି ରାଜା କ’ଣ ମୋ ଭଳି ଯୋଗ୍ୟ ଅଛନ୍ତି ?’’

 

ବିରବଲ ଉତ୍ତର ଦେଲା, ‘‘ମହାରାଜ, ଆପଣତ ପୂର୍ଣ୍ଣମୀର ଚନ୍ଦ୍ର ଭଳି । ଆପଣଙ୍କ ସହିତ ଆଉ କୌଣସି ରାଜାଙ୍କ ତୁଳନା ହେଇ ପାରିବ ନାହିଁ ?’’

 

ବିରବଲର ଚତୁରତା ଭରା ଉତ୍ତର ଶୁଣି ଆଫଗାନିସ୍ଥାନର ରାଜା ଖୁସି ହୋଇଗଲେ । ସେ ତାକୁ ବହୁମୂଲ୍ୟ ଉପହାର ଦେଇ ଛାଡ଼ି ଦେଲେ ।

 

ଦିଲ୍ଲୀ ଫେରିବା ପରେ ବିରବଲ ସବୁଘଟଣା ତାର ଏକ ସାଙ୍ଗ ଆଗରେ କହିଲା । ଏହି କଥା ଅତିଶୀଘ୍ର ପୁରା ନଗରରେ ପ୍ରଚାର ହୋଇଗଲା । ଏଥିପାଇଁ ଇର୍ଷାଳୁ ଦରବାରୀଙ୍କୁ ବିରବଲ ନିଚ୍ଚା ଦେଖେଇବାକୁ ସୁଯୋଗ ମିଳିଗଲା । ସେମାନେ ଏହି କାହାଣୀକୁ ଲଗେଇ ଜୁଟେଇ ଆକବରଙ୍କୁ ଶୁଣେଇ ଦେଲେ । ଆକବର ବିରବଲଙ୍କ ସହିତ ଏହି ବିଷୟରେ କଥା ହେବା ପାଇଁ ସ୍ଥିର କଲେ ।

 

ପରଦିନ ଦରବାରରେ ଆକବର ବିରବଲକୁ ପଚାରିଲେ, ବୀରବଲ୍, ଆମେ ଶୁଣିଲୁକି ତୁମେ କାବୁଲର ରାଜାଙ୍କୁ ପୂର୍ଣ୍ଣଚନ୍ଦ୍ର କହି ପ୍ରଶଂସା କଲ, କିନ୍ତୁ ମୋତେ ଅର୍ଦ୍ଧ ଚନ୍ଦ୍ର ଭଳି ତୁଳନା କଲ । ତୁମକୁ କଣ ଲାଗୁନିକି ତୁମେ ଏମିତି ଭାବେ କଥା କହି ମୋର ଅପମାନ କରିଛ ?

 

ବୀରବଲ ଉତ୍ତର ଦେଲା, ‘‘ମହାରାଜ, ମୁଁ ଯାହାବି କହିଛି ତାହା ଆପଣଙ୍କ ଯଶ ଏବଂ ସମ୍ମାନ ଦେଲା ଭଳି କହିଛି । ଇସ୍‌ଲାମ କ୍ୟାଲେଣ୍ଣର ଅନୁସାରେ ପୂର୍ଣ୍ଣ ଚନ୍ଦ୍ର ପ୍ରତ୍ୟେକ ମାସର ଶେଷରେ ହୁଏ । ଚନ୍ଦ୍ର ପୁରା ଆକାର ଧାରଣ କରିବାପରେ ଘଟଣା ଆରମ୍ଭ କରିଦିଏ । କିନ୍ତୁ ଅର୍ଦ୍ଧଚନ୍ଦ୍ରକୁ ହିନ୍ଦୁ ଏବଂ ମୁସଲମାନ ଦୁହେଁ ପବିତ୍ର ମାନନ୍ତି । ‘ଇଦ୍‌’କୁ ସେତେବେଳେ ମାନନ୍ତି ଯେବେ ଅର୍ଦ୍ଧଚନ୍ଦ୍ର ଦେଖାଯାଏ । ଯେମିତି ଭାବେ ଆପଣଙ୍କ କୀର୍ତ୍ତି ପ୍ରତିଦିନ ବଢ଼ୁଛି । ସେହି ଭାବେ ଅର୍ଦ୍ଧଚନ୍ଦ୍ରର ଆକାର ବି ବଢ଼େ ?’’ ବିରବଲର ଉତ୍ତର ଶୁଣି ଆକବର ଖୁସି ହୋଇଗଲେ ।

 

କାଠୁରିଆ

(ଜାପାନର ଲୋକକଥା)

 

ଉରାବା ଅଞ୍ଚଳସ୍ଥିତ ଗୋଟିଏ ଗାଁରେ ବିସୁ ନାମରେ ଜଣେ କାଠୁରିଆ ରହୁଥିଲା । ତା’ ପତ୍ନୀ ଏବଂ ପିଲା ତା’ ସାଙ୍ଗରେ ରହୁଥିଲେ । ଦିନେ ଯେତେବେଳେ ସେ ତା’ ଘର ବାହାରେ କାଠ କାଟୁଥିଲା, ସେତେବେଳେ ଜଣେ ବୃଦ୍ଧ ପାଦ୍ରୀ ତା’ ପାଖକୁ ଆସି ତାକୁ ଧମକେଇ କହିଲେ, ‘‘ମୁଁ ତୁମକୁ କେବେବି ଇଶ୍ୱରଙ୍କୁ ପ୍ରାର୍ଥନା କରିବାର ଦେଖିନି । ଇଶ୍ୱର ତୁମକୁ ଏଇ ଅପରାଧ ପାଇଁ କଠୋର ଦଣ୍ଡ ଦେବେ ?’’

 

ବିସୁ କିଛି ସମୟ ଭାବି ଉତ୍ତର ଦେଲା, ‘‘ଯଦି ଆପଣଙ୍କ ପାଖରେ ମୋ ଭଳି ବଡ଼ ପରିବାରର ଲାଳନ ପାଳନ କରିବାର ଦାୟିତ୍ୱ ଥାଆନ୍ତା, ତା’ହେଲେ ଆପଣଙ୍କ ପାଇଁବି ପ୍ରାର୍ଥନା କରିବା ସମୟ ବାହାର କରିବା କଷ୍ଟକର ହୋଇଥାନ୍ତା ?’’

 

ବିସୁର କଥା ଶୁଣି ପାଦ୍ରୀଙ୍କୁ ବହୁତ କ୍ରୋଧ ଆସିଲା । ପାଦ୍ରୀଙ୍କ ଦୃଷ୍ଟିରେ ଇଶ୍ୱରଙ୍କ ଉପାସନା କରିବା ସବୁଠୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା । ତେଣୁ ସେ ଏହା କହି ତାକୁ ଧମକେଇଲେ ଯେ ପ୍ରାର୍ଥନା ନ କରିବା ଯୋଗୁ ମୃତ୍ୟୁ ପରେ ଇଶ୍ୱରଙ୍କ କୋପକୁ ସାମ୍ନା କରିବାକୁ ପଡ଼ିବ ଏବଂ ଲକ୍ଷେ ବର୍ଷ ଯାଏଁ କୀଟ, କୁକୁର, ମାଙ୍କଡ଼ ଇତ୍ୟାଦି ହେଇ ରହିବାକୁ ପଡ଼ିବ ।

 

ପାଦ୍ରୀଙ୍କ ଏହି ପ୍ରକାର କଥା ଶୁଣି ବିସୁ ବହୁତ ଡରିଗଲା । ସେ ପାଦ୍ରୀଙ୍କୁ କହିଲା, ସେ ଏବେଠାରୁ ନିୟମିତ ଭାବେ ଇଶ୍ୱରଙ୍କ ଉପାସନା କରିବ । କିନ୍ତୁ ପ୍ରକୃତରେ ବିସୁ ପାଦ୍ରୀଙ୍କ କଥାକୁ ଠିକ୍‍ଭାବେ ବୁଝିପାରି ନ ଥିଲା । ତା’ପରେ ସେ ତା’ର ସବୁ ସମୟ ପ୍ରାର୍ଥନାରେ କଟେଇବାକୁ ଲାଗିଲା ଏବଂ ନିଜ କାର୍ଯ୍ୟ ପ୍ରତି ଅବହେଳା କରିବାକୁ ଲାଗିଲା । ପରିଣାମସ୍ୱରୂପ ତା’ ଆୟ କମ୍ ହେଇଗଲା ଏବଂ ତା’ ପତ୍ନୀ ଏବଂ ପିଲାମାନେ ଭୋକରେ ଛଟ୍‌ପଟ୍ ହେଲେ । ତା’ ଘରର ଆର୍ଥିକ ଅବସ୍ଥା ବହୁତ ଖରାପ ହୋଇଗଲା ।

 

ବିସୁର ପତ୍ନୀ ତା’ ପିଲାଙ୍କ ଦୟନୀୟ ଅବସ୍ଥା ଦେଖି ପାରିଲା ନାହିଁ । ଦିନେ ସେ ବିସୁକୁ କହିଲା, ‘‘ତୁମେ କ’ଣ ତୁମର ସବୁ ଦାୟିତ୍ୱ କଥା ଭୁଲିଗଲ ? ଯାଅ, ଜଙ୍ଗଲ ଯାଇ କିଛି କାଠ କାଟିକି ଆଣ । ଆମ ପିଲାମାନେ ଭୋକରେ ଛଟପଟ ହେଉଛନ୍ତି ?’’

 

ବିସୁ ତା’ ପତ୍ନୀ ମୁହଁରୁ ଏ କଥା ଶୁଣି ବହୁତ ରାଗିଗଲା । ତା’ପରେ କହିଲା, ‘‘ବୋକା ସ୍ତ୍ରୀଲୋକ ! ପାଦ୍ରୀ ମତେ କହିଛନ୍ତି କୌଣସି କାମ ଇଶ୍ୱରଙ୍କ ପ୍ରାର୍ଥନା ଭଳି ମହତ୍ୱପୂର୍ଣ୍ଣ ନୁହେଁ । ଏଥିପାଇଁ ମୁଁ ଇଶ୍ୱରଙ୍କୁ ପ୍ରାର୍ଥନା କରିବାରେ ଲାଗିଛି । ତୁମେ ଏତିକି କଥା କ’ଣ ବୁଝିପାରୁନ ?’’

 

ବିସୁର କଥା ଶୁଣି ତା’ ସ୍ତ୍ରୀ ବହୁତ ରାଗିଗଲା । ତା’ପରେ ସେ ଚିତ୍କାର କରି କହିଲା, ‘‘କୁରାଢ଼ୀ ନେଇ ଜଲଦି ଜଙ୍ଗଲକୁ ଯାଅ ।’’

 

ପତ୍ନୀ ବାଧ୍ୟ କରିବାରୁ ବିସୁ ଜଙ୍ଗଲକୁତ ଗଲା କିନ୍ତୁ ତାକୁ କାଠ କାଟିବାକୁ ଇଚ୍ଛା ନ ଥିଲା । ତେଣୁ ସେ ଏକ ପଥର ଉପରେ ଧ୍ୟାନରେ ବସିଗଲା । ସେତେବେଳେ ସେ ଏକ କୋକିଶିଆଳୀର ସ୍ୱର ଶୁଣିଲା ।

 

ଅନ୍ଧବିଶ୍ୱାସୀ ବିସୁ କୋକିଶିଆଳୀର ସ୍ୱରକୁ ତା’ପାଇଁ ଶୁଭ ବୋଲି ଭାବିଲା । କିଏ ତାକୁ କହିଥିଲା, କୋକିଶିଆଳୀ ସ୍ୱର ଶୁଣିବା ଲୋକଙ୍କୁ ସ୍ୱର୍ଗ ପ୍ରାପ୍ତି ହୁଏ । ସେ ଏଇ ଆଶା ନେଇ କୋକିଶିଆଳିର ପିଛା କଲା, କାରଣ ତା’ ସ୍ୱର ଯେମିତି ପୁଣି ଥରେ ଶୁଣି ପାରିବ । ସେ ଜଙ୍ଗଲରେ ବହୁତ ସମୟ ଯାଏଁ କୋକିଶିଆଳିକୁ ଖୋଜିଲା କିନ୍ତୁ ପାଇଲା ନାହିଁ । ଯେତେବେଳେ ସେ ନିରାଶ ହୋଇ ଫେରିବାକୁ ବସିଲା, ସେତେବେଳେ ସେ ଏକ ଝରଣା କୂଳରେ ଦୁଇ ସୁନ୍ଦରୀ ସ୍ତ୍ରୀଙ୍କୁ ତାସ୍ ଖେଳୁଥିବାର ଦେଖିଲା । ଏମିତି ସୁନ୍ଦରୀ ସ୍ତ୍ରୀଙ୍କୁ ବିସୁ ପୂର୍ବରୁ କେବେ ଦେଖି ନ ଥିଲା । ସେ ତାଙ୍କୁ ଦେଖିବା କ୍ଷଣି ସବୁକିଛି ଭୁଲିଗଲା ଏବଂ ମୋହିତ ହୋଇ ତାଙ୍କ ପାଖରେ ଯାଇ ବସିଲା । ସେଇ ସ୍ତ୍ରୀଲୋକମାନେ ବିସୁ ଆଡ଼କୁ କୌଣସି ଧ୍ୟାନ ଦେଲେନି । ସେ ପୂର୍ବଭଳି ତାସ୍ ଖେଳରେ ମଗ୍ନ ହେଇଗଲେ । ବିସୁ ଚୁପ୍‌ଚାପ୍ ବସି ତାଙ୍କ ଖେଳ ଦେଖୁଥିଲା କିନ୍ତୁ ଅଧିକ ସମୟ ଯାଏଁ ନିଜର ମୁହଁ ବନ୍ଦ କରି ରଖିପାରିଲା ନାହିଁ । ଯେମିତି ଜଣେ ସ୍ତ୍ରୀଲୋକ ଚାଲ କରି ଭଲ ଖେଳ ଖେଳିଲା, ବିସୁ ତାକୁ ଥଟ୍ଟା କଲା । ସେ କିଛି କହିବା ପୂର୍ବରୁ ସ୍ତ୍ରୀଲୋକମାନେ କୋକିଶିଆଳିରେ ପରିବର୍ତ୍ତିତ ହୋଇ ସେଠାରୁ ଚାଲିଗଲେ ।

 

ଏହି ଦୃଶ୍ୟ ଦେଖି ବିସୁ ଆଶ୍ଚର୍ଯ୍ୟ ହେଇଗଲା । ସେତେବେଳେ ତାକୁ ତା’ ପତ୍ନୀ ଏବଂ ପିଲାଙ୍କ କଥା ମନେପଡ଼ିଲା । ତେଣୁ ସେ ତା’ ଘରକୁ ଫେରି ଆସିବାକୁ ସ୍ଥିର କଲା । କିନ୍ତୁ ଯେତେବେଳେ ସେ ଘରକୁ ଫେରିଲା, ତା’ ପତ୍ନୀ ସ୍ଥାନରେ ଜଣେ ବୁଢ଼ୀକୁ ଦେଖିଲା ।

 

ଯେତେବେଳେ ସେ ତାକୁ ତା’ ପତ୍ନୀ ଏବଂ ପିଲାଙ୍କ ବିଷୟରେ ପଚାରିଲା, ସେ କହିଲା, ‘‘ହଁ, କିଛି ବର୍ଷ ପୂର୍ବେ ଏଠାରେ ବିସୁ ତା’ ପରିବାର ସହିତ ରହୁଥିଲା । ଦିନେ ବିସୁ ଘର ଛାଡ଼ି ଜଙ୍ଗଲକୁ ଚାଲିଗଲା ଏବଂ ଆଉ କେବେ ଫେରିଲା ନାହିଁ । ତା’ ପତ୍ନୀ ଏବଂ ପିଲା ଭୋକ ଶୋଷରେ ଛଟପଟ ହୋଇ ମୃତ୍ୟୁ ବରଣ କଲେ ।’’

 

ଏ କଥା ଶୁଣି ବିସୁ ଆଖିରୁ ଅଶ୍ରୁ ବୋହିବାକୁ ଲାଗିଲା । ତା’ପରେ ସେ ବୁଢ଼ୀକୁ କହିଲା, ମୁଁ ତ ଭୁଲିଗଲି କିନ୍ତୁ ଆପଣ କେବେ ବି ଭୁଲିବେନି, ପ୍ରାର୍ଥନା କରିବା ସହିତ କାମ କରିବାବି ମହତ୍ୱପୂର୍ଣ୍ଣ । ଏହା କହି ସେ ଫୁଜିୟାମା ପର୍ବତ ଉପରକୁ ଚଢିଗଲା ଏବଂ କେବେ ବି ଆଉ ଫେରିଲାନି । ଲୋକମାନେ କହନ୍ତି ଆଜି ବି ସେ ତା’ ପତ୍ନୀ ଏବଂ ପିଲାମାନଙ୍କୁ ଖୋଜୁଛି ।

 

Unknown

ସାବତ ମା’

(ଋଷର ଲୋକ କଥା)

 

ଗୋଟିଏ ଗାଁରେ ଜଣେ କୃଷକ ତା’ ଝିଅ ସହିତ ରହୁଥିଲା । ଗୋଟିଏ ଦୁର୍ଘଟଣାରେ ତା’ ପତ୍ନୀର ମୃତ୍ୟୁ ହେଇଗଲା । ଦିନେ କୃଷକକୁ ଅନୁଭବ ହେଲାକି ତା’ ଝିଅକୁ ମା’ର ଆବଶ୍ୟକତା ଅଛି । ଏକଥା ଭାବି ସେ ଜଣେ ବିଧବାକୁ ବିବାହ କଲା । ତା’ର ପୁର୍ବରୁ ଗୋଟିଏ ଝିଅ ଥିଲା । ସାବତ ମା’ ତା’ ସ୍ୱାମୀର ଝିଅକୁ ଘୃଣା କରୁଥିଲା । ଦିନେ ସେ ତା’ ସ୍ୱାମୀକୁ କହିଲା, ତୁମ ଝିଅକୁ ଜଙ୍ଗଲକୁ ପଠେଇ ଦିଅ । ସେଠାରେ ତାକୁ ଗଧିଆ କପଡ଼ା ସିଲେଇ ଶିଖେଇ ଦେବ ।

 

କୃଷକକୁ ତା’ ଦୁଷ୍ଟ ପତ୍ନୀର ଇଚ୍ଛାକୁ ମାନିବାକୁ ପଡ଼ିଲା । ସେ ତା’ ଝିଅକୁ ଘୋର ଜଙ୍ଗଲ ମଝିକୁ ନେଇଗଲା । ସେଠାରେ ସେ ଏକ ବରଗଛ ତଳେ ଏକ ଝୁମ୍ପୁଡି ଘର ବନେଇଲା । ସେ ତା’ ଝିଅ ସହିତ ଝୁମ୍ପୁଡି ଭିତରକୁ ଗଲା । ସେଠାରେ ସେ ତାକୁ ଅଟା ଥଳୀଟିଏ, ଚିନି ଏବଂ କିଛି କ୍ଷୀର ଦେଇ କହିଲା, ‘‘ଝିଅ, ତୁ ଏଠି ରହି ଗଧିଆକୁ ଅପେକ୍ଷା କର । ଯେତେବେଳେ ତତେ ଭୋକ ଲାଗିବ, ହାଲୁଆ କରି ଖାଇବୁ । କାଲି ତତେ ମୁଁ ନେବାକୁ ଆସିବି ?’’

 

ରାତିରେ ଯେତେବେଳେ ଝିଅଟିକୁ ଭୋକ ଲାଗିଲା, ସେ ନିଆଁ ଜଳେଇ କିଛି ହାଲୁଆ କଲା । ସେତେବେଳେ ଗୋଟିଏ ମୂଷା ଆସି ତାକୁ କହିଲା, ମତେ ବହୁତ ଭୋକ ଲାଗୁଛି, କିଛି ହାଲୁଆ ମତେ ବି ଦିଅ ।

 

ଦୟାଳୁ ଝିଅଟି କହିଲା, କିଛି କାହିଁକି ? ତୁମେ ଯେତେ ଚାହୁଁଛ ହାଲୁଆ ଖାଇପାର । ମୂଷା ମନବୋଧ କରି ହାଲୁଆ ଖାଇ ସେଠାରୁ ଚାଲିଗଲା ।

 

କିଛି ସମୟ ପରେ ଗୋଟିଏ ଭାଲୁ ଝୁମ୍ପୁଡ଼ି ଭିତରକୁ ଯାଇ ଝିଅଟିକୁ କହିଲା, ‘‘ହେ ସୁନ୍ଦରୀ ଝିଅ, ମୋ ସାଙ୍ଗରେ ଘଣ୍ଟି ଦଉଡ଼ ଖେଳ ?’’

 

ଝିଅଟି ତା କଥା ଶୁଣି ଡରିଗଲା କାରଣ ସେ ଘଣ୍ଟି ଦଉଡ଼ ଖେଳିବା ଜାଣିନଥିଲା । ସେତେବେଳେ ମୂଷାଟି ଆସି ଝିଅର କାନରେ କହିଲା, ଭୟ କରନି, ମୁଁ ଘଣ୍ଟି ଦଉଡ଼ ଖେଳିବା ଜାଣିଛି । ତା’ପରେ ମୂଷା ଝିଅଟିକୁ ଘଣ୍ଟି ଦଉଡ଼ ଖେଳେଇବା ଶିଖେଇ ଦେଲା ।

 

ତା’ପରେ ଖେଳ ଆରମ୍ଭ ହେଲା । ଝିଅଟି ଗୋଟିଏ ଘଣ୍ଟି ବଜେଇ ଦଉଡ଼ିଲା । ଏଇ ଖେଳରେ ଭାଲୁ ଝିଅଟିକୁ ଧରିବାର ଥିଲା । ଭାଲୁ ଝିଅଟିକୁ ଧରିବାକୁ ବହୁତ ଚେଷ୍ଟା କଲା । କିନ୍ତୁ ସେ ସଫଳ ହେଲା ନାହିଁ । ତା’ପରେ ସେ ଥକ୍କି ଯାଇ ବସିଗଲା । ଭାଲୁ ଝିଅଟିକୁ ପ୍ରଂଶସା କରି କହିଲା, ତୁମେ ଘଣ୍ଟି ଦଉଡ଼ ଖେଳିବା ବହୁତ ଭଲଭାବେ ଜାଣିଛ । ମୁଁ ତୁମକୁ ଏକ ଘୋଡ଼ା ଏବଂ ଅଳଙ୍କାରରେ ଭର୍ତ୍ତି ହେଇଥିବା ଏକ ଗାଡ଼ି ପୁରସ୍କାରରେ ଦେବି ।

 

ତା’ପରଠୁ ଭାଲୁ, ମୂଷା ଏବଂ ଝିଅ ତିନିଜଣ ବନ୍ଧୁ ହୋଇଗଲେ । ତା’ପରେ ଅନ୍ଧାର ହେଇଯିବା ପରେ ଝିଅଟି କହିଲା, ମୋତେ ବହୁତ ଡର ଲାଗୁଛି । ମୁଁ ରାତିସାରା ଏକୁଟିଆ ଏଇ ଝୁମ୍ପୁଡ଼ିରେ ରହିପାରିବି ନାହିଁ । ମୋ ମା’ ମତେ କହୁଥିଲେ, ଗଧିଆ ମୋତେ କପଡ଼ା ସିଲେଇ ଶିଖେଇବ । କିନ୍ତୁ ମତେ ତାକୁ ଡର ଲାଗୁଛି । ଏକଥା ଶୁଣି ଭାଲୁ ବୁଝିଗଲାକି ସେଇ ଝିଅଟିର ମା’ ତାକୁ ମାରି ଦେବା ପାଇଁ ଷଡ଼ଯନ୍ତ୍ର କରିଛି । ସେ ତାକୁ ଆଶ୍ୱସନା ଦେଇ କହିଲା, ଚିନ୍ତା କରନି ମୁଁ ଆଉ ମୂଷା ତୁମକୁ ରକ୍ଷା କରିବୁ । ତୁମର କେହି ଅନିଷ୍ଟ କରିପାରିବେ ନାହିଁ ।

 

ପରଦିନ ତା’ ସାବତ ମା’ ଝିଅକୁ ଫେରେଇ ଆଣିବା ପାଇଁ ତା’ ବାପାକୁ କହିଲା । ପ୍ରକୃତରେ ସେ ତା’ର ହାଡ଼କୁ ଅପେକ୍ଷା କରିଥିଲା । କାରଣ ସେ ତାକୁ ପୋତି ପାରିବ । ତା’ର ପୁରା ବିଶ୍ୱାସ ଥିଲାକି ଜଙ୍ଗଲୀ ପଶୁମାନେ ସେଇ ଝିଅଟିକୁ ଚିରି ଫାଡ଼ି ଖାଇ ଦେଇଥିବେ ।

 

ସେତେବେଳେ ସାବତ ମାଆ ବଳଦଗାଡ଼ିର ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହେଇଗଲା । ସେ ଭାବୁଥିଲା ତା’ ସ୍ୱାମୀ ଝିଅ ମୃତ୍ୟୁରେ କାନ୍ଦି କାନ୍ଦି ଘରକୁ ଫେରିବେ । ସେ ଯେତେବେଳେ ଦେଖିଲା ଅଳଙ୍କାରରେ ପୂର୍ଣ୍ଣ ଥିବା ବଳଦଗାଡ଼ିରୁ ଝିଅଟି ଓହ୍ଲେଇଲା, ଏହା ଦେଖି ତା’ର ଲୋଭ ଆସିଗଲା ।

 

ତା’ପରେ ସେ କୃଷକକୁ କହିଲା, ମୋ ଝିଅକୁ ବି ଜଙ୍ଗଲକୁ ନେଇଯାଅ । ସେ ବି ଅଳଙ୍କାର ପୂର୍ଣ୍ଣ ଗାଡ଼ି ସହିତ ଫେରିବ ।

 

ଏହା ଶୁଣି କୃଷକ ସେଇ ଝିଅକୁବି ଜଙ୍ଗଲକୁ ନେଇଗଲା ଏବଂ ତାକୁ ମଧ୍ୟ ହାଲୁଆ କରିବାର ଜିନିଷ ଦେଇ ସେଇ କୁଡ଼ିଆରେ ଛାଡ଼ିଦେଲା । ରାତିରେ ଝିଅଟି ନିଜ ପାଇଁ ହାଲୁଆ ତିଆରି କଲା ।

 

ଯେତେବେଳେ ମୂଷା ତାକୁ କିଛି ହାଲୁଆ ମାଗିଲା, ସେ ତାକୁ ଚାମଚ ଫିଙ୍ଗି ମାରିଲା । ନିଜେ ସବୁ ହାଲୁଆତକ ଖାଇଦେଲା ।

 

ତା’ପରେ ଭାଲୁ ସେଠାକୁ ଆସି ତାକୁ ଘଣ୍ଟି ଦଉଡ଼ ଖେଳିବାକୁ କହିଲା । କିନ୍ତୁ ତାକୁ ଘଣ୍ଟି ଦଉଡ଼ ଖେଳିବା ଆସୁ ନ ଥିଲା । ସେଥିପାଇଁ ରାଗିଯାଇ ଭାଲୁ ତାକୁ ମାରିଦେଲା । ପରଦିନ କୃଷକ ସେଇ ଝିଅଟିର ହାଡ଼କୁ ନେଇ ଘରକୁ ଫେରିଲା । ଯେତେବେଳେ ତା’ ମା’ ଝିଅର ହାଡ଼ ସବୁ ଦେଖିଲା, ସେ ବହୁତ ମନ ଦୁଃଖ କଲା ଏବଂ କିଛି ଦିନ ଭିତରେ ମରିଗଲା । ତା’ପରେ ବୃଦ୍ଧ କୃଷକ ନିଜ ଝିଅ ସହିତ ଆରାମରେ ରହିବାକୁ ଲାଗିଲା ।

 

ନ୍ୟାୟବାନ ବ୍ୟକ୍ତି

(ଫ୍ରାନସ୍‌ର ଲୋକ କଥା)

 

ଅନେକ ବର୍ଷ ପୂର୍ବେ ଗୋଟେ ଗାଁରେ ଜଣେ କୃଷକ ତା’ ପତ୍ନୀ ଏବଂ ପୁତ୍ର ସହିତ ରହୁଥିଲା । ସେ ତା’ ପୁତ୍ରକୁ ସେଇ ବ୍ୟକ୍ତିଙ୍କ ସହିତ ଦୀକ୍ଷିତ କରିବାକୁ ଚାହୁଁଥିଲା, ଯିଏ ସମ୍ପୂର୍ଣ୍ଣ ନ୍ୟାୟବାନ ହେଇଥିବେ । କୃଷକ ତା’ ଗାଁରେ କୌଣସି ନ୍ୟାୟବାନ ବ୍ୟକ୍ତିଙ୍କୁ ଖୋଜିବାକୁ ବହୁତ ଚେଷ୍ଟା କଲା । କିନ୍ତୁ ସେ ଏମିତି କୌଣସି ବ୍ୟକ୍ତିଙ୍କୁ ପାଇଲା ନାହିଁ । ସେ ଦିନେ ବ୍ୟସ୍ତ ହୋଇ ତା’ ପୁଅକୁ କୋଳରେ ଧରି କୌଣସି ନ୍ୟାୟବାନ ବ୍ୟକ୍ତିଙ୍କୁ ଖୋଜିବାକୁ ସହରକୁ ଚାଲିଗଲା । ସହରରେ ପହଞ୍ଚିବା ପରେ ସେଠାକାର ସାମନ୍ତଙ୍କ ସହିତ ତାର ଭେଟ ହେଲା । ସେତେବେଳେ ସେ ତାଙ୍କୁ ଅଭିବାଦନ କରି କହିଲା, ‘‘ମୁଁ ମୋ ପୁଅକୁ ସେଇ ବ୍ୟକ୍ତିଙ୍କ ସହିତ ଦୀକ୍ଷିତ କରିବାକୁ ଚାହୁଁଛି, ଯିଏ ନ୍ୟାୟବାନ ହୋଇଥିବେ, ଆପଣ କ’ଣ ଜଣେ ନ୍ୟାୟବାନ ବ୍ୟକ୍ତି ?’’

 

ସାମନ୍ତ ଉତ୍ତର ଦେଲେ, ‘‘ମୁଁ ଜାଣିନି ମୁଁ ନ୍ୟାୟବାନ କି ନୁହେଁ । କିନ୍ତୁ ତୁମେ ଏଇ ସହରରେ ଖୋଜ । ଏଠାରେ ତୁମକୁ କୌଣସି ନା କୌଣସି ନ୍ୟାୟବାନ ବ୍ୟକ୍ତି ମିଳିଯିବେ ?’’

 

କୃଷକ ସାମନ୍ତଙ୍କୁ ପ୍ରଣାମ କରି ଆଗକୁ ଚାଲିଲା । ଆଗକୁ ଯାଇ ତା’ର ଜଣେ ପାଦ୍ରୀଙ୍କ ଝିଅ ସହିତ ଭେଟ ହେଲା । ସେ ତାଙ୍କୁ କହିଲା, ‘‘ମୁଁ ଏହି ଛୁଆକୁ ସେଇ ବ୍ୟକ୍ତିଙ୍କ ସହିତ ଦୀକ୍ଷିତ କରିବାକୁ ଚାହୁଁଛି, ଯିଏ ସମ୍ପୂର୍ଣ୍ଣ ନ୍ୟାୟବାନ ହୋଇଥିବେ । ତୁମେ କ’ଣ ଜଣେ ନ୍ୟାୟବାନ ମହିଳା ?’’

 

ସେ କହିଲେ, ‘‘ମୁଁ ତ ଜାଣିନି, କିନ୍ତୁ ତୁମେ ଚେଷ୍ଟା କରୁଥାଅ । ତୁମକୁ କୌଣସି ନା କୌଣସି ନ୍ୟାୟବାନ ବ୍ୟକ୍ତି ମିଳିଯିବେ ?’’

 

ଏକଥା ଶୁଣି ସେ କିଛି ଦୂର ଆଗକୁ ବଢ଼ିଲା । ସେତେବେଳେ ତା’ର ଜଣେ ସ୍ତ୍ରୀଲୋକ ସହିତ ଭେଟ ହେଲା, ଯିଏ ପ୍ରକୃତରେ ଜଣେ ମୃତ୍ୟୁ ଦୂତ ଥିଲା । ସେ ତାଙ୍କୁ କହିଲା, ‘‘ମୁଁ ବହୁତ ଦିନ ହେଲା କୌଣସି ନ୍ୟାୟବାନ ବ୍ୟକ୍ତିଙ୍କୁ ଖୋଜୁଛି କାରଣ ଏଇ ଛୁଆଟିର ଦୀକ୍ଷା କୌଣସି ନ୍ୟାୟବାନ ବ୍ୟକ୍ତିଙ୍କ ପାଖରେ କରିବାକୁ ଚାହୁଁଛି । ତୁମେ କ’ଣ ସେଇ ନ୍ୟାୟବାନ ମହିଳା ?’’

 

ସେଇ ସ୍ତ୍ରୀଲୋକ ଜଣକ କହିଲା, ‘‘ହଁ ମୋ’ଠାରୁ ଅଧିକ ନ୍ୟାୟବାନ କେହି ହେଇପାରିବେ ନାହିଁ । ମୁଁ ସମସ୍ତଙ୍କ ସହିତ ନ୍ୟାୟ କରେ । ମୁଁ କାହା ସହିତ ଭେଦଭାବ କରେନି ?’’ ତା’ପରେ ସେଇ କୃଷକ ଏବଂ ତା’ ଛୁଆକୁ ଏକ ନଦୀକୂଳକୁ ନେଇଗଲା ଏବଂ ସେଠାରେ ଲଣ୍ଡା କରି ତାକୁ ଦୀକ୍ଷିତ କଲା । ଏହାପରେ ସେଇ ସ୍ତ୍ରୀଲୋକ କୃଷକକୁ ଗୋଟିଏ ବଡ଼ କୋଠରୀକୁ ନେଇଗଲା, ଯେଉଁଠି ଅସଂଖ୍ୟ ଦୀପ ଜଳୁଥିଲା । କୃଷକ ସେଠାରେ ଜଳୁଥିବା ଦୀପଗୁଡ଼ିକୁ ଗଣିବାକୁ ଚେଷ୍ଟା କଲା, କିନ୍ତୁ ସେ ଅସଫଳ ହେଲା । ସେଇ ବିଚିତ୍ର କୋଠରୀକୁ ଦେଖି କୃଷକ ଆଶ୍ଚର୍ଯ୍ୟ ହୋଇ ସ୍ତ୍ରୀଲୋକକୁ ପଚାରିଲା, ‘‘ଏଠାରେ କାହିଁକି ଏତେ ଦୀପ ଜଳୁଛି ?’’

 

ସ୍ତ୍ରୀଲୋକ ଜଣକ କହିଲା, ‘‘ଏଇ ଦୀପଗୁଡ଼ିକ ସଂସାରର ସମସ୍ତ ଆତ୍ମାଙ୍କର ପ୍ରତୀକ ଅଟେ । ଆଉ କିଛି ଦେଖିବାକୁ ଚାହୁଁଛ, ବନ୍ଧୁ ? ଦେଖ, ଏଇ ଦୀପଟି ତୁମର ଏବଂ ଏଇଟା ତୁମ ପୁଅର ?’’

 

କୃଷକ ଦେଖିଲା ତା’ ଆତ୍ମାର ଦୀପ ଲିଭି ଆସୁଥିଲା । ସେଇ ଦୀପର ତେଲ ସରିଯାଉଥିଲା । ଏହା ଦେଖି ସେ ବହୁତ ଭୟଭୀତ ହୋଇ କହିଲା, ‘‘ଯେତେବେଳେ ତେଲ ସରିଯିବ ତା’ ପରେ ମୋର କ’ଣ ହେବ ?’’

 

ତା’ପରେ ସ୍ତ୍ରୀଲୋକ କହିଲା, ‘‘ତା’ପରେ ତୁମକୁ ମୋ ସାଙ୍ଗରେ ଆସିବାକୁ ପଡ଼ିବ, କାରଣ ମୁଁ ହିଁ ମୃତ୍ୟୁ ଦୂତ । ଲୋକଙ୍କ ଶରୀରରୁ ତାଙ୍କ ଆତ୍ମାକୁ ମୁଁ ହିଁ ଅଲଗା କରୁଛି ?’’

 

ଏହି ଭାବେ ମୃତ୍ୟୁରୂପୀ ସେଇ ସ୍ତ୍ରୀ ଲୋକର ପରିଚୟ ପାଇ କୃଷକର ଯେମିତି ନିଃଶ୍ୱାସ ବନ୍ଦ ହେଇଗଲା । ସେ ଅନୁରୋଧ କରି କହିଲା, ‘‘ମତେ ଦୟାକର ମୃତ୍ୟୁର ଦେବୀ, ମତେ ମୋ ପୁଅର ଦୀପରୁ କିଛି ତେଲ ନେବାକୁ ଦିଅ । ମୁଁ ତାକୁ ଜୀବନ ଦେଇଛି । ତେଣୁ ତା’ ଜୀବନର କିଛି ଭାଗ ନେବାକୁ ଚାହୁଁଛି ?’’

 

ମୃତ୍ୟୁ ଦୂତ କହିଲା, ‘‘ନା, ତୁମେ ତ ଜଣେ ନ୍ୟାୟବାନ ବ୍ୟକ୍ତିଙ୍କୁ ଖୋଜି ବୁଲୁଥିଲ, ଏବେ ତୁମେ ଅନ୍ୟାୟ କରିବାକୁ ଚାହୁଁଛ ?’’

 

କୃଷକ ବିଳାପ କରି କହିଲା, ‘‘ମୁଁ ମରିବାକୁ ଚାହୁଁନି ?’’

 

ମୃତ୍ୟୁ ଦୂତ କହିଲା, ‘‘ନା, ବନ୍ଧୁ, ତୁମେ କାହାର ଜୀବନ ନେଇପାରିବ ନାହିଁ, ନିଜ ପୁଅର ମଧ୍ୟ । ଏବେ ତୁମେ ଘରକୁ ଯାଇ ପ୍ରାୟଶ୍ଚିତ କର, କାରଣ ତୁମକୁ ନେବାକୁ ଯିବି ?’’

 

କୃଷକ ତା’ପରେ ବହୁତ ଅନୁରୋଧ କରି କହିଲା, ‘‘ମୃତ୍ୟୁର ଦେବୀ ! ଏକଥା ସତ ଯେ ମୁଁ କୌଣସି ନ୍ୟାୟବାନ ବ୍ୟକ୍ତିଙ୍କୁ ଖୋଜୁଥିଲି । କିନ୍ତୁ ମୁଁ ଜାଣିନଥିଲି ଯେ ମୋର ତୁମ ସହିତ ସାକ୍ଷାତ୍‍ ହେବ । ମୋ ଜୀବନ ବଞ୍ଚାଅ ?’’ କୃଷକ ଜାଣିଯାଇଥିଲାକି ତା’ର ମୃତ୍ୟୁ ନିକଟ । ଏଥିପାଇଁ ସେ ଚୁପ୍‌ଚାପ୍ ଘରକୁ ଫେରି ଆସିଲା ।

 

ସ୍ୱପ୍ନ ସତ ହେଲା

(ଜର୍ମାନୀର ଲୋକକଥା)

 

ଫ୍ରେକ୍‌ଫର୍ଟ ସହରରେ ରିଚାର୍ଡ଼ ନାମରେ ଜଣେ ଗରିବ ବ୍ୟକ୍ତି ରହୁଥିଲା । ଦିନେ ରାତିରେ ଶୋଇବା ସମୟରେ ରିଚାର୍ଡ଼ ଗୋଟିଏ ଅଜବ ସ୍ୱପ୍ନ ଦେଖିଲା । ସ୍ୱପ୍ନରେ ଜଣେ ପାଦ୍ରୀ ତାକୁ କହିଲେ, ଯଦି ସେ ରିଜେନସ୍‌ବର୍ଗର ପୋଲ ଉପରେ ଯିବ ତା’ହେଲେ ତାକୁ ସେଠାରେ ବହୁତ ଧନରତ୍ନ ମିଳିବ । ରିଚାର୍ଡ଼ର ବିଶ୍ୱାସ ଥିଲା ତା’ ସ୍ୱପ୍ନ ସବୁବେଳେ ସତ ହୁଏ । ସେଥିପାଇଁ ସେ ତୁରନ୍ତ ରିଜେନସ୍‌ବର୍ଗ ଯିବାକୁ ସ୍ଥିର କଲା । ସେଠାରେ ପହଞ୍ଚି ସେ ପୋଲ ଉପରେ କିଛି ଘଣ୍ଟା ବିତେଇଲା କିନ୍ତୁ ସେ ଧନର କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ପାଇଲାନି । ଜଣେ ଧନୀ ବେପାରୀ ତାକୁ ଅନେକ ସମୟ ହେଲା ପୋଲ ଉପରେ ବୁଲୁଥିବାର ଦେଖୁଥିଲା । ଉତ୍ସୁକତାବଶତଃ ସେଇ ଧନୀ ବ୍ୟକ୍ତି ତା’ ପାଖକୁ ଯାଇ ତାକୁ ପଚାରିଲେ, ‘‘ମିତ୍ର ! ତୁମେ ଏଠାରେ କ’ଣ କରୁଛ ? ମୁଁ ତୁମକୁ ଅନେକ ସମୟ ହେଲା ପୋଲ ଉପରେ ବୁଲୁଥିବାର ଦେଖୁଛି ?’’

 

ରିଚାର୍ଡ଼ ଉତ୍ତର ଦେଲା, ‘‘ମୁଁ ଗୋଟିଏ ସ୍ୱପ୍ନ ଦେଖିଲି, ରିଜେନସ୍‍ବର୍ଗ ପୋଲ ଉପରକୁ ଗଲେ, ମତେ ବହୁତ ଧନ ମିଳିବ । ମୋର ବିଶ୍ୱାସ ଅଛି ସ୍ୱପ୍ନ ସବୁବେଳେ ସତ ହୁଏ । ସେଥିପାଇଁ ମୁଁ ଏଠାକୁ ଆସିଛି ?’’

 

ତା’ କଥା ଶୁଣି ବେପାରୀ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘କ’ଣ କହିଲ ତୁମେ ? ତୁମେ ସ୍ୱପ୍ନକୁ ବିଶ୍ୱାସ କରି ଏଠାକୁ ଆସିଛ ? ମୁଁ ଗୋଟିଏ ସ୍ୱପ୍ନକୁ କେତେଥର ଦେଖିଛି । ଏଠାରେ ସେଇ ଗଛତଳେ ଧନରତ୍ନ ପୋତା ହେଇଛି । କିନ୍ତୁ ମୁଁ ସେଇ ସ୍ୱପ୍ନ ଉପରେ କୌଣସି ଧ୍ୟାନ ଦେଇନି, କାରଣ ସ୍ୱପ୍ନ କେବେ ସତ ହେଇନି ?’’ ଗୋଟିଏ ଗଛ ଆଡ଼କୁ ଇସାରା କରି କହି ସେଠାରୁ ସେ ଚାଲିଗଲା । ତାଙ୍କ କଥା ଶୁଣି ରିଚାର୍ଡ଼ ଭାବିଲା, ତା’ର ସ୍ୱପ୍ନ ମିଛ ନ ହେଉ ଏବଂ ଏପର୍ଯ୍ୟନ୍ତ ଆସିବା ପରିଶ୍ରମ ବ୍ୟର୍ଥ ନ ହେଉ । ମନରେ ଏହି କଥା ଭାବି ସେ ଗଛମୂଳେ ଖୋଳିବା ଆରମ୍ଭ କରିଦେଲା । କିଛି ସମୟ ପରେ ସେଠାରୁ ତାକୁ ଅନେକ ଧନରତ୍ନ ମିଳିଲା । ତା’ପରେ ସେ ବହୁତ ଧନୀ ହୋଇଗଲା ।

 

ଚତୁର ବୀରବଲ୍‍

(ଭାରତର ଲୋକକଥା)

 

ଦିନେ ସମ୍ରାଟ ଆକବର ଲୋକଙ୍କ ସହିତ ଦରବାରରେ ବିଶେଷ ଆଲୋଚନାରେ ବ୍ୟସ୍ତ ଥିଲେ । ସେତେବେଳେ ବୀରବଲ୍ ଆସି ପହଞ୍ଚିଲା । ସେ ସବୁବେଳେ ହସ ମଜ୍ଜା ମୁଡ଼ରେ ରହୁଥିଲା । ଏଥପାଇଁ ସେ ସେଇ ସମୟରେ ବି କିଛି ହସ ମଜ୍ଜା କରିଦେଲା । ଏକଥା ଶୁଣି ସମ୍ରାଟ ଆକବର କ୍ରୋଧ ସମ୍ଭାଳି ପାରିଲେନି, କହିଲେ, ‘‘ବୀରବଲ୍‌, ତୁମକୁ କ’ଣ ଜଣାନାହିଁ କୋଉ ସମୟରେ କି କଥା କହିବା ଉଚିତ । ମୁଁ ବର୍ତ୍ତମାନ ଦିୱାନ ପଦରୁ ତୁମକୁ ହଟେଇ ଦେଉଛି । କାଲିଠାରୁ ଦରବାରକୁ ଆସିବା ତୁମର କୌଣସି ଆବଶ୍ୟକତା ନାହିଁ ?’’

 

ସମ୍ରାଟ ଆକବରଙ୍କ ଆଦେଶ ଶୁଣି ବୀରବଲ୍ ଚୁପ୍‌ଚାପ୍ ସେଠାରୁ ଚାଲିଗଲା, ସେ ଭାବିଲା, ଯେତେବେଳେ ଆକବରଙ୍କ କ୍ରୋଧ ଶାନ୍ତ ହେବ ସେତେବେଳେ ତାକୁ ଡାକିବେ । କିନ୍ତୁ କିଛି ସପ୍ତାହ ଚାଲିଗଲା ପରେ ବି ଆକବର ବୀରବଲ୍‌କୁ ଡାକିଲେ ନାହିଁ । ତା’ପରେ ବୀରବଲ୍ ଜାଣିଲା ତା’ ସ୍ଥାନରେ ନୂଆ ଦିୱାନକୁ ନିଯୁକ୍ତି ଦିଆଯାଇଛି । ବୀରବଲ୍ ମନଦୁଃଖ କରି ତା’ ପରିବାର ସହିତ ରାଜଧାନୀ ଛାଡ଼ିଦେଲା ।

 

କିଛିମାସ ପରେ ଆକବର ଅନୁଭବ କଲେ ଯେ ନୂଆ ଦୀୱାନ ପୁରା ପରିଶ୍ରମ କରି କାର୍ଯ୍ୟ କଲେ ବି ବୀରବଲ୍ ଭଳି କାର୍ଯ୍ୟ କୁଶଳତା ତା’ଠାରେ ଦେଖିବାକୁ ପାଇଲେ ନାହିଁ । ତା’ପରେ ସେ ପୁଣି ଥରେ ନୂଆ ଦୀୱାନ ନିଯୁକ୍ତି କଥା ଭାବିଲେ । ସେ ଘୋଷଣା କଲେ ଯୋଉ ବ୍ୟକ୍ତି ନିଜକୁ ଦୀୱାନ ପଦ ପାଇଁ ଉପଯୁକ୍ତ ବୋଲି ଭାବୁଛ ପରଦିନ ଦରବାରରେ ଆସି ପହଞ୍ଚିବ ।

 

ତା’ପରଦିନ ମାତ୍ର ପାଞ୍ଚଜଣ ବ୍ୟକ୍ତି ଦରବାରରେ ପହଞ୍ଚିଲେ । ଯିଏ ନିଜକୁ ଦୀୱାନ ପଦ ପାଇଁ ଉପଯୁକ୍ତ ବୋଲି ଭାବୁଥିଲେ । ଜଣେ ମନ୍ତ୍ରୀ ଛିଡ଼ା ହୋଇ କହିଲେ, ‘‘ଆମେ ଆପଣମାନଙ୍କୁ କିଛି ପ୍ରଶ୍ନ ପଚାରିବୁ । ଯେଉଁ ବ୍ୟକ୍ତି ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦବ, ତାକୁ ଦୀୱାନ ପଦରେ ନିଯୁକ୍ତ କରାଯିବ ?’’

 

ଜଣେ ମନ୍ତ୍ରୀ ପ୍ରଥମ ପ୍ରଶ୍ନ ପଚାରିଲା, ‘‘ସମୁଦ୍ରରେ ମୋତିଙ୍କ ସଂଖ୍ୟା କେତେ କୁହନ୍ତୁ ?’’

 

ଜଣେ ବ୍ୟକ୍ତି ମୋତି ସଂଖ୍ୟା ଦଶଲକ୍ଷ କହିଲା ତ ଅନ୍ୟଜଣେ ଦୁଇ କୋଟି କହିଲା । ଅନ୍ୟ ଦୁଇ ବ୍ୟକ୍ତି ମୋତିଙ୍କ ସଂଖ୍ୟା କେତେ ହଜାର ବୋଲି କହିଲେ । କେବଳ ଜଣେ ବ୍ୟକ୍ତି ଥିଲେ, ଯିଏ ଢିଲା ପଠାଣୀ ସୁଟ ଏବଂ ପଗଡ଼ି ପିନ୍ଧିଥିଲେ । ସେ କହିଲେ, ‘‘ସଂସାରରେ ଯେତିକି ସଂଖ୍ୟାର ମନୁଷ୍ୟଙ୍କ ଚକ୍ଷୁ ଅଛି, ସେତିକି ସଂଖ୍ୟାରେ ସମୁଦ୍ରରେ ମୋତି ବି ଅଛି ?’’

 

ଦ୍ୱିତୀୟ ପ୍ରଶ୍ନ ପଚରାଗଲା, ‘‘ଆମ ଶରୀରରେ ସର୍ବାଧିକ କୋଉ ଜିନିଷର ଆବଶ୍ୟକତା ଅଛି ?’’

 

ସେଇ ବ୍ୟକ୍ତି ଉତ୍ତର ଦେଲା, ‘‘ଉତ୍ତମ ସ୍ୱାସ୍ଥ୍ୟର ?’’

 

ତା’ପରେ ରାଜା ଟୋଡ଼ରମଲ୍ ପଚାରିଲେ, ‘‘ଆମେ ଚିନି ଏବଂ ବାଲିର ମିଶ୍ରଣରେ ଦୁହିଁଙ୍କୁ ପୃଥକ୍‍ କରି ପାରିବା । ଏହାକୁ ପୃଥକ୍‍ କରିବା ପାଇଁ ଆଉ କୌଣସି ଉପାୟ ବି ଅଛିକି ?’’

 

ସେଇ ବ୍ୟକ୍ତି ଉତ୍ତର ଦେଲା, ‘‘ଦୁଇ ମିଶ୍ରଣଙ୍କୁ ବାହାରେ ଖୋଲା ଜାଗାରେ ବିଞ୍ଚି ଦିଅନ୍ତୁ । ଚିନିତକ ପିମ୍ପୁଡ଼ି ଖାଇଯିବେ ଏବଂ ବାଲିତକ ରହିଯିବ ?’’

 

ପଣ୍ଡିତ ଜଗନ୍ନାଥ ପରବର୍ତ୍ତୀ ପ୍ରଶ୍ନ ପଚାରିଲେ, ‘‘କୋଉ ଜିନିଷ ମଣିଷକୁ ଚିତାଠାରୁ ବି ଅଧିକ ତେଜରେ ଜଳାଏ ?’’

 

ସେଇ ବ୍ୟକ୍ତି ଉତ୍ତର ଦେଲା ‘ଚିନ୍ତା’ ।

 

ନବାବ୍ ଖାନଖାନ୍ନା ପଚାରିଲେ, ‘‘ତୁମେ କ’ଣ ସମୁଦ୍ରର ସବୁତକ ପାଣି ପିଇ ପାରିବ ?’’

 

ସେଇ ବ୍ୟକ୍ତି ଉତ୍ତର ଦେଲା, ‘‘ହଁ, ଯଦି ଆପଣ ନଦୀକୁ ସାଗରରେ ମିଶିବା ପାଇଁ ରୋକି ପାରିବେ ତା’ହେଲେ ମୁଁ ଏମିତି କରିପାରେ ?’’

 

ରାଜା ଟୋଡ଼ରମଲ୍ ପୁଣି ପଚାରିଲେ, ‘‘ସବୁଠୁ ଭଲ ଅସ୍ତ୍ର କ’ଣ ?’’

 

ସେଇ ବ୍ୟକ୍ତି ତୁରନ୍ତ ଉତ୍ତର ଦେଲା, ‘‘ତୀବ୍ର ବୁଦ୍ଧି !’’

 

ଏହିଭାବେ ସେଇ ବ୍ୟକ୍ତି ଜଣଙ୍କ ସମସ୍ତ ଦରବାରୀଙ୍କ ପ୍ରଶ୍ନର ଉତ୍ତର ଅତିଶୀଘ୍ର ଦେଇଦେଲେ । ସମସ୍ତେ ତାଙ୍କର ବୁଦ୍ଧିକୁ ପ୍ରଶଂସା କଲେ । ତା’ପରେ ସେଇ ବ୍ୟକ୍ତି ସମ୍ରାଟ ଆକବରଙ୍କୁ ସମ୍ଭୋଧନ କରି କହିଲା, ‘‘ସମ୍ରାଟ, ଯଦି ଆପଣ ଆଜ୍ଞା ଦେବେ ତା’ହେଲେ ମୁଁ ବି ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି ?’’ ଆକବର ତାକୁ ଅନୁମତି ଦେଲେ ।

 

ତା’ପରେ ସେଇ ବ୍ୟକ୍ତି ଦରବାରୀଙ୍କୁ ପଚାରିଲେ, ‘‘ଯେତେବେଳେ ଆମେ ବନ୍ଦ କବାଟକୁ ଖୋଲୁ ସେତେବେଳେ ଏକ ପ୍ରକାର ଶବ୍ଦ ବାହାରେ । ତାହା କ’ଣ କହିବାକୁ ଚାହେଁ ?’’

 

କୌଣସି ଦରବାରୀ ତା’ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ । ତା’ପରେ ଆକବରଙ୍କୁ ବିଶ୍ୱାସ ହେଇଗଲାକି ତାଙ୍କୁ ବୀରବଲ୍ ଭଳି ବୁଦ୍ଧିମାନ ବ୍ୟକ୍ତି ପୁଣିଥରେ ମିଳିଗଲା । ସେ ସେଇ ବ୍ୟକ୍ତିଙ୍କୁ ଉପଯୁକ୍ତ ପୁରସ୍କାର ଦେବାକୁ ଆଦେଶ ଦେଲେ ।

 

ତା’ପରେ ବ୍ୟକ୍ତି ଜଣଙ୍କ କହିଲା, ‘‘ସମ୍ରାଟ, ମୁଁ ଜଣେ ସାଧାରଣ, ଗରିବ ବ୍ୟକ୍ତି । ଆପଣ କ’ଣ ଭାବୁଛନ୍ତି ମୁଁ ଏହି ପଦ ପାଇଁ ନ୍ୟାୟ କରିପାରିବି, ଯେଉଁଠି କେବେ ବୀରବଲ୍ ଭଳି ବ୍ୟକ୍ତି ବସୁଥିଲେ ? ବୀରବଲ୍‌ଙ୍କ ଆସନ ଉପରେ ବସିବା କୌଣସି ବ୍ୟକ୍ତିର ସାଧ୍ୟ୍ୟ ନାହିଁ ?’’

 

ଏକଥା ଶୁଣି ଆକବର କହିଲେ, ‘‘ମୁଁ ବୀରବଲ୍‌କୁ ଏହି ପଦରୁ ହଟେଇ ଦେଇଥିଲି । ପରେ ମୁଁ ତାକୁ ଫେରେଇ ଆଣିବା ପାଇଁ କର୍ମଚାରୀଙ୍କୁ ପଠେଇଥିଲି କିନ୍ତୁ ସେ କୋଉଠି ହେଲେ ମିଳିଲେ ନାହିଁ । ଶେଷରେ କିଛି ଉପାୟ ନ ପାଇ ଏହି ପ୍ରତିଯୋଗିତାର ଆୟୋଜନ କଲି ?’’

 

ସେଇ ବ୍ୟକ୍ତି ପଚାରିଲା, ‘‘ସମ୍ରାଟ, ଯଦି ବୀରବଲ୍ ଫେରି ଆସେ, ତା’ହେଲେ ଆପଣ କ’ଣ ପୁଣି ଥରେ ତା’ ପଦ ଫେରେଇ ଦେବେ ?’’

 

ଆକବର ତୁରନ୍ତ ଉତ୍ତର ଦେଲେ, ‘‘ହଁ, ନିଶ୍ଚୟ’’ । ଏକଥା ଶୁଣି ସେଇ ବ୍ୟକ୍ତି ନିଜର ପଗଡ଼ି ଓହ୍ଲେଇ ଦେଲା ଏବଂ ନକଲି ଦାଢ଼ି ବାହାର କରିଦେଲା । ସେ ଆଉ କେହି ନୁହେଁ, ବୀରବଲ୍ ହିଁ ଥିଲା । ଆକବର ତାକୁ ଦେଖି ଆନନ୍ଦିତ ହେଲେ ।

 

ତା’ପରେ ବୀରବଲ୍ କହିଲା, ‘‘ସମ୍ରାଟ, ମୁଁ ମୋର ସମ୍ପୂର୍ଣ୍ଣ ଜୀବନ ଆପଣଙ୍କ ସେବାରେ ଲଗେଇଲି । ମୁଁ ଏଇ ରାଜ୍ୟ ଛାଡ଼ି ଯିବା ଅପେକ୍ଷା ମରିବା ଭଲ ବୋଲି ଭାବିଲି । ମୁଁ ଆପଣଙ୍କ ସାମ୍ନାରେ ଉପସ୍ଥିତ ହେବା ପାଇଁ ଉପଯୁକ୍ତ ସମୟର ପ୍ରତୀକ୍ଷାରେ ଥିଲି ?’’

 

ସମ୍ରାଟ ଆକବର ବୀରବଲ୍‌କୁ ପୁଣିଥରେ ତା’ ପଦ ତାକୁ ସମର୍ପି ଦେଲେ ।

 

ବୋକା ହେଁସ

(ଜର୍ମାନୀର ଲୋକ କଥା)

 

ଜର୍ମାନୀର ଗୋଟିଏ ଗାଁ’ରେ ଜଣେ ଗରିବ ବିଧବା ତା’ ପୁଅ ହେଁସ ସାଙ୍ଗରେ ରହୁଥିଲା । ତା’ ପୁଅ କେବଳ ତା’ର ସାହାରା ଥିଲା । ହେଁସ ବହୁତ ବୋକା ଥିଲା, କିନ୍ତୁ ସେ ତା’ ମା’ ସାମ୍ନାରେ ଏମିତି ପ୍ରକାର ପ୍ରଦର୍ଶନ କରୁଥିଲା ଯେମିତି ସେ ବହୁତ ଚାଲାକ ।

 

ଦିନେ ତା’ ମା’ ତାକୁ ମହୁ ଭର୍ତ୍ତି ପାତ୍ରଟିଏ ଦେଇ କହିଲା, ‘‘ସହରକୁ ଯାଇ ଏହାକୁ ବିକ୍ରି କରିଦବୁ । ଆରେ ହଁ, ଏକଥା ଉପରେ ନିଶ୍ଚୟ ଧ୍ୟାନ ଦବୁ ଯେମିତି ଲୋକେ ତୋ ସହିତ ବେଶି କଥାବାର୍ତ୍ତା ନ କରନ୍ତି ?’’

 

ତା’ର ଭୟ ଥିଲାକି ଲୋକମାନେ ତା’ ପୁଅକୁ ଫୁସୁଲାଫୁସୁଲି କରି କମ୍ ଦାମରେ ମହୁ ନେଇ ନ ଯାଆନ୍ତୁ । ହେଁସ ତୁରନ୍ତ ସେଇ ପାତ୍ରକୁ ନେଇ ସହର ଆଡ଼କୁ ଗଲା । ସହରରେ ପହଞ୍ଚି ସେ ରାସ୍ତା ଉପରେ ଘୂରିବୁଲି ଚିତ୍କାର କରି କହିବାକୁ ଲାଗିଲା ‘‘ମହୁ ନିଅ, ମହୁ !’ ଯେତେବେଳେ ଲୋକମାନେ ତାକୁ ମହୁର ମୂଲ୍ୟ ପଚାରିଲେ, ‘‘ସେ କହିଲା ମୋ ସହିତ ବେଶି କଥାବାର୍ତ୍ତା କରନି ?’’

 

ଲୋକମାନେ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ଆମେ କ’ଣ ମହୁର ଦାମ୍ ବି ପଚାରିପାରିବୁନି ?’’

 

ସେ କହିଲା, ‘‘ନା ମୋ ମା’ ମତେ ବେଶୀ କଥା କହିବାକୁ ମନା କରିଛି ?’’

 

ତା’ କଥା ଶୁଣି ଲୋକମାନେ ହସିବାକୁ ଲାଗିଲେ । ତା’ ମୂର୍ଖାମି ଯୋଗୁ ମହୁ ସନ୍ଧ୍ୟା ପର୍ଯ୍ୟନ୍ତ ବି ବିକ୍ରି କରିପାରିଲାନି । ଅନ୍ଧାର ହେଇଯିବା ଯୋଗୁ ସେ ମହୁପାତ୍ର ଧରି ଘରକୁ ଫେରି ଆସିଲା ।

 

ରାସ୍ତାରେ ଗୋଟିଏ ଗଛରେ ମହୁମାଛିର ବସା ହେଇଥିଲା । ଯେତେବେଳେ ମହୁମାଛିମାନେ ମହୁରେ ଭରା ପାତ୍ରକୁ ଦେଖିଲେ, ସେମାନେ ହେଁସକୁ ଘେରିଗଲେ । ସେମାନେ ପାତ୍ରରେ ଥିବା ମହୁକୁ ପିଇବାକୁ ଚାହୁଁଥିଲେ ।

 

ମୂର୍ଖ ହେଁସ ମହୁମାଛିକୁ ପଚାରିଲା, ‘‘ତୁମେ ମୋର ମହୁ କିଣିବ ?’’ମହୁମାଛିଙ୍କଠାରୁ କିଛି ଉତ୍ତର ନ ପାଇ ହେଁସ ସବୁତକ ମହୁ ଭୂଇଁରେ ଢାଳି ଦେଲା । ତା’ପରେ କହିଲା, ‘‘ମୁଁ ମୋର ସବୁତକ ମହୁ ତୁମକୁ ଦେଇଦେଲି । ଏବେ ମତେ ତା’ର ପଇସା ଦିଅ ?’’ କିନ୍ତୁ ମହୁମାଛି ମାନେ ତା’ କଥାର କୌଣସି ଉତ୍ତର ନ ଦେଇ ମହୁ ପିଇବାକୁ ଲାଗିଲେ । ତା’ପରେ ହେଁସ କହିଲା, ‘‘ମୁଁ ବୁଝିଗଲି ତୁମ ପାଖରେ ଏବେ ପଇସା ନାହିଁ । କିଛି କଥା ନାହିଁ, ମୁଁ ପରେ ଆସିବି । ସେତେବେଳେ ପଇସା ଦେଇଦେବ ?’’

 

ତା’ପରେ ସେ ଘରକୁ ଫେରି ତା’ ମା’ କୁ କହିଲା, ‘‘ମୁଁ ସବୁ ମହୁ ତକ ବିକି କି ଆସିଛି । ଆସନ୍ତା ସପ୍ତାହରେ ପଇସା ମିଳିଯିବ ?’’

 

ତା’ ମା’ ପଚାରିଲା, ‘‘ଆରେ, ତୁ ମହୁ କେମିତି ବିକିଲୁ ?’’ହେଁସ ଉତ୍ତର ଦେଲା, ‘‘ସହରରେ କେହିବି ମୋ’ଠାରୁ ମହୁ କିଣିଲେନି, କିନ୍ତୁ ଯେତେବେଳେ ମୁଁ ଘରକୁ ଫେରୁଥିଲି, ରାସ୍ତାରେ ମହୁମାଛିମାନେ ଘେରିଗଲେ । ସେମାନେ ମତେ ମହୁ ମାଗିଲେ । ସେମାନଙ୍କ ପାଖରେ ପଇସା ନ ଥିଲା । ମୁଁ ତାଙ୍କୁ ମହୁତକ ଦେଇ ଦେଲି । ସେମାନେ ମତେ ଆସନ୍ତା ସପ୍ତାହରେ ପଇସା ଦେବେ ?’’

 

ଏକଥା ଶୁଣି ତା’ ମା’ ମୁଣ୍ଡ ପିଟିଲା କିନ୍ତୁ ହେଁସ ତାକୁ ଆଶ୍ୱାସନା ଦେଇ କହିଲା, ‘‘ମା’, ମହୁମାଛିମାନେ ବେଇମାନ ନୁହନ୍ତି । ସେମାନେ ନିଶ୍ଚୟ ମତେ ପଇସା ଦେବେ ?’’

 

ଗୋଟିଏ ସପ୍ତାହ ପରେ ସେ ପୁଣିଥରେ ମହୁମାଛି ବସା ପାଖକୁ ଗଲା । ଯେତେବେଳେ ସେ ସେଇ ସ୍ଥାନରେ ପହଞ୍ଚିଲା, କିଛି ମହୁମାଛି ସେ ପର୍ଯ୍ୟନ୍ତ ପଡ଼ିଥିବା ମହୁକୁ ଚାଟୁଥିଲେ । ତେଣୁ ସେ କହିଲା, ‘‘ମତେ ମୋ ପଇସା ଦେଇଦିଅ । କିନ୍ତୁ ମହୁମାଛିମାନେ ତା’ କଥାର କୌଣସି ଉତ୍ତର ଦେଲେନି ?’’

 

ହେଁସ ତାଙ୍କୁ ଧମକେଇଲା, ‘‘ମୁଁ ତୁମ ବିରୁଦ୍ଧରେ ନ୍ୟାୟଧୀଶଙ୍କ ପାଖରେ ଅଭିଯୋଗ କରିବି ?’’ କିନ୍ତୁ ମହୁମାଛିମାନେ ତା’ ଧମକକୁ ଖାତିରି କଲେନି । ତା’ପରେ ହେଁସ ନ୍ୟାୟଧୀଶଙ୍କ ପାଖକୁ ଯାଇ ମହୁମାଛିଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲା, ‘‘ମହୁମାଛିମାନେ ମୋ’ଠାରୁ ମହୁ କିଣିଲେ କିନ୍ତୁ ସେମାନେ ମୋ ପଇସା ଦେଉନାହାଁନ୍ତି । ଆପଣ ମୋ ପଇସା ଦିଆ କରାନ୍ତୁ ?’’       

 

ତା’ କଥା ଶୁଣି ନ୍ୟାୟଧୀଶ ବୁଝିଗଲେକି ତାଙ୍କ ସାମ୍ନାରେ କୌଣସି ବୋକା ବ୍ୟକ୍ତି ଛିଡ଼ା ହେଇଛି । ସେ ଜୋରରେ ହସି କହିଲେ, ‘‘ମୁଁ ତୁମକୁ ଏକଥା କହୁଛିକି ତୁମେ ଯୋଉଠିବି ମହୁମାଛିଙ୍କୁ ଦେଖିବ, ତୁମେ ତାଙ୍କୁ ମାରିଦେବ ?’’

 

ସେତେବେଳେ ଗୋଟିଏ ମହୁମାଛି ନ୍ୟାୟଧୀଶଙ୍କ ନାକ ଉପରେ ଯାଇ ବସିଲା । ହେଁସ ଯେମିତି ମହୁମାଛିଟିକୁ ମାରିବା ପାଇଁ ତାକୁ ମୁଥା ମାରିଲା, ମହୁମାଛିତ ଉଡ଼ିଗଲା, କିନ୍ତୁ ନ୍ୟାୟଧୀଶଙ୍କ ନାକ ଉପରେ ଯାଇ ମୁଥା ପଡ଼ିଲା । ତା’ପରେ ନ୍ୟାୟଧୀଶ କଷ୍ଟରେ ଚିତ୍କାର କଲେ । ହେଁସ ଡରିଯାଇ କହିଲା, ‘‘ମୁଁ ମୁଥା ଆପଣଙ୍କୁ ନୁହେଁ, ମହୁମାଛିକୁ ମାରୁଥିଲି । ଆପଣଙ୍କୁ ମାରିବା ମୋର କୌଣସି ଉଦ୍ଦେଶ୍ୟ ନ ଥିଲା ?’’

 

ନ୍ୟାୟଧୀଶ ଭାବିଲେ, ‘‘ଏଇ ମୂର୍ଖ ଏମିତି ଭାବେ ଯାହାକୁ ହେଲେ ମାରିପାରିବ ବରଂ ଭଲହେବ ୟାକୁ କିଛି ଧନ ଦେଇ ଦେଲେ ହେବ ?’’ ଏକଥା ଭାବି ନ୍ୟାୟଧୀଶ ହେଁସଙ୍କୁ ପଚାରିଲେ, ‘‘ତୁମ ମହୁର ଦାମ୍ କେତେ ? ମୁଁ ତୁମ ମହୁର ମୂଲ୍ୟ ତୁମକୁ ଦେବି ?’’

 

ହେଁସ ଉତ୍ତର ଦେଲା, ‘‘ତିନି ଶହ ଫ୍ଲୋରିନ୍ ?’’ ତା’ପରେ ନ୍ୟାୟଧୀଶ ପଇସା ଆଣିବାକୁ କୋଷାଧ୍ୟକ୍ଷକୁ ଆଦେଶ ଦେଲେ । ତା’ପରେ ତାକୁ ପଇସା ଦେଇ ବିଦା କରି ଦେଲେ । ସେ ପଇସା ନେଇ ଆନନ୍ଦରେ ଘରକୁ ଫେରିଗଲା ।

 

ଅଗ୍ନିପକ୍ଷୀ

(ଋଷର ଲୋକ କଥା)

 

ଋଷ୍‌ର ଟ୍ରାଇସ୍‌-ଟେନ୍ ଅଞ୍ଚଳରେ ଜଣେ ରାଜା ଶାସନ କରୁଥିଲେ । ତାଙ୍କ ରାଜ୍ୟରେ ଜଣେ ଧନୁର୍ଦ୍ଧର ରହୁଥିଲା, ଯିଏ ବହୁତ ସାହସୀ ଥିଲା । ସେ ନିର୍ଭୟରେ ଘୋଡ଼ା ଉପରେ ବସି ଜଙ୍ଗଲରେ ଘୂରୁଥିଲା । ତା’ ଘୋଡ଼ା ବି ମାଲିକ ଭଳି ସାହସୀ ଏବଂ ଶକ୍ତିଶାଳୀ ଥିଲା ।

 

ଦିନେ ଯେତେବେଳେ ସେଇ ଧନୁର୍ଦ୍ଧର ତା’ ଘୋଡ଼ା ଉପରେ ବସି ଜଙ୍ଗଲରେ ବୁଲୁଥିଲା, ସେତେବେଳେ ସେ ଅଗ୍ନି-ପକ୍ଷୀର ପର ଭୂଇଁ ଉପରେ ପଡ଼ିଥିବାର ଦେଖିଲା, ତାହା ନିଆଁ ଭଳି ଚମକୁଥିଲା । ଯେତେବେଳେ ଧନୁର୍ଦ୍ଧର ନଇଁ ପଡ଼ି ସେଇ ପରଟିକୁ ଉଠେଇବାକୁ ଗଲା, ତା’ ଘୋଡ଼ା ତାକୁ କହିଲା, ‘‘ଏଇ ପରକୁ ଛୁଅଁନି, ନ ହେଲେ ତୁମେ ଅସୁବିଧାରେ ପଡ଼ିଯିବ ?’’

 

ଧନୁର୍ଦ୍ଧର କିନ୍ତୁ ଘୋଡ଼ା କଥା ନ ଶୁଣି ପରଟିକୁ ଉଠେଇ ଆଣିଲା ଏବଂ ରାଜାଙ୍କୁ ଭେଟି ରୂପେ ଦେଲା । ରାଜା ଅଗ୍ନିପକ୍ଷୀର ପର ପାଇ ଆନନ୍ଦିତ ହେଲେ । ସେ ଧନୁର୍ଦ୍ଧରକୁ ଧନ୍ୟବାଦ ଦେଇ କହିଲେ, ‘‘ମୁଁ ଜାଣିଛି ତୁମେ ବହୁତ ଯୋଗ୍ୟ ବ୍ୟକ୍ତି, ଯଦି ତୁମେ ମୋ ପାଇଁ ଅଗ୍ନିପକ୍ଷୀର ପର ଆଣିଦେଲ ତା’ହେଲେ ଅଗ୍ନିପକ୍ଷୀକୁ ବି ଆଣିଦେବା ତୁମ ପକ୍ଷେ କୌଣସି ବଡ଼ କଥା ନୁହେଁ । ତୁମେ ମୋ ପାଇଁ ଅଗ୍ନପକ୍ଷୀ ଧରିକି ଆଣ । ଯଦି ନ ଆଣିବ ତା’ହେଲେ ମୁଁ ତୁମକୁ ମାରିଦେବି ?’’

 

ରାଜାଙ୍କ କଥା ଶୁଣି ଧନୁର୍ଦ୍ଧର ବହୁତ ଚିନ୍ତିତ ହେଇଗଲା । ସେ ବୁଝି ପାରୁନଥିଲା କି ସେ ଅଗ୍ନିପକ୍ଷୀକୁ କେମିତି ଧରିବ । ତା’ପରେ ସେ ବ୍ୟସ୍ତ ହୋଇ ତା’ ଘୋଡ଼ା ପାଖକୁ ଯାଇ କାନ୍ଦିବାକୁ ଲାଗିଲା । ଘୋଡ଼ା ତାକୁ ସାନ୍ତ୍ୱନା ଦେଇ କହିଲା, ‘‘ବ୍ୟସ୍ତ ହେବାରେ କିଛି ନାହିଁ । ଅଗ୍ନିପକ୍ଷୀକୁ ଧରିବା କୌଣସି କଠିନ କାର୍ଯ୍ୟ ନୁହେଁ । ତୁମେ ରାଜାଙ୍କ ପାଖକୁ ଯାଇ ତାଙ୍କଠାରୁ ଶହେ ବସ୍ତା ଶସ୍ୟ ମାଗିକି ଆଣ । ତା’ପରେ ମୁଁ ତୁମକୁ ଅଗ୍ନିପକ୍ଷୀକୁ ଧରିବାର ଉପାୟ ବତେଇବି ?’’

 

ତା’ପରେ ଧନୁର୍ଦ୍ଧର ରାଜାଙ୍କ ପାଖକୁ ଯାଇ ଶସ୍ୟ ମାଗିବାରୁ ରାଜା ତାକୁ ଶହେ ବସ୍ତା ଶସ୍ୟ ଦେଲେ । ଘୋଡ଼ାର କହିବା ଅନୁଯାୟୀ ଧନୁର୍ଦ୍ଧର ସେସବୁ ଶସ୍ୟକୁ କ୍ଷେତରେ ବିଞ୍ଚି ଦେଲା । ତା’ପରେ ସେ ଏକ ଗଛ ପଛ ପଟେ ଲୁଚିଗଲା ଏବଂ ଘୋଡ଼ା କ୍ଷେତରେ ଏପଟ ସେପଟ ହବାକୁ ଲାଗିଲା । ସେତେବେଳେ ଜୋରରେ ପରକୁ ଫଡ୍‌ଫଡ୍ କରି ଅଗ୍ନିପକ୍ଷୀ କ୍ଷେତକୁ ଆସିଲା ଏବଂ ଦାନା ଖୁଣ୍ଟିବାକୁ ଲାଗିଲା । ସେତେବେଳେ ଘୋଡ଼ା ଦୌଡ଼ି ଅଗ୍ନିପକ୍ଷୀ ପାଖକୁ ଆସିଲା ଏବଂ ସେ ପକ୍ଷୀର ଗୋଟିଏ ପର ଉପରେ ତା’ ପାଦକୁ ରଖିଦେଲା । ଧନୁର୍ଦ୍ଧର ବି ଅତିଶୀଘ୍ର ଗଛ ପଛରୁ ଦୌଡ଼ି ଆସିଲା ଏବଂ ଅଗ୍ନିପକ୍ଷୀକୁ ରସିରେ ବାନ୍ଧି ରାଜାଙ୍କ ପାଖକୁ ନେଇଗଲା ।

 

ଅଗ୍ନିପକ୍ଷୀକୁ ନିଜ ସାମ୍ନାରେ ଦେଖି ରାଜା ବହୁତ ଖୁସି ହୋଇଗଲେ । ତା’ପରେ ସେ ଧନୁର୍ଦ୍ଧରକୁ କହିଲେ, ‘‘ତୁମେ ଯଦି ଅଗ୍ନିପକ୍ଷୀକୁ ମୋ ପାଖକୁ ଆଣିପାରିଲ, ତା’ହେଲେ ପୃଥିବୀର ଅନ୍ୟ କୋଣରେ ରହୁଥିବା ରାଜକୁମାରୀ ବୈସିଲିୟାକୁ ମଧ୍ୟ ମୋ ପାଖକୁ ଆଣିବା ତୁମ ପକ୍ଷେ ସମ୍ଭବ । ମୁଁ ତାଙ୍କୁ ବିବାହ କରିବାକୁ ଚାହୁଁଛି । ଏଥିପାଇଁ ତୁମେ ତାଙ୍କୁ ମୋ ପାଖକୁ ନେଇଆସ । ଯଦି ତୁମେ ରାଜକୁମାରୀଙ୍କୁ ମୋ ପାଖକୁ ନ ଆଣିବ ତା’ହେଲେ ମୁଁ ତୁମକୁ ଖଣ୍ଡାରେ ହାଣିଦେବି । ବରଂ ଭଲ ହେବ ତୁମେ ରାଜକୁମାରୀ ବୈସିଲିୟାକୁ ନେଇଆସ ?’’

 

ଏଥର ଧନୁର୍ଦ୍ଧର ବହୁତ ଡରିଗଲା । ତା’ ଦୃଷ୍ଟିରେ ରାଜକୁମାରୀ ବୈସିଲିୟାକୁ ଆଣିବା ଅସମ୍ଭବ କାର୍ଯ୍ୟ । ତାକୁ ଡରିଯିବା ଦେଖି ଘୋଡ଼ା ତାକୁ ସାନ୍ତ୍ୱନା ଦେଇ କହିଲା, ‘‘ଚିନ୍ତା କରନି, ରାଜାଙ୍କଠାରୁ ସୁନେଲୀ ତମ୍ବୁ ଏବଂ କିଛି ଅଳଙ୍କାର ମାଗିଆଣ । ତା’ପରେ ମୁଁ ତୁମକୁ କହିବି, ତୁମେ କେମିତି ସେଇ ରାଜକୁମାରୀକୁ ଆଣିବ । ମୋ ସାହାଯ୍ୟରେ ତୁମେ ରାଜକୁମାରୀଙ୍କୁ ନିଶ୍ଚୟ ଆଣିପାରିବ ?’’

 

ଧନୁର୍ଦ୍ଧର ରାଜାଙ୍କ ପାଖକୁ ଯାଇ ସେଇ ଦରକାରି ଜିନିଷ ସବୁ ମାଗିଲା । ରାଜା ତାକୁ ସୁନେଲୀ ତମ୍ବୁ ଏବଂ କିଛି ହୀରା ଅଳଙ୍କାର ଦେଲେ । ତା’ପରେ ଧନୁର୍ଦ୍ଧର ତା’ ଘୋଡ଼ା ଉପରେ ବସି ରାଜକୁମାରୀଙ୍କୁ ଆଣିବା ପାଇଁ ଲମ୍ବା ଯାତ୍ରାରେ ବାହାରି ପଡ଼ିଲା ।

 

କିଛିଦିନ ପର୍ଯ୍ୟନ୍ତ ସେ ଲଗାତାର ଯାତ୍ରା କରିବାକୁ ଲାଗିଲା । ଶେଷରେ ସେ ସେଇ ସ୍ଥାନରେ ଯାଇ ପହଞ୍ଚିଲା, ଯେଉଁଠି ସୂର୍ଯ୍ୟ ନୀଳ ସମୁଦ୍ରର ଢେଉରେ ପଡ଼ୁଥିବାର ଦେଖିଲା । ତା’ପରେ ସେ ନୀଳ ସମୁଦ୍ରରେ ରାଜକୁମାରୀ ବୈସିଲିୟାକୁ ନୌକା ବିହାର କରିବାର ଦେଖିଲା । ଚାନ୍ଦିରେ ତିଆରି ହେଇଥିବା ନୌକାକୁ ସେ ନିଜେ ଆହୁଲା ମାରି ଚଲାଉଥିଲେ । ସେଇ ସୁନ୍ଦର ନୌକାକୁ ନୀଳ ସମୁଦ୍ରରେ ଚଲାଉଥିବାବେଳେ ସେ ବହୁତ ସୁନ୍ଦର ଦିଶୁଥିଲେ ।

 

ସେଠାରେ ପହଞ୍ଚି ଧନୁର୍ଦ୍ଧର ତା’ ଘୋଡ଼ାକୁ ସବୁଜ ଚରା ଭୂଇଁରେ ଚରିବା ଲାଗି ଖୋଲା ଛାଡ଼ିଦେଲା । ସେଠାରେ ସେ ଭୂଇଁ ଉପରେ ସୁନେଲୀ ତମ୍ବୁ ଟାଙ୍ଗିଲା, ତମ୍ବୁ ଚାରି ପଟେ ହୀରା ଅଳଙ୍କାର ସବୁ ଲଟକେଇ ଦେଲା ଏବଂ ଗୋଟିଏ ଟେବୁଲ ଉପରେ ଖାଇବା ପିଇବା ଜିନିଷ ରଖିଦେଲା । ତା’ପରେ ସେ ସେଠାରେ ବସି ରାଜକୁମାରୀ ଆସିବାକୁ ଅପେକ୍ଷା କଲା ।

 

ସୁନେଲୀ ତମ୍ବୁର ସୌନ୍ଦର୍ଯ୍ୟ ଦେଖି ରାଜକୁମାରୀ ସେ ଆଡ଼କୁ ଆକର୍ଷିତ ହେଲେ । ଯେମିତି ସେ ତମ୍ବୁ ପାଖରେ ପହଞ୍ଚିଛି, ଧନୁର୍ଦ୍ଧର ତାକୁ ଘୋଡ଼ା ଉପରେ ବସେଇ ଧାଇଁଲା ଏବଂ ତାଙ୍କୁ ନେଇ ରାଜାଙ୍କ ପାଖରେ ପହଞ୍ଚିଲା ।

 

ରାଜା ତାଙ୍କ ସାମ୍ନାରେ ରାଜକୁମାରୀ ବୈସିଲିୟାକୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ । ସେ ତାଙ୍କ ପାଖରେ ବିବାହ ପ୍ରସ୍ତାବ ରଖିଲେ । କିଛି ସମୟ ଚିନ୍ତା କରି ରାଜକୁମାରୀ ତାଙ୍କୁ ବିବାହ କରିବା ଲାଗି ସମ୍ମତି ପ୍ରଦାନ କଲେ । ତା’ପରେ ରାଜାଙ୍କ ଆନନ୍ଦର ସୀମା ରହିଲାନି । ସେ ଧନୁର୍ଦ୍ଧର ଏବଂ ତା’ ଘୋଡ଼ାକୁ ପୁରସ୍କାର ଦେଲେ । ତା’ପରେ ରାଜାଙ୍କର ରାଜକୁମାରୀଙ୍କ ସହିତ ବିବାହ ହେଇଗଲା । ତା’ପରେ ସମସ୍ତେ ଆରାମରେ ରହିବାକୁ ଲାଗିଲେ ।

 

ପ୍ରତିଶୋଧ

(ଜର୍ମାନୀର ଲୋକକଥା)

 

ଅଠର ଶହ ସାଲରେ ଫୋର୍ଜିହିମ ନଗରରେ ଜଣେ ଲୋଭୀ, ଗରିବ ସ୍ତ୍ରୀଲୋକ ତା’ ଝିଅ ମାର୍ଗାରେଟ୍ ସହିତ ରହୁଥିଲା । ଥରେ ସେଇ ଲୋଭୀ ସ୍ତ୍ରୀଲୋକ ଟଙ୍କା ବଦଳରେ ନିଜ ଝିଅକୁ କିଛି ଅପରାଧୀଙ୍କୁ ବିକ୍ରି କରିଦେଲା । ଅପରାଧୀମାନେ ସେଇ ଛୋଟ ଝିଅଟିକୁ ବହୁ ନିର୍ଯାତନା ଦେଲେ ଏବଂ ତା’ପରେ ତାକୁ ଏଞ୍ଜି ନଦୀକୁ ଫିଙ୍ଗିଦେଲେ । କିଛିଘଣ୍ଟା ପରେ ମାର୍ଗାରେଟ୍ ସାହାଯ୍ୟ ପାଇଁ ହାତ ଉଠେଇ ହଲେଇବାକୁ ଲାଗିଲା । ନଦୀରେ ଝିଅଟିଏ ହାତ ହଲେଇବା ଦେଖି ଲୋକମାନେ ତାକୁ ବାହାରକୁ ଆଣିଲେ । ଯେତେବେଳେ ଲୋକମାନେ ତା’ ଶରୀରରେ ଥିବା ଆଘାତକୁ ଦେଖିଲେ, ସେମାନେ ରାଗି କି ନିଆଁ ହେଇଗଲେ । ଲୋକମାନେ ତାକୁ ଆଘାତ ବିଷୟରେ ପଚାରିଲେ । ତେଣୁ ସେଇ ଝିଅଟି ଲୋକଙ୍କୁ କାଗଜ ଏବଂ କଲମ ମାଗିଲା । ତା’ପରେ ସେ ତା’ ଉପରେ ହେଇଥିବା ନିର୍ଯାତନା ଏବଂ ତାକୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା କଥା କାଗଜରେ ଲେଖି ଲୋକଙ୍କୁ ଦେଲା । ଏହାପରେ ସେଇ ଝିଅଟିର ମୃତ୍ୟୁ ହେଇଗଲା । ଗୋଟିଏ ଝିଅର ନୃଶଂସ ହତ୍ୟା ଦେଖି ଲୋକମାନେ ବହୁତ କ୍ରୋଧିତ ହେଇଗଲେ । ସେମାନେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ପୋଲିସ ପାଖରେ ଅଭିଯୋଗ କରିବା ପାଇଁ ସହରକୁ ଶୋଭାଯାତ୍ରାରେ ଗଲେ । ଶେଷରେ ପୋଲିସ ଝିଅଟିର ମୃତ ଶରୀରକୁ ନିଜ କବ୍‌ଜାକୁ ଆଣିଲେ ଏବଂ ତା’ର ମୃତ୍ୟୁର କାରଣ ଜାଣିବା ପାଇଁ ତାର ପୋଷ୍ଟମର୍ଟମ କଲେ । ତା’ପରେ ପୋଷ୍ଟମର୍ଟମ ରିପୋର୍ଟରୁ ଜାଣିଲେ ସେଇ ଝିଅଟିକୁ ନିର୍ଯାତନା ଦେଇ ମାଡ଼ ଦିଆଯାଇଥିଲା ଏବଂ ପାଣିରେ ଫିଙ୍ଗି ଦିଆଯାଇଥିଲା ।

 

ପୋଲିସ ଅଧିକାରୀ ବି ସେଇ ଝିଅଟି ଉପରେ ହେଇଥିବା କଠୋର ନିର୍ଯାତନା ବିଷୟ ଜାଣି ବହୁତ କ୍ରୋଧିତ ହୋଇଗଲେ । ଯେକୌଣସି ପରିସ୍ଥିତିରେ ସେମାନେ ଦୋଷୀକୁ ଗିରଫ କରିବା ପାଇଁ ସ୍ଥିର କଲେ । ଅତିଶୀଘ୍ର ପୋଲିସ ସେଇ ଅପରାଧୀମାନଙ୍କୁ ଖୋଜି ବାହର କଲେ । ଯେଉଁମାନେ ମାର୍ଗାରେଟ୍‌କୁ ନିର୍ଯାତନା ଦେଇ ମାରିଦେଇଥିଲେ । ସେମାନେ ତା’ ମା’କୁ ବି ଗିରଫ କଲେ । ଯିଏ ନିଜ ଝିଅକୁ ସେଇ ଅପରାଧୀମାନଙ୍କୁ ବିକ୍ରି କରିଦେଇଥିଲା । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟାଳୟରେ ଉପସ୍ଥିତ କରାଗଲା । ଶୁଣାଣି ପରେ ନ୍ୟାୟାଳୟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ସମସ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେଲେ । ଏହି ଭାବେ ଝିଅଟିର ମୃତ୍ୟୁ ପରେ ମଧ୍ୟ ସେ ନିଜର ପ୍ରତିଶୋଧ ନେଲା । ଏହାପରେ ଝିଅଟର ଆତ୍ମାକୁ ଶାନ୍ତି ମିଳିଲା ।

 

ଦୁଷ୍ଟ ପିଲା

(ଫ୍ରାନସ୍‌ର ଲୋକ କଥା)

 

ଆୱାବାଲଡନ୍ ସହରରେ ନଅ ବର୍ଷର ଏକ ପିଲା ତା’ ମା’ ସହିତ ରହୁଥିଲା । ସେଇ ପିଲାଟି ବହୁତ ଦୁଷ୍ଟ ଏବଂ ବିଦ୍ରୋହୀ ପ୍ରକୃତିର ଥିଲା । ତା’ ମା’ର ଅତ୍ୟଧିକ ସ୍ନେହ ତାକୁ ବିଗାଡ଼ି ଦେଇଥିଲା । ଯେତେବେଳେ ତା’ ମା’ ପୁଅକୁ ଅନୁଶାସନ କରିବା ଲାଗି ଚେଷ୍ଟା କଲା, ସେତବେଳକୁ ବହୁତ ଡେରି ହୋଇଯାଇଥିଲା ।

 

ଦିନେ ସେଇ ପିଲାଟି ହଠାତ୍ ବେମାର ପଡ଼ି ମରିଗଲା । ଲୋକମାନେ ତା’ ମୃତ ଶରୀରକୁ କବର ସ୍ଥାନକୁ ନେଇଯାଇ କବର ଦେଇଦେଲେ । କିନ୍ତୁ ସେଇ ଦୁଷ୍ଟ ପିଲା ତା’ ହାତକୁ କବରରୁ ବାହାର କରିଦେଲା । ଏହା ଦେଖି ସବୁ ଲୋକମାନେ ଡରିଗଲେ । ତା’ ମା’ ହାତ କବର ଭିତରକୁ ନେଇଯିବାକୁ ପୁଅକୁ ବହୁତ ବୁଝେଇଲା କିନ୍ତୁ କିଛି ଲାଭ ହେଲାନାହିଁ ।

 

ସେତେବେଳେ ଜଣେ ପାଦ୍ରୀ ଆସି ପିଲାଟିର ମା’କୁ କହିଲେ, ‘‘ତୁମେ ଆବଶ୍ୟକତାଠାରୁ ଅଧିକ ସ୍ନେହଶ୍ରଦ୍ଧା ଦେଇ ପିଲାଟିକୁ ବିଗାଡ଼ି ଦେଇଥିଲ । ପିଲାଟା ଏତେ ଦୁଷ୍ଟ ହୋଇ ଯାଇଛି ଯେ ମୃତ୍ୟୁ ପରେ ବି ସୁଧୁରିନି । ଏବେ ତୁମକୁ ଏହି ଦଣ୍ଡ ଯେ ତୁମେ ପ୍ରତିଦିନ ତୁମ ପୁଅର କବର ପାଖକୁ ଆସି, ତା’ ହାତକୁ ବାଡ଼ିରେ ସେ ପର୍ଯ୍ୟନ୍ତ ପିଟିବ, ଯେ ପର୍ଯ୍ୟନ୍ତ ସେ ତା’ ହାତକୁ କବର ଭିତରକୁ ଝିଙ୍କି ନ ନେଇଛି ?’’

 

ମା’ ସେମିତି କଲା ଯେମିତି ପାଦ୍ରୀ ତାକୁ କହିଥିଲେ । କିଛିଦିନ ଭିତରେ ପିଲାଟି ତା’ ହାତକୁ କବର ଭିତରକୁ ଝିଙ୍କି ନେଲା ।

 

ବୀରବଲ୍ ଏବଂ ଅତିଥି

(ଭାରତର ଲୋକକଥା)

 

ସମ୍ରାଟ ଆକବରଙ୍କ ଖ୍ୟାତି ସାରା ସଂସାରରେ ଖେଳି ଯାଇଥିଲା । ବିଭିନ୍ନ ଦେଶରୁ ଅତିଥିଗଣ ତାଙ୍କୁ ଭେଟିବାକୁ ଆସୁଥିଲେ । ଅତିଥିମାନଙ୍କ ଆଗମନର ଏକ ଅବସରରେ ରାଜଦରବାରକୁ ସୁନ୍ଦର ଫୁଲ ଏବଂ ଦୀପରେ ସଜା ଯାଇଥିଲା । ଏହି ଅବସରରେ ସଙ୍ଗୀତକାରଙ୍କ ଗୋଟିଏ ଦଳ ସମସ୍ତ ଅତିଥିଙ୍କ ମନୋରଞ୍ଜନ କରୁଥିଲେ । ଏହି ସବୁ ବ୍ୟବସ୍ଥା ଇରାନ୍‌ରୁ ଆସିଥିବା ବିଶେଷ ଅତିଥିମାନଙ୍କ ସ୍ୱାଗତ ପାଇଁ କରାଯାଇଥିଲା । ସମସ୍ତ ଅତିଥି ଦରବାରକୁ ଆସି ସାରିଥିଲେ ଏବଂ ସମସ୍ତେ ଉତ୍ସୁକତାର ସହ ସମ୍ରାଟ ଆକବରଙ୍କ ଆଗମନକୁ ଅପେକ୍ଷା କରି ରହିଥିଲେ ।

 

ସେତେବେଳେ ଆକବରଙ୍କର ଜଣେ ଅଙ୍ଗରକ୍ଷୀ ଆସି ଘୋଷଣା କଲା କି, ସମ୍ରାଟଙ୍କ ଜେଜେମା’ଙ୍କ ମୃତ୍ୟୁ ହେଇଯାଇଥିବା ଯୋଗୁ ଏହି ସମୟରେ ସମ୍ରାଟ ଦରବାରରେ ଉପସ୍ଥିତ ହୋଇପାରିବେ ନାହିଁ । ସମ୍ରାଟଙ୍କ ଜେଜେମା’ଙ୍କ ମୃତ୍ୟୁ ଖବର ଶୁଣି ସମସ୍ତ ଦରବାରୀ ଏବଂ ଅତିଥିଗଣ ଗମ୍ଭୀର ହୋଇଗଲେ ।

 

ସେଠାରେ ଉପସ୍ଥିତ ଥିବା ଦରବାରୀ ଅତିଥିମାନଙ୍କୁ କହିବାକୁ ଚେଷ୍ଟା କରୁଥିଲେ କି ଆପଣମାନେ ସ୍ୱାଭାବିକ ରୁହନ୍ତୁ । ସମ୍ରାଟ ଅତିଥିମାନଙ୍କୁ ସାକ୍ଷାତ୍‍ କରିବାକୁ କେତେବେଳେ ଆସିବେ ତାହା କେହି ଜାଣି ନାହାଁନ୍ତି । ଶୋକପୂର୍ଣ୍ଣ ଘଟଣା ପାଇଁ ସମ୍ରାଟ ଦରବାରକୁ ନ ଆସି ବି ପାରନ୍ତି । ସେତେବେଳେ ଆଉ ଜଣେ ଅଙ୍ଗରକ୍ଷୀ ଦରବାରକୁ ଆସି ଘୋଷଣା କଲାକି ମହାରାଣୀଙ୍କର ପୁତ୍ର ସନ୍ତାନ ଜନ୍ମ ହେଇଛି । ସେଠାରେ ଉପସ୍ଥିତ ସମସ୍ତ ଅତିଥି ଏବଂ ଦରବାରୀ ଏକଥା ଶୁଣି ଆନନ୍ଦିତ ହେଲେ । ରାଜପୁତ୍ର ଜନ୍ମ ହେବା କଥା ଶୁଣି କିଏ ବା ଖୁସି ନ ହେବ ?

 

ଯେତେବେଳେ ସମ୍ରାଟ ବହୁତ ସମୟ ଯାଏଁ ଦରବାରକୁ ନ ଆସିଲେ ଇରାନ୍‌ରୁ ଆସିଥିବା ଅତିଥିଗଣ ବ୍ୟସ୍ତ ହୋଇ ପଡ଼ିଲେ । ସେମାନେ ଅତିଥି ଗୃହକୁ ଫେରିଯିବାକୁ ଭାବିଲେ । ସେତେବେଳେ ଘୋଷଣା କରାଗଲାକି ସମ୍ରାଟ ଦରବାରକୁ ଆସୁଛନ୍ତି । ତା’ପରେ ଅତିଥିମାନଙ୍କ ପାଖରେ ଆଉ ଏକ ସମସ୍ୟା ଆସି ଛିଡ଼ା ହେଲା । ସମ୍ରାଟଙ୍କ ଜେଜେମା’ଙ୍କ ମୃତ୍ୟୁ ହେଇଯାଇଛି । ଯାହା ଏକ ଅଶୁଭ ଖବର । ଦ୍ୱିତୀୟରେ ରାଜକୁମାରଙ୍କ ଜନ୍ମ ଏକ ଶୁଭ ଖବର ଥିଲା । ସେମାନେ ବୁଝିପାରୁନଥିଲେ ଯେ ସମ୍ରାଟଙ୍କୁ ସେମାନେ ସହାନୁଭୂତି ଦେଖେଇବେ କିମ୍ବା ଅଭିନନ୍ଦନ ଜଣେଇବେ । ଯେତେବେଳେ ସେମାନେ ଏହି ସମସ୍ୟାର ସମାଧାନ ଜାଣିପାରିଲେନି ସେମାନେ ବୀରବଲ୍‌ଙ୍କ ମତାମତ ମାଗିଲେ । ସେମାନେ କହିଲେ, ‘‘ଆମେ ବୁଝିପାରୁନୁ ସମ୍ରାଟ ଆସିଲେ କେମିତିଭାବେ ଆମେ ତାଙ୍କୁ ବ୍ୟବହାର ଦେଖେଇବୁ । ଦୟାକରି ଆମକୁ ଉଚିତ ମାର୍ଗ ବତାନ୍ତୁ ?’’

 

ବୀରବଲ୍ କହିଲା, ‘‘ସମ୍ରାଟଙ୍କ ମନର ଭାବକୁ ଦେଖି ଆପଣମାନେ ସେମିତି ବ୍ୟବହାର ଦେଖେଇବେ । ଯଦି ଆପଣମାନେ ତାଙ୍କୁ ଖୁସି ଥିବା ଦେଖିବେ ତା’ହେଲେ ଆପଣମାନେ ବି ତାଙ୍କୁ ଖୁସିରେ ଅଭିବାଦନ ଜଣେଇବେ ଏବଂ ଯଦି ସେ ଦୁଃଖି ଥିବା ଦେଖିବେ ଆପଣମାନେବି ଗମ୍ଭୀର ହେଇଯିବା ଉଚିତ ?’’

 

ଦରବାରକୁ ସମ୍ରାଟ ଆସିଲାପରେ ଅତିଥିମାନେ ସେମିତି ବ୍ୟବହାର କଲେ, ଯେମିତି ବୀରବଲ୍ ବତେଇ ଥିଲା । ସମ୍ରାଟ ଆକବର ତାଙ୍କ ଶିଷ୍ଟାଚାରରେ ବହୁତ ପ୍ରଭାବିତ ହେଲେ ଏବଂ ସେମାନଙ୍କୁ ବହୁମୂଲ୍ୟ ପୁରସ୍କାର ଦେଲେ ।

 

ତା’ପରେ ସମସ୍ତ ଅତିଥି ସମ୍ରାଟ ଆକବରଙ୍କ ଅତିଥି ସତ୍କାର ଏବଂ ଉଦାରତାକୁ ପ୍ରଶଂସା କରି ଇରାନ୍ ଯିବା ପାଇଁ ପ୍ରସ୍ଥାନ କଲେ ।

 

ରାଜକୁମାର

(ଜର୍ମାନୀର ଲୋକ କଥା)

 

ଅନେକ ବର୍ଷ ପୂର୍ବର କଥା । ଜଣେ ରାଜକୁମାର କୌଣସି ଯୁଦ୍ଧରେ ପରାଜିତ ହେଲେ । ଶତ୍ରୁଙ୍କଠାରୁ ବଞ୍ଚିବା ପାଇଁ ସେ ଏକ ଘନ ଜଙ୍ଗଲ ଭିତରକୁ ଚାଲିଗଲେ । ଏମିତି ଭାବେ ସେ ନିଜ ଶତ୍ରୁଙ୍କଠାରୁ ଲୁଚି ଯିବାକୁ ସଫଳ ହେଇଗଲେ, କିନ୍ତୁ ଭୋକ ଶୋଷରେ ତାଙ୍କ ଅବସ୍ଥା ଖରାପ ହେଇଗଲା । ସେ ବୁଝିଗଲେକି ତାଙ୍କର ଶେଷ ସମୟ ଆସିଲାଣି । ସେତେବେଳେ ତାଙ୍କ ସାମ୍ନାରେ ଗୋଟିଏ ସୈତାନ ପ୍ରକଟ ହେଲା । ସେ ରାଜକୁମାରଙ୍କୁ କହିଲା, ଯଦି ତା’ର କିଛି ସର୍ତ୍ତ ମାନିବେ ଏବଂ ସାତ ବର୍ଷ ଯାଏଁ ତା’ର ସେବା କରିବା ପାଇଁ ପ୍ରସ୍ତୁତ ହେବେ, ତା’ହେଲେ ତାଙ୍କୁ ସେ ଅନେକ ଧନ ଏବଂ ସୁଖ ସୁବିଧା ଉପଲବ୍‌ଧ କରିଦବ । ରାଜକୁମାର ତା’ର ପ୍ରସ୍ତାବକୁ ସ୍ୱୀକାର କଲେ ।

 

ତା’ପରେ ସୈତାନ ରାଜକୁମାରଙ୍କୁ ତା’ର ସବୁ ସର୍ତ୍ତ କହିଲା, ଏଇ ସର୍ତ୍ତ ଅନୁସାରେ ସାତ ବର୍ଷ ଯାଏଁ ରାଜକୁମାର କେବଳ ଭାଲୁର ଚମଡ଼ାରେ ତିଆରି ହେଇଥିବା ଗାଉନ୍ ପିନ୍ଧିବେ । ତାଙ୍କୁ ଗାଧେଇବା କିମ୍ବା ନଖ କାଟିବାକୁ ବି ଅନୁମତି ନ ଥିଲା । ଏହା ବଦଳରେ ସୈତାନ ତାଙ୍କର ଭୋଜନ, ପାଣି କିମ୍ବା ଧନ ଉପଲବ୍‌ଧ କରିବାର ଦାୟିତ୍ୱ ନେଇଥିଲା ।

 

ସେଇ ରାଜକୁମାରଙ୍କ ସ୍ୱଭାବ, ସଫାସୁତରାରେ ଅଧିକ ରୁଚି ନ ଥିଲା । ଏଥିପାଇଁ ତାଙ୍କୁ ସୈତାନର ସର୍ତ୍ତ ମାନିବା ପାଇଁ ବିଶେଷ କିଛି ଅସୁବିଧା ହେଲାନି । ତା’ପରେ ସେ ଆରାମରେ ଏକ ସରେଇଖାନାରେ ରହିବାକୁ ଲାଗିଲେ । ସେ ଅନୁଭବ କଲେକି ଯଦି କାହା ପାଖରେ ପଇସା ଥାଏ ତା’ହେଲେ ତା’ର ସବୁ ଦୁର୍ବଳତା ଛପିଯାଏ । ସେ ବହୁତ ଅପରିଷ୍କାରଭାବେ ରହୁଥିଲେ, କିନ୍ତୁ କିଏ ବି ତାଙ୍କ ଆଡ’କୁ ଧ୍ୟାନ ଦେଉନଥିଲେ କାରଣ ସେ ବହୁତ ଧନବାନ ଥିଲେ । ଜଣେ ସାମନ୍ତ ପ୍ରାୟ ସେଇ ସରେଇଖାନାକୁ ଆସୁଥିଲେ । ରାଜକୁମାରଙ୍କ ଅମାପ ଧନରେ ପ୍ରଭାବିତ ହୋଇ ଦିନେ ସେ ତାଙ୍କୁ ଏକ ପ୍ରସ୍ତାବ ଦେଇ କହିଲେ, ‘‘ମୋର ତିନଟି ସୁନ୍ଦର ଝିଅ ଅଛନ୍ତି । ମୁଁ ତୁମ ସହିତ ସେମାନଙ୍କ ବିବାହ କରିବାକୁ ଚାହୁଁଛି ?’’

 

ରାଜକୁମାର ସାମନ୍ତଙ୍କ କଥାକୁ ମାନିଯାଇ ତାଙ୍କ ସାଙ୍ଗରେ ଚାଲିଲେ । ଯେତେବେଳେ ତାଙ୍କର ଦୁଇ ବଡ଼ ଝିଅ ରାଜକୁମାରଙ୍କୁ ଦେଖିଲେ, ତାଙ୍କର ମଇଳା ଶରୀର ଏବଂ ପୋଷାକକୁ ଦେଖି ନାକ ଟେକିଲେ । କିନ୍ତୁ ସାନ ଝିଅ ତାଙ୍କୁ ବିବାହ କରିବା ପାଇଁ ତୁରନ୍ତ ରାଜି ହେଇଗଲା । ତା’ପରେ ରାଜକୁମାର ନିଜ ହାତରୁ ମୁଦି ବାହାର କରି ତା’ ହାତରେ ପିନ୍ଧେଇ ଦେଲେ । ତା’ପରେ ସେ କିଛିଦିନ ପରେ ଫେରିବାକୁ ବିଶ୍ୱାସ ଦେଇ ରାଜକୁମାର ସେଠାରୁ ଚାଲିଆସିଲେ ।

 

ସାତ ବର୍ଷର ଲମ୍ବା ସମୟ ପରେ ରାଜକୁମାର ତାଙ୍କ ସ୍ତ୍ରୀଙ୍କୁ ନେବା ପାଇଁ ସାମନ୍ତଙ୍କ ଘରକୁ ଆସିଲେ । ଏବେ ସୈତାନ ସହିତ ହେଇଥିବା ସର୍ତ୍ତର ସମୟସୀମା ସମାପ୍ତ ହେଇଯାଇଥିଲା । ଏବେ ସେ ସୁନ୍ଦର ଘୋଡ଼ା ଗାଡ଼ିରେ ବସି ସାମନ୍ତଙ୍କ ଘରେ ପହଞ୍ଚିଲେ । ସେ ସୁନ୍ଦର ପୋଷାକ ପିନ୍ଧିଥିଲେ ଏବଂ ତାଙ୍କ ବାଳ କଟା ହେଇଥିଲା ।

 

ସାମନ୍ତଙ୍କ ଘରେ କେହି ବି ତାଙ୍କୁ ଚିହ୍ନିପାରିଲେନି । ତା’ପରେ ରାଜକୁମାର ନିଜର ମୁଦି ଦେଖେଇ ପରିଚୟ ଦେଲେ ଏବଂ କହିଲେ ସେ ତାଙ୍କ ପତ୍ନୀଙ୍କୁ ନେବା ପାଇଁ ଆସିଛନ୍ତି । ଯେତେବେଳେ ସାମନ୍ତଙ୍କ ସାନ ଝିଅ ରାଜକୁମାରଙ୍କୁ ଚିହ୍ନିଲା, ତା’ ଆନନ୍ଦ କହିଲେ ନ ସରେ । ଏତେଦିନ ପରେ ତା’ ସ୍ୱାମୀ ଫେରିଛନ୍ତି । ତେଣୁ ତାଙ୍କ ସାଙ୍ଗରେ ଖୁସିରେ ତାଙ୍କ ଘରକୁ ଚାଲିଗଲା । ତା’ପରେ ସେମାନେ ଆନନ୍ଦ ମନରେ ରହିବାକୁ ଲାଗିଲେ ।

 

ଚତୁର ଗୋପାଳ

(ଭାରତର ଲୋକକଥା)

 

ପ୍ରାଚୀନ କାଳରେ ବଙ୍ଗଳାର ରାଜାଙ୍କ ଦରବାରରେ ଗୋପାଳ ଭାଣ୍ଡ ନାମରେ ଜଣେ ବ୍ୟକ୍ତି କାମ କରୁଥିଲା । ରାଜାଙ୍କ ଦରବାରରେ ଗୋପାଳକୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା । ସେଥିଯୋଗୁ ଦିନେ ସେ ରୋଗରେ ପଡ଼ିଲା । ଚିକିତ୍ସକ ତାକୁ କିଛିଦିନ ବାହାରକୁ ଯାଇ କୋଉଠି ବିଶ୍ରାମ ନେବା ପାଇଁ ଉପଦେଶ ଦେଲେ । ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଗୋପାଳ ରାଜାଙ୍କୁ କିଛିଦିନ ପାଇଁ ଛୁଟି ମାଗିଲା । ତା’ ଦେହ ଖରାପ ହୋଇଥିବା ଶୁଣି ରାଜା ତାକୁ ଛୁଟି ଦେଇଦେଲେ ।

 

ପରଦିନ ଗୋପାଳ ଜରୁରୀ ଜିନିଷ ପତ୍ର ଧରି ଅନ୍ୟ ଏକ ସହରକୁ ଯାତ୍ରା କଲା । କିଛିଦିନ ଯାତ୍ରା କଲାପରେ ସେ ଏକ ସହରରେ ପହଞ୍ଚିଲା । ସେଠାରେ ପହଞ୍ଚି ସିଏ ସବୁଠୁ ମହଙ୍ଗା ଗୋଟିଏ ସରେଇଖାନାରେ ରହିଲା । ସେ ବିଳାସରେ ରହି ତା’ର ଅନେକ ଟଙ୍କା ଖର୍ଚ୍ଚ ହେଇଗଲା । ଶେଷରେ କିଛିଦିନ ଭିତରେ ତା’ର ସବୁ ଧନ ସରିଗଲା । ସେ ଭାବିଲା, ‘‘ଏବେ ମୁଁ କେମିତି ଘରକୁ ଫେରିବି ? ଏଇ ସହରରେ କୋଉଠୁ ଧନ ଯୋଗାଡ’ କରିବି ?’’

 

ଅନେକ ସମୟ ଯାଏଁ ସେ ତା’ର କୋଠରୀରେ ବସି ଏଇ ସମସ୍ୟାର କୌଣସି ସମାଧାନ ଖୋଜିଲା । ସେତେବେଳେ ଗୋଟିଏ ଉପାୟ ତା’ ମନକୁ ଆସିଲା । ତା’ପରେ ସେ ସହରରେ ଘୋଷଣାକାରୀ ପାଖକୁ ଯାଇ କହିଲା, ‘‘ମୁଁ ଜଣେ ଯାଦୁକର । କାଲି ମୁଁ ସହରର ଘୋଡ଼ାଶାଳରେ ଯାଦୁ ପ୍ରଦର୍ଶନ କରିବି । ଆପଣ ସହରର ଲୋକଙ୍କୁ ଏଇ କଥା ସୂଚନା ଦେଇ ଦିଅନ୍ତୁ । ଆପଣଙ୍କ ସହରର ଲୋକେ ଏମିତି ଯାଦୁ ପ୍ରଥମେ କେବେ ଦେଖି ନ ଥିବେ ?’’

 

ଏହି ଖବର ପାଇ ପରଦିନ ସହରର ଘୋଡ଼ାଶାଳ ବାହାରେ ଯାଦୁ ଦେଖେଇବା ପାଇଁ ଲୋକମାନଙ୍କୁ ସ୍ୱାଗତ କରି କହିଲା, ‘‘ମୁଁ ଆଜି ଆପଣମାନଙ୍କୁ ଏମିତି ଏକ ଘୋଡ଼ା ଦେଖେଇବି, ଆପଣମାନେ ପୂର୍ବରୁ କେବେ ବି ଦେଖି ନ ଥିବେ । ଏହା ଏକ ଅଜବ ଘୋଡ଼ା, ମତେ ରାଜା ଉପହାରସ୍ୱରୂପ ଦେଇଥିଲେ ?’’

 

ଗୋପାଳର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ଏମିତି ଗୋଟିଏ ଘୋଡ଼ାକୁ ଦେଖିବା ପାଇଁ ଲୋକମାନଙ୍କର ଉତ୍ସାହ ବଢ଼ି ଗଲା ।

 

ଚତୁର ଗୋପାଳ ତୁରନ୍ତ କହିଲା, ‘‘ଯୋଉ ଭାଇମାନେ ଏଇ ଘୋଡ଼ାକୁ ଦେଖିବାକୁ ଚାହୁଁଛନ୍ତି ସେମାନେ ଟିକେଟ୍ ନିଅନ୍ତୁ । ସେଇ ଘୋଡ଼ାଟି ଘୋଡ଼ାଶାଳ ଭିତରେ ଅଛି ?’’

 

ଗୋପାଳ ଘୋଡ଼ାଶାଳରେ ଘୋଡ଼ାର ଲାକୁ ବାନ୍ଧି ଦେଇଥିଲା । ଯେତେବେଳେ ଲୋକମାନେ ଘୋଡ଼ାଶାଳକୁ ପ୍ରବେଶ କଲେ, ସେମାନଙ୍କୁ ସବୁଠୁ ପ୍ରଥମେ ଘୋଡ଼ାର ଲାଞ୍ଜ ଦେଖାଗଲା । ତା’ ମୁଣ୍ଡ ଅନ୍ୟ ପଟକୁ ଥିଲା । ଏଇ ଦୃଶ୍ୟ ଦେଖି ଲୋକମାନେ ହସିଲେ । ଏମିତି ଦୃଶ୍ୟ ଲୋକମାନେ ପ୍ରକୃତରେ ପୂର୍ବରୁ କେବେ ଦେଖି ନ ଥିଲେ । କିଛି ସମୟ ପରେ ତାଙ୍କ ଧ୍ୟାନ ଗୋପାଳ ଆଡ଼କୁ ଗଲା, କିନ୍ତୁ ଗୋପାଳ ସେଠାରେ ନ ଥିଲା । ସେ ପୂର୍ବରୁ ସୁଯୋଗ ଦେଖି ସେଠାରୁ ଚାଲି ଯାଇଥିଲା । ତା’ପରେ ସେମାନେ ବାହାରକୁ ବାହାରି ଗୋପାଳକୁ ଖୋଜିଲେ, କିନ୍ତୁ ଅନେକ ସମୟ ଯାଏଁ ଗୋପାଳକୁ ଖୋଜିଲା ପରେ ବି ଗୋପାଳକୁ ପାଇଲେ ନାହିଁ । ସେମାନେ ଜାଣିଗଲେ ଗୋପାଳ ତାଙ୍କୁ ବୋକା ବନେଇଛି । ଜଣେ ବ୍ୟକ୍ତି ଦ୍ୱାରା ଏମିତି ଭାବେ ବୋକା ହେବା ଦେଖି ସେମାନେ ନିଜ ଉପରେ ରାଗୁଥିଲେ ।

 

ରହସ୍ୟମୟ କୋଠରୀ

(ଜର୍ମାନୀର ଲୋକ କଥା)

 

ଅନେକ ବର୍ଷ ପୂର୍ବେ ଜଣେ ବୃଦ୍ଧ ସାମନ୍ତ ତାଙ୍କର ତିନି ଝିଅ ଏବଂ ଦୁଇ ପୁଅଙ୍କ ସହିତ ତାଙ୍କ ମହଲରେ ରହୁଥିଲେ । ଦିନେ ଗୋଟିଏ ସୁନ୍ଦର ଘୋଡ଼ା ଗାଡ଼ି ତାଙ୍କ ମହଲ ସାମ୍ନାରେ ରହିଲା । ଇବାନୋବକ୍ସି ନାମରେ ଜଣେ ନୀଳ ଦାଢ଼ି ଥିବା ସୁନ୍ଦର ଯୁବକ ସେଇ ଘୋଡ଼ା ଗାଡ଼ିରୁ ଓହ୍ଲେଇ ବୃଦ୍ଧ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଲେ । ସେ ତାଙ୍କର ସବା ସାନ ଝିଅ ପାଇଁ ବିବାହ ପ୍ରସ୍ତାବ ଦେଲେ । ବୃଦ୍ଧ ସାମନ୍ତ ଯୁବକର ପ୍ରସ୍ତାବ ଶୁଣି ବହୁତ ଖୁସି ହେଲେ କିନ୍ତୁ ତାଙ୍କ ଝିଅ ଏଥିପାଇଁ ଗୋଟିଏ ଦିନ ସମୟ ମାଗିଲା । ପ୍ରକୃତରେ ସେ ସେଇ ଅଚିହ୍ନା ଯୁବକର ନୀଳ ଦାଢ଼ି ଦେଖି ବହୁତ ଡରି ଯାଇଥିଲା । ଏଥିପାଇଁ ସେ ତା’ର ଭାଇମାନଙ୍କ ପାଖକୁ ଯାଇ ତାଙ୍କର ମତାମତ ପଚାରିଲା । ତା’ ଭାଇମାନେ ସାହସୀ ଯୋଦ୍ଧା ଥିଲେ । ସେମାନେ ତାଙ୍କ ଭଉଣୀଙ୍କୁ ସେଇ ଯୁବକ ସହିତ ବିବାହ କରିବା ପାଇଁ ଉପଦେଶ ଦେଲେ । ସେମାନେ ତାକୁ ଏକ ହୁଇସିଲ୍ ଦେଇ ଆଶ୍ୱାସନା ଦେଇ କହିଲେ, ‘‘ଯଦି ତୁ କେବେ କୌଣସି ଅସୁବିଧାରେ ପଡ଼ୁ, ତା’ହେଲେ ଏଇ ହୁଇସିଲ୍‌କୁ ବଜେଇ ଦେବୁ । ତା’ହେଲେ ଆମେ ଅତିଶୀଘ୍ର ସାହାଯ୍ୟ ପାଇଁ ପହଞ୍ଚିଯିବୁ ?’’

 

ପରଦିନ ସାମନ୍ତଙ୍କ ଝିଅ ଇବାନୋବକ୍ସିକୁ ବିବାହ କରିବା ପାଇଁ ନିଜର ସ୍ୱୀକୃତି ପ୍ରଦାନ କଲା । ଇବାନୋବକ୍ସି ଏକଥା ଶୁଣି ବହୁତ ଖୁସି ହୋଇଗଲା । ତା’ପରେ ସେ ତାକୁ ବିବାହ କରି ତା’ ସାଙ୍ଗରେ ତାକୁ ଘରକୁ ନେଇଗଲା । ଯେତେବେଳେ ସେମାନେ ତାଙ୍କ ଘରେ ପହଞ୍ଚିଲେ, ସମସ୍ତେ ହସ ଖୁସିରେ ତାଙ୍କୁ ସ୍ୱାଗତ କଲେ । ଚାରି ସପ୍ତାହ ଯାଏଁ କେତେ ପ୍ରକାର କାର୍ଯ୍ୟ କର୍ମ ସବୁ ଚାଲିଲା । ଇବାନୋବକ୍ସି ତା’ ପତ୍ନୀ ସାଙ୍ଗରେ ଏଇ ସବୁ କାର୍ଯ୍ୟକର୍ମକୁ ଉପଭୋଗ କଲା । ତା’ପରେ ଇବାନୋବକ୍ସି ତା’ ପତ୍ନୀକୁ କହିଲା, ତାକୁ ଏକ ଯାତ୍ରାରେ ଯିବାକୁ ଅଛି । ତେଣୁ ସେ ତାକୁ ଘରର ଚାବି ଦେଇ କହିଲା, ‘‘ତୁମକୁ ଘରର ସବୁ କୋଠରୀକୁ ଯିବାକୁ ଅନୁମତି ଅଛି, କିନ୍ତୁ ସେଇ କୋଠରୀକୁ ତୁମକୁ ଯିବାକୁ ମନା ଅଛି, ଯାହାର କବାଟ ସୁନେଲୀ ଚାବିରେ ଖୋଲେ । ଯଦି ତୁମେ ସେଇ କବାଟ ଖୋଲିବ, ତୁମ ଜୀବନ ପ୍ରତି ବିପଦ ଅଛି । ତେଣୁ ତାକୁ କେବେବି ଖୋଲିବାକୁ ସାହସ କରିବନି ?’’

 

ସେତେବେଳେ ସେ ସ୍ୱାମୀଙ୍କୁ କବାଟ ନ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଲା । କିନ୍ତୁ ସ୍ୱାମୀ ଯିବାପରେ ସେଇ କୋଠରୀର ରହସ୍ୟ ଜାଣିବା ପାଇଁ ତା’ର ପ୍ରବଳ ଇଚ୍ଛା ହେଲା । ତା’ପରେ ସେ ସେଇ କୋଠରୀ ପାଖକୁ ଯାଇ କବାଟ ଖୋଲିଦେଲା ।

 

ଯେତେବେଳେ ସେ କୋଠରୀ ଭିତରକୁ ଗଲା ତା’ ଶରୀର ଥରି ଉଠିଲା । ସେଇ କୋଠରୀରେ ଅନେକଗୁଡ଼ିଏ ସ୍ତ୍ରୀ ଲୋକଙ୍କ କଙ୍କାଳ ଏବଂ ହାଡ଼ ପଡ଼ିଥିଲା । କିଛି ପାତ୍ରରେ ରକ୍ତ ପୂର୍ଣ୍ଣ ହେଇ ରହିଥିଲା । ଏସବୁ ଦେଖି ସେ ବହୁତ ଡରିଗଲା । ସେ ଅତିଶୀଘ୍ର କବାଟ ବନ୍ଦ କରି ଚାଲିଯିବାକୁ ଚାହୁଁଥିଲା, କିନ୍ତୁ ଡରିଯିବା ଯୋଗୁ ତା’ ହାତରୁ ଚାବି ରକ୍ତ ପୂର୍ଣ୍ଣ ପାତ୍ରରେ ଖସି ପଡ଼ିଲା । ସେ ସେଇ ଚାବିକୁ ଉଠେଇ ଆଣିଲା କିନ୍ତୁ ତା’ ଉପରେ ରକ୍ତ ଲାଗିଯାଇଥିଲା । ସେ ଚାବିକୁ ଭଲଭାବରେ ଧୋଇ ସଫା କରିବାକୁ ଚେଷ୍ଟା କଲା, କିନ୍ତୁ ଲାଗିଥିବା ରକ୍ତର ଦାଗ ସମ୍ପୂର୍ଣ୍ଣ ଛାଡ଼ିଲାନି । ସେତେବେଳେ ଇବାନୋବକ୍ସି ତା’ ଯାତ୍ରାରୁ ଫେରି ଆସିଲା । ଆସିବାମାତ୍ରେ ସେ ତା’ ପତ୍ନୀକୁ ସୁନେଲୀ ଚାବି ବିଷୟରେ ପଚାରିଲା । ଯେତେବେଳେ ସେ ଚାବି ଉପରେ ରକ୍ତର ଦାଗ ଲାଗିଥିବା ଦେଖିଲା, ଗର୍ଜି ଉଠି କହିଲା, ‘‘ଦୁଷ୍ଟ ସ୍ତ୍ରୀ, ତୁ ମୋ ଚେତାବନୀକୁ ଧ୍ୟାନ ଦେଲୁନି ? ଏବେ ତତେ ବି ସେଇ ସ୍ତ୍ରୀ ଲୋକମାନଙ୍କ ଭଳି ମରିବାକୁ ପଡ଼ିବ ?’’ ଏହା କହି ନିଜର ଖଣ୍ଡା ବାହାର କରି ତା’ ଆଡ଼କୁ ଝପଟି ଆସିଲା ।

 

ସେତେବେଳେ ଝିଅଟି ଡରିଯାଇ ଚିତ୍କାର କରି ହୁଇସିଲ୍ ଆଣିବାକୁ ଦୌଡ଼ିଲା, ଯାହା ତା’ ଭାଇମାନେ ତାକୁ ଦେଇଥିଲେ । ଇବାନୋବକ୍ସି ତାକୁ ଧରିବା ପୂର୍ବରୁ ସେ ହୁଇସିଲ୍ ଜୋରରେ ବଜେଇବା ଆରମ୍ଭ କରିଦେଲା । ସେଇ ହୁଇସିଲ୍‌ର ତୀବ୍ର ଶବ୍ଦ ପୁରା ଜଙ୍ଗଲ ସାରା ଖେଳିଗଲା । ସେତେବେଳେ ଇବାନୋବକ୍ସି ତାକୁ ମାରିବା ଲାଗି ଜୋରରେ ଧାଇଁଲା । ‘‘ହେ ଭଗବାନ ! ହେ ଭଗବାନ ! ମୋ ଭାଇମାନେ କାହିଁକି ଆସୁ ନାହାନ୍ତି ?’’ଭୟରେ ପାଟି କରି ସେ ଏକ କୋଠରୀ ଭିତରକୁ ପଶି କବାଟ ବନ୍ଦ କରିଦେଲା । ତା’ପରେ ଇବାନୋବକ୍ସି କବାଟକୁ ଧକ୍କା ମାରି ଭାଙ୍ଗିବାକୁ ଚେଷ୍ଟା କଲା । ସେତେବେଳେ ଝିଅଟିର ତିନି ଭାଇ ଘର ପାଖରେ ପହଞ୍ଚିଗଲେ । ସେମାନଙ୍କୁ ଦେଖି ଝିଅଟି ଝରକା ପାଖକୁ ଯାଇ ‘ବଞ୍ଚାଅ ବଞ୍ଚାଅ’ ହାତ ହଲେଇ ପାଟି କରିବାକୁ ଲାଗିଲା ।

 

ଯେତେବେଳେ ଭାଇମାନେ ଭଉଣୀର ଚିତ୍କାର ଶୁଣିଲେ ସେମାନେ ଭଉଣୀକୁ ସାହାଯ୍ୟ କରିବା ପାଇଁ ଦୌଡ଼ିଲେ । ସେମାନେ ଦେଖିଲେ ଇବାନୋବକ୍ସି ହାତରେ ଖଣ୍ଡା ଧରି ଭଙ୍ଗା କବାଟ ବାହାରେ ଥିଲା ଏବଂ ତାଙ୍କ ଭଉଣୀ ଭିତରେ ଚିତ୍କାର କରୁଥିଲା । ସେ କ’ଣ କରିବାକୁ ଚାହୁଁଥିଲା ସେମାନଙ୍କୁ ଆଉ ବୁଝିବାକୁ ବାକି ରହିଲାନି । ସେମାନେ ବି କୋଷରୁ ଖଣ୍ଡା ବାହାର କରି ଇବାନୋବକ୍ସିକୁ ଘେରିଗଲେ । ଇବାନୋବକ୍ସି ନିଜର ସମସ୍ତ ଶକ୍ତି ଲଗେଇ ତାଙ୍କ ସହିତ ଯୁଦ୍ଧ କଲା, କିନ୍ତୁ ଏକୁଟିଆ ଥିବା ଯୋଗୁ ସେ କିଛି କରିପାରିଲା ନାର୍ହିଁ । ସେ ସାହାଯ୍ୟ ପାଇଁ ଚିତ୍କାର କଲା କିନ୍ତୁ କେହି ବି ତାକୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ିଲେନି କାରଣ ଲୋକେ ଆତଙ୍କରେ ସ୍ତମ୍ଭୀଭୂତ ହେଇ ଯାଇଥିଲେ । ତା’ପରେ ଗୋଟିଏ ଭାଇ ଆଗକୁ ଯାଇ ଖଣ୍ଡାରେ ତା’ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଲା ।

 

ତା’ପରେ ସେମାନଙ୍କୁ ଭଉଣୀ ସେଇ କୋଠରୀକୁ ନେଇଯାଇ ସେହି ଭୟଙ୍କର ଦୃଶ୍ୟ ଦେଖେଇଲା । ଯେତେବେଳେ ତିନି ଭାଇ ଇବାନୋବକ୍ସିର ଭୟଙ୍କର କାମ ବିଷୟରେ ଜାଣିଲେ, ସେମାନେ ସେଇ ଘରକୁ ଭାଙ୍ଗି ରୁଜି ଦେଲେ । ତା’ପରେ ସେମାନେ ତାଙ୍କ ଭଉଣୀକୁ ଆଦରରେ ନିଜ ଘରକୁ ନେଇ ଆସିଲେ ।

 

ବିଚିତ୍ର ବେଶଭୂଷା

(ଭାରତର ଲୋକ କଥା)

 

ବଙ୍ଗଳାର ରାଜା ଦିନେ ତାଙ୍କ ନଗରର ବଜାରକୁ ବୁଲିବାକୁ ଗଲେ । ବଜାରରେ ତାଙ୍କର ଯାହା ସହିତ ବି ଭେଟ ହେଲା, ସେମାନେ ତାଙ୍କ ପାଖରେ ଇଲିସି ମାଛର ପ୍ରଂଶସା କଲେ । ପରଦିନ ଯେତେବେଳେ ସେ ଦରବାରରେ ପହଞ୍ଚିଲେ, ସେଠାରେ ବି ସମସ୍ତ ଦରବାରୀ ତାଙ୍କୁ ଇଲିସି ମାଛର ଗୁଣ କହିବାକୁ ଲାଗିଲେ । ଇଲିସି ମାଛର ଚର୍ଚ୍ଚା ଶୁଣି ଶୁଣି ରାଜା ବିରକ୍ତ ହୋଇଯାଇଥିଲେ । ସେ ରାଗିଯାଇ ଦରବାରୀଙ୍କୁ କହିଲେ, ‘‘ତୁମ ସମସ୍ତଙ୍କର ଏକା ସାଙ୍ଗରେ ଇଲିସି ମାଛର ପ୍ରଶଂସା କରିବା ସଉକ ହେଇଗଲା ନା କ’ଣ । କଥା କହିବାକୁ ଆଉ କ’ଣ କିଛି ବିଷୟ ନାହିଁ ?’’ ରାଜାଙ୍କ କଥା ଶୁଣି ସବୁ ଦରବାରୀ ଚୁପ୍ ହୋଇଗଲେ । ସେମାନେ ବୁଝିପାରୁନଥିଲେ, ରାଜାଙ୍କୁ କି ଉତ୍ତର ଦେବେ । ସେତେବେଳେ ଗୋପାଳ ଦରବାରକୁ ପ୍ରବେଶ କଲା । ଗୋପାଳକୁ ଦେଖିବାମାତ୍ରେ ରାଜା କହିଲେ, ‘‘ଗୋପାଳ, ମୁଁ ଇଲିସି ମାଛର ଚର୍ଚ୍ଚା ଶୁଣି ଶୁଣି ବିରକ୍ତ ହୋଇ ଗଲିଣି । ମୁଁ ଚାହୁଁଛି କି ତୁମେ ହାତରେ ଏକ ବଡ଼ ଇଲିସି ମାଛ ଧରି ଦରବାରକୁ ଆସିବ ଏବଂ ମନେରଖ, ରାସ୍ତାରେ ତୁମ ସହିତ କୌଣସି ବି ବ୍ୟକ୍ତି ସେଇ ମାଛ ବିଷୟରେ ଯେମିତି କଥାବାର୍ତ୍ତା ନ କରନ୍ତି । ଯଦି ତୁମେ ଏମିତି କରିପାରିବ, ତା’ହେଲେ ମୁଁ ମୋ ହୀରା ହାର ତୁମକୁ ପୁରସ୍କାର ଭାବେ ଦେଇଦେବି ?’’

 

ଗୋପାଳ ତୁରନ୍ତ କହିଲା, ‘‘ମୁଁ ଏହି କାର୍ଯ୍ୟ ନିଶ୍ଚୟ ପୂରା କରିବି, ମହାରାଜ ?’’

 

ପରଦିନ ଗୋପାଳ ବିଚିତ୍ର ବେଶଭୂଷା ହେଇ ଘରୁ ବାହାରିଲା । ତା’ ଅଧା ମୁହଁରେ ଦାଢ଼ି ଥିଲା । ସେ ମଇଳା କପଡ଼ା ପିନ୍ଧିଥିଲା, ଯାହା କେତେକ ଜାଗାରେ ଚିରି ଯାଇଥିଲା । ଗୋପାଳର ପତ୍ନୀ ତାକୁ ଏହି ଅବସ୍ଥାରେ ବାହାରକୁ ଯିବା ଦେଖି ବହୁତ ଆଶ୍ଚର୍ଯ୍ୟ ହେଲା, କହିଲା, ‘‘ପାଗଳ ହେଇ ଗଲଣି ନା କ’ଣ ? ଏହି ଅବସ୍ଥାରେ ଘରୁ ବାହାରୁଛ ! ଲୋକେ ଦେଖିଲେ କ’ଣ କହିବେ ?’’

 

ଗୋପାଳ ତା’ ପତ୍ନୀ କଥାର କୌଣସି ଉତ୍ତର ନ ଦେଇ ଘରୁ ବାହାରିଗଲା । ସେ ବଜାର ଯାଇ ଗୋଟିଏ ବଡ଼ ଇଲିସି ମାଛ କିଣିଲା ଏବଂ ତା’ପରେ ତାକୁ ହାତରେ ଧରି ଦରବାର ଆଡ଼କୁ ଚାଲିଲା । ରାସ୍ତାରେ ଲୋକମାନେ ଯେତେବେଳେ ତାକୁ ଏଇ ଅବସ୍ଥାରେ ଦେଖିଲେ, ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି । ସେମାନେ ପରସ୍ପର ଭିତରେ କଥାବାର୍ତ୍ତା ହେଲେ, ‘‘ହଠାତ୍ ଗୋପାଳର କ’ଣ ହେଇଗଲା ? ତା’ ମୁଣ୍ଡ ଖରାପ ହେଇ ଯାଇନି ତ ?’’

 

ଆଉ ଜଣେ ବ୍ୟକ୍ତି କହିଲା, ‘‘ହୁଏତ ରୋଗରେ ପଡ଼ି ଯାଇଥିବା ଯୋଗୁ ତା’ର ଏମିତି ଦଶା ହେଇଛି ?’’ କାହାର ବି ଧ୍ୟାନ ଇଲିସି ମାଛ ଆଡ଼କୁ ଗଲାନି, ଯାହା କି ସେ ହାତରେ ଧରି ଯାଉଥିଲା । ଏହି ଅବସ୍ଥାରେ ଗୋପାଳ ଦରବାରରେ ଯାଇ ପହଞ୍ଚିଲା । ବିଚିତ୍ର ବେଶ ଭୂଷାରେ ଗୋପାଳକୁ ଦରବାରକୁ ପ୍ରବେଶ କରିବାର ଦେଖି, ରାଜା କ୍ରୋଧରେ ଚିତ୍କାର କଲେ, ‘‘ଗୋପାଳ ! ଦରବାରକୁ ଏମିତି ଭାବେ ପ୍ରବେଶ କରିବାକୁ ତୁମର ସାହସ ହେଲା କେମିତି ?’’

 

ତା’ପରେ ଗୋପାଳ କହିଲା, ‘‘ମହାରାଜ, ମୁଁ ଆପଣଙ୍କ ଆଦେଶନୁସାରେ ଏଇ ଇଲିସି ମାଛ ଏବେ ବଜାରରୁ ନେଇ ଆସୁଛି । କେହି ବି ମତେ ଏ ବିଷୟରେ ଗୋଟିଏ ବି ପ୍ରଶ୍ନ ପଚାରିଲେ ନାହିଁ ।’’

 

ଏକଥା ଶୁଣି ରାଜା ଖୁସି ହୋଇଗଲେ । ସେ ଗୋପାଳର ଚତୁରତାକୁ ପ୍ରଶଂସା କଲେ ଏବଂ ତାଙ୍କର ହୀରା ହାରକୁ ପୁରସ୍କାରରୂପେ ତାକୁ ଦେଇଦେଲେ । ଦରବାରର ଅନ୍ୟ ଲୋକମାନେ ବି ଗୋପାଳର ବୁଦ୍ଧିକୁ ପ୍ରଶଂସା ନ କରି ରହିପାରିଲେ ନାହିଁ ।

 

ଅନାନସୀ ଓ ଯାଦୁ ହାଣ୍ଡି

(ଆଫ୍ରିକାର ଲୋକକଥା)

 

ଅନାନସୀ ଯେଉଁଠି ରହୁଥିଲା, ସେଠାରେ ଥରେ ଭୀଷଣ ଦୁର୍ଭିକ୍ଷ ପଡ଼ିଲା । ଅନାନସୀ ଏବଂ ତା’ ପରିବାର ଭୋକରେ ଡହଳ ବିକଳ ହେଲେ । ଦିନେ ଯେତେବେଳେ ଅନାନସୀ ଉଦାସ ମନରେ ସମୁଦ୍ର ଆଡ଼କୁ ଚାହିଁ ରହିଥିଲା, ସେତେବେଳେ ସମୁଦ୍ର ମଝିରେ ହଠାତ ଗୋଟିଏ ଖଜୁରୀ ଗଛ ପାଣି ଉପରକୁ ଉଠୁଥିବାର ସେ ଦେଖିଲା । ଅନାନସୀ ଚିନ୍ତା କଲା, ସେ କୌଣସି ମତେ ସେଇ ଗଛ ପାଛରେ ପହଞ୍ଚିବ ଏବଂ ତା’ ଉପରେ ଚଢ଼ି ଦେଖିବ ହୁଏତ ତା’ ପାଇଁ ଗଛରେ କିଛି ଖଜୁରୀ ରହିଥିବ ? ଏବେ ତା’ ପାଖକୁ ଯିବାବି ଏକ ବଡ଼ ସମସ୍ୟା ଥିଲା ।

 

କିନ୍ତୁ ପ୍ରତ୍ୟେକ ସମସ୍ୟାଗତ ସମାଧାନ ହେଇଥାଏ, ଏକଥା ଭାବି ସେ ଯେତେବେଳେ ସମୁଦ୍ର କୂଳରେ ପହଞ୍ଚିଲା, ଭଙ୍ଗା ନୌକାଟିଏ ପଡ଼ିଥିବାର ଦେଖିଲା । ତାକୁ ନେଇ କାମ ଚଳେଇ ଦେବ ଭାବି ତାକୁ ଟାଣିବା ଆରମ୍ଭ କରିଦେଲା ।

 

ନୌକାଟିକୁ ଗଛ ପାଖରେ ପହଞ୍ଚେଇବାକୁ ପ୍ରଥମେ ଶେଷ ଛଅ ଥର ଅସଫଳ ହେଲା । କିନ୍ତୁ ସେ ଧର୍ଯ୍ୟହରା ନ ହେଇ ସପ୍ତମଥର ସେ ଗଛ ପାଖକୁ ଟାଣି ଆଣିବାରେ ସଫଳ ହେଲା । ନୌକାଟିକୁ ସେ ଗଛରେ ବାନ୍ଧିଦେଲା ଏବଂ ତା’ପରେ ଗଛ ଉପରେ ଚଢ଼ିଗଲା । ଗଛରେ କିଛି ଖଜୁରୀ ଥିଲା ଯାହାକି ତା’ପାଇଁ ଏବେ ଯଥେଷ୍ଟ । ସେ କିଛି କିଛି ଖଜୁରୀ ତୋଳି ନୌକାରେ ପକେଇବାକୁ ଲାଗିଲା କିନ୍ତୁ ଗୋଟିଏ ବି ଖଜୁରୀ ନୌକା ଉପରେ ପଡ଼ୁନଥାଏ । ସବୁଯାକ ସମୁଦ୍ରରେ ପଡ଼ି ଡୁବି ଯାଉଥାଏ । ଗଛରେ କେବଳ ଗୋଟିଏ ଖଜୁରୀ ଥିଲା । ଅନାନସୀ ବହୁତ ସାବଧାନରେ ସେଇଟିକୁ ନୌକାକୁ ଫିଙ୍ଗିଲା କିନ୍ତୁ ସେଇଟାବି ସମୁଦ୍ରରେ ପଡ଼ି ବୁଡ଼ିଗଲା । ବିଚରା ଅନାନସୀ ଖଜୁରୀ ପାଇଁ ଏତେ ପରିଶ୍ରମ କଲା କିନ୍ତୁ ଗୋଟିଏ ବି ଖାଇ ପାରିଲାନି ।

 

ଅନାନସୀର ମନ ବହୁତ ଦୁଃଖ ହୋଇଗଲା । ସେ ଖାଲି ହାତରେ ଘରକୁ ଫେରିବାକୁ ଚାହୁଁ ନ ଥିଲା । ସେ ନିରାଶ ହେଇ ଆତ୍ମହତ୍ୟା କରିବ ଭାବି ସମୁଦ୍ରରେ ଝାସ ଦେଲା । ସେ ଦେଖି ବହୁତ ଆଶ୍ଚର୍ଯ୍ୟ ହେଲା, ସେ ବୁଡ଼ି ମରିବା ବଦଳରେ ସମୁଦ୍ର ତଳ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଚାଲିଗଲା ଏବଂ ଛିଡ଼ା ହେଇଗଲା । ସେଠାରେ ସେ ଏକ ଛୋଟ ଘର ଦେଖିଲା । ସେଇ ଘରୁ ଜଣେ ବୃଦ୍ଧ ବ୍ୟକ୍ତି ବାହାରି ଆସିଲେ । ସେ ତାକୁ ପଚାରିଲେ ‘ଏଠାକୁ ଆସିଛ କାହିଁକି ?’’

 

ସେ ତାଙ୍କୁ ତା’ର ସବୁ ଦୁଃଖ କାହାଣୀ କହିଲା । ବୃଦ୍ଧ ସବୁ କଥା ଶୁଣି ତା’ ପ୍ରତି ସହାନୁଭୁତି ପ୍ରକାଶ କଲେ ।

 

ତା’ପରେ ବୃଦ୍ଧ ଭିତରକୁ ଯାଇ ଏକ ଲୁହାର ହାଣ୍ଡି ଧରି ବାହାରକୁ ଆସିଲେ । ତାକୁ ହାଣ୍ଡିଟି ଦେଇ କହିଲେ, ‘ଯେତେ ଚାହିଁବ ଏହି ହାଣ୍ଡିରୁ ତୁମେ ଖାଦ୍ୟ ବାହାର କରିପାରିବ । ତାକୁ କେବଳ ଏହା କହିବ, ଯାହା କିଛି ତୁମେ ତୁମ ପୁରୁଣା ମାଲିକ ପାଇଁ କରୁଥିଲ, ତାହା ତୁମେ ମୋ ପାଇଁ କର’ ବାସ । ତା’ପରେ ଅନାନାସୀ ବୃଦ୍ଧଙ୍କୁ କୃତଜ୍ଞତା ଜଣେଇ ସେଠାରୁ ଚାଲି ଆସିଲା ।

 

ଅନାନାସୀ ଥରେ ହାଣ୍ଡିକୁ ପରୀକ୍ଷା କରିବାକୁ ଚାହିଁଲା । ସେ ସେଇ ନୌକାରେ ବସି ହାଣ୍ଡିକୁ କହିଲା, ‘ହାଣ୍ଡି, ହାଣ୍ଡି, ଯାହା କିଛି ତୁମେ ତୁମ ପୁରୁଣା ମାଲିକ ପାଇଁ କରୁଥିଲ, ତାହା ତୁମେ ମୋ ପାଇଁ କର ।’ ଏହା କହିବାମାତ୍ରେ ହାଣ୍ଡିଟି ସୁସ୍ୱାଦୁ ଖାଦ୍ୟରେ ପୁରିଗଲା । ସେ ଆନନ୍ଦରେ ପେଟ ଭରି ଖାଇ ବହୁତ ଖୁସି ହେଇଗଲା । ଯେତେବେଳେ ସେ ଗାଁରେ ପହଞ୍ଚିଲା, ସର୍ବପ୍ରଥମେ ସେ ତା’ ପରିବାର ଲୋକଙ୍କୁ ହାଣ୍ଡିରୁ ବାହାର କରି ମନ ଭରି ସୁସ୍ୱାଦୁ ଖାଦ୍ୟ ଖୁଆଇବ ବୋଲି ଚିନ୍ତା କଲା । କିନ୍ତୁ ତା’ପରେ ତା’ ମନକୁ ସ୍ୱାର୍ଥପର ଚିନ୍ତାଧାରା ପଶି ଆସିଲା । ଭାବିଲା, ଯଦି ହାଣ୍ଡିର ଦିବ୍ୟ ଶକ୍ତି ଜଲଦି ଚାଲିଯିବ ଏବଂ ମୁଁ ପୂର୍ବ ଭଳି ଭୋକରେ ଡହଳ ବିକଳ ହେବି ! ନାଁ ନାଁ ହାଣ୍ଡିକୁ କେବଳ ମୋ ପାଇଁ ଲୁଚେଇ ରଖିବି ଏବଂ ସବୁଦିନ ମନ ଭରି ବଢ଼ିଆ ଖାଦ୍ୟ ଖାଇବି ଏୟା ଭାବି ସେ ହାଣ୍ଡିଟିକୁ ଲୁଚେଇ ଦେଲା ।

 

ସେ ଘରେ ପହଞ୍ଚିଲା ପରେ ଏମିତି ଦେଖେଇ ହେଲା, ଯେମିତି ସେ ଭୋକରେ ଛଟପଟ ହେଉଛି । ଅନେକ ଦୂର ପର୍ଯ୍ୟନ୍ତ ଲୋକଙ୍କ ପାଖରେ ଶସ୍ୟ କଣିକାଟିଏ ନ ଥିଲା । ଅନାନାସୀର ସ୍ତ୍ରୀ ପିଲା ଭୋକରେ ଆଉଟୁ ପାଉଟୁ ହେଉଥିଲେ । କିନ୍ତୁ ତା’ର ସେଥିପ୍ରତି ଖାତିର ନ ଥିଲା । ସେ ଘରର ଗୋଟିଏ କୋଠରୀରେ ହାଣ୍ଡିଟିକୁ ଲୁଚେଇ ରଖିଥିଲା । ସେ ସବୁଦିନ ସେଠାକୁ ଯାଇ ହାଣ୍ଡିରୁ ମନଭରି ଖାଦ୍ୟ ଖାଉଥିଲା । ସ୍ତ୍ରୀ ପିଲା ଖାଦ୍ୟ ବିନା ଦୁର୍ବଳ ହେଇ ଯାଉଥିଲେ କିନ୍ତୁ ସେ ମୋଟା ହେଇ ଚାଲିଥିଲା । ଘରେ ସମସ୍ତେ ତାକୁ ସନ୍ଦେହ କଲେ ଏବଂ ତା’ର କାରଣ ଖୋଜିବାରେ ଲାଗିଲେ । ଅନାନାସୀର ପୁଅ ବେକବୁ ପାଖରେ ଏକ ଯାଦୁ ଶକ୍ତି ଥିଲା ଏବଂ ସେ ଆଖି ପିଛୁଳାକେ ଯେକୌଣସି ଜୀବରେ ପରିଣତ ହେଇଯାଉଥିଲା । ତେଣୁ ସେ ଗୋଟିଏ ମାଛି ହେଇଗଲା, ତା’ପରେ ସେ ତା’ ବାପାଙ୍କ କାର୍ଯ୍ୟ କଳାପକୁ ନିରୀକ୍ଷଣ କଲା । ଭୋକ ଲାଗିବାରୁ ଅନାନାସୀ ସେଇ କୋଠରୀକୁ ଗଲା ଏବଂ ହାଣ୍ଡିରୁ ବାହାର କରି ସୁସ୍ୱାଦୁ ଖାଦ୍ୟ ଖାଇଲା । ତା’ପରେ ପୂର୍ବ ଭଳି ହାଣ୍ଡିକୁ ଲୁଚେଇ ଦେଇ ବାହାରକୁ ଆସି ଖାଇବା ପାଇଁ ଖାଦ୍ୟ ଖୋଜିବାର ନାଟକ କରିବାକୁ ଲାଗିଲା ।

 

ଯେତେବେଳେ ସେ ଗାଁ ବାହାରକୁ ଚାଲିଗଲା, ବେକବୁ ହାଣ୍ଡିକୁ ବାହାର କରି ମା’, ଭାଇ ଭଉଣୀଙ୍କୁ ଖାଇବାକୁ ଡାକିଲା । ସେଦିନ ସେମାନେ ଏମିତି ସୁସ୍ୱାଦୁ ଭୋଜନ ମନ ଭରି ଖାଇଲେକି ପୂର୍ବରୁ ସେମିତି ଖାଦ୍ୟ କେବେବି ଖାଇନଥିଲେ । ସେମାନଙ୍କର ଅନାନାସୀ ଉପରେ କ୍ରୋଧ ଆସିଲା । ତା’ ପତ୍ନୀ ତାକୁ ଉଚିତ ଶିକ୍ଷା ଦେବ ବୋଲି ଭାବିଲା । ସେ ଗାଁର ଗୋଟିଏ ଖୋଲା ସ୍ଥାନକୁ ହାଣ୍ଡିଟିକୁ ନେଇକି ଗଲା, ଯେମିତି ସେ ସମସ୍ତଙ୍କୁ ଡାକି ଖାଦ୍ୟ ଖୋଇ ପାରିବ । ହାଣ୍ଡି କେବେବି ଏତେ ଖାଦ୍ୟ ତିଆରି କରିନଥିଲା । ସେଥିପାଇଁ ବହୁତ ଗରମ ହେଇଯାଇ ଭାଙ୍ଗିଗଲା ।

 

ଅନାନାସୀ ଘରକୁ ଫେରି ଆସି ଭୋକ ଲାଗିବାରୁ ସେ ହାଣ୍ଡିକୁ ଖୋଜିଲା, କିନ୍ତୁ ହାଣ୍ଡିକୁ ପାଇଲାନି । ସେ ବୁଝିଗଲା ହାଣ୍ଡିକୁ କିଏ ଖୋଜି ନେଇ ଯାଇଛି । ତା’ ସ୍ତ୍ରୀ ପିଲା ଉପରେ ତା’ର ସନ୍ଦେହ ହେଲା । ତେଣୁ ସେ ସେମାନଙ୍କୁ ଦଣ୍ଡ ଦେବାକୁ ସ୍ଥିର କଲା ।

 

ଅନାନାସୀ କାହାକୁ କିଛି ନ କହି ସକାଳ ହେବାକୁ ଅପେକ୍ଷା କଲା । ସୂର୍ଯ୍ୟ ଉଦୟ ହେବାକ୍ଷଣି ସେ ସମୁଦ୍ର କୂଳକୁ ଚାଲିଗଲା । ତା’ ପରେ ସେ ସେଇ ଭଙ୍ଗା ନୌକାରେ ବସି ଖଜୁରୀ ଗଛ ଆଡ଼କୁ ଗଲା । ଏଥର ନୌକା ନଅଟକି ଗଛ ପାଖରେ ପହଞ୍ଚିଗଲା । ସେ ନୌକାଟିକୁ ଗଛରେ ବାନ୍ଧିଦେଇ ଗଛ ଉପରକୁ ଚଢ଼ିଗଲା । ପୂର୍ବ ଭଳି ଗଛରେ ଖଜୁରୀ ଥିଲା । ସେ ସାବଧାନରେ ଖଜୁରୀଗୁଡ଼ିକୁ ନୌକାରେ ପକେଇଲା ଏବଂ ସବୁଗୁଡ଼ିକ ଠିକ୍ ଠାକ୍ ନୌକାରେ ପଡ଼ିଲା । ଏହା ଦେଖି ସେ ଜାଣିଶୁଣି ସବୁ ଖଜୁରୀକୁ ସମୁଦ୍ରରେ ଫିଙ୍ଗିଦେଲା ଏବଂ ଫିଙ୍ଗିବାମାତ୍ରେ ସମୁଦ୍ରକୁ ଡେଇଁ ପଡ଼ିଲା । ପୂର୍ବ ଭଳି ସେ ବୃଦ୍ଧଙ୍କ ଘର ପାଖରେ ପହଞ୍ଚିଲା । ବୃଦ୍ଧ ବାହାରକୁ ଆସିବାରୁ ତାଙ୍କୁ ସବୁ କଥା ଶୁଣେଇଲା । ବୃଦ୍ଧ ପୂର୍ବ ଭଳି ତାକୁ ସହାନୁଭୂତି ଦେଖେଇଲେ ।

 

ତା’ପରେ ବୃଦ୍ଧ ଘର ଭିତରକୁ ଚାଲିଗଲେ ଏବଂ ଗୋଟିଏ ଠେଙ୍ଗା ନେଇ ଫେରିଲେ । ସେ ତାକୁ ଠେଙ୍ଗାଟି ଦେଇ ବିଦା କରିଦେଲେ । ସେ ନୌକାରେ ବସିବାମାତ୍ରେ ଠେଙ୍ଗାକୁ ପରଖିବା ପାଇଁ କହିଲା ‘ଠେଙ୍ଗା, ଠେଙ୍ଗା, ଯାହା କିଛି ତୁମେ ପୁରୁଣା ମାଲିକ ପାଇଁ କରୁଥିଲ, ତାହା ମୋ ପାଇଁ କର’ । ଏକଥା ଶୁଣିବାମାତ୍ରେ ଠେଙ୍ଗା ଅନାନାସୀକୁ ବାଡ଼େଇ ବେହାଲ କରିଦେଲା । ଅନାନାସୀ କୌଣସି ମତେ ଠେଙ୍ଗା ପାଖରୁ ବଞ୍ଚି ପାଣିକୁ କୁଦି ପଡ଼ିଲା । ତା’ପରେ ଠେଙ୍ଗା ଏବଂ ନୌକାକୁ ସେଇଠି ଛାଡ଼ିଦେଇ ଗାଁକୁ ଫେରି ଆସିଲା ।

 

ଘରେ ପହଞ୍ଚିବା ପରେ ନିଜ କୃତକର୍ମ ପାଇଁ ସ୍ତ୍ରୀ ପିଲାଙ୍କୁ କ୍ଷମା ମାଗିଲା ଏବଂ ପ୍ରତିଜ୍ଞା କଲା, ସେ ସେମାନଙ୍କ ପ୍ରତି ସବୁବେଳେ ଦୟା ଏବଂ ସ୍ନେହ ରଖିବ ।

-୦-